ଶୀତ
ଶୀତ
ଶୀତ ମୋର ମିତ ଦେଖା ହୁଏ ଯେବେ
ଜାବୁଡି ଧରଇ ସେତ
ଶୀତଳ ପବନେ ନାଚି ବୁଲୁ ଥାଇ
ଛାଡି ଦିଏ ନାହିଁ ହାତ ।
ସବୁଜ ଶୋଭାରେ ହସି ଉଠୁଥାଏ
ଚାଷୀ ଭାଇଙ୍କର କ୍ଷେତ
ନାନା ଜାତି ଫୁଲ ଫଳରେ ଭରତି
ଯାହା ଦେହ ପାଇଁ ହିତ ।
ଯେତେ ଘୋଡ଼ି ହେଲେ ଦେହକୁ ଥରାଏ
ଏ ତ ଶୀତର ଅଝଟପଣ ।
ଘୋଡ଼ ଲାଗି ହୁଏ ଶ୍ରୀଜଗନ୍ନାଥଙ୍କ
କଥାଟି ବିଚିତ୍ର ଜାଣ ।
ସୁସ୍ଥ ରହିଥାଏ ଦେହ ଆଉ ମନ
ଭାରି ଭଲ ଲାଗେ ଶୀତ
ୠତୁ ବଦଳିଲେ ଶୀତ ଯିବ ଚାଲି
ଅଗ୍ନି ପୂର୍ଣ୍ଣିମାରେ ହେବ ସତ ।
