sasmita tripathy

Abstract Romance Inspirational

4.3  

sasmita tripathy

Abstract Romance Inspirational

ସର୍ ପ୍ରାଇଜ୍

ସର୍ ପ୍ରାଇଜ୍

2 mins
169


ସମ୍ବିତ୍ ଜଣେ ବହୁତ ଭଲ ସନ୍ତାନ ଥିଲା । ତାର ପରିବାର ରେ ଗୋଟେ ସାନ ଭଉଣୀ ଓ ବାପା ମାଆ ଥିଲେ । ସମ୍ବିତ୍ କୁ ସମସ୍ତେ ଭଲ ପାଉଥିଲେ ଓ ସେ ମଧ୍ୟ ବାପା ମାଆ ଙ୍କୁ ସମ୍ମାନ ଦିଏ ଓ ଭଲ ପାଏ । ସେ ଟିକେ କମ୍ କଥା କୁହେ ଓ ନିଜର ଭାବନା କୁ ବ୍ୟକ୍ତ କରି ବାରେ ସଂକୋଚ କରେ । ହେଲେ ତାର ପିତାମାତା ତାର ଭାବନା କୁ ବୁଝି ଯାନ୍ତି ।  ସମ୍ବିତ୍ ର ଅଫିସ ରେ କାମ କରୁ ଥିବା ସୌମ୍ୟା ଯିଏ କି ସମ୍ବିତ୍ ର ସାନ ଭଉଣୀ ସ୍ୱପ୍ନା ର ସାଙ୍ଗ ଥିଲା , ତାର ଵ୍ୟଵହାର ଓ ସୌନ୍ଦର୍ଯ୍ୟରେ ସମ୍ବିତ୍ ବିମୁଗ୍ଧ ହୋଇ ମନେ ମନେ ଭଲ ପାଇ ବସି ଥିଲା । ହେଲେ ସୌମ୍ୟା ତାକୁ ଭଲ ପାଏ କି ନାହିଁ , ଯଦି ସେ ମନା କରି ଦେବ ଏ କଥା ଭାବି ସେ କେବେ ସୌମ୍ୟା କୁ କହି ନାହିଁ । ହେଲେ ସୌମ୍ୟା ସମ୍ବିତ୍ ର ମନ କଥା ବୁଝି ସାରି ଥିଲା ଓ ସେ ମଧ୍ୟ ସମ୍ବିତ୍ କୁ ମନେ ମନେ ଭଲ ପାଉଥିଲା । ତେଣୁ ସେ ଏ କଥା ସ୍ୱପ୍ନାକୁ କହିଲା । ଉଭୟ ପରିବାର ଏ କଥା ଶୁଣିଲା ପରେ ବିବାହ କରିବା ପାଇଁ ନିଷ୍ପତ୍ତି ନେଲେ ସୌମ୍ୟା ଓ ସମ୍ବିତ୍ ଙ୍କର । ସମ୍ବିତ୍ ର ମାଆ ଝିଅ କୁ ଦେଖି ଯିବା ପାଇଁ କହିଲେ ,ମାତ୍ର ସମ୍ବିତ୍ ମନା କଲା । ଫୋଟ ଦେଖିବାକୁ ମଧ୍ୟ ମନା କଲା କାରଣ ସେ ତା ପସନ୍ଦ ର ଝିଅ କୁ ବାହା ହୋଇ ପାରୁନି ତେବେ ଯେ କେହି ହେଲେ ବି ତାକୁ କଣ ଫରକ ପଡୁଛି । ତେଣୁ ସେ ତାର ମାଆ ଙ୍କ ପସନ୍ଦ ର ଝିଅ କୁ ବାହା ହେବ କହି ଝିଅ ଦେଖିଲା ନାହିଁ । ସମସ୍ତେ ତାକୁ surprise ଦେବେ ବୋଲି କିଛି ଜଣାଇଲେ ନାହିଁ । ବିବାହ ଦିନ ପାଖେଇ ଆସୁ ଥାଏ । ସମ୍ବିତ୍ କାହାକୁ କିଛି କହି ପାରୁ ନଥିଲା , ସମସ୍ତେ ତାକୁ ଦେଖି କାମ ବାହାନା ରେ ଅଣଦେଖା କରୁ ଥିଲେ ।  ଵିଵାହ ଦିନ ଆସିଲା । ସମ୍ବିତ୍ ବରଯାତ୍ରୀଙ୍କ ସହ କନ୍ୟା ଘର ପାଖରେ ପହଞ୍ଚିଲା ବର ବେଶ ରେ ସମ୍ବିତ୍ ର ଜୋରଦାର୍ ସ୍ୱାଗତ କରା ଗଲା । ହେଲେ ସମ୍ବିତ୍ ମନ ରେ ଏ ସବୁ କୁ ନେଇ ଖୁସି ନଥିଲା । କିଛି ସମୟ ପରେ ସୌମ୍ୟା ସାଙ୍ଗ ସାଥିଙ୍କ ମେଳରେ ମଣ୍ଡପ କୁ ଆସିଲା । ସମ୍ବିତ୍ ଯେବେ ସୌମ୍ୟା କୁ କନ୍ୟା ବେଶ ରେ ଦେଖିଲା , ସେ surprise ହୋଇ ଗଲା ଓ ତାର ଖୁସି ମୁଖ ମଣ୍ଡଳରେ ବେଶ ଝଲସୁ ଥିଲା । ତାକୁ ଦେଖି ସମସ୍ତେ ହସି ଉଠିଲେ ଓ କହିଲେ surprise କେମିତି ଲାଗିଲା ସମ୍ବିତ୍ । ସମ୍ବିତ୍ ସେତେବେଳେ ଭଗବାନ ଙ୍କୁ ମନେ ମନେ ଧନ୍ୟବାଦ ଦେଉ ଥାଏ , ଏମିତି ପରିବାର ତାକୁ ଦେଇ ଥିବାରୁ ।


Rate this content
Log in

Similar oriya story from Abstract