କାହ୍ନା ଅଟୋଵାଲା
କାହ୍ନା ଅଟୋଵାଲା
ସେଦିନ ଟାଉନ୍ ହଲ୍ ରେ ମ୍ୟାଜିକ ସୋ ସରିଲା ପରେ ଆମେ ସ୍ବାମୀ , ସ୍ତ୍ରୀ ଓ ଦୁଇ ପିଲା ଘରକୁ ଆସିବାକୁ ବାହାରିଲୁ । ଆମେ ସମସ୍ତେ ନିଜ ବାଇକ୍ ରେ ଯାଇଥିଲୁ କିନ୍ତୁ ହଠାତ ଖୁବ ଜୌର ରେ ବର୍ଷା ହେବାକୁ ଲାଗିଲା । ତେଣୁ ବାଇକ୍ ରେ ଫେରିବା ଅସମ୍ଭବ ହେଲା । ସବୁ ଲୋକ ନିଜ ନିଜ ସୁବିଧା ରେ ଚାଲି ଯାଉଥାନ୍ତି । ମାତ୍ର ଶେଷକୁ ଆମେ ଓ ଆଉ ଜଣେ ସ୍ତ୍ରୀଲୋକ ସହ ତାର ଗୋଟେ ପିଲା ସହ ରହି ଗଲୁ । ଦୁଇ ତିନି ଜଣ ଯୁବକ ମଧ୍ୟ ଥାନ୍ତି । ସେ ମାନଙ୍କର ଗତି ବିଧି ମୋତେ ଠିକ୍ ଠାକ୍ ଲାଗୁ ନଥିଲା । ରାତି ର ଅନ୍ଧାର ସହ ବର୍ଷା ର ପ୍ରକୋପ ବଢୁ ଥାଏ ତେଣୁ ଡର ବି ଲାଗୁ ଥାଏ । ମୁଁ ମନେ ମନେ କ୍ରିଷ୍ଣା ଙ୍କୁ ଡାକୁ ଥାଏ । ଠିକ୍ ସେତେବେଳେ ଗୋଟିଏ ଅଟୋ ଆସି ଆମ ଆଗରେ ଠିଆ ହେଲା ଓ ଆମେ ଦୁଇ ଜଣ ସ୍ତ୍ରୀ ଲୋକ ପିଲା ଙ୍କୁ ଧରି ସେଥିରେ ଚଢି ଗଲୁ । ଏତେ ଜୋର ରେ ବର୍ଷା ହେଉ ଥାଏ ଯେ ରାସ୍ତା ଉପରେ ଦେଢ ଫୁଟ ଉଚ୍ଚ ରେ ବର୍ଷା ପାଣି ଚାଲୁ ଥାଏ। ଆଖି ଝଲସା ବିଜୁଳି ସାଙ୍ଗ କୁ ଡାଳଭାଙ୍ଗା ପବନ ବହୁ ଥାଏ । ରାସ୍ତା ମଝିରେ ପାଣି ର ସୁଅ କୁ କାଟି ଆଗକୁ ଆଗକୁ ଅଟୋ ଗଡୁ ଥାଏ ।ମଝିରେ ମଝିରେ ଛାତିଥରା ଘଡଘଡି ସହ ବିଜୁଳି ଟା ଯେମିତି ଲାଗୁ ଥାଏ ଆମ ଅଟୋ ଉପରେ ଛିଣ୍ଡି ପଡିବ। କିନ୍ତୁ ମୋର ବିଶ୍ୱାସ ଥିଲା ଯେ ଆମ ଅଟୋ ର କିଛି ହେବନି । ଆମେ ଆସି ସେ ସ୍ତ୍ରୀ ଲୋକ ଘର ପାଖେ ପହଁଚିଲୁ । ସେ ପଚାରିଲେ ଭାଇ କେତେ ଦେବି ? ଔଟୋ ଵାଲା କହିଲେ ଯାହା ଇଚ୍ଛା ଦିଅନ୍ତୁ ଓ ସେ ସ୍ତ୍ରୀ ଲୋକ ଟଙ୍କା ଦେଇ ଚାଲି ଗଲେ ।
ଆମେ ଆଗକୁ ଚାଲିଲୁ । ମୁଁ ମନେ ମନେ ଭାବୁ ଥାଏ ଏ ଦୁଃସମୟ ରେ ଯିଏ ଆମକୁ ସୁରକ୍ଷିତ ଘରେ ପହଂଚାଇ ଦେଲା ତାର ମୂଲ୍ୟ କଣ ସତରେ ଆମେ ଦେଇ ପାରିବୁ । ମୋତେ ହୃଦୟ ରୁ ଅନୁଭବ ହେଉ ଥାଏ ସେ ଯେମିତି ମୋ କାହ୍ନା । ଆମକୁ ସାହାଯ୍ୟ କରିବା ପାଇଁ ହୁଏତ ତାଙ୍କର ଏ ଅବତାର । ଅଟୋ ହେଉ କି ରଥ ତାଙ୍କ ଠୁ ବଡ ସାରଥୀ ଆଉ କିଏ ଅଛି ଏ ସଂସାର ରେ । ନୋହିଲେ କଣ ଆଉ କିଏ ଆସି ଆମ କୁ ସାହଯ୍ୟ କରିବେ , ଆପଣ ଭାବନ୍ତୁ ?
