Prakash Sahoo

Others

2  

Prakash Sahoo

Others

କରୋନା ଭୁତାଣୁ ଆଉ ମୁମ୍ବାଇ ସହର

କରୋନା ଭୁତାଣୁ ଆଉ ମୁମ୍ବାଇ ସହର

3 mins
124



ମୁମ୍ବାଇ ସହର ଭାରତ ର ମାୟା ନଗରୀ ଭାବରେ ପରିଚିତ । ଯେଉଁଠି ରାତି ଆଉ ଦିନ ସବୁ ସମାନ । ଗଳି ଗଳି ଆଉ ସହର ସବୁଆଡେ ସବୁବେଳେ ଜନ ଗହଳି । ସେଥିପାଇଁ ତ ମୋ ମନ ରେ ସବୁବେଳେ ପ୍ରଶ୍ନ ଉଠୁଥିଲା । ଯଦି ଭାରତ କୁ କରୋନା ଭୁତାଣୁ ପ୍ରବେଶ କରେ ତେବେ ଏହାର ବେଶି ପ୍ରଭାବ ମୁମ୍ବାଇ ସହର ଉପରେ ପଡିପାରେ କାରଣ ମୁମ୍ବାଇ ସହର ରେ ଜନସଂଖ୍ୟା ର ଘନତ୍ୟ ଅଧିକା ।


ଅବଶ୍ୟ ଏହି ଆଶଙ୍କା ମୋ ମନ କୁ ଆସିବା ପୂର୍ବ ରୁ ଦିଲ୍ଲୀ ରେ ଭାରତ ର ପ୍ରଥମ କରୋନା ସଂକ୍ରମିତ ରୋଗୀ ଙ୍କ ଚିହ୍ନଟ ହୋଇ ସାରିଥିଲା । ଏହା ପରେ ପରେ ଭାରତ ସରକାର ଦେଶ ର ସମସ୍ତ ବିମାନ ବନ୍ଦର ରେ ସମସ୍ତ ଯାତ୍ରୀ ଙ୍କ ସ୍ଵାସ୍ଥ୍ୟ ପରୀକ୍ଷା ଆରମ୍ଭ କରିଦେଇଥିଲେ ।


ହୋଲି ପର୍ବ ପରେ ପରେ ମୁମ୍ବାଇ ର ସମସ୍ତ ପର୍ଯ୍ୟଟନ ସ୍ଥଳୀ,ବିଭିନ୍ନ ପାର୍କ,ମଲ ଏବଂ ସିନେମା ହଲ କୁ କରୋନା ସଂକ୍ରମଣ କାରଣ ରୁ ଆଂଶିକ ଭାବେ ବନ୍ଦ କରିଦିଆଯାଇଥିଲା । ଧୀରେ ଧୀରେ ଲୋକ ମାନେ ମାସ୍କ ବ୍ୟବହାର କରୁଥିବାର ଲକ୍ଷ୍ୟ କରିଥିଲି ।


ୟା ଭିତରେ ଭାରତ ର ଦିଲ୍ଲୀ,କେରଳ ଭଳି ସହର ରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ବଢିବାରେ ଲାଗିଥିଲା । ଆଚର୍ଯ୍ୟ ଲାଗୁଥିଲା ଯେ ମୁମ୍ବାଇ ସହର ରେ ଏପର୍ଯ୍ୟନ୍ତ କରୋନା ଭୁତାଣୁ ସଂକ୍ରମିତ ବ୍ୟକ୍ତି ନଜର କୁ ଆସିନଥିଲେ ।


ପରେ ପରେ ମୁଁ ଏକ ସପ୍ତାହ ପାଇଁ ମୁମ୍ବାଇ ସହର ଠାରୁ ଦୂର ଗଭୀର ସମୁଦ୍ର ଭିତରକୁ ଏକ ମିଶନ ର ଡେପ୍ଲୋଇମେଣ୍ଟ ପାଇଁ ଚାଲିଯାଇଥିଲି । ତା ପରେ ମୁଁ ଆଉ କାହା ସମ୍ପର୍କରେ ରେ ରହିଲି ନାହିଁ । ଡେପ୍ଲୋଇମେଣ୍ଟ ଶେଷ ହେବା ପରେ ଆମେ ଫେରି ଥିଲୁ ମୁମ୍ବାଇ ର ପୋତାଶ୍ରୟ କୁ ।


ମୁମ୍ବାଇ ସହର ପହଞ୍ଚିବା ପରେ ଆମେ ଜାଣିବାକୁ ପାଇଥିଲୁ ସମ୍ପୂର୍ଣ ମୁମ୍ବାଇ ସହର ଏପରିକି ସମଗ୍ର ଭାରତ ରେ ଲାକଡାଉନ କରିଦିଆଯାଇଛି । ବସ, ରେଳ,ଉଡାଣ ସବୁ ବନ୍ଦ । ଯେ ଯେଉଁଠି ଆଉ ଯେମିତି ବି ଅଛନ୍ତି ସେମିତି ସେଇଠି ରହିବାକୁ ବାଧ୍ୟତାମୂଳକ ।


ସମୟ ଥିଲା ମାର୍ଚ୍ଚ ମାସ ର ଶେଷ ସପ୍ତାହ । ଯାହା ମୁଁ ପୂର୍ବାନୁମାନ କରିଥିଲି ତାହା ହିଁ ହେଲା । ମୁମ୍ବାଇ ସହର ରେ ସର୍ବାଧିକ ଲୋକେ କରୋନା ରେ ସଂକ୍ରମିତ ହୋଇ ସାରିଥିଲେ ଏବଂ ଏହାର ବଢିବାର ହାର ଅନ୍ୟ ସହର ତୁଳନା ରେ ବହୁତ ଅଧିକା ଥିଲା । ସର୍ବାଧିକ ମୃତ୍ୟୁ ହାର ମଧ୍ୟ ମୁମ୍ବାଇ ସହର ର ଥିଲା ।


ବାସ ପରେ ପରେ ଆମର ସମସ୍ତ ଡେପ୍ଲୋଇମେଣ୍ଟ କୁ ରଦ୍ଦ କରିଦିଆଯାଇଥିଲା । ପ୍ରାୟ ଏକ ସପ୍ତାହ ମୁମ୍ବାଇ ପୋତାଶ୍ରୟ ରେ ରହିବା ପରେ ରକ୍ଷା ମନ୍ତ୍ରାଳୟ ତରଫ ରୁ ଆଦେଶ ଆସିଥିଲା ସମୁଦ୍ର ଭିତରେ ଫସି ରହିଥିବା ପ୍ରବାସୀ ବଣିକ ଜାହାଜ,ଛୋଟ ଜାହାଜ ମାନଙ୍କୁ ସାହାଯ୍ୟ କରିବା ପାଇଁ,କାରଣ ଲାକଡାଉନ କାରଣ ରୁ କୌଣସି ପ୍ରବାସି ଜାହାଜ କୁ କୌଣସି ପତାଶ୍ରୟ କୁ ପ୍ରବେଶ କରିବା ପାଇଁ ଅନୁମତି ମିଳିନଥିଲା ।


ସେଥିପାଇଁ ଦୁଇ ରୁ ତିନି ମାସ ପର୍ଯ୍ୟନ୍ତ at sea survive କରିବା ପାଇଁ ସମସ୍ତ ପ୍ରକାରର ଅତ୍ୟାବଶ୍ୟକ ସାମଗ୍ରୀ ଲୋଡ଼ କରି ପୁଣି ଥରେ ସମୁଦ୍ର ଭିତରକୁ ଯିବାକୁ ପଡିଥିଲା । ସମୁଦ୍ର ଭିତରେ ଫସି ରହିଥିବା ଅନେକ ଛୋଟ ବଡ଼ ଜାହାଜ ମାନ ଙ୍କୁ ତେଲ,ପାଣି ଓ ଖାଦ୍ୟ ସାମଗ୍ରୀ ବଣ୍ଟନ କରା ଯାଇଥିଲା । କରୋନା ସଂକ୍ରମଣ ଆଶଙ୍କା ରେ ଆମ କୁ ଆଉ ମୁମ୍ବାଇ ଫେରିବାକୁ ଅନୁମତି ମିଳିନଥିଲା ।


ଆଟ୍ ସି ରହି ଅପରେସନ ସମୁଦ୍ର ସେତୁ ମାଧ୍ୟମ ରେ ଆମେ ଖାଡୀ ଦେଶ(ଇରାକ,ଇରାନ,ଓମାନ,...) ମାନ ଙ୍କ ରୁ ଭାରତୀୟ ମାନ ଙ୍କୁ ନେଇ ପ୍ରତ୍ୟାବର୍ତ୍ତନ କରୁଥିବା ଭାରତୀୟ ଜାହାଜ ମାନ ଙ୍କୁ escort କରିଥିଲୁ ଭାରତୀୟ ସମୁଦ୍ର ସୀମା ପର୍ଯ୍ୟନ୍ତ । ଦୀର୍ଘ ଦୁଇ ମାସ ପର୍ଯ୍ୟନ୍ତ ଆମେ ଅପରେସନ ସମୂଦ୍ର ସେତୁ ର ମିଶନ ରେ deploy ରହିଥିଲୁ । କରୋନା ର ସଂକ୍ରମଣ ପାଇଁ ଏହି ଦୁଇ ତିନି ମାସ ପର୍ଯ୍ୟନ୍ତ ଆମକୁ କୌଣସି ଦେଶ ର ପୋତାଶ୍ରୟ କୁ ପ୍ରବେଶ କରିବାକୁ ଅନୁମତି ମିଳି ନଥିଲା ।


ଅପରେସନ ସମୁଦ୍ର ସେତୁ ର ଡେପ୍ଲୋଇମେଣ୍ଟ ସଫଳତା ପୂର୍ବକ ଶେଷ ହେବା ପରେ ଆମ କୁ ମୁମ୍ବାଇ ପୋତାଶ୍ରୟ କୁ ଫେରିବାକୁ ଅନୁମତି ମିଳିଥିଲା । ଅବଶ୍ୟ ସେତେବେଳେ ମୁମ୍ବାଇ ସହର ରେ ଲାକଡାଉନ ଖୋଲି ସାରି ଥିଲା ତଥାପି ସଂକ୍ରମଣ ଆଶଙ୍କା ରୁ ଆମ ମାନ ଙ୍କୁ ମୁମ୍ବାଇ ସହର ରେ ଭ୍ରମଣ କରିବା ପାଇଁ ଅନୁମତି ମିଳି ନଥିଲା । କେବଳ ପୋତାଶ୍ରୟ ରେ ରହି ଅପେକ୍ଷା କରୁଥିଲୁ ଅନ୍ୟ ଏକ ଡେପ୍ଲୋଇମେଣ୍ଟ ଅବା ମିଶନ ର ଆଦେଶ କୁ....



Rate this content
Log in