STORYMIRROR

sasmita tripathy

Comedy Drama Inspirational

4  

sasmita tripathy

Comedy Drama Inspirational

ଲଘୁ ଶଙ୍କା

ଲଘୁ ଶଙ୍କା

4 mins
438

    ହରିଦାସ ପୁର ଗ୍ରାମ ରେ ଜଣେ ବଡ ପଣ୍ଡିତ ରହୁଥିଲେ । ନାମ ତାଙ୍କର କୃପାସିନ୍ଧୁ ଆଚାର୍ଯ୍ୟ । ରୂପ ,ଗୁଣ ,ବିଦ୍ୟା ,ବୁଦ୍ଧି ସବୁ ଥିରେ ସେ ଗୋପାଳ ଭାଣ୍ଡ ଙ୍କ ଦ୍ଵିତୀୟ ଅବତାର ପରି ମନେ ହୁଅନ୍ତି । ଜଜମାନଙ୍କ କଲ୍ୟାଣ କରିବା ଆଗରୁ ପ୍ରଥମେ ନିଜ ପେଟ ଓ ପରିବାର କଲ୍ୟାଣ ବିଷୟରେ ସେ ଅଧିକ ଭାବନ୍ତି । ଖାଦ୍ୟ ପେୟରେ ମଧ୍ୟ ସେ କିଛି ବାରଣ କରିବା ଲୋକ ନୁହଁନ୍ତି । " " ଯେ ସ୍ଥାନେ ଯେମନ୍ତ ମିଳଇ , ତାହା ମୁଁ ଆଦରେ ଗିଳଇ " ସେ ଏହା କୁ ଜୀଵନ ଆଦର୍ଶ ଭାବି ଚଳନ୍ତି । ଚା ଉପରେ କଫି ,କଫି ଉପରେ ଲସ୍ସୀ ,ଲସ୍ସୀ ଉପରେ କୋଲ୍ଡ଼ ଡ୍ରିଂକ୍ସ ଇତ୍ୟାଦି ଇତ୍ୟାଦି ଯାହା ମିଳିଲେ ସେ ଛାଡନ୍ତି ନାହିଁ । ପେଟ ନୁହେଁତ ସତେ ଯେମିତି ଗୋଟେ ବଡ ପେଟରା । ଆଖ ପାଖ ଅଞ୍ଚଳରେ ନନା ଙ୍କୁ କିଏ ବା ନଜାଣେ ?? ସେ ତାଙ୍କ ଚତୁରତା ପାଇଁ ହେଉ ବା ଖାଦ୍ୟ ପେୟ ପାଇଁ । ପେଟ ଯେତିକି ବଡ ମୁଣ୍ଡ ବି ସେମିତି ପ୍ରଖର ଓ ବୁଦ୍ଧି ତୀକ୍ଷଣ । ଘରେ ବୁଢା ବୁଢ଼ୀ ଦୁଇ ପ୍ରାଣୀ ।ଗୋଟିଏ ବୋଲି ଝିଅ , ବାହା ହୋଇ ଶାଶୁ ଘର କୁ ଚାଲି ଯାଇଛି । ତେଣୁ ପଣ୍ଡିତ ମହାଶୟ ୟଜମାନ ଙ୍କ ଘରେ ଯାହା ମିଳେ କିଛି ଖାଇ ବାକି ପତ୍ନୀ ପାଇଁ ନେଇ ଆସନ୍ତି । ପତ୍ନୀ ଙ୍କର ଗୋଟିଏ ଭାଇ ଥିଲା , ଚକ୍ରଧର ଶର୍ମା ନାମରେ । ସେ ବି ପୂଜା ପାଠ କରନ୍ତି । କିନ୍ତୁ ନିଜ ଭିଣୋଇ ଙ୍କ ପରି ଏତେ ପାଠ ଶାଠ ଜାଣି ନଥାନ୍ତି । କି ତାଙ୍କର ଏତେ ପ୍ରଖର ବୁଦ୍ଧି ମଧ୍ୟ ନଥାଏ । ତାଙ୍କୁ ଯେବେ କିଛି ବଡ କାମ ମିଳେ ସେ କୃପାସିନ୍ଧୁ ଙ୍କ ସାହାଯ୍ୟ ନିଅନ୍ତି । କୃପାସିନ୍ଧୁ ମଧ୍ୟ ଛାଡିବା ଲୋକ ନୁହେଁ ଶଳା ହେଲେ ବି ନିଜ ପ୍ରାପ୍ୟ ନିଅନ୍ତି ତାଙ୍କ ଠାରୁ । ସେ ବି ବାଧ୍ୟ କାରଣ ବଡ ବଡ ପୂଜା ପାଠ ତାଙ୍କ ଦେଇ ହେବ ନାହିଁ ।  


      ଏମିତି ଦିନ କର ଘଟଣା । ଥରେ ଚକ୍ରଧର ପଣ୍ଡିତେ ଙ୍କର ଗୋଟେ ଝିଅ ବାହାଘର ପାଇଁ ନିମନ୍ତ୍ରଣ ଆସିଲା । କିନ୍ତୁ ବାହାଘର ପୂଜା ବିଧି ତାଙ୍କୁ ସମ୍ପୂର୍ଣ୍ଣ ଜଣା ନାହିଁ । କିଞ୍ଚିତ୍ କିଞ୍ଚିତ୍ ଜଣା ପୁଣି ବର ପକ୍ଷ ର ପଣ୍ଡିତ ବି ଆସି ଥିବେ ତାଙ୍କ ଆଗରେ ଚକ୍ରଧର ପଣ୍ଡିତେ ଙ୍କର ପାଟି ଖନୀ ମାରି ଯିବ । ମନ୍ତ୍ର ବାହାରିବା ମୁସ୍କିଲ । ତେଣୁ ସେ ଭିଣୋଇ କୃପାସିନ୍ଧୁ ଙ୍କୁ ଜଣାଇଲେ । ତାଙ୍କର ସେଦିନ କିଛି କାମ ନଥିବାରୁ କୃପାସିନ୍ଧୁ ରାଜି ହେଲେ ତାଙ୍କ ସହ ଵିଵାହ କରି ବାକୁ ଯିବେ ବୋଲି । ବିବାହ ଦିନ ଆସିଲା । କନ୍ୟା ଘର ତାଙ୍କ ଘର ଠୁ ବହୁତ ଦୂର । ରାତି ବାହାଘର । ତେଣୁ ଶଳା ଓ ଭିଣୋଇ ସାନ୍ଧ୍ୟ ପୂର୍ବରୁ କନ୍ୟା ଘରେ ପହଞ୍ଚିଗଲେ । କନ୍ୟା ଘର ଲୋକ ଦୁଇ ପଣ୍ଡିତେ ଙ୍କୁ ଗୋଡ଼ ଧୋଇ ଆଦରପୂର୍ବକ ଘରେ ବସାଇଲେ । ଚା ,ଜଳଯୋଗ ଆଦି ସରିଲା ପରେ ଦୁଇ ଜଣ ମିଶି କନ୍ୟା ଘରର ସମସ୍ତ ପୂଜା ବିଧି କର୍ମ ରେ ଲାଗି ପଡିଲେ । ମାତୃ ପିତୃ କୂଳ କୁ ଶ୍ରାଦ୍ଧ ପିଣ୍ଡ ଆଦି କନ୍ୟା ପ୍ରଦାନ କଲା ପରେ ସମସ୍ତ ବିଧି ସମାପ୍ତ ହେଲା । ଏବେ ଅପେକ୍ଷା ରହିଲା ବର ପକ୍ଷ ଙ୍କର ଆଗମନ କୁ । ତେଣୁ କନ୍ୟା ପିତା ଦୁଇ ପଣ୍ଡିତେ ଙ୍କ ପାଇଁ ରାତ୍ରି ଭୋଜନ ର ବ୍ୟବସ୍ଥା କଲେ । ଦୁଇ ପଣ୍ଡିତେ ଭୁରି ଭୋଜନ କରି ବର ପକ୍ଷ ଆସିବା ପର୍ଯ୍ୟନ୍ତ ବିଶ୍ରାମ ନେଲେ । ପୁଣି ରାତି ସାରା ଅନିଦ୍ରା ହେବାକୁ ପଡିବ । ଦୁଇ ପଣ୍ଡିତେ ଙ୍କ ପାଇଁ ଗୃହ କର୍ତ୍ତା ଗୋଟେ ପଲଙ୍କ ରେ ଶୋଇବା ର ବନ୍ଦୋବସ୍ତ କରି ଦେଲେ ଓ ସେମାନେ ଶୋଇ ପଡିଲେ । 


        ଏମିତି ରେ ଦୁଇ ଘଣ୍ଟା ଅତିବାହିତ ହୋଇଗଲା । ବର ଓ ବରଯାତ୍ରୀ ବୋଧେ କନ୍ୟା ଘର ନିକଟବର୍ତ୍ତୀ ହେଲେଣି । ଗୋଟେ ବାଣ ଫୁଟି ବାର ଶବ୍ଦରେ କୃପାସିନ୍ଧୁ ଙ୍କର ଆଖି ଖୋଲି ଗଲା । ସେ ଉଠି ପଡିଲେ ଓ ମୁହଁ ଧୋଇ ପଲଙ୍କ ପାଖରେ ପଡି ଥିବା ଚୌକି ରେ ଆସି ବସିଲେ । ଦେଖିଲେ ଚକ୍ରଧର ଗଭୀର ନିଦରେ ଶୋଇଛନ୍ତି । ତାଙ୍କୁ ଉଠେଇବାକୁ ଭାବି ପାଖକୁ ଯାଇ ଦେଖିଲେ ତାଙ୍କ ଧୋତି ଓଦା ହୋଇ ଯାଇଛି ଓ ଗନ୍ଧ ବି ବାହାରୁଚି । ତେଣୁ ସେ ବୁଝିଗଲେ କି ଚକ୍ରଧର ଧୋତି ରେ ପରିସ୍ରା କରି ଦେଇଛି କାରଣ ତାର ଶଯ୍ୟା ମୂତ୍ର ରୋଗ ଥିଲା । ତେଣୁ ସେଠାକୁ କେହି ଆସିବା ଆଗରୁ ସେ ଚକ୍ରଧର କୁ ଉଠାଇ ବାକୁ ଚେଷ୍ଟା କଲେ । ମାତ୍ର ସେ ଉଠୁ ନଥାଏ । ସେହି ସମୟରେ କନ୍ୟା ପିତା ତାଙ୍କ ଆଡକୁ ଆସିବାର ଦେଖି କୃପାସିନ୍ଧୁ ଚୌକି ରେ ବସି ପଡିଲେ ଓ କୌଶଳ କରି ପାଖରେ ଥିବା ପାଣି କୁମ୍ଭ ଟିକୁ ଗଡେଇ ଦେଲେ ଚକ୍ରଧର ଆଡକୁ । ଫଳରେ ପାଣି ବାଜି ଚକ୍ରଧର ଙ୍କର ନିଦ ଭାଙ୍ଗିଗଲା । ସେ ଉଠି ବସିଲେ ଓ କଣ ହେଲା ବୋଲି ଚକ୍ରଧର ପଚାରିଲେ ?? କନ୍ୟା ପିତା ପାଖାପାଖି ହୋଇଯାଇ ଥିବାରୁ ସେ ବୁଝି ନପାରିବା ପାଇଁ କୃପାସିନ୍ଧୁ ଙ୍କୁ କହିଲେ , " ଭଵାନ୍ ତତ୍ର ଲଘୁଶଙ୍କା କୃତବାନ୍ । ଅତଃ ଅହଂ ତତ୍ର ଜଳନ୍ ମାର୍ଜାନ୍ କୄତଵତିଃ " । କନ୍ୟା ପିତା ବର ପକ୍ଷ ଆସିବ ଖବର ଦେଇ ପ୍ରସ୍ତାନ କଲେ । ଚକ୍ରଧର ମଧ୍ୟ ଠିକ ସେ କିଛି ବୁଝି ପାରିଲେ ନାହିଁ । ମାତ୍ର କପଡା ଓଦା ହୋଇ ଥିବାରୁ ବଦଳାଇ ଆସିଲେ । ବର ପକ୍ଷ ପହଁଚିଲେ ଓ ବିବାହ କାର୍ଯ୍ୟ ସମାପ୍ତ କରି ସକାଳୁ ଦୁଇ ପଣ୍ଡିତେ ଫେରିଲେ । ବାଟ ରେ ଚକ୍ରଧର କୁ କୃପାସିନ୍ଧୁ ସବୁ କଥା କହିଲେ । ସେ କୃପାସିନ୍ଧୁ ଙ୍କୁ ଧନ୍ୟବାଦ ଦେଲେ କି ତାଙ୍କୁ ସମସ୍ତଙ୍କ ଆଗରେ ଅପମାନିତ ହେବାରୁ ସେ ରକ୍ଷା କଲେ । ତେଣୁ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ସବୁବେଳେ ପରିସ୍ଥିତି କୁ ନିଜ ସପକ୍ଷରେ କରି ପାରିଲେ ଆମେ ଜୀଵନ ରେ ସଫଳ ହୋଇ ପାରିବା ବୋଲି ମୁଁ ଭାବେ । ମୋ ଗପଟି ସରିଲା ଫୁଲ ଗଛ ଟି ମରିଲା । 

               


Rate this content
Log in

Similar oriya story from Comedy