STORYMIRROR

Sunanda Mohanty

Abstract Inspirational Thriller

3  

Sunanda Mohanty

Abstract Inspirational Thriller

ଜଳହିଁ ଜୀବନ

ଜଳହିଁ ଜୀବନ

2 mins
207

  ପୃଥିବୀରେ ଜଳଭାଗ ତିନିଭାଗ ହେଲେ ସ୍ଥଳ ଭାଗ ଏକ। ମଣିଷ ବଞ୍ଚିବା ପାଇଁ, ଜଳର ଆବଶ୍ୟକତା ନିହାତି ଅପରିହାର୍ଯ୍ୟ। ସେଇଥି ପାଇଁ ତ ପିଢ଼ି ପରେ ପିଢ଼ିର ବୈଜ୍ଞାନିକ ମାନେ ଲାଗିଛନ୍ତି ଜଳର ଅନୁସନ୍ଧାନରେ। ଅନ୍ୟ ଗ୍ରହମାନଙ୍କରେ ଜଳ ନଥିଲେ ଜୀବସତ୍ତାର ଉତ୍ପତ୍ତି ଅସମ୍ଭବ। ପୃଥିବୀ ରୁ ଆକାଶ ପଥରେ ଯାଇହେବ ଅନ୍ୟ ଗ୍ରହକୁ, କିନ୍ତୁ କେମିତି??, କିଏ କହୁଛି ଜଳ ଅଛି ଓ ପ୍ରାଣୀମାନେ ବି ଅଛନ୍ତି, ହେଲେ ସତ୍ୟାସତ୍ୟ ଏପର୍ଯ୍ୟନ୍ତ ଜଣାନାହିଁ, ସେହି ସବୁ କଥା ଭାବିଲା ବେଳକୁ ଝିଅ କହିଲା ରାଣୀଡୁଡ଼ୁମା ଯିବା ଚାଲ, ତ ମୁଁ ପଚାରିଲି ପାଣି ଥିବତ? ଜଳପ୍ରପାତ ମାନେ ପାଣି ନିଶ୍ଚୟ ଥିବ।

  ବାହାରିଲୁ ସମସ୍ତେ ରାଣୀଡୁଡୁମା। ନନ୍ଦପୁର ଦେଇ ପହଞ୍ଚିଲୁ। ବାଟ ସାରା ସବୁଜିମା ଭରା ବନ ଓ ବନାନୀ, ତା ଭିତରେ ମଧ୍ୟ ପାହାଡ ତଳି ଅଞ୍ଚଳରେ, ଅଦା, ମକା ଓ ବିଭିନ୍ନ ଚାଷ ରେ ଲାଗି ପଡିଛନ୍ତି ଆଦିବାସୀ ଜନଜାତି, ଠାକୁ ଠା ବିପଣୀ ମେଲାଇ ବିକୁଛନ୍ତି ସବୁଜ ପନିପରିବା। ଝିଅ ଦେଖାଇଦେଉଥିଲା ଜୈନିକ ହୋଟେଲ , ଯୋଉଠି ଆଦିବାସୀ ଦମ୍ପତ୍ତି ଲାଗିପଡି ନିଜ ହାତରେ ସବୁଜ ପନିପରିବା ଉତ୍ପନ୍ନ କରି ସାତ ଆଠ ପ୍ରକାର ତରକାରୀ ସହ ଭାତ ଡାଲି ପରଶି ଦିଅନ୍ତି ପଥିକମାନଙ୍କୁ। ଜଳର ସୁବିଧା ପାଇଁ ନିଜେ ପରିଶ୍ରମ କରି ଖନନ କରିଛନ୍ତି ନଳକୂପ। ସତରେ ଆଦିବାସୀମାନେ କେଡେ ସରଳ, ନିଷ୍କପଟ ଓ ପରିଶ୍ରମୀ।

   ସବୁଜ ବନ ବନାନୀ ଘେରା ରାଣୀଡୁଡ଼ୁମାରେ ପହଞ୍ଚି ପ୍ରାକୃତିକ ଶୋଭାରେ ବିମୋହିତ ହେଲି। ଭିତରେ ପାହାଡ କଟା ହୋଇ କେଡେ ସୁନ୍ଦର ମନଲୋଭା ଆକର୍ଷଣୀୟ ଗରିଲା ମୂର୍ତ୍ତି ଓ ସୁନ୍ଦର ସୁନ୍ଦର ଗେଟ ଦେଇ ପ୍ରପାତ ପାଖେ ପହଞ୍ଚି ଆଶ୍ଚର୍ଯ୍ୟ ହେଲୁ ସମସ୍ତେ ସେ ଜଳ ଧାର ଦେଖି, ଯାହାର ଆଦି ଅନ୍ତ ଆମକୁ ଜଣା ନଥିଲେ ବି ବୁଝି ଯାଇଥିଲୁ ପ୍ରକୃତିର ଦାନ କେତେ ମହନୀୟ।

  ଫେରିବା ବାଟରେ ବତ୍ରିଶ ସିଂହାସନ ଦେଖିବାର ସୁଯୋଗ ପାଇଲୁ। ହେଲେ ଏହାତ, ବିକ୍ରମାଦିତ୍ୟଙ୍କ ସମୟର, ତେବେ ଏଠାରେ କିପରି କେମିତି କାହିଁକି ଭାବି ଇତିହାସ ପଢ଼ୁଥିବା ବେଳେ ଜଳ ପ୍ରପାତ ରୁ ପଡ଼ୁଥିବା ଜଳର ଦୃଶ୍ୟ ଆଖିରେ ନାଚୁଥାଏ। ସେଇଥିପାଇଁ ବୋଧେ ବିକ୍ରମାଦିତ୍ୟ ଏଠାରେ ରାଜୁତି କରୁଥିବାର ଅନୁମେୟ କରି ଜଳ ଭର୍ତ୍ତି ଜଳପ୍ରପାତର ଦୃଶ୍ୟରେ ମନ ଓ ହୃଦୟ ଆହ୍ଲାଦିତ ହେଉଥିଲା ସେହି ସ୍ମୃତିରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract