Lokanath Rath

Abstract Drama

3  

Lokanath Rath

Abstract Drama

ଜୀବନ ସଂଗ୍ରାମ

ଜୀବନ ସଂଗ୍ରାମ

5 mins
234



ରମେଶ ବାବୁ ଆଜି ବି ପଚାଶ ବର୍ଷ ବୟସରେ କାର୍ଯ୍ୟରତ । ବେଳେ ବେଳେ ଇଚ୍ଛା ହୁଏ ଅବ୍ୟାହତ ନେବାକୁ ,କିନ୍ତୁ ଜୀବନର ଚଲା ପଥରେ ଆଉ କିଛି ଉପାୟ ନାହିଁ । ଥକି ଯାଉଥିଲେ ବି ତାଙ୍କୁ ଖଟିବାକୁ ହେବ ,ନିଜ ପାଇଁ ଓ ତାଙ୍କର ଦୁଇ ପିଲାମାନଙ୍କ ପାଇଁ । ତାଙ୍କର ଏ ଜୀବନ ସଂଗ୍ରାମ କୁ ଜାରି ରଖିବାକୁ ହେବ ।


ରମେଶ ଚନ୍ଦ୍ର ଦାସ । ପେଶାରେ ଜଣେ ଆଇନଜୀବୀ । ତାଙ୍କର ଜନ୍ମ ଏଇ କଟକ ସହରରେ । ପିତା ଜଣେ ସରକାରୀ କର୍ମଚାରୀ । ମା ଗୃହିଣୀ । ରମେଶ ଘରର ବଡ ପୁଅ । ତାଙ୍କର ଦୁଇ ଭାଇ ଓ ଗୋଟିଏ ଭଉଣୀ । ସମସ୍ତେ କଟକରେ ପାଠ ପଢି ଛନ୍ତି ରମେଶଙ୍କର ବାପା ପରେଶ ବାବୁ ସବୁବେଳେ ପିଲାଙ୍କର ପାଠ ପ୍ରତି ଧ୍ୟାନ ଦେଉଥିଲେ । ତାଙ୍କର ସ୍ୱଳ୍ପ ଆୟ ଭିତରେ ବହୁତ କଷ୍ଟରେ ସଂସାର ଚଳି ଯାଉଥିଲା । ଯେତେବେଳେ ରମେଶ ବାବୁ ଆଇନ ରେ ଡିଗ୍ରୀ ହାସଲ କରି ଆଇନଜୀବୀ ପେସା ଆରମ୍ଭ କଲେ ,ସେତେବେଳେ ତାଙ୍କ ତଳ ଭାଇ କୁ କରଜ କରି ପରେଶ ବାବୁ ଏମ ବି ବି ଏସ ରେ ନାମ ଲେଖାଇଦେଲେ । ତର ଆମ ଆନନ୍ଦ । ଆନନ୍ଦର ତଳେ ସୁକାନ୍ତ ସେ ସେତେବେଳେ ଦ୍ୱାଦଶ ଶ୍ରେଣୀର ଶେଷ ବର୍ଷରେ ଓ ଭଉଣୀ ମମତା ଦଶମ ଶ୍ରେଣୀରେ । ଧୀରେ ଧୀରେ ରମେଶ ବାବୁଙ୍କ ପେସା ରେ ଉନ୍ନତି ହେବାକୁ ଲାଗିଲା । ଭଲ ଦୁଇ ପଇସା ରୋଜଗାର ହେଲା । ମାଙ୍କର ଦେହ ଭଲ ନ ରହୁ ଥିବାରୁ ପରେଶ ବାବୁ ରମେଶ ଙ୍କର ବିବାହ କରିଦେଲେ । ସଂସାର ର ଗାଡି ଚାଲି ଥାଏ ।


ହଠାତ ହୃଦାଘାତ ରେ ପରେଶ ବାବୁ ଚିରଦିନ ପାଇଁ ଆଖି ବୁଜିଲେ । ପରିବାର ର ସମସ୍ତ ଭାର ରମେଶଙ୍କ ଉପରେ । ଆନନ୍ଦ ର ପାଠ ପଢ଼ାର ଦାଇତ୍ୱ ବି ସେ ନେଲେ । ସାନ ଭାଇ ସୁକାନ୍ତ ଦ୍ୱାଦଶ ପରେ ଇଂଜିନିୟରିଂ ପଢିବାକୁ ଇଚ୍ଛା କରିବାରୁ ରମେଶ ତାକୁ ପଢାଇଲେ । ଦେଖୁ ଦେଖୁ ସମୟ ଗାଡି ଚାଲିଲା । ରମେଶ ଗୋଟିଏ ପୁଅଓ ଝିଅ ର ପିତା ହେଲେ । ପରିବାର କୁ ଚଳାଇବାକୁ ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡିଲା । ଦେଖୁ ଦେଖୁ ଭଉଣୀ ମମତା ଡିଗ୍ରୀ ଲାଭ କଲା । ତାର ବିହାଘର ଚିନ୍ତାରେ ବି ରହିଲେ ରମେଶ । ବଡ ଧୁମ ଧାମ ରେ ମମତାର ବାହାଘର ଜଣେ ପୋଲିଶ ଅଧିକାରୀଙ୍କ ସହିତ ରମେଶ ବାବୁ କରିଦେଲେ ।


ଏହା ଭିତରେ ଆନନ୍ଦ ଡାକ୍ତରୀ ପଢା ଶେଷ କରିଦେଲେ । ସେ ରମେଶ ବାବୁଙ୍କ ପାଖରେ ଆସି ଆଶୀର୍ବାଦବି ନେଲେ ,କାରଣ ରମେଶ ଙ୍କ ପାଇଁ ବାପା ଚାଲିଯିବା ପରେ ଆନନ୍ଦ ଆଜି ଡାକ୍ତର ହେଇ ପାରିଲା । ବେଶ କିଛିଦିନ ଖୁବ ଭଲରେ କଟିଲା । ଏବେ ଆନନ୍ଦ ର ବାହାଘର ଜଣେ ଡାକ୍ତର ସହିତ ରମେଶ ବାବୁ  ବଡ଼ ଧୁମ ଧାମ ରେ କରିଦେଲେ । ସେତେବେଳେ ସୁକାନ୍ତ ବି ଯନ୍ତ୍ରୀ ହୋଇଗଲେ । ସେ ସରକାରୀ ଚାକିରୀ ବି ପାଇଗଲେ । ଧୀରେ ଧୀରେ ଆନନ୍ଦ ଓ ତାଙ୍କ ଡାକ୍ତର ପତ୍ନୀ ପରିବାର ସହ ଖାପ ଖୁଆଇ ପାରିଲେ ନାହିଁ । ସେମାନେ ଅଲଗା ହୋଇ ଅନ୍ୟ ସ୍ଥାନକୁ ରହିବାକୁ ଚାଲିଗଲେ । ରମେଶ ନିଜର ପେସା ରେ ଅଧିକ ସମୟ ଦେଲେ । ନିଜ ପିଲା ଦୁଇଟି କୁ ମଣିଷ କରିବାକୁ ହେବ । ତାଙ୍କ ପୁଅ ଦଶମ ଓ ଝିଅ ଅଷ୍ଟମ ଶ୍ରେଣୀରେ ପଢ଼ୁଥାନ୍ତି । ସୁକାନ୍ତ ଭୁବନେଶ୍ୱର ରେ ରହୁଥାନ୍ତି । ସେହି ସମୟରେ ହଠାତ ରମେଶଙ୍କର ମା ବି ହୃଦ ରୋଗରେ ଆକ୍ରାନ୍ତ ହୋଇ ଦେହତ୍ୟାଗ କଲେ । ରମେଶ ସବୁ କ୍ରିୟା କର୍ମ କରିଲେ । ଆନନ୍ଦ ଓ ତାଙ୍କ ପତ୍ନୀ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ଆସିପାରିଲେ ନାହିଁ । ସୁକାନ୍ତ ଶେଷ ଦିନ ଆସି ଫେରିଗଲେ । ଶେଷରେ ରମେଶ ବାବୁଙ୍କୁ ଦୋଷ ଦେଲେ ମା ଙ୍କର ଯତ୍ନର ଅବହେଳାରୁ ମୃତ୍ୟୁ ହେଲା । ଆହୁରି ବହୁତ କିଛି ଦୋଷ ରମେଶ ଙ୍କ ଉପରେ ଲଦି ଦେଲେ ।


ତାଙ୍କ ପୁଅ ଦଶମ ପାସ କରିଲା ଓ ଝିଅ ନବମ କୁ ଉତୀର୍ଣ୍ଣ ହେଲା । ସୁକାନ୍ତ ଭୁବନେଶ୍ୱର ରେ ନିଜେ ବିବାହ କରିନେଲେ । ରମେଶ ଙ୍କୁ କିଛି ଜଣାଇଲେ ବି ନାହିଁ । ରମେଶ ଙ୍କୁ ବହୁତ କଷ୍ଟ ହେଲା । ବାପା ଯିବା ପରେ ସେ କଷ୍ଟ କରି ଆନନ୍ଦ ଓ ସୁକାନ୍ତ କୁ ପାଠ ପଢାଇଲେ । ତାଙ୍କୁ ନିଜର ପୁଅ ଭଳି ତାଙ୍କ ପତ୍ନୀ ଦେଖୁଥିଲେ । ଏତେ କଷ୍ଟ ସେ ବି ସହି ପାରିଲେ ନାହିଁ । ତାଙ୍କ ମସ୍ତିଷ୍କ ରେ ଭୀଷଣ ଆଘାତ ହେଲା । ସେ ଦୁଇ ମାସ ହସ୍ପିଟାଲ୍ ରେ ପଡି ଶେଷ ନିଶ୍ୱାସ ତ୍ୟାଗ କଲେ । ଏବେ ରମେଶ ବିଲକୁଲ ଏକା ହୋଇଗଲେ । ନିଜେ ବାପା ଓ ମା ହୋଇ ଦୁଇ ପିଲାଙ୍କର ଯତ୍ନ ନେଲେ ଓ ନିଜର ପେସା ରେ ଲାଗି ରହିଲେ ।


ଏକା ଏକା ଜୀବନ ସଂଗ୍ରାମ ରେ ସବୁ ଦୁଃଖ କଷ୍ଟ ସହି ଆଗକୁ ବଢିଲେ । ଏବେ ପୁଅ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେବ ଓ ଝିଅ ଦଶମ ଶ୍ରେଣୀର । ସେଥିପାଇଁ ରମେଶ ବହୁତ ଚିନ୍ତାରେ । କିନ୍ତୁ ସେ ଜୀବନ ସହିତ ସଂଗ୍ରାମ କରିବାକୁ କେବେ ଡରି ନାହାନ୍ତି କି ଡରିବେ ନାହିଁ ମଧ୍ୟ । ମନରେ ଦୃଢ଼ତା ରଖି ସେ କର୍ମ କରି ଚାଲିଛନ୍ତି ଓ ଶେଷ ଯାଏ କରି ଚାଲିଥିବେ । ଏକା ଏକା ସେ ଏ ଜୀବନ ସଂଗ୍ରାମ କୁ ଲଢ଼ିବେ । ନିଜର କାର୍ତ୍ୟବ୍ୟ କରି ଚାଲିବେ । । ଏହି ଆଶା ଓ ବିଶ୍ୱାସ ରଖି ସେ ଯୁଝି ଚାଲିଛନ୍ତି ଓ ଚାଲିବେ ।


ପୁଅ ଦ୍ୱାଦଶ ପାସ କଲା ଓ ଝିଅ ଦଶମ ପାସ କଲା । ବହୁତ ଭଲ ନମ୍ୱର ରଖି ପାସ କଲେ । କଟକର ସବୁଠାରୁ ବଡ ମହାବିଦ୍ୟଳୟରେ ପଢିଲେ । ସମୟ ଗାଡି ଚାଲିଲା । ଆଜି ଏକା ବସିଛନ୍ତି । ତାଙ୍କ ପୁଅ ଜଣେ ଆଇ ଏ ଏସ ଅଧିକାରୀ ହୋଇଛି ଓ ଝିଅ ଏବେ ବ୍ୟାଙ୍କ ରେ ଅଧିକାରୀ । ଉଭୟ ତାଙ୍କ ଟ୍ରେନିଂ ଶେଷ କରି ଆଜି ଘରକୁ ଫେରୁଛନ୍ତି । ମନରେ ଅନେକ ଖୁସି ଓ ସଂଶୟ ବି ।


ବାହାର ଫାଟକ ଘଣ୍ଟି ବାଜିଲା । ନିଜେ ଉଠି କବାଟ ଖୋଲିଲେ । ଦେଖିଲେ ଝିଅ ତନୁଜା । ଖୁସି ହେଇ ଗଲେ । ଝିଅ ତାଙ୍କ ଗଳାରେ ଲାଗି ଗଲା । ପିତୃତ୍ୱର ସ୍ନେହରେ ଆଖିରୁ ଦୁଇ ଧାର ଲୁହ ବୋହିଗଲା । ଉଭୟ ଘର ଭିତରକୁ ଗଲେ । ଘରେ ପଶୁ ପଶୁ ପୁଅ ରାଜେନ୍ଦ୍ର ବି ଆସିଗଲା । ବାପାଙ୍କୁ ପ୍ରଣାମ କଲା । ରମେଶ ଖୁସିରେ ବହୁତ ଆଶୀର୍ବାଦ କଲେ । ସେମାନେ ନିତ୍ୟକର୍ମ ଶେଷ କରି ଦେଖିଲେ ଖାଦ୍ୟ ଟେବୁଲ ଉପରେ ରଖା ହୋଇଛି । ରମେଶ ଆଶ୍ଚର୍ଯ୍ୟ ହେଲେ । ଝିଅ ତନୁଜା ହସି ହସି କହିଲା ,"ସମସ୍ତେ ବସ । ବାପା ମୁଁ କରିଛି ,କୁହ କେମିତି ହେଇଚି ?"ରମେଶ ଖାଉ ଖାଉ କହିଲେ ତୋ ବୋଉ ର ରନ୍ଧା ପରି ଲାଗୁଛି । ବହୁତ ଭଲ ହେଇଚି । ରାଜେନ୍ଦ୍ର ଖାଉ ଖାଉ କହିଲା ,"ବାପା ମୋର ଏହି କଟକ ରେ ପ୍ରଥମ ପୋଷ୍ଟିଙ୍ଗ । ତମକୁ ଆଉ ବେଶି କାମକରିବାକୁ ହେବ ନାହିଁ । ମୁଁ ଯେଉଠିକୁ ଯିବି ତୁମେ ମୋ ସାଙ୍ଗରେ ଯିବ । "ଏତିକି ଶୁଣି ତନୁଜା କହିଲା ,"ମୋର ବି ବକ୍ସିବଜ଼ାର ଶାଖା ରେ ହୋଇଛି । "


ଏହା ଶୁଣି ରମେଶ କହିଲେ ," ବହୁତ ଭଲ ହେଲା । ତୁମେ ମୋ ପାଖରେ ରହିବ । ମୋତେ ଏବେ ବହୁତ କାମ କରିବାର ଅଛି । ତୁମ ଦୁଇ ଜଣଙ୍କ ବାହାଘର ,ମୋ ବାପା ,ମା ଓ ତୋ ବୋଉର ଅସ୍ତି ବିସର୍ଜନ କରିବାର ଅଛି । ତା ପରେ ସବୁ କିଛି ଦେଖିବା । ହଉ ଯାଅ ଏବେ ଟିକେ ବିଶ୍ରାମ ନିଅ "

ଝିଅ କହିଲା ସେ ସବୁ ଛାଡ଼ । ମୁଁ ତୁମ ପାଖରେ ରହିବି । ଏବେ ରୋଷେଇ କରିବି । ଭାଇ ତୁ ଯାଇ ପାରିବ ନେଇ ଆସେ ।


ରାଜେନ୍ଦ୍ର କହିଲା ,"ମୋତେ ବ୍ୟାଗ ଦେ । ବାପା ତୁମେ ଏବେ ବିଶ୍ରାମ ନିଅ । ଆମେ ଦୁଇଜଣ ଅଛୁ । ବହୁତ ସଂଗ୍ରାମ ଜୀବନ ସହିତ କରି ସାରିଲଣି । "

ଏତିକି ଶୁଣି ରମେଶ ବାବୁ ଉଠିଗଲେ ଓ ନିଜ ଅଫିସ ଘରକୁ ଗଲେ । ଚୌକିରେ ବସି ଅତୀତ କୁ ଭାବି ଆଖିରୁ ଅମାନିଆ ଲୁହ ବୋହିଗଲା । ପିଲାଙ୍କ କଥା ଆତ୍ମା କୁ ଶାନ୍ତି ଦେଉଥିଲା ,କିନ୍ତୁ ଆଗକୁ କିଛି ଅଜଣା ଜୀବନ ସଂଗ୍ରାମକୁ ନେଇ ଚିନ୍ତିତ ବି ଥିଲେ ।



Rate this content
Log in

Similar oriya story from Abstract