Gangotri Priyadarshini

Abstract Romance Inspirational

4  

Gangotri Priyadarshini

Abstract Romance Inspirational

ଜୀବନ ଏମିତି କାହାଣୀ ଟିଏ

ଜୀବନ ଏମିତି କାହାଣୀ ଟିଏ

6 mins
263



ଥରେ ଏମିତି ଘରେ ବସି ମୁଁ ଆଉ ଇୟେ ଗପୁ ଗପୁ ମାେ ପାଟିରୁ ବାହାରି ପଡ଼ିଲା କି ,ବାହାଘର କୁ ଏତେବର୍ଷ ହେଲାଣି କେବେ ଟିକେ ନିଜ ଇଚ୍ଛାରେ କୁଆଡେ ମୋତେ ନେଇଛ , ସ୍ଵାମୀ ମାନେ କେତେ କଣ କରି ନିଜ ସ୍ତ୍ରୀ କୁ ଖୁସି କରାନ୍ତି ,ମାତ୍ର ତୁମେ ! ଛାଡ଼ କହିକି କି ଲାଭ ।ସବୁ ମାେ ପୋଡ଼ା କପାଳ ।ଭାବିଥିଲି କଣ ହେଲା କଣ ???? 


ଏସବୁ ଶୁଣି ଇୟେ କଣ ଭାବିଲେ କେଜାଣି ବସିଲା ଜାଗାରୁ ଉଠି ଭଲ ଡ୍ରେସ ହଳେ ପିନ୍ଧି ଆସି ମାେ ସାମ୍ନା ରେ ଠିଆ ହେଇ କହିଲେ ଜଲଦି ଯାଇ ରେଡି ହେଇ ଯାଅ ,ମୁଁ ବାପା ବୋଉଙ୍କ କହି ଦେଇ ଆସେ ଆମେ ଏଇଠୁ ଟିକେ ଯାଇ ଆସୁଛୁ ବୋଲି । ମୁଁ କହିଲି ମୁଣ୍ଡ ଖରାପ ନା କଣ ,ଏମିତି ସଜବାଜ ହେଇ ଅବେଳ ଟାରେ ବାହାରିଲେ ଘରେ ସବୁ କଣ ଭାବିବେ । ଇଏ ତାପରେ ତାଙ୍କ ରୂପ ଦେଖେଇ କହିଲା ରୁ ବାହାରିଲି ।ଦୁଇ ଜଣ ବାହାରିଲୁ ବୁଲି ଜଣା ନାହିଁ କୁଆଡେ ଯିବୁ ।ସେ ସିଧା ଉମରକୋଟ ପାର ହେଇ ପୁରା ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ,ହେ ଭଗବାନ କୁଆଡେ ଆଣିଛ ମୋତେ ???? 


ମାେ ସ୍ଵାମୀ ମହାଶୟ କହୁଛନ୍ତି ଟିକେ ନିରୋଳା ରେ ସମୟ ବିତେଇବା , କେବଳ ତୁମେ ମୁଁ ଆଉ ଏଇ ମାଇଲି ମାଇଲି ଧରି ଜଙ୍ଗଲ, ନଦୀର ଏ ପ୍ରାକୃତିକ ପରିବେଶ ।


ମୁଁ କହିଲି କଣ ହେଲା ଏଇଥି ପାଇଁ ଏତେ ବାଟ, ଆଉ ଛାଡ଼ି ଦେଇ ଗଲ ଯେ ମାଓବାଦୀ ଙ୍କ ଆତିଥ୍ୟ ।କଣ କହିବି ଆଉ ଖାଲି ଭାଗ୍ୟକୁ ଦୋଷ ଦେଉଥାଏ । ମୁଁ ଚଣ୍ଡାଳୁଣୀ ଭଲରେ ଭଲରେ ଏତେ ରୋମାଣ୍ଟିକ ଗପ ଗପୁଥିଲି , କାଇଁ ସେ ସିରିଏଲ୍ ର ଇମୋଶନାଲ୍ ଡାଇଲଗ୍ ଗୁଡା ଶୁଣେଇ ଦେଲି କେଜାଣି ?????


ହଉ ଯାହା ହେବାର ଥିଲା ହେଲା ,ମୋତେ ଭୋକ ଲାଗିଲାଣି କଣ ଗୋଟେ ଖାଇବା ଚାଲ । ଇଏ କହିଲେ ମୁଁ ପର ତୁମ ସହ ଅଛି ପୁଣି କି ଭୋକ ଶୋଷ । ମୁଁ କହିଲି ମୁଁ ଚିଲେଇ କି ଏମିତି କାନ୍ଦିବି ଯେ ତୁମ ପ୍ରେମ ନିଶା ସବୁ ଖସି ଯିବ । ସେ କହିଲେ ହଉ ଏଇଠି ଗାଡି ରଖି ଧୀରେ ଧୀରେ ଚାଲି ଏଇ ମନୋରମ ଦୃଶ୍ୟ କୁ ଉପଭୋଗ କରିବା ,ଆଗରେ ନିଶ୍ଚେ କିଛି ଗୋଟେ ଚାଳି ଦୋକାନ ପାଇ ଯିବା । ଯାହା ଥିବ ଖାଇ ଫେରିବା ।ଘର ପାଖା ପାଖି କିଛି ଦେଖି ଘରକୁ ନେଇ ଭଲରେ ସମସ୍ତେ ମିଶିକି ଖାଇବା ।ମୁଁ ମୁଣ୍ଡ ହଲେଇ ସମ୍ମତି ଜଣେଇଲି ।ବଡ଼ ଲାଜୁଆ ଲୋକ ,ମୁହଁ ଖୋଲି ସ୍ନେହ ଅଜାଡ଼ି ପାରନ୍ତି ନାହିଁ ହେଲେ ବହୁତ୍ ଭଲ ପାଆନ୍ତି ମୋତେ। ଛୋଟ ବଡ଼ ସବୁ କଥାର ଖୟାଲ ରଖନ୍ତି । ଆମେ ଖୁବ୍ ଉପଭୋଗ କରୁ ପରସ୍ପର ର ଉପସ୍ଥିତି ।


କିଛି ଦୂର ଗଲା ପରେ ଗୋଟେ ଚାଳି ଦୋକାନ ପାଇଲୁ ,ଦେଶିଆ ମାଆ ଟେ ଦୁଇଟି ପତ୍ର ଠୁଙ୍ଗାରେ କିଛି ଛୋଟ ଛୋଟ ଗରମ ଡାଲି ବରା ,ଚଟଣୀ , ଛଣା କଞ୍ଚା ଲଙ୍କା ଆଣି ଦେଲେ । ମୁଁ ହାତ ଧୋଇ ଜଲଦି ଗୋଟେ ପାଟିରେ ପୁରେଇ ଖାଇଲି , ଆହା କି ସୁଆଦିଆ ସତେ ।ସହଜେ ତ ମୁଁ ଟିକେ ତେଲଭାଯି ପ୍ରିୟ । ଆଙ୍କୁ ବି ଭଲ ଲାଗିଲା । ସେ ମାଆ ସହ ଗପୁ ଗପୁ ଆମେ ପ୍ରାୟ ତିନି ତିନି ପତ୍ର ଠୁଙ୍ଗା ଉଦରସ୍ତ କରି ସାରିଲୁଣୁ ଜଣା ପଡୁ ନଥାଏ । ଠିକ୍ ଘରେ ଯେମିତି ମାଆ ସ୍ନେହରେ ଖୁଆନ୍ତି ସେମିତି ସେ ବାର ବାର ଆଉ କଣ୍ ଦେବିକି ବୁଆ ମାଆ ସମ୍ବୋଧନ କରି ପଚାରୁ ଥାଆନ୍ତି । ଘରେ ସମସ୍ତଙ୍କ ପାଇଁ ସେଇଠୁ ପ୍ୟାକ୍ କରିନେଲୁ । 


ସେଇଠି ଗୋଟେ ମହୁଲ ଗଛ ମୂଳେ ବସି ମାେ ସ୍ଵାମୀ ଉମରକୋଟ କୁ ସେ କେତେ ଭଲ ପାଆନ୍ତି କହି ବସିଲେ । ଯୋଉ ବି ଜାଗା ହେଉ ପୁଣି ଜନ୍ମ ମାଟି ମାଆ ଭଳି ଅହେତୁକ ମୋହ ମମତା ,ଭାବ ପ୍ରବଣତା ଆସିବା ଟା ବି ସ୍ୱାଭାବିକ । ମୋତେ ବି ଭାରି ଭଲ ଲାଗେ ଏଇ ଜାଗାଟା । ସବୁଠୁ ଆକୃଷ୍ଟ କରେ ମାଆ ପେନଡ୍ରାଣି ମନ୍ଦିର ର ସନ୍ଧ୍ୟା କାଳୀନ ଦୃଶ୍ୟ । ସମସ୍ତେ ଯେମିତି ରବିବାର ସଂଧ୍ୟାରେ ଅପ ଆପେ ଭିଡ଼ି ହେଇ ଆସନ୍ତି ମନ୍ଦିର ଆଡେ । 


ଏଇ ସୀମାନ୍ତ ଅଞ୍ଚଳ ର ଲୋକ ମାନେ ବି ଭାରି ସ୍ନେହୀ ।କଥାରେ ମନ ଜିଣି ନିଅନ୍ତି ।ଇଏ ମୋତେ ହଲେଇ ଦେଇ ମାେ ଭାଵନା ରାଜ୍ୟ ରୁ ଟାଣି ଆଣିଲେ ।ଏମିତି ଆମେ ଆଉ ଟିକେ ଆଗକୁ ଚାଲୁ ଚାଲୁ କେତେବେଳେ ରାସ୍ତା ଛାଡ଼ି ଜଙ୍ଗଲ ଭିତରେ ପଶି ସାରିଲୁଣି ଜଣା ନାହିଁ । ଖୁବ୍ ଲମ୍ବା ଲମ୍ବା ଭଳିକି ଭଳି ଗଛ ।ସୁଲୁ ସୁଲୁବାଆ ରେ ଛାଇ ଖେଳରେ ରଞ୍ଜନ କେତେବେଲୁ ମାେ ହାତ ନିଜ ହାତରେ ନେଇ ସାରିଲେଣି । କେବେ କାହା ସାମ୍ନାରେ ମାେ ସହ ଅନ୍ତରଙ୍ଗ ହୁଅନ୍ତି ନାହିଁ ,ମାତ୍ର ଏକା ପାଇଲେ ମାେ ହାତ ଏମିତି ସବୁବେଳେ ଧରି ଥାଆନ୍ତି । ମୋତେ ବହୁତ୍ ଭଲ ଲାଗେ ତାଙ୍କର ଏମିତି କେତେଟା ହରକତ । 


ଇୟେ ମୋତେ ପଛ ଆଡୁ ନିଜ ପାଖକୁ ଭିଡ଼ି ନେଲା ବେଳକୁ ଟିକେ ପ୍ରକୃତିସ୍ଥ ହେଇ ଗଲି ।ହେଇ ଇଏ କଣ କରୁଛ ,କେହି ଯଦି ଦେଖିନେବ କହି ନିଜକୁ ଅଲଗା କରିନେଲି । ଆରେ ବାପରେ ଏଠି ପୁଣି କିଏ ଦେଖିଦେବ !!!! ଏତେ ଡର ଏଇ ଜଙ୍ଗଲରେ ଥିବା ଜୀବ ଜନ୍ତୁଙ୍କୁ । 


ଅଚାନକ ମୁଣ୍ଡକୁ ସମୟ କଥା ଆସିଲା ,ମୁଁ କହିଲି କୁହ ତ ସମୟ କେତେଟା ହେଲାଣି ?? ସେ କହିଲେ ଏଇ ହଁ ତ ,ଆରେ ବାପରେ ସନ୍ଧ୍ୟା ଛଅ ,ସମୟ ଜଣା ପଡିଲାନି ।ଜଲଦି ଫେରିବା ଏଠୁ ,ଡର ମନରେ ରଖି ବାହାରିଲୁ ।ଏକାଥରେ ନିଶା ଖସିଗଲା ଦୁହିଁଙ୍କର ।

କୋଡିଏ ମିନିଟ ଖଣ୍ଡ ଚାଲି ବି ରାସ୍ତା ପାଉ ନଥାଉ ,ଆମେ ପୁରା ରାସ୍ତା ଭୁଲି ସାରିଥାଉ । ମୋର ତ କାନ୍ଦ ବାହାରି ସାରିଥାଏ । ସେ ବୁଝେଇ କହିଲେ ,ବ୍ୟସ୍ତ ନହେଇ ମୁଣ୍ଡ ଥଣ୍ଡା କରି ଚାଲ ନହେଲେ ଅସୁବିଧା ରେ ଫସିଯିବା । ମାେ ଡର ଆହୁରି ବଢି ଯାଇଥାଏ । ଖାଲି ଠାକୁରଙ୍କ ନାଆ ନେଇ ନେଇ ଆଗକୁ ବଢୁ ଥାଉ ସିନା ରାସ୍ତା କୋଉଠି ଜଣା ନଥାଏ । ଆସିଲା ବେଳେ ଦେଶିଆ ମାଆ ବି କହୁଥିଲା ବେଶୀ ଦୂର କୁ ଯିବୁ ନାଇ ବାବୁ ମାଆ କୁ ନେଇ । ବେଳ କାଳ ଭଲ୍ ନାଇ ହୋ । 


ହଠାତ୍ ହାତରେ ବଡ଼ ବଡ଼ ଠେଙ୍ଗା ଧରି ଦୁଇ ଜଣ ଆଦିବାସୀ ଲୋକ ସାମ୍ନାରେ ।ଦୁଇଜଣ ଚମକି ପଡ଼ିଲୁ ,ଯା ଆଜି ମାଓବାଦୀ ହାବୁଡେ ଜୀବନ ଯିବ । ମୁଁ ପୁରା ବେହୋସ୍ ପ୍ରାୟ , ଚିତ୍କାର କରି କାନ୍ଦିବାରେ ଲାଗିଲି ,ବଡ଼ ପାଟିରେ କହିଲି ଆମକୁ ଛାଡ଼ି ଦିଅନ୍ତୁ ,କ୍ଷମା କରି ଦିଅନ୍ତୁ ଆଉ ଦିନେ ଏମିତି ଭୁଲ୍ ହେବନି । ଆମ ପାଖେ ଯାହା ଅଛି ନେଇ ଯାଅ ପଛେ ଆମକୁ ଛାଡ଼ିଦିଅ । ମୋତେ ପଛେ ମାରିଦିଅ , ୟାଙ୍କୁ ଛାଡ଼ି ଦିଅ ,ଆମ ମାଆ ବାପା ବ୍ୟସ୍ତ ହେଉଥିବେ। ମାେ ସ୍ଵାମୀ ବିରକ୍ତ ହୋଇ କହିଲେ ଚୁପ୍ କର, ରୁହ ଶାନ୍ତ ହୁଅ ,ମୁଁ ଦେଖେ ଏମାନେ କିଏ ???


ଇଏ ସେ ଲୋକ ଦୁଇ ଜଣଙ୍କୁ କହୁଛନ୍ତି ଭାଇ ଆମେ ଭୁଲରେ ଚାଲି ଆସି ଜଙ୍ଗଲ ଭିତରେ ଆଉ ରାସ୍ତା ପାଉନୁ ।ଅନ୍ଧାର ହେଇ ଗଲାଣି ,ମାେ ସ୍ତ୍ରୀ ପୁରା ଡରି ଯାଇଛନ୍ତି ସେଥିପାଇଁ ତାଙ୍କର ଏ ଅବସ୍ଥା । ସେ ଲୋକ ଦୁଇ ଜଣ କହିଲେ ,ଡରିବାର କିଛି ନାହିଁ ବାବୁ , ଆମ ମାଆ କହିଲା ଯାଇ ଟିକେ ଦେଖି ଆସେ ତ ସେ ଦୁଇ ଲୁକ ରାସ୍ତା ଭୁଲି ଗଲେନା କଣ , ବରା କିଣିକରି ରଖି ଯାଇଛନ୍ତି ମାେ ପାଖେ ,ଆସି କି ନେଇଯିବେ ବୋଲି କହି । ହଁ ବାବୁ ତୁମେ ଏବେ ଅଗନା ଅଗନି ଜଙ୍ଗଲ ରେ,ବେଗି ପାଦ ପକା ଅନ୍ଧାର ହେଇ ଆସୁଛି ଯେ । ବିଶ୍ୱାସ କରିବା ଛଡା ବାଟ ବି ନଥିଲା , ବରା କଥା ଶୁଣି ମନ ଟାଣ କରି ଜୋରରେ ଚାଲିଲୁ । ସତେତ ମାଆ ଟା ମାଆ ଭଳି ସାହାଯ୍ୟ କଲା । ମନେ ମନେ କୋଟି ଜୁହାର କରି ଚାଲି ଚାଲି ଆସି ରାସ୍ତା ରେ ପହଞ୍ଚିଲୁ । ଆଉ ଚାଲିବାକୁ ଯୁ ନଥାଏ । ମୁଁ ବେହୋସ ହେବା ସ୍ଥିତି କୁ ଆସିଲିଣି । ସେ ଭାଇ ଦୁଇ ଜଣ ରୁ ଜଣେ କହିଲା ,ଏଇଠି ରୁହ ଆମେ ମୋଟର ସାଇକେଲ ନେଇ ଆସିଛୁ , ବସନ୍ତୁ ଜଲଦି ପହଞ୍ଚି ଯିବା । ଇୟେ ଗୋଟେ ଗାଡି ଚଲେଇଲେ ମୋତେ ବସେଇକି , ମାଆର ଦୋକାନ ପାଖେ ପହଞ୍ଚି ଗଲୁ ।ମୁଁ ଓହ୍ଲେଇ ସିଧା ଯାଇ ସେ ମାଆକୁ କୁଣ୍ଢେଇ ଧରି କାନ୍ଦିବାକୁ ଲାଗିଲି । ସେ ବୁଝୋଉ ଥିଲା , କାନ୍ଦନା ମାଆ ତୋର କିଛି ଅସୁବିଧା ହେଇ ନଥାନ୍ତା ,ତୋ ଭାଇ କୁ ପରା ଖୋଜି ପଠେଇ ଥିଲି । ଯା ଯା ମା ,ଘରେ ସିଆଡେ ଜଗି ବସିଥିବେ । ମାଆ ଦୋକାନ ରୁ ପାଣି ଟିକେ ପିଇ ,ମୁଁ ଶାନ୍ତ ପଡିଲାରୁ ଇଏ କହିଲେ ଚାଲ ଏବେ ଯିବା ,ପୁଣି କେବେ ମାଆ କୁ ଭେଟିବା ପାଇଁ ଆସିବା । ମୁଁ ମାଆର ପାଦ ଛୁଇଁ ,ସେ ଭାଇ ଦୁଇଜଣ ଙ୍କୁ କୃତ୍ୟ କୃତ୍ୟ ହେଇ ଗାଡି ପାଖକୁ ଆସିଲୁ । ଗାଡି ପାଖରେ ପହଞ୍ଚି ୟାଙ୍କୁ ଭିଡ଼ି ଧରି ବହେ କାନ୍ଦି କ୍ଷମା ମାଗିଲି ,ଆଉ କେବେ ଏମିତି ଭୁଲ୍ କରିବିନି ,ଆମ ପ୍ରେମ ଆମ ଘର ଭିତରେ ହିଁ ରହୁ ।ଇଏ କହିଲେ ପାଗେଳି ଭଳି କଣ ହଉଛ ,ତୁମେ ହିଁ ମୋତେ ଏମିତି କହି ପାରିବ ,ହଜାରେ ଥର ତୁମ ଭୁଲ୍ କୁ ବି ମୁଁ ଠିକ୍ ବୋଲି ମାନିବି । ମାଆ ପେନଡ୍ରାଣି ଙ୍କ ଉଦ୍ଦେଶ୍ୟ ରେ ମୁଣ୍ଡିଆ ମାରି ଘର ମୁହାଁ ହେଲୁ । ଘରେ ପହଂଚିବା ବେଳକୁ ବାପା ବୋଉ ବ୍ୟସ୍ତ ହେଇ ଯାଇଥିଲେ । ଅଯଥା ରେ ଚିନ୍ତା କରିବେ ଭାବି କିଛି ନକହି ଏମିତି ଟିକେ ଡେରି ହୋଇଗଲା କହିଦେଲୁ । 


ଏମିତିରେ ବି ଆମେ ଦୁହେଁ ବହୁତ ଥକି ଯାଇଥିଲୁ ,କଣ ଟିକେ ଖାଇ ଦେଇ ଶୋଇ ପଡ଼ିଲୁ । ଭଗବାନ ଙ୍କ ଆଶୀର୍ବାଦ ରୁ ଜୀବନ ଟା ଏମିତି ଅନେକ ଘାତ ପ୍ରତିଘାତ ସହି ଆଗେଇ ଚାଲିଛି । ଜୀବନ ରାସ୍ତାରେ କେତେ ସର୍ମ୍ପର୍କ ଯୋଡି ହୁଅନ୍ତି ଆଉ ଅଲଗା ବି ହୁଅନ୍ତି । କର୍ମ ମୁଖର ଜୀବନ ସମସ୍ତଙ୍କୁ ସାଥିରେ ନେଇ ଚାଲିବାକୁ ହେବ ।


କେବେ ମଧୁର କେବେ ବନ୍ଧୁର ଏଇ ଜୀବନ ସଡକ

ହସ ଖୁସିର ସଙ୍ଗୀତ ଗାଇ ଯିବା ଆଗେଇ ବେଧଡକ ।।


   


Rate this content
Log in

Similar oriya story from Abstract