Prakash Sahoo

Children

3  

Prakash Sahoo

Children

ଈଶ୍ୱର କିଏ?

ଈଶ୍ୱର କିଏ?

5 mins
213



ପିଲା ଦିନେ ଏକ ବକ୍ତବ୍ୟ ପ୍ରତିଯୋଗିତା ପରିବେଷଣ କରିଥିବା ନିଜସ୍ୱ ଚିନ୍ତାଧାରା ଆଜି ବି ମନେ ପଡେ ।


ଈଶ୍ୱର କିଏ?ଈଶ୍ୱର କେଉଁଠି ?କଣ ତାଙ୍କ ରୂପ ,କଣ ତାଙ୍କ ଜାତି?ଅନେକ ମହାପୁରୁଷ ଏହାର ଉତ୍ତର ଦେଇଯାଇଛନ୍ତି । କିଏ କୁହେ ଈଶ୍ୱର ମୋର ଆଉ କିଏ କିଏ କୁହେ ଈଶ୍ୱର ଆମର । ଆଉ ଏହ କଳି ଭିତରେ ବଳି ପଡ଼ିଯାଏ ନିରୀହ ମଣିଷ । ଧର୍ମ ନାଁ ରେ ହୋଇଚାଲେ ହତ୍ୟା ,ଲୁଣ୍ଠନ । ଭାରତ ଏକ ମାତ୍ର ଧର୍ମ ନିରାପେକ୍ଷ ରାଷ୍ଟ୍ର । ତଥାପି ଭାରତୀୟ ମାନେ ଆଜି ବି ଧର୍ମ ର ଦଙ୍ଗା ରେ ଶିକାର ହେଉଛନ୍ତି ।


ଈଶ୍ୱର ମୋ ମତ ରେ ସର୍ଵ ବିଦ୍ୟମାନ । ସେ ସବୁଠି ଅଛନ୍ତି । ସେ ସବୁ ଦେଖୁଛନ୍ତି । ଭୁଲ ଠିକ ର ହିସାବ ରଖୁଛନ୍ତି । ମୋ ସାମନା ରେ ଛିଡା ହୋଇଥିବା ମୋର ପ୍ରତ୍ୟେକ ବନ୍ଧୁ ଆଉ ବାନ୍ଦବୀ ସମସ୍ତ ଠାରେ ଅଛନ୍ତି ।


ମୁଁ ଖେଳ ପଡିଆ ରେ ଖେଳୁ ଖେଲୁ ପଡିଗଲେ ଅବା ମୋ ଆଖି ରୁ ଲୁହ ଝରିଗଲେ ସେହି ମାନେ ହିଁ ଈଶ୍ୱର ସାଜି ମୋତେ କୋଳେଇ ନିଅନ୍ତି ମୋ ଆଖି ରୁ ଲୁହ ପୋଛି ଦିଅନ୍ତି । ମୁଁ ଅସୁବିଧା ରେ ପଡିଥିବା ସମୟ ରେ ମୋତେ ଆଶ୍ୱାସନା ଦିଅନ୍ତି । ପ୍ରକୃତ ଈଶ୍ୱର ଙ୍କୁ ତ ମୁଁ ଦେଖିନି ଖାଲି ଯାହା ଶୁଣିଛି । ମୁଁ ଜଣେ ହିନ୍ଦୁ । ଅନେକ ହିନ୍ଦୁ ଅଛନ୍ତି ଅନ୍ୟ ଧର୍ମ କୁ ଘୃଣା କରନ୍ତି । ମୋ ମତ ରେ ତାହା କରିବା ଅନୁଚିତ । ଯଦି ଆପଣ ଙ୍କ ଦେହ ଖରାପ ଥିବ ତେବ ଆପଣ କଣ ଆପଣ ଙ୍କ ଧର୍ମ ର ହୋଇନଥିବା ଡାକ୍ତର ଙ୍କ ପାଖ କୁ ଯିବେ ନାହିଁ । ମୋର ଅନେକ ବନ୍ଧୁ ଖ୍ରୀଷ୍ଟିଆନ ,ମୁସଲମାନ} କିନ୍ତୁ ଆମେ ପଢିଲା ବେଲେ ଅବା ମଧ୍ୟାନ ଭୋଜନ କାରିଲା ବେଳେ ଏକାଠି ଖାଉ ଏକାଠି ବସୁ । କାରଣ ଆମ କୁ ଜଣା ନାହିଁ । ଏ ଧର୍ମ କଣ । ଏ ଜାତି କଣ । ଆମେ କେବଳ ଜାଣୁ ପରସ୍ପର କୁ ଉତ୍ତମ ସାଙ୍ଗ ହିସାବରେ । ଆମ ମାନ ଙ୍କ ଭିତ ରୁ ବି ଅନେକ କାଲି ବଡ ହେବେ ଭଲ ଚାକିରୀ କରିବେ ଆଉ ଯେତେବେଳେ ସେମାନ ଙ୍କ ର ଭେଟ ହେବ ଆମ ଏହି ବିଦ୍ୟାଳୟ ର ପୁରୁଣା ସାଙ୍ଗ ମାନ ଙ୍କ ସହିତ ଆଉ ଯେତେବେଳେ ଜାଣିବେ କିଏ ହିନ୍ଦୁ ଥିଲା କିଏ ମୁସଲିମ କଣ କରିବେ ସେମାନେ କଣ ଦୁରେଇ ଯିବେ??ଏହାର ଉତ୍ତର ଅନେକ ଦେବେ" ନା" । ଯଦି ସେହି ପୁରୁଣା ସାଙ୍ଗ କୁ ଦେଖି ଖୁସି ହୋଇଗଲା । ଏକାଠି ପୁଣି ଥରେ ବସି କଥା ହେଲ ଆଉ ଭୋଜନ କରିଲ । ତେବେ ଭିନ୍ନ ଜାତି ର ନୂଆ ବନ୍ଧୁ କରିବାରେ ଅସୁବିଧା କଣ ଅଛି । ଏକାଠି ମିଳିମିଶି ରହିଲେ ଅସୁବିଧା କଣ ଅଛି । ସମାଜ ବିରୋଧ କରିବ । ପରିବାର ବିରୋଧ କରିବେ । କିନ୍ତୁ ଏହି ସମାଜ ଏହି ପରିବାର ଆମ ମାନ ଙ୍କୁ ନେଇ ଗଢିଉଠିଛି ।

ସବୁ ଆମ ଚିନ୍ତାଧାରା ଉପରେ ନିର୍ଭର କରେ । ଆମ କୁ ଆମ ଚିନ୍ତାଧାରା ବଦଳାଇ ବାକୁ କୁ । କିଏ ସେ ଯୀଶୁ ,କିଏ ସେ ଅଲହା,କିଏ ଶ୍ରୀକୃଷ୍ଣ ସବୁ ଏକ ଅଉ ଅଭିନ୍ନ । କଣ ଲେଖା ଅଛି କୁରାନ ରେ ?କଣ ଲେଖା ଅଛି ଗୀତା ରେ ଏଇଆ କି ତୁମେ ହିନ୍ଦୁ ତୁମେ ମୁସଲମାନ କୁ ଘୃଣା କର ତୁମେ ଖ୍ରୀଷ୍ଟିଆନ ତୁମେ ବୌଦ୍ଧ ଙ୍କୁ ଘୃଣା କର । ନାହିଁ ଏମିଟି କେଉଁଠି ବି ଲେଖା ନାହିଁ । ତେବେ କାହିଁକି ଆମେ ଅନ୍ୟ ଧର୍ମ ବିରୋଧ କୁ ବିରୋଧ କରିବା । ଏହି ଚିନ୍ତାଧାରା କୁ ବଦଳାଇବାକୁ ହେବ ।


ଥରେ ଇଂଲଣ୍ଡ ର ମହାନ ପୁରୁଷ ସ୍ୱାମୀ ଵିବେକାନନ୍ଦ ଈଶ୍ୱର ଙ୍କ ବିଷୟରେ ଯେଉଁ ମତ ରଖିଥିଲେ ତାହା ସେଠାରେ ଉପସ୍ଥିତ ଥିବା ସମସ୍ତ} ସ୍ରୋତା ମାନ ଙ୍କ ର ମନ କିଣି ନେଇଥିଲା ।

ସେ କହିଥିଲେ"ଈଶ୍ୱର ଅଛନ୍ତି ଆପଣ ଙ୍କ ଶରୀର ରେ ମୋ ଶରୀର ରେ କଥା କହି ପାରୁଉନଥିବା ଛୋଟ ଶିଶୁ ଶରୀର ରେ । ଯଦି ଆମେ ପରସ୍ପର କୁ ସାହାଯ୍ୟ କରିବା । ବିପଦ ରେ ଥିବା ଲୋକ କୁ ସାହାଯ୍ୟ କରିବା ତେବେ ତାହା ହିଁ ହେବ ପ୍ରକୃତ ଈଶ୍ୱର ପୂଜା । କୌଣସି ବ୍ୟୟବହୁଳ ମୂର୍ତି ପୂଜା କରିବା ପରିବର୍ତ୍ତେ । ଯଦି ଆମେ ସେହି ଅର୍ଥ ରେ କାହାର ଭୋକ କୁ ଦୂର କରିପାରିବା । ଦୁଃଖୀ ର ଦୁଃଖ ଦୂର କରିପାରିବା ସେଇଟା ହେବ ପ୍ରକୃତ ଈଶ୍ୱର ପୂଜା ।


ଈଶ୍ୱର ସେହି ମାନ ଙ୍କୁ ଫଳ ପ୍ରଦାନ କରନ୍ତି ଯେଉଁମାନେ କର୍ମ ଉପରେ ବିସ୍ୱସ ରଖନ୍ତି । ସବୁବେଳେ ସତ ପଠ କୁ ଅପଣେଇଥାନ୍ତି । ବିନା କର୍ମ ରେ ଈଶ୍ୱର ର ଙ୍କ ଠାରୁ ଫଳ ଆଶା ରଖିବା ଅନୁଚିତ । ଜୀବନ କୁ ଭଲ ପାଉଥିବା ମଣିଷ ଅଳସ୍ୟ ରେ ଜୀବନ ବିତାଇବା କଥା ନୁହେଁ । ମୁଁ ଶୁଣିଛି ଭଗବାନ କହିଛନ୍ତି ତୁମେ କର୍ମ କରିଚାଳ ଫଳ ର ଆଶା ରଖ ନାହିଁ । ଫଳ ଦେବା ପାଇଁ ମୁଁ ଅଛି । ଆଉ ଯେ ପରିଶ୍ରମ କରିବ ତାର ଫଳ କେବେ ବୃଥା ଯିବ ନାହିଁ । ଆମେ ଯଦି ଠିକ ଭାବେ ପଢିବା ତେବେ ନିଚିନ୍ତ ଭାବେ ପରୀକ୍ଷା ରେ ଭଲ ମାର୍କ ରଖିବା ।


ଏବେ ମୁଁ ମୋର ଜୀବନ ର କିଛି ଜୀବନ୍ତ ଈଶ୍ୱର ନ୍କ ବିଷୟ ରେ କହିବି । ଆପଣ ମାନ ଙ୍କ ମନ ରେ ପ୍ରଶ୍ନ ଉଠୁଥିବା ଈଶ୍ୱର ପୁଣି ଜୀବନ୍ତ ଅଛନ୍ତି ।

ହଁ ଆପଣ ଠିକ ଶୁଣିଛନ୍ତି ମୁଁ ଜୀବନ୍ତ ଈଶ୍ୱର ନ୍କ ବିଷୟରେ ହିଁ କହିବାକୁ ଯାଉଛି ।

ସେ ମୋତେ ଦୁନିଆ ରେ ଆଲୋକ ଦେଖାଇଛନ୍ତି । ଯାହା ଙ୍କ ପାଇଁ ମୁଁ ଏତେ ବଡ ଦୁନିଆ ରେ ପରିଚୟ ପାଇଛି । ହଁ ସେହି ମୋ ବାପା ଆଉ ମା ଅନେକ ଦୁଃଖ ଯନ୍ତ୍ରଣା କୁ ଟପି ମୋରି ସେବା ରେ ନିଜ କଥା ଭୁଲି ଯାଇଛି ସେହି ମୋ ମା । ମୋର ପ୍ରତ୍ୟେକ ଇଚ୍ଛା କୁ ପୂରା କରିବା ଯେ ସମୟ କୁ ଭୁଲି ଯାଇଛନ୍ତି ମୋର ବାପା । କଷ୍ଟ କୁ ଆଖିବୁଝି ସହି ଯାଉଛାନ୍ତି । ତାଙ୍କ ଥୁ ବଡ ଈଶ୍ୱର କିଏ ହେବ ଏହି ଦୁନିଆ ରେ । ଆଜି ମୁଁ ଏଠି ଠିଆ ହୋଇ ଆପଣ ମାନ ଙ୍କୁ ଦେଖୁଛି, କହୁଛି କାହା ପାଇଁ କେବଳ ତାଙ୍କ ପାଇଁ । ମୁଁ ମାନୁଛି ଈଶ୍ୱର ଅଛନ୍ତି । କିନ୍ତୁ ମୋ ପାଇଁ ମୋ ବାପା ମା ହେଉଛନ୍ତି ଜୀବନ ର ସର୍ଵ ପ୍ରଥମ ଆଉ ଜୀବନ୍ତ ଠାକୁର ଆଉ ଠାକୁରାଣୀ ।


ମୁଁ ଆଉ ଜଣେ ଜୀବନ୍ତ ଈଶ୍ୱର ନ୍କ କଥା କହିବାକୁ ଯାଉଛି । ସେ ଏଇଠି ଅଛନ୍ତି ଆପଣ ମାନ ନ୍କ ସାମ୍ନା ରେ ଅଛନ୍ତି ଆଉ ମୋ ସାମ୍ନା ରେ ଅଛନ୍ତି । ମୁଁ ତାଙ୍କୁ ସବୁ ଦିନ ପୂଜା କରେ । ହଁ ସେହି ବିଦ୍ୟାମାଡିର ର ଈଶ୍ୱର ମୋ ପୂଜ୍ୟନିୟ ଶିକ୍ଷ୍ୟକ ଆଉ ଶିକ୍ଷୟତ୍ରୀ । ଯେଉଁ ମାନେ ମୋତେ ସବୁ ଦିନ ମୋ ଭୁଲ କୁ ଠିକ କରିଥାନ୍ତି । ମୁଁ କେମିତି ଉତ୍ତମ ଛାତ୍ର ହୋଇ ପାରିବି ସେମାନେ ସବୁବେଳେ ଚେଷ୍ଟା କରୁଛନ୍ତି । ଘର ଛାଡ଼ି ବିଦ୍ୟାଳୟ ର ରହଣି ଭିତରେ ସେ ହିଁ ମୋ ର ବାପା ଆଉ ମା ର ଦାଇତ୍ୱ ତୁଲାଇ ଥାନ୍ତି । ମୋତେ ନୀତି ବାଣୀ ପଢ଼ାଇ ଥାନ୍ତି । କଣ ତାଙ୍କର ଉଦେଶ୍ୟ । ମୋ ମତ ରେ ସେ ମୋ ପିତା ମାତା ଙ୍କୁ କହିବାକୁ ଚାହୁଁଛନ୍ତି କି ସୀମାନେ ମୋ ବିଷୟ ରେ ଆଦ୍ୟ ଚିନ୍ତା କରିବେ ନାହିଁ । ମୁଁ କେମିତି ଭଲ ପଢିବି ଆଉ ଭଲ ମଣିଷ ହେବି ସେ ଦାଇତ୍ୱ ଆମର ।


ପରିଶେଷରେ ମୁଁ ଏକ କବିତା ପାଠ କରି ମୋ ବକ୍ତବ୍ୟ ଶେଷ କରିବେ


ବାପା ମା ମୋର ଈଶ୍ୱର

ମଣିଷ ସେବା ରେ ଈଶ୍ୱର

କର୍ମ ହିଁ ପ୍ରକୃତ ଈଶ୍ୱର

ବିଦ୍ୟାଳୟ ମୋ ମଂଦିର

ଗୁରୁ ଗୁରୁମା ମୋ ଈଶ୍ୱର




Rate this content
Log in

Similar oriya story from Children