STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Children Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Children Classics

ଜହ୍ନମାମୁଁ -187

ଜହ୍ନମାମୁଁ -187

2 mins
15.1K


ଶାପ ମୁକ୍ତି - ୧

କୌଣସି ଏକ ଜଙ୍ଗଲରେ ନିର୍ବାସ ନାମକ ଜଣେ ମୁନି ଥିଲେ । ସ୍ୱଭାବତଃ ସେ ବଡ କ୍ରୋଧୀ ଥିଲେ । ଅଳ୍ପ କଥାରେ ରାଗିଗଲେ ଅଭିଶାପ ଦେଇ ବସୁଥିଲେ । ଥରେ ରାଜା ସୁଦୀପ କୌଣସି ଛୋଟ ଏକ ଭୁଲ୍ କଲେ ବୋଲି ମୁନି ରାଗିଯାଇ ତାଙ୍କୁ କହିଲେ, “ତୁମେ ରାକ୍ଷସ ହୋଇଯାଅ ।” ଫଳରେ ସେ ରାଜା ତତ୍କ୍ଷଣାତ୍ ରାକ୍ଷସ ହୋଇଗଲେ ଓ ନିଜ ପ୍ରଜାମାନଙ୍କୁ ହଇରାଣ ହରକତ କଲେ, ଖାଇ ଗୋଡାଇଲେ ।

ଏଣେ ରାଜା ସୁଦୀପଙ୍କର ଅନୁପସ୍ଥିତିରେ ତାଙ୍କୁ ଖୋଜା ଚାଲିଲା । ମନ୍ତ୍ରୀ ସୁକାମ ଖବର ନେଇ ଜାଣିଗଲେ ଯେ ମୁନିଙ୍କ ଶାପରୁ ସେ ରାକ୍ଷସ ହୋଇ ବନରେ ବିଚରଣ କରୁଛନ୍ତି । ମନ୍ତ୍ରୀ ଯାଇ ମୁନିଙ୍କୁ କହିଲେ, “ମହାତ୍ମନ, ଆମ ରାଜା ଜଣେ ଅତି ଗୁଣବାନ ବ୍ୟକ୍ତି । ତାଙ୍କ ରାଜ୍ୟରେ ପ୍ରଜାମାନେ ବଡ ସୁଖରେ କାଳାତିପାତ କରୁଛନ୍ତି । ଆପଣଙ୍କ ଶାପ ଯୋଗୁଁ ସେ ରାକ୍ଷସ ହୋଇଗଲେ ଓ ନିଜର ପ୍ରିୟ ପ୍ରଜାଙ୍କୁହିଁ ନିଜ ଅଜାଣତରେ ଅନେକ କଷ୍ଟ ଦେଉଛନ୍ତି, ସେ ଯଦି କିଛି ଭୁଲ୍ କଲେ ତ ତା’ର ପ୍ରତିଫଳ ତାଙ୍କ ପ୍ରଜାମାନେ ଭୋଗିବେ ବା କାହିଁକି? ଏହା କ’ଣ ନ୍ୟାୟ? ଆପଣ କୃପା କରି ତାଙ୍କୁ ଶାପମୁକ୍ତ କରନ୍ତୁ ।”

ନିର୍ବାସ ମୁନି ମନ୍ତ୍ରୀଙ୍କୁ ବଡ କରୁଣାପୂର୍ଣ୍ଣ ଦୃଷ୍ଟିରେ ଚାହିଁ କହିଲେ, “ବହୁ ପୁରାକାଳରେ ବ୍ରହ୍ମା ରାକ୍ଷସମାନଙ୍କୁ ବର ଦେବାରୁ ସେମାନେ ପ୍ରବଳ ହୋଇ ବ୍ରହ୍ମାଣ୍ଡ ଉଚ୍ଛନ୍ନ କରୁଥିଲେ । ତୁମେ କ’ଣ କହୁଛ ବ୍ରହ୍ମା ସେପରି କରି କିଛି ଭୁଲ୍ କରିଥିଲେ? ଯେତେବେଳେ ପ୍ରଜାଗଣ ଉଦ୍ଧତ, ଗର୍ବୀ ଓ ଅହଂକାରୀ ହୋଇ ଉଠନ୍ତି ସେତେବେଳେ ସେମାନଙ୍କୁ ସେମାନଙ୍କ କର୍ମଫଳ ଭୋଗ କରାଇବାକୁ ବ୍ରହ୍ମା ରାକ୍ଷସଙ୍କୁ ବର ଦିଅନ୍ତି । ଋଷିମୁନି ମଧ୍ୟ ସେତେବେଳେ ମାନବଙ୍କୁ ଶାପ ଦିଅନ୍ତି । ଏଥିରେ ତ ମୁଁ ନିମିତ ମାତ୍ର । ସ୍ୱୟଂ ବିଶ୍ୱନିୟନ୍ତା ଭଗବାନ୍ ଉପରେ ଅଛନ୍ତି । ସେହିଁ ଆମକୁ ଚଳାଉଛନ୍ତି । ଆମର ଏଥିଲାଗି ଆଉ କ’ଣ କରିବାର ଅଛି?”

ମନ୍ତ୍ରୀ ବିନୀତ ହୋଇ କହିଲେ “ମୁନିଶ୍ରେଷ୍ଠ ଆପଣ ଯାହା କହୁଛନ୍ତି ତାହା ସମ୍ପୂର୍ଣ୍ଣ ରୂପେ ଠିକ୍ ହୋଇପାରେ ଏହା ମଧ୍ୟ ହୋଇପାରେ ଯେ ଏ ଦେଶର ଲୋକଙ୍କର କର୍ମଫଳ ଭୋଗ କରିବାର ସମୟ ଶେଷ ହେଲାଣି । ସେଥିପାଇଁ ମୁଁ ଆପଣଙ୍କର ଶରଣ ନେବାକୁ ଆସିଲି । ଆପଣ ସର୍ବଶକ୍ତିମାନ୍ । ଆପଣହିଁ ଆମର ନିୟନ୍ତା । କିଛି ଏକ ଉପାୟ କରନ୍ତୁ । ଆପଣ ତାହା ଠିକ୍ କରିପାରିବେ ।”

ଶେଷରେ ନିର୍ବାସ କହିଲେ, “ମୁଁ କୌଣସି ଏକ ରହସ୍ୟ ତୁମକୁ କହି ଦେଇପାରେ । ଏଠାରୁ କିଛି ଦୂରରେ ଏକ କାଳୀ ମନ୍ଦିର ଅଛି । ସେଥିରେ ମା’ କାଳୀଙ୍କର ଏକ ଭୟାନକ ମୂର୍ତ୍ତି ଅଛି । ସେଠାକୁ ଯାଇ ତୁମ ଶରୀରର ସବୁଠାରୁ ପ୍ରିୟ ଅଂଶଟିକୁ ମା’ କାଳୀଙ୍କୁ ସମର୍ପଣ କରିବ । ତେବେ ଯାଇ ତୁମେ ମା’ କାଳୀଙ୍କୁ ଯାହା ମାଗିବ ସେ ତୁମକୁ ତାହା ନିଶ୍ଚୟ ଦେବେ । ମନ୍ତ୍ରୀ ମୁନିଙ୍କୁ ପ୍ରଣାମ କରି ବଡ କଷ୍ଟର ସହିତ ରାସ୍ତା ଖୋଜି ଖୋଜି କାଳୀ ମନ୍ଦିରରେ ଯାଇ ସେ ପହଁଚିଲେ ।”

ମନ୍ଦିରର ମୂର୍ତ୍ତି ବାସ୍ତବିକ ଅତି ଭୟଙ୍କର ଥିଲେ । ମନ୍ତ୍ରୀ କିନ୍ତୁ ମୋଟେ ଡରିଲେ ନାହିଁ । ମୂର୍ତ୍ତିର ସମ୍ମୁଖରେ ଠିଆ ହୋଇ ଯାଇ ସେ କହିଲେ, “ମା’ ଆମ ଉପରେ ଦୟା କରନ୍ତୁ । ଆମ ରାଜାଙ୍କୁ ପୁନଶ୍ଚ ମାନବ ରୂପ ପ୍ରଦାନ କରନ୍ତୁ । ସେଇଥିପାଇଁ ମୁଁ ଏଠାକୁ ଆସିଛି । ମୋର ମଥା ହେଉଛି ମୋ ଶରୀରର ସବୁଠାରୁ ପ୍ରିୟ ଅଙ୍ଗ । ମୁଁ ତାହାକୁ ତୁମ ପାଦରେ ଅର୍ପଣ କରୁଛି ।” ଏତିକି କହି ମନ୍ତ୍ରୀ ନିଜ ମଥା କାଟିଦେବାକୁ ତରବାରୀ ଉଠାଇଲେ ।


Rate this content
Log in

Similar oriya story from Children