STORYMIRROR

sasmita tripathy

Children Stories Tragedy Crime

3  

sasmita tripathy

Children Stories Tragedy Crime

ଭ୍ରାତୃତ୍ୱ

ଭ୍ରାତୃତ୍ୱ

3 mins
120


ଭ୍ରାତୃତ୍ୱ ଏବେ ଗୋଟେ ଶବ୍ଦକୋଷର ଶବ୍ଦ ମାତ୍ର।ଏ ସ୍ୱାର୍ଥପର ସମାଜରେ ତାର ଦୂର ଦୂର ପର୍ଯ୍ୟନ୍ତ କୌଣସି ସ୍ଥାନ ନାହିଁ।ଦିନ ଥିଲା କେବେ ଆମ ଭାରତ ବିଶ୍ୱଭ୍ରାତୃତ୍ୱର ପରାକାଷ୍ଠା ସମଗ୍ର ବିଶ୍ୱବାସୀଙ୍କ ମନରେ ଜାଗରଣ କରିଥିଲା ।କିନ୍ତୁ ଏବେ ସ୍ୱାର୍ଥ ପାଇଁ ଭାଇ ଭାଇକୁ ମାରିବାକୁ ମଧ୍ୟ ପଛାଉ ନାହିଁ। ମଣିଷ ଭିତରେ ପଶୁତ୍ୱ ଓ ପଶୁଙ୍କ ଭିତରେ ମଣିଷର ଗୁଣ ଏବେ ଦେଖିବାକୁ ମିଳୁଛି ।ମଣିଷ ଯେତେବେଳେ କ୍ଷଣିକ ସୁଖ ପାଇଁ ପଶୁ ପାଲଟି ଯାଉଛି, ସେତେବେଳେ ପଶୁଙ୍କ ପାଖରେ ମଣିଷତ୍ୱର ଉଦୟ ହେଉଛି । ହିନ୍ଦୁ, ମୁସଲିମ୍, ଧନୀ, ଗରିବ, ଉଚ୍ଚ, ନୀଚ କରି ସମାଜକୁ ଭାଗ ଭାଗ କରି ଦିଆ ଯାଉଛି । ନିଜ ନିଜ ଭିତରେ ଲଢ଼ିବା ପାଇଁ ଯେମିତି ଆଜିର ମଣିଷ ମାନେ ଯେମିତି ସମୟ ଓ ସୁଯୋଗ ଖୋଜି ବୁଲୁଛନ୍ତି । ଆଜି ଏ ଦେଵ ଭୂମି ଦାନବମାନଙ୍କର କର୍ମଭୂମି ପରି ପ୍ରତୀୟମାନ ହେଉଛି । ମଣିଷ ମାନଙ୍କୁ ଶିଖିବା ଉଚିତ ପଶୁପକ୍ଷୀ ଓ ପ୍ରକୃତି ଠାରୁ ପ୍ରେମର ରଙ୍ଗ କେତେ ଗାଢ଼ ବୋଲି । ସେମାନଙ୍କ ପ୍ରେମ ନିଃସ୍ୱାର୍ଥ ଭଲ ପାଇବା ଆଗରେ ମଣିଷର ରକ୍ତ ସମ୍ପର୍କ କେଜାଣି କାହିଁକି ବେଳେ ବେଳେ ଫିକା ଲାଗେ । 

   ଗୋପାଳ ବାବୁ ଜଣେ ମହାବିଦ୍ୟାଳୟର ଅଧ୍ୟାପକ।ଜନ୍ମ ଗ୍ରାମାଞ୍ଚଳରେ । ଶିକ୍ଷା ସମାପ୍ତ ପରେ ଜୀବିକାର୍ଯନ ପାଇଁ ନିଜ ପତ୍ନୀ ପିଲାଙ୍କସହ ସହରରେ ରହନ୍ତି। ବାପା ମାଆଙ୍କୁ ନିଜ ସହ ରଖିବାକୁ ବହୁତ ଇଚ୍ଛା କିନ୍ତୁ ସେମାନେ ଭିଟାମାଟି ଛାଡି ସହରରେ ରହିବାକୁ ନାରାଜ। ତେଣୁ ତାଙ୍କୁ ମଝିରେ ମଝିରେ ଗାଁକୁ ଆସି ବାପା ମାଙ୍କ ହାନିଲାଭ ବୁଝି ବାକୁ ପଡେ।ଏମିତି ଥରେ ସେ ଗାଁକୁ ଆସି ଥାନ୍ତି ପନ୍ଦର ଦିନ ଛୁଟି ନେଇ।ଗାଁକୁ ଆସିଲେ ତାଙ୍କର ଆସ୍ଥାନ ଜମେ ଗାଁ ମୁଣ୍ଡରେ ଥିବା ତାଙ୍କ ବାଲ୍ୟବନ୍ଧୁ ପ୍ରଶାନ୍ତର ଚା ଜଳଖିଆ ଛୋଟ ଦୋକାନ ପାଖରେ । ପିଲା ବେଳେ ପ୍ରଶାନ୍ତ ପାଠରେ ଭଲ ନଥିଲା। ତେଣୁ ମାଟ୍ରିକ ଫେଲ୍ ହେବା ପରେ ଗାଁ ମୁଣ୍ଡରେ ଚା ଜଳଖିଆ ଦୋକାନ ଟେ କଲା । ସେବେଠାରୁ ତାର ଦୋକାନ ଚାଲିଛି ଓ ଗାଁ ମରଦଙ୍କର ଖଟି ବି ସେଠାରେ ଚାଲେ।ଗୋପାଳ ଓ ପ୍ରଶାନ୍ତ ଭଲ ବନ୍ଧୁ ଥିଲେ । ଗୋପାଳ ଭଲ ପଢୁ ଥିବାରୁ ପ୍ରଶାନ୍ତ ତାଙ୍କୁ ଭଲ ଖାତିର ମଧ୍ୟ କରେ। ଥରେ ଗୋଟେ ଝିଅକୁ ପ୍ରଶାନ୍ତ ମନେ ମନେ ପ୍ରେମ କରୁଥିଲା ।ଦିନେ ଗୋପାଳକୁ କହିଲାରେ ଗୋପାଳ ତୋର ଅକ୍ଷର ମୋ ଠାରୁ ସୁନ୍ଦର ଆଉ ତୁ ତ ମୋ ଠୁ ଭଲ ପଢୁ, ଟିକେ ସୁନ୍ଦର ଭାବରେ ମୋ ମନ କଥାରେ ପ୍ରେମ ପତ୍ରଟିଏ ଲେଖି ଦିଅନ୍ତୁନି ମୁଁ ସେ ଝିଅକୁ ଦିଅନ୍ତି ।ଗୋପାଳଙ୍କର ବା ଏଥିରେ କଣ ଅସୁବିଧା ହେବ, ତେଣୁ ସେ ରାଜି ହୋଇ ଲେଖି ଦେଲେ । ଚିଠି ଯାଇ ପହଞ୍ଚିଲା ଝିଅ ବାପା ହାତରେ ।ତାପରେ ସିଧା ଶ୍ରେଣୀ ଶିକ୍ଷକଙ୍କ ହାତରେ ।ତାପରେ ଲେଖକ ଓ ପ୍ରେରକ ଦୁଇ ଜଣଙ୍କୁ କିଏ ଆଉ ରକ୍ଷା କରିବ ।ସେ ଦିନ ପରଠୁ ପ୍ରଶାନ୍ତ ଆଜି ପର୍ଯ୍ୟନ୍ତ ଝିଅଙ୍କୁ ଅନାଇବାକୁ ସାହସ କରିନି।କିନ୍ତୁ ଗୋପାଳ ଓ ପ୍ରଶାନ୍ତଙ୍କର ବନ୍ଧୁତା ଏବେ ବି ସେମିତି ଅଛି ଗୋପାଳ ଗାଁକୁ ଆସିଲେ ସକାଳ ଓ ସଞ୍ଜ ସେଠାରେ କାଟନ୍ତି। ଏମିତି ଦିନେ ଗୋଟେ ଘଟଣା ଗୋପଳ ବାବୁଙ୍କ ମନରେ ପ୍ରଶ୍ନବାଚି ସୃଷ୍ଟି କଲା। ସେ ଦେଖିଲେ ତିନୋଟି କୁକୁର ସେ ଦୋକାନ ପାଖରେ ସବୁବେଳ ଶୋଉଛନ୍ତି ।ମାତ୍ର ପାଖରେ ଥିବା ରାସ୍ତାରେ ଯାଉଥିବା କୌଣସି ଗାଡି ପ୍ରତି ତାଙ୍କର ପ୍ରତିକ୍ରିୟା କିଛି ନାହିଁ । ମାତ୍ର ହଳଦିଆ ରଙ୍ଗର କାର୍ ଗଲାବେଳକୁ ସେମାନେ ରାସ୍ତାକୁ ଯାଇ ସେ କାରକୁ କିଛି ଦୂର ପର୍ଯ୍ୟନ୍ତ ଭୁକି ଭୁକି ଗୋଡାଉଛନ୍ତି ।ଏମିତି କଣ ପାଇଁ ହେଉଛି ବୋଲି ସେ ଜାଣି ବାକୁ ପ୍ରଶାନ୍ତକୁ ପଚାରିଲେ । ପ୍ରଶାନ୍ତ କହିଲା ,ଏ ସବୁ କୁକୁର ତିନି ବର୍ଷ ତଳେ ଜନ୍ମ ହୋଇଥିଲେ ମୋରି ଦୋକାନ ପାଖରେ। ସେମାନେ ଚାରି ଭାଇ ଥିଲେ ।ମୋରି ଦୋକାନ ପାଖରେ ଖାଉ ଥିଲେ ଓ ରହୁଥିଲେ ।ବର୍ଷେ ତଳେ ଗୋଟେ ହଳଦିଆ କାର୍ ଡ୍ରାଇଭରର ଭୁଲ ଯୋଗୁ କାରଟି ଦୋକାନ ଆଡକୁ ମାଡି ଆସିଲା । ତିନି ଜଣ ବଞ୍ଚି ଗଲେ ହେଲେ ଗୋଟେ ଭାଇ ତାଙ୍କର ମରି ଗଲା । ସେବେଠାରୁ ସେ 3 ଜଣ ରାସ୍ତାରେ ଯାଉ ଥିବା ପ୍ରତେକ ହଳଦିଆ କାର୍ ଦେଖିଲେ ଭୁକି ବାକୁ ଲାଗନ୍ତି ଓ ତାକୁ ଆକ୍ରମଣ କରିବା ପାଇଁ ତାପଛରେ ଗୋଡାନ୍ତି । ଏବେବି ସେମାନେ ତାଙ୍କ ଭାଇକୁ ଭୁଲି ନାହାନ୍ତି ଓ ପ୍ରତେକ ହଳଦିଆ କାର୍କୁ ତାଙ୍କ ଭାଇର ହତ୍ୟାକାରୀ ବୋଲି ଭାବୁଛନ୍ତି। ଏ ସବୁ ଶୁଣି ଗୋପଳ ମନେ ମନେ ପ୍ରଶ୍ନ କଲେ ସତରେ କଣ ଏ ମାନେ ଭ୍ରାତୃତ୍ୱରେ ବନ୍ଧା । ଭଗବାନ ସିନା ଏମାନଙ୍କୁ ବାକ୍ ଶକ୍ତି ଦେଇ ନାହାନ୍ତି ହେଲେ ସେମାନେ ନିଜର ଅନ୍ତରର ଆବେଗ, କ୍ଷୋଭ କଣ ପ୍ରକାଶ କରିପାରିବେନି ??


  କିନ୍ତୁ ଏ ମଣିଷ ସମାଜ ଧନ, ସମ୍ପତ୍ତି, ଟଙ୍କା, ପଇସା ପଛରେ ଗୋଡ଼ାଇ ଗୋଡ଼ାଇ ସବୁ ସମ୍ପର୍କକୁ ସମାଧି ଦେବାକୁ ପଛାଉ ନାହିଁ । ସମାଜର ଏ ଅବସ୍ଥା କେବେ ସୁଧୁରିବ, ଯେଉଁ ଦିନ ମଣିଷ ନିଜ ପାଇଁ ନୁହଁ ବରଂ ପର ପାଇଁ ବଞ୍ଚିବା ଶିଖି ଯିବ । ମୁଁ ଆଶାବାଦୀ ଆଉ ଆପଣ ମାନେ ????



Rate this content
Log in