ନିଦା ଵିଷ୍ଣୁ
ନିଦା ଵିଷ୍ଣୁ
ରାତି ପ୍ରାୟ ଏଗାର ଟପିଲାଣି । ହୋଇହୋ,ଶୁଭୁଛି । ଶୋଇ ଗଲାଣି କି ବବୁଲୁ ।ଏମିତି କହୁ କହୁ ଶୋଇବା ଘର କୁ ପଶି ଆସିଲା ସୁରଭି ।ହାତ ରେ ପାଣି ବୋତଲ ଧରି ।ବୋତଲ ଦୁଇଟି ବେଡ଼ କୁ ଲାଗି ଥିବା ଟେବୁଲ ଉପରେ ରଖିଲା । ସ୍ୱାମୀ ସଂଜୟ ମୋବାଇଲ ରେ ବ୍ୟସ୍ତ।ପାଖରେ ଶୋଇଛି ଚାରି ବର୍ଷ ର ପୁଅ ବବୁଲୁ।ବ୍ୟସ୍ତତା ଭିତରେ ବି ସୁରଭି କୁ ଉତ୍ତର ଦେଲେ" ହଁ " ।ସୁରଭି ଏବେ ଡ୍ରେସିଂ ଟେବଲ ପାଖରେ ବସି କେଶ ବିନ୍ୟାସ କରୁ କରୁ କହିଲା ,ଦିନ ରାତି ସେ ମୋବାଇଲ ରେ ଲାଗି ରହୁଛ । ଘରେ କଣ ଘଟୁଛି ,ନଘଟୁଛି କିଛି ଜାଣୁଛ କି ନାଇ। ଆଜି ବବୁଲୁ କୁ ଟିକେ ରାଗିଲି ବୋଲି ବାପା ବୋଉ ମୋ ଉପରେ ବହୁତ ଗାରୁଗାରୁ ହେଲେ।ପିଲା ମାନଙ୍କୁ ଆକଟ କରିବା କଣ ମା ର ଧର୍ମ ନୁହେଁ । ଦୁଷ୍ଟାମୀ କଲେ ପିଲା ଙ୍କୁ ଆକଟ ନକଲେ ବଡ ହେଲେ ଭଲ ମଣିଷ ହେବେ କେମିତି ? ସଂଜୟ ଉତ୍ତର ଦେଲେ " ହଁ"।ଏବେ ସୁରଭି ରାତ୍ର ରୂପଚଯ୍ୟା ସମାପ୍ତ କରି ସଂଜୟ ଙ୍କୁ ପାଖରେ ବେଡ଼ ରେ ଆସି ବସିଲା।ଟିକେ କୋମଳ ସ୍ୱର ରେ କହିଲା ,ଜାଣିଛ ଆଜି ବିନି ଆସିଥିଲା ,ଆମ ପଡୋଶୀ ଶର୍ମା ବାବୁ ଙ୍କ ପତ୍ନୀ।ତା ସ୍ବାମୀ ତାକୁ ବିବାହ ବାର୍ଷିକୀ ରେ ଯୋଉ ଜୁଏଲାରୀ ସେଟ ଟି ଉପହାର ଦେଇଛନ୍ତି ତାକୁ ମୋତେ ଦେଖାଇବାକୁ ଆସିଥିଲା।ଆଉ କହୁଥିଲା ସେମାନେ ଏ ମାସ କାଶ୍ମୀର ଯିବେ ଟୁର ରେ। ଶର୍ମା ବାବୁ କେତେ ଭଲ ଲୋକ ଦେଖ ତାଙ୍କ ସ୍ତ୍ରୀ କୁ କେତେ ଖୁସି ରେ ରଖୁଛନ୍ତି ।ହେଲେ ତୁମେ ବିବାହ ର ଛଅ ବର୍ଷ ଭିତରେ ଥରେ ଯାହା ପୁରୀ ନେଇ ଯାଇ ଥିଲ
। ବାପ ଘର କୁ ଦିନେ ଦୁଇ ଦିନ ପାଇଁ ଯିବା ଛଡା ମୁଁ ଆଉ କୁଆଡେ ଯାଇ ନାହିଁ । ସୁରଭି ଗପି ଚାଲି ଥାଏ,ଖାଲି ଘର କାମ ସକାଳ ରୁ ରାତି ପର୍ଯ୍ୟନ୍ତ।ଶାଶୁ ଶଶୁର ନଣନ୍ଦ ଦିଅର ଙ୍କ ଦାଇତ୍ୱ ପୁଣି ବବୁଲୁ ର ଦୁଷ୍ଟାମୀ ମୁଁ ପାଗଳ ହୋଇଯିବି ଲାଗିଲାଣି ।ଏମିତି ଖଟି ଖଟି ଶେଷରେ ଦିନେ ମୋ ଜୀବନ ଚାଲି ଯିବ ଲାଗୁଛି। ମାତ୍ର ସଂଜୟ ମୋବାଇଲ ରେ ବ୍ୟସ୍ତ,ସେତେ ଯେମିତି ତାଙ୍କର ଏ ସବୁ ଶୁଣି ବାକୁ ନା ଇଛା ଅଛି ନା ଉତ୍ତର ଦେବାକୁ ଆଗ୍ରହ ।ସଂଜୟ ଉତ୍ତର ଦେଲେ" ହଁ" । ଏତିକି ଶୁଣିବାକୁ ବାକି ଥିଲା ।ତୁମକୁ ଏ ସବୁ କହିବା ମୋରି ଭୁଲ ।ତୁମେ ତ ଗୋଟେ ନିଦା ଵିଷ୍ଣୁ ।ପଥରେ ଦେହ ରେ ମୁଣ୍ଡ ବାଡେଇଲେ ମୁଣ୍ଡ ଫାଟି ରକ୍ତ ବାହାରିବ ସିନା କିଛି ଲାଭ ହେବନି ।ଏତିକି କହି ଶୋଇ ପଡ଼ିଲା ସୁରଭି ।
ପର ଦିନ ସକାଳ ସମୟ ନଅ ଟା ପାଖାପାଖି । ସୁରଭି ଗାଧୋଇବା ପାଇଁ ଯାଇଛି ।ବବୁଲୁ ସ୍କୁଲ ଯାଇଛି ।ସଂଜୟ ର ସାନ ଭାଇ କଲେଜ ଯିବା କୁ ରେଡି ହେଉଛି ।ବାପା ଜଳଖିଆ ସାରି ଡ୍ରଇଙ୍ଗ ରୁମ ରେ ।ତାର ମା ତାଙ୍କ ପାଖେ ବସି ପାନ ଭାଙ୍ଗି ଦେଉଛନ୍ତି । ସଂଜୟ ମଧ୍ୟ ସେଠାକୁ ଖବର କାଗଜ ଧରି ଆସିଲା ଓ ତାଙ୍କ ପାଖରେ ବସି ଖବରକାଗଜ ଉପରେ ଆଖି ବୁଲାଇ ଆଣୁ ଆଣୁ ତାର ମା କହିଲେ ,ଆରେ ବାପା ସଂଜୁ ତୋ ସ୍ତ୍ରୀ କୁ ଟିକେ ଆୟତ୍ତ ରେ ରଖିବାକୁ ଚେଷ୍ଟା କର।ସେ ଦିନ କୁ ଦିନ ଉଦ୍ଧତ ହେବାକୁ ଲାଗିଲାଣି ।ଗୁରୁଜନ ଙ୍କୁ ଖାତିର ନାହିଁ।କାଲି ପିଲା ଟାକୁ ଯେମିତି ମାରିଲା ,ମୁଁ କହିବାରୁ ମୋତେ ଉତ୍ତର ଦେଉଛି।ଆମେ କଣ ମା ହେଇନୁ ନା ପିଲା ଜନ୍ମ କରି ବଡ କରିନୁ।ତୁ ମା ହେଲୁ ବୋଲି କଣ ଏମିତି ମାରିବୁ।ପିଲା ର କିଛି ହୋଇ ଗଲେ କଣ ତା ବୋପା ଆସି ଟଙ୍କା ଖର୍ଚ୍ଚ କରିବ । ସଂଜୟ ଉତ୍ତର ଦେଲେ" ହଁ" ।ଠିକ ସେ ସମୟରେ ସଂଜୟ ର ଭଉଣୀ ସବିତା ସେଠାକୁ ଆସିଲା ।ହଁ ଭାଇ ତୁ ଭାଉଜ ଙ୍କୁ ବେଶି ମୁହଁ ଦେଉଛୁ ସେପାଇଁ ସେ ଦିନ କୁ ଦିନ କାହା କୁ ଖାତିରି କରୁ ନାହାନ୍ତି ।ସଂଜୟ ପୁଣି ଉତ୍ତର ଦେଲେ "ହଁ "।ପୁଣି ତା ମା କହିଲେ ଯୋଉତ ଧନ ଆଣିଥିଲା ବୋପା ଘରୁ ,ଆମେ ଆଉ କୋଉଠି ବାହାଘର କରିଥିଲେ ବହୁତ ଯାନୀ ଯୌତୁକ ମିଳି ଥାନ୍ତା । ସଂଜୟ ଅନ୍ୟମନସ୍କ ଭାବେ ପୁଣି ଉତ୍ତର ଦେଲେ " ହଁ"।ଏ କଥା ଶୁଣି ତାର ମା କହିଲେ ତୋତେ କହି କିଛି ଲାଭ ନାହିଁ ,ସେ ସେମିତି ଶୁଣିବ ହେଲେ କିଛି କରିପାରିବନି ।ଆରେ ସେତ ନିଦା ଵିଷ୍ଣୁ ଟା ।ସେତିକିବେଳେ ସଂଜୟ ର ସାଙ୍ଗ ସୁଭ ସେଠାରେ ଆସି ପହଁଚିଲା । ଆରେ ସଂଜୟ ତୋତେ କ୍ଳବ ରେ ସବୁ ଅପେକ୍ଷା କରିଛନ୍ତି ।ଆସେ ମୋ ସହ ଯିବା ।ହୋଉ ଚାଲ କହି ସଂଜୟ ଓ ସୁଭ କ୍ଳବ ଅଭିମୁଖେ ଚାଲିଲେ ।
ବାଟ ରେ ଯାଉ ଯାଉ ସୁଭ ପଚାରିଲା ଆରେ ତୋତେ ମାଉସୀ କଣ ପାଇଁ ନିଦା ଵିଷ୍ଣୁ କହୁଥିଲେ ରେ ।ତୁ କଣ କଲୁ କିରେ ? ଉତ୍ତର ଦେବାକୁ ଯାଇ ସଂଜୟ କହିଲା ନା ରେ ମୁଁ କିଛି କରୁନି ବୋଲି ମୋତେ ଘରେ ସବୁ ସେମିତି କହନ୍ତି ।କାରଣ ସୁରଭି ବିରୁଦ୍ଧରେ ଘର ଲୋକ ଆଉ ଘରଲୋକ ଙ୍କ ବିରୁଦ୍ଧରେ ସୁରଭି ବିଭିନ୍ନ ଅଭିଯୋଗ ଆଣନ୍ତି ।କିନ୍ତୁ ମୁଁ ସେମାନଙ୍କ ର ପରସ୍ପର ବିରୋଧୀ ଅଭିଯୋଗ କୁ ଶୁଣି ନଶୁଣିଲା ପରି ରହେ । କାରଣ ମୁଁ ଜାଣେ ମୋ ପରିବାର ର ସଦସ୍ୟ ଙ୍କ ଭିତରେ ଭଲ ପାଇବା ଅଛି ।ହେଲେ ସେମାନେ ପରସ୍ପର କୁ ଜାହିର କରି ପାରନ୍ତି ନାହିଁ ।ତା ଛଡା ସ୍ତ୍ରୀ କଥା ରେ ପରିଚାଳିତ ହେବା ବା ବାପା ମା ଙ୍କ କଥା ମାନି ସ୍ତ୍ରୀ ଉପରେ ଅତ୍ୟାଚାର କରିବା ଠିକ ନୁହେଁ।ସ୍ତ୍ରୀ ର ସବୁ ଅବାଞ୍ଛିତ ଇଚ୍ଛା ପୂରଣ କରିବା ମୋ କ୍ଷମତା ବାହାରେ ।ମୋର ଯେତିକି ରୋଜଗାର ତା ଭିତରେ ପରିବାର ର ସମସ୍ତ ଦାଇତ୍ୱ ତୁଲାଇବାକୁ ପଡେ।ସାନ ଭଉଣୀ ବାହା ହେବ ।ଭାଇ ବି ଚାକିରୀ କରିନି ।ବହୁତ ଖର୍ଚ୍ଚ ଅଛି ଆଗକୁ ।ତା ପାଇଁ ମୋତେ କିଛି ସଞ୍ଚୟ କରିବାକୁ ପଡୁଛି । ମୁଁ ଜାଣେ ସ୍ତ୍ରୀ ପ୍ରତି ମୋର କର୍ତ୍ତବ୍ୟ ରେ ଟିକେ ଅବହେଳା ହେଉଛି କିନ୍ତୁ କଣ କରିବି ସୀମିତ ସମ୍ବଳ ଆସିମିତ ଇଚ୍ଛା ।ସବୁ କଥା କୁ ନିରପେକ୍ଷ ଭାବେ ବିଚାର କୁ ନେଇ ଯାହା ଠିକ ଭାବେ କରେ ।ବାପା ମା ଙ୍କର ସବୁ କଥା କୁ ସମର୍ଥନ କଲେ ସ୍ତ୍ରୀ କୁ କଷ୍ଟ ହେବ ସ୍ତ୍ରୀ ର ସବୁ କଥା କୁ ସମର୍ଥନ କଲେ ବାପା ମା ଙ୍କୁ କଷ୍ଟ ହେବ ।ତେଣୁ ସମସ୍ତଙ୍କ କଥା ଶୁଣି ଚୁପ ରହି ଯିବା ଭଲ ।ସ୍ତ୍ରୀ କୁ ମାଡ ମାରି ନିଜର ସ୍ୱାମୀ ପଣିଆ ଓ ପୁରୁଷତ୍ୱ କୁ ଜାହିର କରିବାକୁ ଚାହେଁନା ।କିମ୍ବା ଭଲ ସ୍ୱାମୀ ହୋଇ ବାପା ମା ଓ ପରିବାର ର ଦାଇତ୍ୱ ଠୁ ଦୁରେଇ ନିଜ ସୁଖ ଖୋଜିବାକୁ ମୁଁ ପସନ୍ଦ କରେନା ।ତେଣୁ ନିଦା ଵିଷ୍ଣୁ ସାଜି ନିଜ ପରିବାର କୁ ଭାଙ୍ଗି ବାରୁ ରକ୍ଷା କରି ପାରିବି ବୋଲି ମୋର ଆଶା ।ଏ କଥା ଶୁଣି ସଂଜୟ କହିଲା ସାଙ୍ଗ ତୁ ସତରେ ମହାନ ।ମୁଁ ଏତେ କଥା ଜାଣି ନଥିଲିରେ ।ମୁଁ ମୋ ବାପା ବୋଉ କଥା ଶୁଣି ବହୁତ ଥର ସ୍ତ୍ରୀ କୁ ମାରିଚି । ତୋ କଥା ଶୁଣିଲା ପରେ ମୋର ହୃଦବୋଧ ହେଉଛି କି ମୁଁ ବହୁତ ଭୁଲ କରିଛି । ମୁଁ ବି ଆଜିଠୁ ତୋ ପରି ନିଦା ଵିଷ୍ଣୁ ହେବାକୁ ଚେଷ୍ଟା କରିବି ।
ଆମେ ମାନେ ସମସ୍ତେ ଗୋଟେ ସ୍ତ୍ରୀ କୁ ଗୃହଲକ୍ଷ୍ମୀ ହେବା ପାଇଁ ଆଶା ରଖି ଥାଉ ।ଛୋଟ ବେଳ ରୁ ବାପ ଘରେ ଝିଅ କୁ ସହନଶୀଳ ହେବାକୁ ସମସ୍ତେ କହି ଥାନ୍ତି । ବୋହୁ ଟିଏ ଆସିଲେ ଘର ଭାଙ୍ଗି ଦିଏ କୁହାଯାଏ ।ବାସ୍ତବରେ କଣ ବୋହୁ ଟି ପାଇଁ ଘର ଭାଙ୍ଗେ ।ହଁ ସ୍ତ୍ରୀ ଘର ର ଲକ୍ଷ୍ମୀ ହୋଇ ଥାଏ ,ଯଦି ତା ସହିତ ପୁରୁଷ ବି ସହନଶୀଳ ହୋଇ ଯିବେ ତେବେ କେମିତି ହେବ ।ପ୍ରତ୍ୟେକ କଥା ରେ ସ୍ତ୍ରୀ ଠିକ ହୋଇ ନଥାଏ କି ବାପା ମା ।ମୋ ମତ ରେ ଗୋଟେ ପୁରୁଷ କୁ ପରିବାର ଭିତରେ ସମନ୍ୱୟ ରକ୍ଷା ର ଦାଇତ୍ୱ ରେ ଭାଗିଦାର ହେବା ଦରକାର ।କାରଣ ସ୍ତ୍ରୀ ଟି ଅନ୍ୟ ଏକ ପରିବାର ରୁ ଆସି ଥାଏ।
ତେଣୁ ସୁଖୀ ପରିବାର ପାଇଁ ପୁରୁଷ ମାନଙ୍କୁ ନିଦା ଵିଷ୍ଣୁ ହେବାକୁ ପଡିବ ।ପରିବାର ସୁଖୀ ହେଲେ ସୁସ୍ଥ ସମାଜ ଟିଏ ଗଠନ ହୋଇ ପାରିବ ଯୋଉ ସମାଜ ରେ ନା ବୃଦ୍ଧାଶ୍ରମ ର ଆବଶ୍ୟକତା ହେବ ନା ଛାଡପତ୍ର ର ।
