STORYMIRROR

Sunanda Mohanty

Abstract Inspirational Children

3  

Sunanda Mohanty

Abstract Inspirational Children

ଜେଜେମା ଓ ଲୋରୀ

ଜେଜେମା ଓ ଲୋରୀ

1 min
148

   ସେଇ ସଂଗୀତର ଲହରୀ ଆଜିବି ଶୁଭେ," ଧୋରେ ବାୟା ଧୋ ଯୋଉ କିଆରିରେ ଗହଳ ମାଣ୍ଡିଆ ସେଇ କିଆରିରେ ଶୋ"ଯେତେବେଳେ ମାଆ ଟିଏ ଶୁଆଇପକାଏ ଏହି ଗୀତଟିକୁ ଗାଇ ଅବୁଝା ପିଲା ଆଖିକୁ ଘୋଟିଆସେ ନିଦ। ସେମିତି ଶୁଆଇ ପକାଉଥିଲେ ଜେଜେମା ନାତିଟିକୁ ସେହି ଗୀତଟି ଗାଇ ଗାଇ ତ ନଜର ପହଁରିଗଲା ତଳକୁ।

ଆଦିବାସୀ ସ୍ତ୍ରୀ ଲୋକଟି ଅଣ୍ଟାରେ ଶାଢ଼ୀ ବାନ୍ଧି ପିଠି ପଟେ ରଖିଛି ଶିଶୁଟିକୁ, ଶିଶୁଟି ଝୁଲି ଝୁଲି ଆଖି ପତା ମୁଜିନେଲେ ବି ସମ୍ପୁର୍ଣ୍ଣ ଶୋଇନଥିଲା, ମାଆଟି ବିକଳ ହେଉଥିଲା ପିଲାଟି ଶୋଇଗଲେ ତାକୁ ଶୁଆଇଦେଇ, କାଜୁ ଫ୍ୟାକ୍ଟ୍ରିରେ କାମରେ ଯୋଗ ଦେବ। ଉପରୁ ସବୁ ଦେଖୁଥିଲେ ଜେଜେମା। ନାତି ଶୋଇଗଲାଣି କେତେବେଳୁ ଧୋ ବାୟା ସଂଗୀତ ଲହରୀରେ ଭିଜି ଭିଜି। ତଥାପି ବୋହୁ ସ୍କୁଲରୁ ଆସିବାକୁ ଡେରି ଅଛି। ଜେଜେମାଙ୍କର ଇଚ୍ଛା ଆଉ ଗୋଟେ ଦିଟା କାମ ହାତକୁ ନେଇ ବୋହୁ ଆସିବା ପୁର୍ବରୁ, ଓ ନାତିର ନିଦ ଭାଙ୍ଗିବା ପୁର୍ବରୁ ସାରିଦେଲେ, ଉଭୟ ଶାଶୁ ବୋହୁଙ୍କୁ ସୁବିଧା ହୁଅନ୍ତା, ହେଲେ ତଳେ ସ୍ତ୍ରୀ ଲୋକଟିର ଶିଶୁଟି ଶୋଇନଥିଲା, ତ ତେଣେ ସାଇରନ୍ ବାଜିଗଲାଣି, ସବୁ ମହିଳା ଓ ପୁରୁଷ କର୍ମୀଙ୍କର ଉପସ୍ଥିତିର ଘୋଷଣା ଏହି ସାଇରନ ଶବ୍ଦରେ ଶିଶୁଟି ଯାହା ଶୋଇ ଆସୁଥିଲା , ଉଠିପଡ଼ି ଛାଡୁନି ମାଆକୁ। ଜେଜେମା ଉଠିଗଲେ ନାତି ପାଖରୁ । କରିଡ଼ରକୁ ଘୁଞ୍ଚିଗଲେ। ଆଉ ବଡ ପାଟିରେ ଗାଇ ଉଠିଲେ ଧୋ ରେ ବାୟା ଧୋ ଯୋଉ କିଆରିରେ ଗହଳ ମାଣ୍ଡିଆ ସେଇ କିଆରିରେ ଶୁଅ। ଚାହୁଁଥିଲେ ତଳକୁ ପିଲାଟିର ଆଖି ମୁଜି ହେଇ ଆସିଲାଣି, ମାଆ ଥାପୁଡେଇ ଶୁଆଇଦେଇ ବାହାରୁଥିଲା କାମକୁ। ଜେଜେମା ଗାଇ ଚାଲିଥିଲେ ସେଇ ସଂଗୀତର ଲହରୀ। ହଠାତ୍ ବୋହୁ ଫେରିଆସି ଶାଶୁମାଙ୍କୁ କରିଡ଼ର ପାଖରେ ଧୋ ବାୟା ଗୀତ ଗାଉଥିବାର ଦେଖି ,ରହସ୍ୟ ବୁଝିନପାରିଲେ ମଧ୍ୟ ଖୁସିଥିଲା ଜେଜେମାଙ୍କ ନାତି ବା ତା ପୁଅ ଶୋଇଛି ଏଯାଏଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract