ଵୃକ୍ଷ ହିଁ ଜୀବନ
ଵୃକ୍ଷ ହିଁ ଜୀବନ
ଖାଲି ତତଲା ପବନ। ଭୂଇଁ ସବୁ ଟାଙ୍ଗର ହୋଇ ଫାଳ ଫାଳ। ଏହି ଅଞ୍ଚଳରେ ଆକାଶକୁ ଚାହିଁବା ଆଉ ଭୂଇଁରେ ଚାଲିବା ଗୋଟେ ଦୁଃସାହସିକ କଥା। ମାଟି ତ ନୁହେଁ ଖାଲି ଗୋଡି ଆଉ ପଥର।ଯେଉଁଠି ସ୍ୱଳ୍ପ ମାଟି ଅଛି ସେଠି ଲାଗେ ଶ୍ରଦ୍ଧାଳୁଙ୍କ ଭିଡ଼ ସବୁ ପ୍ରକାର ପୂଜା ପଦ୍ଧତିରେ ପୂଜା ପାଉଥାନ୍ତି ଭିବିନ୍ନ ପ୍ରକାରର ବୃକ୍ଷ ତା ଭିତରେ ରହିଥାଏ କିଛି ଫଳନ୍ତି ବୃକ୍ଷ ଆଉ କିଛି ଅଫଳନ୍ତି। ଜୀବନ୍ତ ବୃକ୍ଷ ଦେବା ଦେବୀଙ୍କ ପାଇଁ ଭୋଗରେ ଲାଗିହୁଏ ଗୋଟିଏ ଲିଟରରୁ ଆରମ୍ବ କରି ଶହେ ଲିଟର ପର୍ଯନ୍ତ ପାଣିର ପାକେଟ।
ଆକାଶରେ ଉଡୁ ଥିବା କୁନି ପକ୍ଷୀଟି ମା'କୁ ପ୍ରଶ୍ନ କରୁଛି
-ମା ଆଉ ଆମେ କେତେ ସମୟ ଏମିତି ଆକାଶରେ ଉଡୁଥିବା।ଏବେ ମୋତେ ବିଶ୍ରାମ ଦରକାର ଚାଲ ମା?
-ନାହିଁ ଆଉ ଟିକେ ଅପେକ୍ଷା କରିବାକୁ ହେବ ଯେ ପର୍ଯନ୍ତ ପାନୀୟ ଜଳର ସନ୍ଧାନ ନ ମିଳିଛି ଆମେ ସେ ପର୍ଯ୍ୟନ୍ତ ଏମିତି ଆକାଶରେ ଉଡୁଥିବା।
-ତା ହେଲେ ମା ଆମେ ଆଉ କଣ ପିଇବା ପାଣି ପାଇ ପାରିବା ନାହୁଁ।
-ଭରାସ ରଖ ଏ ଅଞ୍ଚଳ ପାର ହେଲା ପରେ ପିଇବା ଯୋଗ୍ୟ ପାଣି ନିଶ୍ଚୟ ମିଳିବ। ଆମକୁ ସେ ଜାଗାକୁ ପହଞ୍ଚିବାକୁ ହେବ।
-ହେଲେ ମା ଏ ଅଞ୍ଚଳରେ ଏମିତି ପାନୀୟ ଜଳର ଘୋର ଅଭାବ କାହିଁକି ଦେଖା ଗଲା।
-ହସି ଦେଇ ମା ପକ୍ଷୀ କହିଲା ହେଉ ଶୁଣ ମୁଁ ତୋତେ ଗୋଟେ କାହାଣୀଟିଏ କହୁଛି।
ଏହି ଗୋଡି ଆଉ ପଥର ଭରା ଅଞ୍ଚଳରେ ଦିନେ ଚାରି ଆଡ଼େ ଭରପୁର ମାଟି ରହିଥିଲା।ଚତୁର୍ଦିଗରେ ଭରି ରହିଥିଲା ସବୁଜ ରଙ୍ଗର ର ଗଛ।କୀଟ, ଜୀବ ଆଉ ମଣିଷ ସମସ୍ତେ ଖୁବ ଆନନ୍ଦରେ ବସବାସ କରୁଥିଲେ।ଏଠି ଥିବା ଘଞ୍ଚ ଜଙ୍ଗଲରୁ ବିଭିନ୍ନ ପ୍ରକାରର ଜଙ୍ଗଲ ଜାତୀୟ ଦ୍ରବ୍ୟ ମିଳୁଥିଲା। ଜଙ୍ଗଲରେ ହରିଣ, ହାତୀ ହିଂସ୍ରଜନ୍ତୁ ସମସ୍ତେ ଏକାଠି ରହୁଥିଲେ ଯାହା ଦ୍ୱାରା ପ୍ରାକୃତିକ ଭାରସାମ୍ୟ ରହୁଥିଲା।
କାଳ କ୍ରମେ ଏହି ଜଙ୍ଗଲ ଉପରେ ନିର୍ଭର କରି ଗଢି ଉଠିଲା ଗୋଟିଏ ଛୋଟ ଗାଁ ।ଜଙ୍ଗଲ ର କିଛି ଅଞ୍ଚଳ କୁ କାଟି ଗଢି ଉଠିଲା ଏହି ଅଞ୍ଚଳ ।ଏହି ଗାଁ ର ଲୋକେ ସାଧାରଣତ ନିରୀହ, ନିରକ୍ଷର ଥିଲେ।ଜଙ୍ଗଲରୁ ମିଳୁଥିବା ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ କୁ ବିକ୍ରି କରି ତଥା ଖାଲି ଥିବା ସ୍ଥାନରେ ଚାଷ ଆଉ ପଶୁପାଳନ କରି ଗାଁର ଲୋକେ ଖୁବ ଆନନ୍ଦରେ ଦିନ କାଟୁଥିଲେ।
ଏହି ଅଞ୍ଚଳ ଏପରି ଏକ ସ୍ଥାନରେ ଅବସ୍ଥିତ ଥିଲା ଯେଉଁଠି ସବୁ ସହରକୁ ଗମନାଗମନ ପାଇଁ ରାସ୍ତା ତିଆରି କରିବାରେ କିଛି ଅସୁବିଧା ନ ଥିଲା।ଏହି ଅଞ୍ଚଳ ର ଭୌଗଳିକ ସ୍ଥିତି ପାଇଁ ସରକାର ନିଷ୍ପତ୍ତି ନେଲେ ପ୍ରାୟ ଦୁଇ ଶହ ଏକର ଜଙ୍ଗଲ କୁ ନଷ୍ଟ କରାଯାଇ କାରଖାନ ସ୍ଥାପିତ ହେବେ।
ସରକାର ଙ୍କ ନିଷ୍ପତି କୁ ଗାଁ ଲୋକେ ବିରୋଧ କଲେ, ଆନ୍ଦୋଳନ କଲେ, ଥାନା, କୋର୍ଟ, ସରକାରୀ ଅଫିସ କୁ ଅନେକ ଥର ଗଲେ କିନ୍ତୁ ସରକାରୀ ବଳ ଆଗରେ ଏମାନ ଙ୍କ ସମସ୍ତ ପ୍ରୟାସ ତୁଛ ହୋଇଗଲା।ଶେଷ ରେ ଜଙ୍ଗଲ ନଷ୍ଟ କରାଗଲା ହଜାର ହଜାର ଜୀବ ଜନ୍ତୁ ଆଉ ପକ୍ଷୀ ବାସ ହରା ହେଲେ।ଗର୍ବ ର ସହିତ ଆକାଶ କୁ ମୁଣ୍ଡ ଟେକିଥିବା ଲମ୍ବା ଲମ୍ବା ସବୁଜ ଗଛ ଗୁଡିକ ଭୁଇଁ ରେ ଟଳିପଡିଲେ।
ଯେଉଁ ଜଙ୍ଗଲ ର ଭୂଇଁ ରେ ଦିନେ ସୂର୍ଯ୍ୟ ଙ୍କ କିରଣ ପ୍ରବେଶ କରିପାରିନଥିଲା ଆଜି ସେଇ ଭୂଇଁ ପାଲଟି ଯାଇଥିଲା ଟଳି ପଡି ଥିବା ବୃକ୍ଷ ର ସମୁଦ୍ର।ଯେଉଁ ଜଙ୍ଗଲ ର ଦିନେ ସୀମା ନିର୍ଦ୍ଧାରଣ କରିବା କଷ୍ଟ ଥିଲା।ଆଜି ସେହି ଅଞ୍ଚଳ କୁ ମାପିବା ସହଜ ହୋଇଯାଇଥିଲା।ସେଦିନ ପ୍ରକୃତି ମା ସବୁ ଦେଖି ଚୁପ ରହିଥିଲା।ତା ପାଖ ରେ କିଛି କରିବାର ସାମର୍ଥ ନ ଥିଲା।ସବୁବେଳେ ବହୁଥିବା ଶୀତଳ ପବନ ବନ୍ଦ ହୋଇଗଲା।ଭୂଇଁ ରେ ଗଛ ର ପତ୍ର ସବୁ ସଫା ହୋଇ ସନ୍ତସନ୍ତିଆ ମାଟି ଉପରକୁ ଦେଖା ଯାଉଥିଲା।
ଧୀରେ ଧୀରେ କାରଖାନା ର ବିସ୍ତାର କରାଗଲା ଆହୁରି ଜଙ୍ଗଲ ନଷ୍ଟ କରାଗଲା।କାରଖାନ ଉପରେ ନିର୍ଭର କରି ଏହି ଅଂଚଳ ରେ ଗଢି ଉଠିଲା ଅନେକ ସହର ଆଉ ତିଆରି ହେଲା ବହୁ ତାଲା ଘର ,ଅଟାଳିକ।ଯେଉଁ ଟି ଦିନେ ଥିଲା ଗାଁ ଆଜି ତାହା ପାଲଟି ଗଲା ସହର।
ଏମିତି କହୁ କହୁ ମା ପକ୍ଷୀ ଆଖି ରେ ଲୁହ ଆସିଯାଇଥିଲା।ନିଜ ମା ର ମୁହଁ କୁ ଦେଖି ଛୁଆ ପକ୍ଷୀ ଟି ଲୁହ ର କାରଣ ପଚାରିଲା।
-ମା ତୁ କାନ୍ଦୁଛୁ
-ନାହିଁ ପୁରୁଣା କଥା ମନେ ପଡିଗଲା
-କଣ ସେ କଥା?
-ଏହି ଜଙ୍ଗଲ ନଷ୍ଟ ହେବା ପୂର୍ବ ରୁ ଏଠି ଗୋଟେ ବରଗଛ ରେ ଆମେ ରହୁଥିଲୁ ଖୁବ ଖୁସି ରେ ଥିଲୁ।ଆମେ ଏଠି ଦୁଇ କି ତିନି ନୁହେଁ ବରଂ ହଜାର ହଜାର ସଂଖ୍ୟାରେ ରହୁଥିଲୁ।
-ଜଙ୍ଗଲ ନଷ୍ଟ ହେବା ସହିତ ଅନେକ ପକ୍ଷୀ ଜୀବନ ହାରିଲେ।ଅନେକ ବାସହରା ହେଲେ।
ଆଜି ସେହି ଦିନ ଆସି ଯାଇଛି ପାଣି ମୁନ୍ଦେ ପାଇଁ ଏହି ଅଞ୍ଚଳ ବାସୀ ସ୍ବପ୍ନ ଦେଖନ୍ତି।କାରଖାନ ରୁ ବାହାରୁଥିବା ଦୂଷିତ ଗ୍ୟାସ ଏବଂ ଧୁଆ ରେ ଏଠାକାର ପରିବେଶ ସମ୍ପୂର୍ଣ ଦୂଷିତ ହୋଇଯାଇଛି।
-ମା ତେବେ ଅଞ୍ଚଳ କଣ ସବୁଦିନ ପାଇଁ ଏମିତି ହୋଇ ରହିଯିବ।ଯେଉଁ ଅଞ୍ଚଳ ଦିନେ ପ୍ରକୃତି ର ଗନ୍ତାଘର ଥିଲା ସେହି ଅଞ୍ଚଳ ମରୁଭୂମି ପାଲଟି ଯିବ।
-ଅଛି ଉପାୟ ନିଶ୍ଚୟ ଅଛି।ତାହା ହେଉଛି ଏହି ଅଂଚଳ ର ପୁନରୁଦ୍ଧାର ମାନେ ଏହି ଅଂଚଳ ରେ ପୁଣି ଥରେ ବୃକ୍ଷରୋପଣ କରି ଜଙ୍ଗଲ ସୃଷ୍ଟି କରିବାକୁ ହେବ
ଏହି ଅଞ୍ଚଳ ରେ ସରକାର ସମସ୍ତଙ୍କୁ ବୃକ୍ଷରୋପଣ କରିବା ପାଇଁ ଅନୁରୋଧ କରିବା ଦରକାର । ଆର୍ଥିକ ସହାୟତା ସହିତ ସମସ୍ତ ପ୍ରକାର ସୁବିଧା ଦେବା ପାଇଁ ଅନେକ ସଂସ୍ଥା ଗଢିବା ଦରକାର।
ସର୍ବଶେଷରେ ଜଙ୍ଗଲକୁ ନଷ୍ଟ କରି କାରଖାନ ସ୍ଥାପନ କରିବାର ବିକଳ୍ପ ବାହାର କରିବା ଦରକାର। ଆଶା ଅଛି ପୁଣି ଥରେ ଏ ଅଂଚଳ ପୂର୍ବ ପରି ସବୁଜ ହୋଇଯିବ। ଖାଲି ଥିବା ସ୍ଥାନରେ ନୂଆ ଜଙ୍ଗଲ ସୃଷ୍ଟି ହୋଇ ସବୁଜ ଶାଢ଼ୀ ପରିଧାନ କରିବ।
