କାଶିଆ କପିଳା
କାଶିଆ କପିଳା
ଓଃ କି Hectic day.. l ସକାଳୁ " ନ " ଟାରୁ ଆଉଟ ଡୋର ରେ ବସିଛି ଯେ ପାଞ୍ଚ ଟା ବାଜିଲାଣି, ମଝିରେ ଟିକେ କଣ ଖାଇଥିଲି, ପାଞ୍ଚ ସହ ପାଖା ପାଖି ପେସେଣ୍ଟ , ସାଥିରେ ଆସୋସିଏଟ ପ୍ରଫେସର ଜଣେ , ଆସିଷ୍ଟାଣ୍ଟ ପ୍ରଫେସର ଜଣେ , ଦୁଇ ଜଣ ସିନିଅର ରେସିଡେଣ୍ଟ ଡଃକ୍ତର ଆଉ ଦୁଇ ଜଣ ପିଜି l
ପ୍ରଫେସର କପିଳେନ୍ଦ୍ର ମିଶ୍ର, ନିଜ ସିଟ ରୁ ଉଠି ପଡିଲେ
" ଡଃ ସୁଶାନ୍ତ , ଡଃ ବବୁଲ ତମେ କାଜୁଆଲିଟି ଯାଇ ମ୍ୟାନେଜ କର, ଡଃ ସମୀର , ଡଃ ତତ୍ୱମାସୀ ତମେ ୱାର୍ଡ ରାଉଣ୍ଡ ନେଉଥାଅ, ଆସିଷ୍ଟାଣ୍ଟ ପ୍ରଫେସର ଡଃ ଅରବିନ୍ଦ ବେହେରା ତମକୁ ହେଲ୍ପ କରିବେ l ମୁଁ ସନ୍ଧ୍ୟା ଆଠ ଟାରେ ଫୁଲ ରାଉଣ୍ଡ ନେବି l"
ପ୍ରଫେସର ଡଃ କପିଳେନ୍ଦ୍ର ମିଶ୍ର , ଏସ ସି ବି ମେଡିକାଲ କଲେଜ କଟକ ର ମେଡ଼ିସିନ ବିଭାଗ ର ପ୍ରଫେସର ଭାବେ କାର୍ଯ୍ୟରତ । ବୟସ ପାଖାପାଖି 60 , ଗାଁ ସୁଦୂର ବାଲେଶ୍ୱର ଜିଲ୍ଲା ର ବସ୍ତା ବ୍ଲକର କଟୀପୋଲ ମଥାନୀ ରେ l ବାପା ମା ମଲା ପରେ ପ୍ରାୟ 20 ବର୍ଷ ହେଲା ପ୍ରାୟ ଆଉ ଗାଁ କୁ ଯାଇନାହାନ୍ତି l କଟକ ରେ ନିଜ ଘର କରି ସେଟଲ ହେଇଗଲେନି l
ବହୁତ କର୍ତ୍ତବ୍ୟନିଷ୍ଠ, ଧର୍ମପରାୟଣ, ଆଉ ଜଣେ ଦରଦୀ ହୃଦୟ ର ମଣିଷ ସେ l ଗରିବ ଦୁଃଖ ଦେଖି ପାରନ୍ତିନି, ଅଧିକାଂଶ ସମୟ ରେ ନିଜ ଖର୍ଚ୍ଚ ରୁ ବି ରୋଗୀଙ୍କୁ ଭଲ କରିଥାନ୍ତି l ଏସସିବି ର ଭେଷଜ ବିଭାଗ ର ୟୁନିଟ ୩ ରେ ସେ ମୁଖ୍ୟ ଭାବେ କାର୍ଯ୍ୟରତ l ତାଙ୍କ ୟୁନିଟ ରେ ଆସୋସିଏଟ ପ୍ରଫେସର ଡଃ ରେଖା ମହାନ୍ତି ,ଆସିଷ୍ଟାଣ୍ଟ ପ୍ରଫେସର ଡଃ ଅରବିନ୍ଦ ବେହେରା
ସିନିଅର ରେସିଡେଣ୍ଟ ଡଃ ସମୀର , ଡଃ ବବୁଲ ଆଉ ଜୁନିଅର ରେସିଡେଣ୍ଟ ଡଃ ସୁଶାନ୍ତ , ଡଃ ତତ୍ୱମାସୀ ବିଭାଗ କୁ ପରିପୃଷ୍ଟ କରିଥାନ୍ତି l ପ୍ରଫେସର ମିଶ୍ର ଙ୍କ ଅଣ୍ଡର ରେ ପ୍ରାୟ ସମସ୍ତେ ଏକ ପରିବାର ପରି କାମ କରନ୍ତି ନିଷ୍ଠା ସହକାରେ ....
ସାର ଙ୍କ କହିବା ଅନୁସାରେ ସବୁ ରେସିଡେଣ୍ଟ କାମରେ ଲାଗିଗଲେ l ଡଃକ୍ତର ସମୀର ଓ ଜୁନିଅର ଡଃକ୍ତର ତତ୍ତ୍ୱ ସବୁ ପେସେଣ୍ଟ କୁ ଭଲ ଭାବେ ଦେଖୁ ଥାନ୍ତି l
"ଭାଇ ଦେଖନ୍ତୁ ନା ଏ ପେସେଣ୍ଟ କେମିତି ଅବାନ୍ତର ବ୍ୟବହାର କରୁଛି,ଛାଟି ପିଟି ହଉଛି, ଖାଲି କହୁଛି ମୋତେ କପିଳା ପାଖକୁ ନିଅ ମୁଁ ଭଲ ହେଇଯିବି l" ତତ୍ତ୍ୱ ବିରକ୍ତି ଭାବେ ଡଃ ସମୀର ଙ୍କୁ କହିଲେ l
"ଆରେ alter sensorium ଅଛି, ତେଣୁ disoriented ହଉଛି, hepatic encephalopathy ହେଇଜିବଣି l ଦିଦି ଙ୍କୁ advice କରିଦେ ଗୋଟେ inj Serenac ଦେଇଦେବେ l"
ଏହା ଭିତରେ ପ୍ରଫେସର ସାର ଆସିଯାଇଥିଲେ l
"ଡଃ ସମୀର କେତେ ଆଜି ଆଡିମିଶନ l"
"ସାର 75 ଆଡ଼ମିସନ, 5 ଟା ପେସେଣ୍ଟ ଲେଖି ଦେଇ ପଳେଇଲେ, ଦୁଇଟା ଡେଥ l"
"ଓକେ, ମୁଁ ବହୁତ ଟାୟାଡ ହେଇଗଲିଣି, ଖାଲି ସିରିୟସ ପସେଣ୍ଟ ବିଷୟରେ କୁହ l"
ଡଃ ସମୀର ଗୋଟେ ଗୋଟେ ପେସେଣ୍ଟ ବିଷୟରେ କହିବାକୁ ଲାଗିଲେ l
" sir This is a case of complicated malaria with hepatopathy......
this is a case of CVA with pontine hemorrhage,.... l ସାର bed numb 212 ର ଏହି ପେସେଣ୍ଟ ସେତେବେଳୁ irritable ହେଉଥିଲା, ଖାଲି କହୁଥିଲା କଣ ଟା....
ହଁ... ମତେ କପିଳା ପାଖକୁ ନିଅ ମୁଁ ବଞ୍ଚିଯିବି l"
ହଟାତ ପ୍ରଫେସର ମିଶ୍ର ଅଟକି ଗଲେ ସେ ପେସେଣ୍ଟ ପାଖରେ କେଉଁ ଏକ ଅହେତୁକ ଆକର୍ଷଣ ରେ l ସତେ ଯେମିତି ସେ ଆକର୍ଷଣ ଥିଲା କେଉଁ ଯୁଗର l ପେସେଣ୍ଟ ଟା ହାତ ଯୋଡି ପ୍ରଫେସର ଆଡେ ଅପଲକ ନୟନ ରେ ଅନେଇ ଥାଏ, କିଛି କହିବାକୁ ଚାହୁଁ ଥାଏ କିନ୍ତୁ ପାଟି ଖୋଲୁ ନଥାଏ, ଖାଲି ବେନି ନୟନ ରୁ ଅଶ୍ରୁ ବୋହି ଯାଉଥାଏ l ହଟାତ ପ୍ରଫେସର ପ୍ରକ୍ରୁସ୍ଥିତ ହେଇ ପଚାରି ଲେ 'What's this case".
sir case of cirrhosis of liver, portal hypertension with hepatic encephalopathy."
"କଣ ମେଡ଼ିସିନ ଚାଲିଛି l"
"ସାର inj Cefotaxime, Inj Pantop,Inj Hepamerze."
Ok Rifaximine, Lactulose, Inj Siprose ଆଡ଼ କରିଦିଅ l"
Next.... କହି ଅଲଗା ପେଟେଣ୍ଟ ର ରାଉଣ୍ଡ ନେବାରେ ଲାଗିଲେ କିନ୍ତୁ ପ୍ରଫେସର ମିଶ୍ର ଙ୍କ ମନ ବିଚଳିତ ହେବାରେ ଲାଗିଲା, କାହିଁକି କେଜାଣି ସବୁବେଳେ ସେଇ ପସେଣ୍ଟ ଆଡେ ନଜର ପଳାଉଥିଲା, ଆଉ ସେ ସେମିତି ହାତ ଯୋଡି ଅପଲକ ନୟନରେ ଅନେଇଥାଏ l ନିଜକୁ ଆଉ କଣ୍ଟ୍ରୋଲ କରି ପାରିଲେନି ପ୍ରଫେସର ମିଶ୍ର l
" ଡଃ ସମୀର ମୋତେ ବହୁତ ଟାୟାର୍ଡ ଲାଗିଲାନି, ମୁଁ ଘରକୁ ଯାଉଛି, ତମେ ଆଉ ରେଷ୍ଟ ଯେତିକି ରହିଲେ ଦେଖି ଦିଅ l"
ଏତିକି କହି ଚାଲିଯାଉଥିବା ସମୟ ରେ ଡୋର ଗେଟ ପାଖରୁ ପୁଣି ସେଇ ବେଡ଼ ପାଖକୁ ଅନେଇଲେ ପ୍ରଫେସର ...
ପେସେଣ୍ଟ ଟା ଥର ଥର ହାତ ରେ ହାତ ଠାରି ଡଃକୁଥାଏ ଆଉ ସେତେବେଳରୁ ସେମିତି ଅପଲକ ନୟନ ରେ ଅନେଇଥାଏ l ଅଜାଣତରେ ଦୁଇଟୋପା ଲୁହ ଝରି ପଡିଲା l ଆଉ ସେ ଜାଗାରେ ରହିପାରିଲେଣି ସେ, ସିଧା କାର ରେ ବସି ଘରେ ପହଂଚିଗଲେ l
ରାତି ପାଖାପାଖି 10 ଟା ହେଲାଣି l ପ୍ରଫେସର ମିଶ୍ର ଧୁଆ ଧୁଇ ହେଇ ସିଧା ନିଜ ବେଡ଼ ରୁମ କୁ ଚଳିଗଲେ l
-" ଆରେ ଡିନର କରିବନି କି , ଏମିତି କଣ ଶୋଇବାକୁ ପଳେଇଲ??
-" ନାଇଁ ଅନିତା ମୋତେ କିଛି ଭଲ ଲାଗୁନି , ମୁଁ କିଛି ଖାଇବିନି , ତମେ ମାନେ ସବୁ ଖାଇନିଅ , ହଁ ମୋତେ ଗୋଟେ ଗ୍ଲାସ ଥଣ୍ଡଃ ପାଣି ଟିକେ ଦିଅ l ତଣ୍ଟିଟା କାହିଁକି ସୁଖି ସୁଖି ଯାଉଛି l"
ପାଣି ଟିକେ ପିଇ ଦେଇସାରି ଶୋଇବା ପାଇଁ ଚଳିଗଲେ l ଆଖିରେ ନିଦ ଆସୁନଥାଏ ପ୍ରଫେସର ମିଶ୍ର ଙ୍କୁ l କାହିଁକି କେଜାଣି ସେଇ 212 ବେଡ଼ ର ପେସେଣ୍ଟ ର ମୁହଁ ଟା ନାଚି ଯାଉଥିଲା ତାଙ୍କ ମାନସ ପଟରେ l
ଆଜି କାହିଁକି ଏମିତି ଲାଗୁଛି କେଜାଣି , ଲାଗୁଛି ଯେମିତି କିଛି ହଜେଇ ଦେଉଛି , କେହି ମୋତେ ଝୁରୁଛି l ଆଜି ପ୍ରଥମ ଥର ପାଇଁ ଦୁର୍ବଳ ହେଇପଡୁଛି ମନ ପ୍ରାଣ ପ୍ରଫେସର ମିଶ୍ର ଙ୍କର l
ମାନସ ପଟରେ ଭାସି ଯାଉଥିଲା ପ୍ରଫେସର ମିଶ୍ର ଙ୍କ ଗାଁ ବେଳର କଥା , ସାଙ୍ଗ ସାଥି ମେଳ l
" ଆମ ଗାଁ , ଗାଁ ତ ନୁହଁ ଗୋଟେ ଶୋଭା ର ଗନ୍ତାଘର , ଗାଁ ପାଖ ଦେଇ ଜଳକା ନଈ , ନଈ କଡେ କଡେ ଝାଉଁ ଜଙ୍ଗଲ , ପୁଣି ଗାଁ ମଝିରେ ସୁନ୍ଦର ଖେଳପଡିଆ କୁ ଚାରିପାଖେ ଝାଉଁ ପଟାସ ଗଛ ତା ପାଖରେ ଆମ ସ୍କୁଲ ଯେଉଁଠି ଆରମ୍ଭ ହେଇଥିଲା ମୋ କେରିଅର ର ମୂଳଦୁଆ , ଆଉ ଆମ ଘର ପାଖରେ ଶିବ ମନ୍ଦିର l
ଆଉ ସେ ସାଙ୍ଗ ସାଥି , ହଁ ରବି ....ଟୁଲୁ ....ସୁଶାନ୍ତ ......ହଁ ଆଉ କପିଳା l ଆଉ କାହିଁ ମନେ ପଡୁନି l
କାଶିଆ ଓରଫ କାଶୀନାଥ ମିଶ୍ର ମୋର ସବୁଠୁ ଭଲ ସାଙ୍ଗ ଥିଲା , ସାଙ୍ଗ ତ ନୁହଁ ପୁରା ଜୀବନ ଟା ଥିଲା , ଗାଁ ରେ ସମସ୍ତେ କହନ୍ତି ସକାଳୁ ଉଠିଲେ କାଶିଆ କପିଳା ..ରାତିରେ ଶୋଇଲେ ବି କାଶିଆ କପିଳା l କାଶିଆ ଏତେ ଭଲ ପଢୁନଥିଲା , ହେଲେ ସ୍କୁଲ ରେ ସେକେଣ୍ଡ କାରଣ ସବୁବେଳେ ପରୀକ୍ଷା ରେ ମୋ ପାଖରେ ବସୁଥିଲା l ପୁଣି ତା ବାପା ସେଇ ମଥାନୀ ୟୁପି ସ୍କୁଲ ର ଶିଷକ ଥିଲେ l ମୋର ଦିନ ରାତି କାଶିଆ ଘରେ ଉଠା ବସା ,କାସି ବାପା ଆମକୁ ପଢ଼ାନ୍ତି l କାସିଆ ର ବାପା ନୀଳମଣି ମାଷ୍ଟ୍ରେ କହନ୍ତି " ମୋ ପୁଅ ଟା ତ ପାଠପଡ଼ୁନି ବାଳୁଙ୍ଗା ହେବ , ହେଲେ କପିଳା ଟା ଭଲ ପଢୁଛି ତାକୁ ଯେମିତି ହେଲେ ସାହେବ ଟେ ବନେଇବି l" କାଶିଆ କିନ୍ତୁ ଖେଳ, କୁଦ ,ପହଁରା , ଗଛ ଚଢିବା ଚଗଲାମି ରେ ପୁରା ଟପର l
ମୋତେ ତ ଏସବୁ ଆସୁନଥିଲା , ହେଲେ କାଶିଆ ମୋ ପାଇଁ ସବୁ ଯୋଗାଡ଼ କରିଦେଉଥିଲା l ସିଏ ଗଛ ଚଢିଲେ ମୁଁ ତଳେ ଅନେଇକି ରହେ , ସିଏ କୋଳି ଖାଏ ଆଉ ମୋ ପାଇଁ ତଳକୁ ପକାଏ l ଥରେ କଣ କରିଥିଲା ନା ଜାମୁକୋଳି ଗଛ ଚଢି ସେ ତ ଖାଇଲl ମୋ ପାଇଁ ଜେ ତଳେ ପକାଉଥିଲା ଅପରିଷ୍କାର ଜାଗା ରେ ପଡିଯାଉଥିଲା ବୋଲି ମୁଁ ଟିକେ ମନ ଦୁଃଖ କରିପକେଇଲି ସେ ଗୋଟେ ବଡ ଡଃଳ ଭାଙ୍ଗି ଆଣି ମୋତେ ଦେଲା l ଆଜି ମନେ ପଡୁଛି କାଶିଆ ସାଙ୍ଗରେ ବିତିଥିବା ପ୍ରତ୍ୟେକ ଦିନ ଆଉ ମୁହୂର୍ତ୍ତ l
ସ୍କୁଲ ସରିଲାପରେ ଗାଁ ବରଗଛ ମୂଳେ ଗୋଲି ଖେଳ , ଦହିହାଣ୍ଡି ଖେଳ , ଗାତରେ ସେପ୍ଟିପିନ ପକେଇବା l କବାଡି ଖେଳ ରେ ମୁଁ ପାରୁନଥିଲି ବୋଲି କାଶିଆ ସବୁବେଳେ ତା ପଟରେ ମୋତେ ରଖୁଥିଲା l ସେଦିନ ର କଥା ଆଜି ବି ସ୍ପଷ୍ଟ ମନେ ପଡିଯାଉଛି , ଜଳକା ନଈ ସାଇଡ ରେ ଗୋଟେ ସାହାଡ଼ା ଗଛ ରୁ କୋଳି ଖାଇଲା ବେଳେ ହଟାତ ଗୋଡ ଟା ଖସିଗଲା ଜେ ମୁଁ ନଈ ରେ ପଡ଼ିଗଲି , ଚିତ୍କାର କରୁଥିଲି ବଞ୍ଚା ବଞ୍ଚା ......ହଟାତ କାଶିଆ ଡିଆଁ ମାରିଦେଲା , ଆଉ ନିଜେ ପିନ୍ଧିଥିବା ଗାମୁଛା ଖୋଲି ମୋ ଆଡେ ଫିଙ୍ଗିଦେଲା ....
-" କପିଳା ଧର ଏ ଗାମୁଛା , ଆଦୌ ଛାଡ଼ିବୁନି ମୁଁ ତୋତେ କୁଳ ପହଞ୍ଚେଇଦେବି ..ମରିଲେ ଆମେ ଦୁଇ ଜଣ ଯାକ ମରିବା ବଞ୍ଚିଲେ ଦୁଇଜଣ ଯାକ ବଂଚିବା l"
ଦାନ୍ତରେ ଟାଣି ଟାଣି କାଶିଆ କୂଳରେ ପହଁଚେଇଲା ମୋତେ l
ସତରେ କେତେ ଭଲ ଥିଲା ସେ ସ୍ମୃତି , ଆଖିରେ ଲୁହ ଜକେଇ ଆସୁଥାଏ ପ୍ରଫେସର ଙ୍କ ର l
ହଁ ଆଉ ଥରେ ସ୍କୁଲ ର ଅଙ୍କ ପରୀକ୍ଷା ଥାଏ , କାଶିଆ ଡରରେ ନଯାଇ ବରଗଛ ମୂଳରେ ଲୁଚିଥିଲା l ମୁଁ ଏକା ଫେରୁଥାଏ ହଟାତ ଚାରି ପାଞ୍ଚ ଟା କୁକୁର ଭୋକି ଭୋକି ମୋ ଆଡେ ଦୌଡ଼ି ଆଇଲେ ମୁଁ ପ୍ରାଣ ବିକଳ ରେ ଚିତ୍କାର କରିବାରେ ଲାଗିଲି , ହଟାତ କାଶିଆ ତା ବାଟୁଳି ରେ ଏମିତି ମରିବା ଆରମ୍ଭ କଲା ଜେ କୁକୁର ଗୁଡଃ କାଉଁ କାଉଁ ହେଇ ପଳେଇଲେ l
-" କାଶିଆ ତୁ ମୋତେ ଏତେ ଥର ବଂଚେଇଲୁଣି , ମୁଁ ତୋ ପାଇଁ କିଛି କରିପାରୁନି l"
-" ହେ ହେ ହେ , ବାପା କହୁଥିଲେ ତୁ ଭଲ ପାଠ ପଡୁଛୁ ମାନେ ନିଶ୍ଚୟ ଡଃକ୍ତର ହେବୁ , ପ୍ରଫେସର ହେବୁ ବଡ ପ୍ରଫେସର ..ସେତେବେଳେ ମୁଁ ରୋଗୀ ହେଇ ତୋ ପାଖକୁ ଗଲେ ମୋତେ ତୁ ହିଁ ତ ବଂଚେଇବୁ l "
ସେଦିନ କାଶିଆ ଆଖିରେ ପ୍ରଥମ ଥର ପାଇଁ ମୁଁ ଲୁହ ଦେଖିଥିଲି l
କାହିଁ ଚାଲିଗଲା କାଶିଆ , ଆଜି କୋଡିଏ ବର୍ଷ ହେଇଗଲା ବହୁତ ଖୋଜିଛି , ହେଲେ ପାଇନାହିଁ l ଶେଷ ଥର ଦେଖା ହେଇଥିଲା ନୀଳମଣି ମାଷ୍ଟ୍ରେ ଙ୍କ ଦଶାହ ଶୁଦ୍ଧି କ୍ରିୟା ରେ l ମୁଁ ସେତେବେଳେ MBBS ଫାଇନାଲ ଇୟର ରେ ଥିଲି l ତାକୁ କହିଥିଲି ଗାଁ ରେ ଗୋଟେ ଔଷଧ ଦୋକାନ କର ମୁଁ ଫୁଲ ସପୋର୍ଟ କରିବି l ତାପରେ ଆଉ ସିଏ ଆଉ କାହିଁ କଣ୍ଟାକ୍ଟ କଲାଣି l ମଝିରେ ମଝିରେ ଯେତେ ଥର ଗାଁ କୁ ଯାଏ , ସାବିତ୍ରୀ ଖୁଡୀ (କାଶିଆ ର ମା ) ପାଖକୁ ଯାଇ କାଶିଆ କଥା ପଛରେ l ଖୁଡୀ କହେ " ହାଇଦ୍ରାବାଦ ଯାଇଛି ପଇସା କମେଇବାକୁ , ମୋ କଥା ମାନିଲାନି , ଆରେ ଏତେ ଜମି ବାଡ଼ି ପଡିଛି ଦେଖା ଚାହାଁ କର , ଗୋଟେ ଝୁଙ୍କ ହାଇଦ୍ରାବାଦ ରେ ବଡ଼ଲୋକ ହେବି l ସେଇଠି ପରା ଗୋଟେ ତିଲା ବାହା ହେଇଯାଇଛି l ଘରକୁ କେବେ କେବେ ଆସେ l"
-" ଖୁଡୀ ମୋ ନମ୍ବର ଟା ନିଅ , କାଶିଆ ଆସିଲେ ଯେମିତି ହେଲେ ଦେବ , ମୁଁ କଥା ହେବି l"
ଵାସ କୋଡିଏ ବର୍ଷ ବିତିଗଲାଣି ନା କାଶିଆ ସହ କେବେ ଭେଟ ହେଇଛି , ନା କେବେ କଥା ହେଇଛି l ଏତେ ଦିନ ଧରି କାଶିଆ ଦୂରେଇଗଲା କାହିଁକି ....ମୋ ଉପରେ ଅଭିମାନ କରି ନା ତା ଭାଗ୍ୟ ତାକୁ ଦୂରେଇନେଲା l କିନ୍ତୁ ଆଜି କାହିଁକି ସେଇ ମୁହଁ ମୋତେ ବିଗତ ସ୍ମୃତି ର ଗର୍ଭ କୁ ନେଇଯାଉଛି , କାହିଁକି ମୋ ବନ୍ଧୁତ୍ୱ କୁ ମୋ ହୃଦୟରେ କୁଠାର ଘାତ କରୁଛି l
ଏହା ଭିତରେ ଭାବୁ ଭାବୁ ପ୍ରଫେସର ଙ୍କ ଆଖି ଟିକେ ଲାଗିଯାଇଥାଏ
-" କପିଳା ....କପିଳା ......ତୋ କାଶିଆ କୁ ଚିହ୍ନି ପାରିଲୁନି ନା ..ମୁଁ ଏତେ ହାତ ଠାରି ଡଃକିଲି .......ହଉ ମୁଁ ଯାଉଛି ସାଙ୍ଗ.... ଆଉ ଦେଖା ହେବନି .....ମା କଥା ଟିକେ ବୁଝୁଥିବୁ ....ବିଦାୟ ...l"
ହଟାତ ଚମକି ପଡି ଉଠିପଡ଼ିଲେ , କିଏ କିଏ ...ଏ କାହାର ସ୍ୱର l ସମୟ ପାଖାପାଖି ଚାରିଟା ...
ଦେହରୁ ଗମ ଗମ ଝାଳ ବୋହିଯାଉଥାଏ , ମନ ଚଳ ଚଞ୍ଚଳ ହେଇ ଉଠୁଥାଏ l ହଟାତ ନାଇଟ ଡିଉଟି ରେସିଡେଣ୍ଟ ତତ୍ୱ କୁ ଫୋନ ଲଗେଇଲେ ....ନଟ ରିଚେବୁଲ .....ଓହୋ ...
ଆଉ ରହିପାରିଲେଣି ପ୍ରଫେସର ମିଶ୍ର , ସତେ କେଉଁ ଏକ ଅଦୃଶ୍ୟ ଶକ୍ତି ଟାଣି ନେଇଗଲା ତାଙ୍କୁ ହସ୍ପିଟାଲ କୁ l ଅତି ବିବ୍ରତ ଓ ଅସ୍ତବ୍ୟସ୍ତ ଭାବରେ ପଚାରିଉଠିଲେ
-" ଡଃ ତତ୍ତ୍ୱ ସେ ବେଡ଼ ନମ୍ବର 212 ପେସେଣ୍ଟ ର ସ୍ଟାଟସ କଣ l"
-" ସାର ସେ ପେଟେଣ୍ଟ ଏଇ ଜଷ୍ଟ 4 ଟା ବେଳେ expired କରିଗଲା l"
-" ଓ ମାଇଁ ଗୋଡ଼ ...ସିଷ୍ଟର ଟିକେ ଟିକେଟ ଟା ଦିଅନ୍ତୁ l
ଦିଦି ଟିକେଟ ଟା ବଢ଼େଇଦେଲେ , ପ୍ରଫେସର ମିଶ୍ର ଟିକେଟ ଓଲଟାଉ ଓଲଟାଉ ଅଡ୍ରେସ ଉପରେ ନଜର ପଡିଯାଇଥାଏ
" Kashinath Mishra , 60yr Hindu Male
S/O- Late Nilamani Mishra ,
At/Po :- Katipola Mathani
PS :- Basta
Dist :- Balasore
ଲତ କରି ଚେୟାର ରେ ବସିପଡ଼ିଲେ ପ୍ରଫେସର ମିଶ୍ର , ଏକଦମ ନିରବ ହେଇଯାଇଥାନ୍ତି , ଆଖିର ଲୋତକ ରେ ଭିଜି ଯାଉଥିଲା କାଶିଆ ର ବେଡ଼ ହେଡ଼ ଟିକେଟ l ପଛକୁ ଚାହିଁ ଦେଲେ 212 ବେଡ଼ ନମ୍ବର କୁ , କାଶିଆ ମର ଶରୀର ରେ ଆବୃତ୍ତ ହେଇଥିଲା ଧଳା କପଡଃ , ଆଉ କେହିଜଣେ ମଧ୍ୟ ବୟସ୍କା ମୁଣ୍ଡ ପିଟି କାନ୍ଦୁଥାଏ l ପାଖକୁ ଯିବାକୁ ସାହସ ହେଉନଥାଏ , ହସ୍ପିଟାଲ ନିଶ୍ଚଳ ନିରବ ହେଇଯାଇଥାଏ , ପ୍ରଭାତ ର ସୂର୍ଯ୍ୟ ଉଇଁ ଆସୁଥାଏ , ମନ୍ଦିର ରୁ ହରେକୃଷ୍ଣ ର ଧ୍ୱନୀ ଆସୁଥାଏ l ପ୍ରଫେସର ମିଶ୍ର ସେମିତି ନିରବ ନିଶ୍ଚଳ ହେଇ ଛିଡଃ ହେଇଥାନ୍ତି l ଝରକା ଫାଙ୍କା ଦେଇ ଦୁଲ୍କେ ଦୁଲ୍କେ ପବନ କାନ ମୁଳ ରେ ବୋହି ଯାଉଥାଏ
ପ୍ରତିଧ୍ୱନି ହେଉଥାଏ କାଶିଆ ର ସେଇ କଥା ପଦ
-" ହେ ହେ ହେ , ବାପା କହୁଥିଲେ ତୁ ଭଲ ପାଠ ପଡୁଛୁ ମାନେ ନିଶ୍ଚୟ ଡଃକ୍ତର ହେବୁ , ପ୍ରଫେସର ହେବୁ ବଡ ପ୍ରଫେସର ..ସେତେବେଳେ ମୁଁ ରୋଗୀ ହେଇ ତୋ ପାଖକୁ ଗଲେ ମୋତେ ତୁ ହିଁ ତ ବଂଚେଇବୁ l "
