STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Children Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Children Classics

ଜହ୍ନମାମୁଁ -212

ଜହ୍ନମାମୁଁ -212

2 mins
14.6K


ରାଣୀ ପସନ୍ଦ - ୧

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରିମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ ତାକୁ କାନ୍ଧରେ ପକାଇ ସେ ସେହି ଶୁନ୍ଶାନ୍ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜନ୍, କେତେଲୋକ ବହୁକଷ୍ଟ କରି କାମ କରିଥା’ନ୍ତି କିନ୍ତୁ ଫଳ ଓଲଟା ହୁଏ । ନିଜକୁ ସେମାନେ ବିବେକୀ ଭାବି ଅବିବେକୀ କାମ କରନ୍ତି । ସେମାନେ ଏକପ୍ରକାରର ଆତ୍ମ ପ୍ରବଂଚନାର ଶିକାର ହୁଅନ୍ତି । ଉଦାହରଣ ସ୍ୱରୂପ ମୁଁ ରାଜା ବିଶାଳବର୍ମାଙ୍କ ଗଳ୍ପ କହିବି, ମନ ଦେଇ ମୋକଥା ଶୁଣ, ଶ୍ରମଭାର ଲାଘବ ହେବ ।” ଏତିକି କହି ବେତାଳ ଗପିଲା –

ପୁରୁଣା କାଳରେ ବୈଶାଳିନୀ ନଗରୀରେ ରାଜା ବିଶାଳବର୍ମା ରାଜତ୍ୱ କରୁଥିଲେ । ଥରେ ତାଙ୍କର ଘନିଷ୍ଠ ବନ୍ଧୁବାନ୍ଧବଙ୍କ ମଧ୍ୟରେ ଜଣେ ସ୍ତ୍ରୀଲୋକ ଝିଅଟିଏ ଜନ୍ମ ଦେଇ ମରିଗଲେ । ରାଜାଙ୍କର ତ ଝିଅ ନଥିଲା । ସୁତରାଂ ସେ ସେହି ପିଲାଟିକୁ ନେଇ ପାଳିଲେ; ତା’ର ନାମ ସେ ବୈଶାଳୀ ରଖିଲେ । ସେ ବଡ ହୋଇ ଯିବାପରେ ରାଜା ତାକୁ ଏତେ ସ୍ନେହ କରୁଥିଲେ ଯେ ଭାବିଲେ ତାଙ୍କର ଏକମାତ୍ର ପୁତ୍ର ବିଜୟବର୍ମା ସହିତ ତାକୁ ବିବାହ କରାଇ ଘରେ ରଖିବେ ।

ବିଜୟବର୍ମା ବୈଶାଳୀକୁ ଭଉଣୀ ପରି ସ୍ନେହ କରୁଥିଲେ; କାରଣ ଶିଶୁକାଳରୁ ସେମାନେ ଏକାଠି ବଢିଛନ୍ତି । ବୈଶାଳୀ ଅତି ସ୍ନେହ ପାଇ ଟିକିଏ ଉଦ୍ଧତ ଓ ସ୍ୱାର୍ଥପର ହୋଇଥାଏ । ଏସବୁ ରାଜାଙ୍କ ସ୍ନେହ ଦୃଷ୍ଟିରେ ମୋଟେ ପଡୁ ନଥାଏ । ବିଜୟବର୍ମା ପିତାଙ୍କର ଏ ପ୍ରସ୍ତାବକୁ ଆଦୌ ସ୍ୱୀକାର କଲେ ନାହିଁ । ତେଣୁ ସେ କହିଲେ, “ଏ ରାଜ୍ୟର ଭାବି – ମହାରାଣୀ ହେବାକୁ ତା’ର କୌଣସି ଯୋଗ୍ୟତାହିଁ ନାହିଁ । ରାଜା ସେ କଥା ଶୁଣି ରାଗିଲେ, ଓ କହିଲେ, “ଓଃ ତମେ କ’ଣ ଏତେକଥା ଭାବି ଝିଅ ପସନ୍ଦ କରିବ? ବିବାହ ପରେ ସେ ନିଜେ ସବୁ ଶିଖିଯାଇ ନଥା’ନ୍ତା? ଯାହାହେଉ ତମେ ଯଦି ତାକୁ ବିବାହ କରିବାକୁ ନଚାହୁଁଛ, ତେବେ ଅନ୍ତତଃ କୁହ ତୁମ ସ୍ତ୍ରୀ ପାଇଁ କେଉଁ ଝିଅଟି ଯୋଗ୍ୟ ବୋଲି ତମେ ଭାବୁଛ?”

ବିଜୟବର୍ମା କହିଲେ “ବାବା, ଆପଣଙ୍କ କଥାର ଉତ୍ତର ହେଉଛି ମୋର ସହପାଠୀ, ସେନାପତିଙ୍କ ଝିଅ ସୁମିତ୍ରା ମୋର ଖୁବ୍ ପସନ୍ଦ । କିନ୍ତୁ ଆପଣ ନଚାହିଁଲେ ପ୍ରସ୍ତାବ କରାଯିବ ନାହିଁ । ମୁଁ ମଧ୍ୟ ଆପଣଙ୍କ ମନରେ କୌଣସି ପ୍ରକାର କଷ୍ଟ ଦେବାକୁ ଚାହେଁନାହିଁ । ଆପଣ ଭାବି ଦେଖନ୍ତୁ, ବୈଶାଳୀକୁ ତ ପିଲା ଦିନରୁ ମୁଁ ମୋ ଭଉଣୀ ଭାବରେ ଦେଖିଆସିଛି, ତେଣୁ ତା’ର ମୋ ପ୍ରତି ସମ୍ମାନ ରହିବ ନାହିଁ । ମୁଁ ମଧ୍ୟ ତା’ର ଦୋଷ ତୃଟି ଦେଖାଇ ତା’ଉପରେ ରାଗି ପାରିବି ନାହିଁ ବା ସେସବୁକୁ ସଂଶୋଧନ କରି ପାରିବି ନାହିଁ । ସେ ଯେମିତି ଯିଦ୍ଖୋର୍ ଅଛି ସେମିତି ରହିବ । ସୁମିତ୍ରାକୁ ମୁଁ ସବୁକିଛି ଶିଖାଇ ପାରିବି ।”

ରାଜା ରାଗିଯାଇ କହିଲେ, “କ’ଣ ହେଲା ସୁମିତ୍ରା? ସିଏ କେଉଁ ଗୁଣରେ ବା ରୂପରେ ବୈଶାଳୀଠାରୁ ଅଧିକ ଭଲ?”


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Children