Lokanath Rath

Abstract Classics Inspirational

3.9  

Lokanath Rath

Abstract Classics Inspirational

ଜୀବନ ଯାତ୍ରା

ଜୀବନ ଯାତ୍ରା

7 mins
152



ମାଧୁରୀ ବଡ଼ ଚିନ୍ତିତ ବିବ୍ରତ ହୋଇ ମନକୁ ମନ ଗୁଣୁ ଗୁଣୁ ହେଇ କିଛି କହି ଚାଲିଥାଏ ଓ ରୋଷେଇ ଘରେ ତା କାମ କରୁଥାଏ ରୋଷେଇ କରୁ କରୁ ନିଜ କାନିରେ ବୋହୁଥିବା ଝଲକୁ ପୋଛି ଦେଉଥାଏ ଦିନ ଆସି ଦୁଇଟା ହେଲାଣି ଏବେଯାଏ ପାଟିଦେବ ରମେଶ ଙ୍କର ଦେଖା ନାହିଁ ଆଜି ରବିବାର ସପ୍ତାହ ର ଏକ ମାତ୍ର ଛୁଟି ଦିନରେ ବି ରମେଶ ର ସମୟ ନାହିଁ ଏପଟେ ଦଶ ବର୍ଷର ପୁଅ ଦିପୁ ଦୁଇଥର କହି ସାରିଲାଣି, "ବୋଉ ଭୋକ ହେଲାଣି, ବାପା କେତେବେଳେ ଆସିବେ ?" ମାଧୁରୀ ଦିପୁକୁ ଦିଟା ବିସ୍କୁଟ ଖାଇବାକୁ ଦେଇ କହିଛି, "ଟିକେ ଅପେକ୍ଷା କର, ତୋ ବାପା ଆସିଯିବେ ଏ ବିସ୍କୁଟ ଦିଟା ଖାଇ ପାଣି ପିଇ ଦେ ବାପା ଆସିଲେ ଏକାସାଙ୍ଗରେ ଖାଇବା ଏତକ କହି ସେ ରୋଷେଇ ଘରେ ପଶି ଖାଇବା ସବୁକୁ ଗରମ କରିବାରେ ଲାଗିଛି କେତେବେଳେ ବି ରମେଶ ଆସି ପହଞ୍ଚି ଯିବେ ଥଣ୍ଡା ଖାଇବା ଦେଖିଲେ ନାକ ଟେକିବେ ବେଶୀ ଗରମ ହେଇଥିଲେ ଫୁଙ୍କି ଫୁଙ୍କି ଅସନ୍ତୁଷ୍ଟ ହେଇ ଖାଇବେ ରମେଶ ର ଏମିତି ସବୁ କାଇଦା ଦେଖି ବେଳେ ବେଳେ ମାଧୁରୀ ରାଗିଯାଇ କିଛି ଗୁଣୁ ଗୁଣୁ ହେଇ କହି ଦିଏ ଓ ରମେଶ ର ମନ ବୁଝିଲା ପରି ଗରମ ବା ଥଣ୍ଡା ଖାଦ୍ୟ ପରସି ଦିଏ ପିଲାବେଳେ ଦିପୁ କିଛି ବୁଝି ପାରୁ ନ ଥିଲା, ଏବେ ଟିକେ ବଡ଼ ହେବାରୁ କିଛି କିଛି ବୁଝି ବେଳେ ବେଳେ ହସି ଦିଏ ସେତିକି ବେଳେ ସେ ମାଧୁରୀ ର ବଡ଼ ବଡ଼ ଆଖି ଦେଖି ପୁଣି ଚୁପ ହେଇଯାଏ ରମେଶ ଗୋଟିଏ ସରକାରୀ ସଂସ୍ଥାରେ କାମ କରନ୍ତି. ରମେଶ ର ବାପା ଓ ମାଧୁରୀ ର ବାପା ଗାଁ ପାଖ ବିଦ୍ୟାଳୟ ରେ ଶିକ୍ଷକ ଥିଲେ ସେମାନଙ୍କ ମଧ୍ୟରେ ବନ୍ଧୁତା ଥିଲା ଓ ତାହା ପରେ ସମ୍ପର୍କ ର ଡୋରିରେ ବାନ୍ଧି ଦେଲା ରମେଶ ଓ ମାଧୁରୀ ର ବିବାହ ପରେ ମାଧୁରୀ ମାଟ୍ରିକ ପାସ କରି କଲେଜ ରେ ପଢ଼ୁଥିବା ବେଳେ ତାର ବାହାଘର ହେଇ ଯାଇଥିଲା କିନ୍ତୁ ରମେଶ କଟକ ରେ ବଡ଼ କଲେଜ ରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି ଚାକିରୀ ପାଇଲା ପରେ ମାଧୁରୀ ସାଙ୍ଗରେ ବାହାଘର ହେଇ ଯାଇଥିଲା. ସେତେବେଳେ ତା ମା ଙ୍କ ଦେହ ଭଲ ନ ରହୁ ଥିବାରୁ ସେ ବାହା ହେବାକୁ ବାଧ୍ୟ ହେଇଥିଲା. କିନ୍ତୁ ତା ବାହାଘର ର ଗୋଟିଏ ବର୍ଷ ପରେ ତା ମା ଏ ଦୁନିଆ ରୁ ସବୁଦିନ ପାଇଁ ଚାଲିଗଲେ. ମାଧୁରୀ କିନ୍ତୁ ସ୍କୁଲ ରେ ପଢ଼ୁଥିବା ବେଳେ ତା ମା ଙ୍କୁ ହରାଇ ଥିଲା. ବାହାଘର ର ଦୁଇ ବର୍ଷ ପରେ ରମେଶ ଓ ମାଧୁରୀ ଙ୍କ କୋଳକୁ ଦିପୁ ଆସିଥିଲା. ତା ନାମ ରମେଶ ର ବାପା ହରିଶ ରଖିଥିଲେ ଦୀପକ ବୋଲି. ଡାକୁଥିଲେ ଗେଲ୍ହା ରେ ଦିପୁ. ଦିପୁ ର ଜନ୍ମ ହେବାର ବର୍ଷେ ପରେ ମାଧୁରୀ ର ବାପା ବ୍ରଜ ସୁନ୍ଦର ଆରପାରି କୁ ଚାଲି ଯାଇଥିଲେ. ସେଦିନ ମାଧୁରୀ ବହୁତ କାନ୍ଦିଥିଲା. ସତେ ଯେମିତି ତା ଜୀବନ ରୁ ମମତା ର ଚାଦର ଉଡ଼ିଗଲା ପରି ତାକୁ ଲାଗିଥିଲା. ଦିପୁ ଓ ମାଧୁରୀ ଗାଁ ରେ ରହୁଥିଲେ ହରିଶ ଙ୍କର ସହିତ. ରମେଶ ସପ୍ତାହକୁ ଦୁଇ ଦିନ ପାଇଁ ଆସି ପୁଣି କଟକ ସହର ନିଜ କର୍ମ କ୍ଷେତ୍ର କୁ ଫେରି ଯାଉଥିଲେ. ଦିପୁ କୁ ଚାରି ବର୍ଷ ବୟସ ବେଳେ ହଟାତ ହରିଶ ବାବୁ ହୃଦଘାତ ରେ ଆଖି ବୁଜିଲେ. ଏକ ମାତ୍ର ପୁଅ ରମେଶ ସବୁ କ୍ରିୟା କର୍ମ ସାରି ସାଙ୍ଗରେ ମାଧୁରୀ ଓ ଦିପୁ କୁ ନେଇ କଟକ ଆସିଗଲେ. ଭଡାଘର ନେଇ ସେମାନେ ରହିଲେ. ଦିପୁ କୁ ପାଞ୍ଚ ବର୍ଷ ହେବା ପରେ ପାଖ ସ୍କୁଲ ରେ ତାର ନାମ ଲେଖା ହେଲା. ରମେଶ କାମରୁ ଫେରି ଘର ପାଇଁ ଦରକାର ସଉଦା କିଣି ଆଣି ଦେଉଥିଲେ. ଟିକେ ଦିପୁ ର ପାଠ ପଢା ଦେଖୁଥିଲେ. ରାତି ରେ ଖାଇ ସାରି ସମସ୍ତେ ଶୋଇଲା ପରେ ରମେଶ ବସି ନିଜ ଲେଖା ଲେଖି କରୁଥିଲେ. ଅଧିକାଂଶ ସମୟ ରେ ମାଧୁରୀ ବିରକ୍ତ ହୋଇ କହେ, "ରାତିରେ ବି ତୁମର ଅଫିସ କାମ. ଏତେ ରାତି ହେଲାଣି କଣ ନିଦ ଆସୁନି. " ମାଧୁରୀ କୁ ଜଣା ନାହିଁ ଯେ ରମେଶ ଜଣେ ଭଲ ଲେଖକ. ତାଙ୍କ ଦ୍ୱାରା ରଚିତ କବିତା ଓ ଗଳ୍ପ ବହୁତ ପତ୍ରିକା ରେ ଛପା ହୋଇଛି. ଏବେ ସେ ବି ତାଙ୍କ ଲେଖା ଜାରି ରଖିଛନ୍ତି. ସେ ମାଧୁରୀ କୁ ଏ ବିଷୟରେ କେବେ କହି ନାହାନ୍ତି, କାରଣ ମାଧୁରୀ କେବେ ସେଥିପାଇଁ ନିଜ ଆଗ୍ରହ ପ୍ରକାଶ କରି ନାହିଁ. ଦିପୁ ଧୀରେ ଧୀରେ ବଡ଼ ହୋଇ ଏବେ ପଞ୍ଚମ ଶ୍ରେଣୀ ରେ ପଢୁଛି. ଏବେ ମାଧୁରୀ ବି ଦିପୁ କୁ ଘରେ ପାଠ ପଢାଉଛି ଓ ଘର ର ସବୁ କାମ କରୁଛି. ଏଣେ ରମେଶ ମାଧୁରୀ ର ବିରକ୍ତି ହେବା ଦେଖି ଅଫିସ ରୁ ଆସି ଘର ର ସଉଦା ଦେଇ ନିଜ ଝୁଲା ବ୍ୟାଗ ରେ ଖାତା କଲମ ନେଇ ଚାଲି ଯାଆନ୍ତି ପାଖ ପାଠାଗାର କୁ. ସେଇଠି ବସି ନିଜ ଲେଖା ଲେଖି କାମ କରନ୍ତି. ଛୁଟି ଦିନରେ ବି ସେ ଦିନ ବେଳା ସେଠାକୁ ଯାଇ ଲେଖନ୍ତି. ସେଥିପାଇଁ ଘରକୁ ଫେରିବାର ସମୟ ର ଠିକ ଠିକଣା ରହେନା. ଏବେ ସେ ନିଜର ଏକ ଉପନ୍ୟାସ ଲେଖୁଛନ୍ତି, ଯାହା କି ସରିବା ଉପରେ. ସେଥିପାଇଁ ବେଳେ ବେଳେ ସେ ଅନ୍ୟ ମନସ୍କ ରହୁଛନ୍ତି. ମାଧୁରୀ କିନ୍ତୁ ଭାବେ ବୋଧ ହୁଏ ଯାଇ କେଉଁଠି ବସି ସାଙ୍ଗ ମାନଙ୍କ ସହ ଗପସପ ରେ ରହି ଘରକୁ ଫେରିବାରେ ଡେରି କରୁଛନ୍ତି. ସେଥିପାଇଁ ସେ ନିଜର ରାଗ କୁ ବିରକ୍ତି ହେବାର ଭାବରେ ପ୍ରକାଶ କରେ. କିନ୍ତୁ ସେ ସବୁବେଳେ ରମେଶ ର ଭଲ ମନ୍ଦ ର ଖବର ବି ବୁଝେ. 

ଆଜି ରମେଶ ଘରକୁ ଆସି ପହଁଚିଲେ ଓ ମାଧୁରୀ ଗରମ କରିଥିବା ଖାଇବା ବାଢ଼ିଦେଲେ, ସେ ଚୁପ ଚାପ କିଛି ନ କହି ଖାଇ ଦେଲେ. ଟିକେ ଗରମ ଥିବାରୁ ହାତ ତାତି ଯାଉଥିଲା, ତଥାପି କିଛି ନ କହି ଖାଇ ଉଠିଗଲେ. ମାଧୁରୀ କିଛି ବୁଝି ପାରିଲା ନାହିଁ. ରମେଶ ଆଜି କାହିଁକି କିଛି କହିଲେ ନାହିଁ ?ଦିପୁ ବି ସେଇଆ ଭାବି ମାଧୁରୀ କୁ ଚାହିଁଲା. ମାଧୁରୀ କହିଲା, "ଆରେ ଦିପୁ ଆଜି କଣ ହେଇଛି କିରେ ?ସକାଳ ର ଦାଢ଼ି ଦି ପ୍ରହର କୁ ନାହିଁ ଭଳି ତୋ ବାପାଙ୍କ ପକୃତି କଣ ପୁରା ଓଲଟା ହେଇଗଲା !"ଦିପୁ କିଛି ନ କହି ଟିକେ ହସି ଦେଲା. ସେ କିଛି ବୁଝି ପାରିଲା ନାହିଁ. ଏଣେ ମାଧୁରୀ କିନ୍ତୁ ଚିନ୍ତା ରେ ପଡି ଗଲା. ସବୁ କାମ ଦାମ ସାରି ଶୋଇବା ଘରକୁ ଯାଇ ଦେଖିଲା ଦିପୁ ସୋଇଛି, କିନ୍ତୁ ରମେଶ ମୁଣ୍ଡରେ ହାତ ରଖି କିଛି ଭାବିବାରେ ଡୁବି ରହିଛନ୍ତି. ମାଧୁରୀ କୁ ଟିକେ ଡର ଲାଗିଲା. ସେ ପାଖକୁ ଯାଇ ଧୀରେ ଧୀରେ ପଚାରିଲା, "ହେଇଟି, ତୁମର କଣ ହେଇଛି କି ?ଏମିତି କଣ ଚୁପ ଚାପ ମୁଣ୍ଡରେ ହାତ ଦେଇ ପଡ଼ିଛ ?"ରମେଶ ଉଠିକରି ବସି ପଡିଲା ଓ କହିଲା, "ନାହିଁ ମୋର କାହିଁକି କଣ ହେବ. ଆଛା କହିଲ ଯେତେବେଳେ ଗୋଟିଏ ପରିବାର ବହୁତ ସଂଘର୍ଷ ର ସହିତ ନିଜର ଜୀବନ ବିତାଉ ଥାଆନ୍ତି, ସେତେବେଳେ ମନରେ ଉଭୟ ସ୍ୱାମୀ ଓ ସ୍ତ୍ରୀ କଣ ଭାବୁଥାନ୍ତି ?"ଏତକ ଶୁଣି ମାଧୁରୀ କହିଲା, "ମଲା, ଏଥିରେ ଭାବିବାର କଣ ଅଛି ?ସ୍ତ୍ରୀ ସବୁବେଳେ ତା ସ୍ୱାମୀ ର ମଙ୍ଗଳ କାମନା କରିବ ଓ ସ୍ୱାମୀ ସବୁ ବେଳେ ପରିବାର ର ଭଲ ପାଇଁ କର୍ତ୍ତବ୍ୟ କରିବ. ହଁ ଉଭୟ ସ୍ୱାମୀ ଓ ସ୍ତ୍ରୀ ମିଶି ସଂଘର୍ଷ ସହିତ ଲଢ଼ି ଜୀବନ ଯାତ୍ରା ରେ ପରିବାର ସହ ଆଗକୁ ବଢିବେ. କାହିଁକି ମୋର କଣ କିଛି ଭୁଲ ହେଇ ଗଲା କି ? ଏମିତି କଣ ପାଇଁ ପଚାରିଲ ?" ଏତକ ଶୁଣି ରମେଶ ଟିକେ ହସି ଦେଇ କହିଲେ, "ଆରେ ନାହିଁ. ମୋତେ ମିଳିଗଲା. "ଏତିକି କହି ରମେଶ ନିଜ ବ୍ୟାଗ ରୁ ଖାତା କଲମ ବାହାର କରି ଲେଖିବାକୁ ଲାଗିଲେ. ତାଙ୍କୁ ତାଙ୍କ ଉପନ୍ୟାସ ର ଶୀର୍ଷକ ମିଳିଗଲା "ଜୀବନ ଯାତ୍ରା " ଓ ଉଭୟ ନାୟକ ଓ ନାୟିକା ଙ୍କ ଚରିତ୍ର ର ଯବନିକା କୁ ଶବ୍ଦ ରେ ଲେଖିବାକୁ ମାଧୁରୀ ର ସରଳ ମନର ଉତ୍ତର ରୁ ମିଳିଗଲା ସୁରାକ. ସେ ଯେଉଁଥିପାଇଁ ସକାଳୁ ଏ ପର୍ଯ୍ୟନ୍ତ ଏତେ ବ୍ୟତିବ୍ୟସ୍ତ ହେଉଥିଲେ, ମାଧୁରୀ ତାକୁ କେତେ ସରଳ ଭାବରେ କହିଦେଲା. ରମେଶ ଲେଖା ସାରି ଦେଖିଲେ, ମାଧୁରୀ ଦିପୁ ପାଖରେ ସୋଇ ପଡିଛି. ମନେ ମନେ ବହୁତ ଖୁସି ହେଲେ ଯେ ତାଙ୍କ ପ୍ରଥମ ଉପନ୍ୟାସ ଶେଷ ହେଲା. କଲି ଯାଇ ପ୍ରକାଶକ ଙ୍କୁ ଦେବେ ଛପା କାମ କରିବାକୁ. ସେ ବି ଯାଇ ଟିକେ ବିଶ୍ରାମ ନେଲେ. 

ଏବେ ରମେଶ ଯେମିତି ପୁରା ବଦଳିଗଲା ପରି ମାଧୁରୀ କୁ ଲାଗିଲା. ଖାଇବା ପାଖରେ ଆଉ ଚିଡି ଚିଡି ହେଉ ନାହାନ୍ତି. ବେଳେ ବେଳେ ହସି ହସି କଥା ହେଉଛନ୍ତି. ମାଧୁରୀ ତାର କାରଣ ଖୋଜି ପାଉ ନ ଥିଲା. ଠିକ ଦୁଇ ମାସ ପରେ ସନ୍ଧ୍ୟା ପାଞ୍ଚଟା ବେଳେ ତାଙ୍କ ଘର ର ଘଣ୍ଟି ବାଜିଲା. ମାଧୁରୀ କବାଟ ଖୋଲି ଦେଖିଲା ଜଣେ ସୁନ୍ଦରୀ ମହିଳା ଠିଆ ହେଇ ପଚାରିଲେ, "ଆଜ୍ଞା ଏଇଟା ରମେଶ ବାବୁଙ୍କ ଘର ତ ?ଆପଣ ବୋଧେ ତାଙ୍କ ପତ୍ନୀ ମାଧୁରୀ ?"ଏତକ ଶୁଣି ମାଧୁରୀ ଟିକେ ଚମକି ପଡିଲା. ଘର ଭିତରକୁ ସେ ମହିଳା ଙ୍କୁ ଡାକଇ ବସାଇଲା. ସେ ମହିଳା କହିବାକୁ ଲାଗିଲେ, "ମୋ ନାମ ମମତା. ମୁଁ ଗୋଟିଏ ପୁସ୍ତକ ପ୍ରକାଶନୀ ସଂସ୍ଥା ରେ କାମ କରେ. ଆମ ସଂସ୍ଥା ରମେଶ ବାବୁଙ୍କ ଉପନ୍ୟାସ "ଜୀବନ ଯାତ୍ରା " କୁ ଚପାଇ ଥିଲା. ଏବେ ସେ ଉପନ୍ୟାସ ଏଇ ବର୍ଷ ର ଶ୍ରେଷ୍ଠ ଉପନ୍ୟାସ ଭାବେ ରମେଶ ବାବୁଙ୍କୁ ଶ୍ରେଷ୍ଠ ସାହିତ୍ୟିକ ର ପୁରସ୍କାର ଆଗାମୀ ରବିବାର ଦିନ ସନ୍ଧ୍ୟା ସମୟରେ ଦେବ. ଆପଣ ଙ୍କୁ ଓ ରମେଶ ବାବୁଙ୍କୁ ଚିଠି ସହିତ ନିମନ୍ତ୍ରଣ ଦେବାକୁ ଆସିଛି. ଆପଣଙ୍କୁ ଅଭିନନ୍ଦନ. ହଁ ସେ ବହିରେ ଆପଣଙ୍କ ଫଟ ସହିତ ରମେଶ ବାବୁ ଆପଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି. ସେଥିପାଇଁ ମୁଁ ଆପଣଙ୍କୁ ଚିନ୍ହି ପାରିଲି. ଏଇ ବହି ନିଅନ୍ତୁ ଦେଖିଲେ ଜାଣିବେ. ଏବେ ମୁଁ ଯାଉଛି, ଏ ଚିଠି ଓ ନିମନ୍ତ୍ରଣ ରମେଶ ବାବୁଙ୍କୁ ଦେଇଦେବେ. "ଏତକ କହି ମମତା ସେଠାରୁ ବାହାରିଲେ. ମାଧୁରୀ ଯେତେ ବାଧ୍ୟ କଲେ ଚାହା ପିଇବାକୁ, ପରେ ପିଇବି କହି ଚାଲିଗଲେ. ମମତା ଦେଇଥିବା ବହି ଖୋଲି ମାଧୁରୀ ଦେଖିଲେ. ବହିର ନାମ ଜୀବନ ଯାତ୍ରା, ଲେଖକ ରମେଶ ଦାସ. ପ୍ରଥମ ପୃଷ୍ଠାରେ ତା ଶାଶୁ ଓ ଶଶୁର ଙ୍କ ଫଟ ଓ ତଳେ ଲେଖା ଥିଲା "ମୋର ଶ୍ରଦ୍ଧା ପୁଷ୍ପାଞ୍ଜଳି ". ପରବର୍ତ୍ତୀ ପୃଷ୍ଠା ରେ ଦେଖିଲା ତାର ଫଟ ଓ ଲେଖା ଥିଲା, "ମୋର ପତ୍ନୀ ମାଧୁରୀ ର ସାହାଯ୍ୟ ଓ ସହଯୋଗ ପାଇଁ ମୁଁ ଏ ଉପନ୍ୟାସ ଲେଖି ପାରିଥିବାରୁ ତାକୁ ମୋର ଆନ୍ତରିକ ଧନ୍ୟବାଦ ଆମ ପରିବାର ର ଜୀବନ ଯାତ୍ରା ରେ ସେ ମୋର ଏକ ମାତ୍ର ପ୍ରିୟ ସହଯାତ୍ରୀ "ଏତକ ପଢି ମାଧୁରୀ ଆଖିରୁ ଲୁହ ଝରିବାରେ ଲାଗିଲା ମାଧୁରୀ ବୁଝି ପାରୁ ନ ଥିଲା ସେ ଦୁଃଖ ବା ଖୁସିରେ କାନ୍ଦୁଛି କିନ୍ତୁ ଏତିକି ଏବେ ଜାଣିଲା ତା ସ୍ୱାମୀ ଜଣେ ବଡ଼ ସାହିତ୍ୟିକ ସେ ତାକୁ କେତେ ଭଲ ପାଆନ୍ତି ଏବେ ଲେଖିକରି ସାରା ଦୁନିଆ କୁ ଜଣାଇ ଦେଇଛନ୍ତି, ହେଲେ କେବେ ତାକୁ କହି ନାହାନ୍ତି ସେତିକି ବେଳେ ରମେଶ ଆସି ପହଁଚିଲେ ମାଧୁରୀ ମମତା ଦେଇଥିବା ଚିଠି ଓ ନିମନ୍ତ୍ରଣ ପତ୍ର ତାଙ୍କ ହାତକୁ ବଢାଇ ଦେଲା ରମେଶ ତାକୁ ଖୋଲି ପଢିଲେ ଓ ବହୁତ ଖୁସି ହୋଇ କିଛି କହିବା ଆଗରୁ ମାଧୁରୀ କାନ୍ଦି କାନ୍ଦି ତାଙ୍କ ଗୋଡ଼ ଧରି କହୁଥିଲା, "ମୋର ବଡ଼ ଭୁଲ ହେଇ ଯାଇଛି. ମୁଁ ତୁମକୁ ସ୍ତ୍ରୀ ହେଇ ଠିକ କରି ବୁଝି ପାରିନି. ମୋତେ କ୍ଷମା କରିଦିଅ. "ମାଧୁରୀ କୁ ଉଠାଇ ରମେଶ କହିଲେ, "ଆରେ ପାଗେଳୀ ତୁମର କଣ ଭୁଲ ?ମୁଁ ତ ତୁମକୁ କେବେ କହିଁନି ଆମ ସଂଘର୍ଷମୟ ଏଇ ଜୀବନ ଯାତ୍ରା ରେ ଆମେ ଦୁହେଁ ପରା ଏକ ହୋଇ ଲଢ଼ିବା ସେ ସଂଘର୍ଷ କୁ ଜିତିବାକୁ କାନ୍ଦ ଛାଡ଼ ଏଇ ରବିବାର ସନ୍ଧ୍ୟା ପାଇଁ ଏବେଠାରୁ ପ୍ରସ୍ତୁତ ହୁଅ. "ମାଧୁରୀ ଏବେ ହସି ହସି କହିଲା, "ହଁ, ମୁଁ ନିଶ୍ଚୟ ଯିବି ଦିପୁ କୁ ନେଇ ଏବେ ତୁମେ ଏଇ ଘରେ ଯେତେ ରାତି ଯାଏ ଲେଖିବ ଲେଖ ମୁଁ କିଛି କହିବି ନାହିଁ ବାହାରକୁ ଯିବା ଦରକାର ନାହିଁ

ଉଭୟ ରମେଶ ଓ ମାଧୁରୀ ହସି ହସି ଘର ଭିତରକୁ ଗଲେ ଦିପୁ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଲା ଓ ପାଖକୁ ଦୌଡ଼ି ଆସିଲା ।


Rate this content
Log in

Similar oriya story from Abstract