STORYMIRROR

Sunanda Mohanty

Abstract Drama Fantasy

3  

Sunanda Mohanty

Abstract Drama Fantasy

ଜୀବନ ଦର୍ଶନ ଭିନ୍ନ

ଜୀବନ ଦର୍ଶନ ଭିନ୍ନ

2 mins
125

  ବୟସର ରାସ୍ତାରେ ଚାଲୁ ଚାଲୁ ହଠାତ୍ କାହିଁକି ଶିଥିଳତା ଆସିଯାଇଥିଲା ମିଶ୍ରବାବୁ ଦମ୍ପତ୍ତିଙ୍କର। କିଛିଦିନ ପୁଅ ସଂସାରରେ ଓ କିଛି ଦିନ ଝିଅ ସଂସାରରେ କାଟିବା ପରେ ପୁଣି ଘରକୁ ଫେରିଆସିବାକୁ ହୋଇଥିଲା। ପୁଅ ପାଖରେ ଥିଲା ବେଳେ ଅନୁଭବ ହୋଇଥିଲା ଭବିଷ୍ୟତରେ ପୈତୃକ ଘରେ ରହିବାର ସ୍ପୃହା ନଥିଲା ତାର ତ ମନଦୁଃଖ କରୁଥିଲେ ମିଶ୍ରବାବୁ ଦମ୍ପତ୍ତି। ଝିଅ ପାଖରେ ଥିଲା ବେଳେ ତାର ଦ୍ୱିତୀୟ ସନ୍ତାନ ପ୍ରତି ଅନାଗ୍ରହ କଥାଟା ନାପସନ୍ଦ ହୋଇଥିଲା ପିତାମାତାଙ୍କୁ । ଝିଅର ଯୁକ୍ତି ଥିଲା ଦ୍ୱିତୀୟ ସନ୍ତାନ ପୁଅ ହେଲେ ସେ ଖୁସି ହେବନାହିଁ ଆଉ ଝିଅ ହେଲେ ତା ନିଜ ଛଡା ସମସ୍ତେ କହିବେ ପୁଣି ଝିଅଟେ ! ତା ମନରେ ପୁଅ ପ୍ରତି ବିତୃଷ୍ଣା ଭାବର କାରଣ ଯେତେ ଅସ୍ପଷ୍ଟ ହେଲେ ବି, ବୟସର ଶେଷ ରାସ୍ତାରେ ପୁଅ ବୋହୁଙ୍କ ଉପରେ ନିର୍ଭରଶୀଳ ହୋଇ ରହିବାକୁ ସେ ଚାହୁଁନଥିଲା କହିଲା ବେଳେ ମିଶ୍ର ବୁଢା ବୁଢୀ କେତେ କଣ ଭାବୁଥିଲେ ବି ନିଜ ଦୁଃଖ କହି ପାରୁନଥିଲେ ଯେ ତାଙ୍କ ଅନ୍ତେ ତାଙ୍କ ପୁଅ ତାଙ୍କ ଜୀବନସାରା ପରିଶ୍ରମର ପ୍ରତୀକ ବଡ ଘରଟାକୁ ବିକି ଦେଇପାରେ ।

ମନର କଥା ମନରେ ରଖି ଘରକୁ ଫେରିଆସିବା ପରେ ଦିନେ ଚିହ୍ନାଜଣା ସୁକାନ୍ତି ତା ନାତି ସହ ଆସିଥିଲା। ସୁକାନ୍ତି ସହ ରକ୍ତ ସମ୍ପର୍କ ନଥିଲେ ବି ସମ୍ପର୍କ ଦୃଷ୍ଟିରୁ ତାର ଓ ତା ନାତିର ଖିଆ ପିଆ ବୁଝି ସାରିବା ପରେ ତା ଦୁଃଖ ଶୁଣିବାକୁ ପଡ଼ିଥିଲା । ନାତିଟିକୁ ଛାଡ଼ି ତା ବିଧବାଝିଅ ଆଉ କାହା ସଙ୍ଗେ ଘରବାନ୍ଧିବା ପରେ ନାତିଟି ଅବହେଳା ହେଉଥିଲା ତ ଆଈ ହିସାବରେ ସୁକାନ୍ତି ନାତିଟିକୁ ରଖି ବଡକରିବାକୁ ଚାହୁଁଥିଲା। ମିଶ୍ରଦମ୍ପତିଙ୍କ ମୁଣ୍ଡରେ ଅନ୍ୟ କିଛି ଭାବନା ଖେଳୁଥିଲା ସୁକାନ୍ତିର ନାତିଟିକୁ ନିଜର କରି ରଖିବାକୁ ପାଠ ପଢେଇ ବଡ କରିବାକୁ ଇଚ୍ଛା କରି ସୁକାନ୍ତିକୁ କହିଥିଲେ ଦୁହେଁ, ହେଲେ ସୁକାନ୍ତି କାନ୍ଦି ପକେଇଥିଲା ନାତିକୁ ନେ଼ଇ ବୟସର ଶେଷ ରାସ୍ତାରେ ଚାଲିଯିବାର ଇଚ୍ଛା ତାର । ମିଶ୍ରଦମ୍ପତ୍ତି କ୍ଷମା ମାଗିଥିଲେ ସୁକାନ୍ତିକୁ, ବୟସର ରାସ୍ତାରେ ସମସ୍ତେ ସ୍ୱାର୍ଥି ବୋଲି ସେମାନ ବୁଝିସାରିଥିଲେ ବି ଭୁଲିଯାଇଥିଲେ।ସୁକାନ୍ତି ଫେରି ପଡୁ ପଡୁ ମିଶ୍ରଦମ୍ପତିଙ୍କୁ ମୁଣ୍ଡିଆ ମାରି ନାତି ହାତ ଧରି ଅପସରି ଯିବା ଯାଏଁ ଚାହିଁ ଥିଲେ ମିଶ୍ରଦମ୍ପତି ଆଉ ଭାବୁଥିଲେ ନିଆଶ୍ରୀ ସୁକାନ୍ତି , ସେମାନଙ୍କ ଅପେକ୍ଷା ବହୁ ଗୁଣରେ ସୁଖୀ ନିଶ୍ଚୟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract