Prakash Sahoo

Others Abstract

2  

Prakash Sahoo

Others Abstract

ଜଣେ ଯବାନଙ୍କ ଲେଖା

ଜଣେ ଯବାନଙ୍କ ଲେଖା

3 mins
572



ସମସ୍ତେ ଶୋଇରହିଥିବା ସମୟରେ,ନିଜ ସ୍ବପ୍ନର ଦୁନିଆରେ ହଜିଯାଉଥିବା ସମୟରେ ଆମେ ହସି ହସି ଚେଇଁ ରହୁରାତି ତମାମ ସୀମାର ଘଞ୍ଚ ଜଙ୍ଗଲ ଭିତରେ ଇଚ୍ଛା ଆଉ ଅନିଚ୍ଛାକୁ ଭୁଲି ଯାଇ।ରାତିର ନିଦ ଆମ ପାଇଁ ସ୍ୱପ୍ନ ହୋଇରହିଯାଏ ।ଗୋଟିଏ ଦିନରେ ପାଞ୍ଚରୁ ଛଅ ଘଣ୍ଟା ଶୋଇବାକୁ ମିଳିଗଲେ ଆମ ପାଇଁ ଯଥେଷ୍ଟ।ବିଛଣା ଆଉ ତକିଆର ଆବଶ୍ୟକ ପଡେନି ସେହି ପ୍ରକୃତିର କୋଳରେ ମାତୃଭୂମିର ବକ୍ଷରେ କେତେବେଳେ ଆଉ କେମିତି ଯେ ଆଖି ଲାଗିଯାଏ ଆମେ ଜାଣି ନାହୁଁ।ଆଜିକାଲି ଆମେ ସେଇଠି ରହୁଛୁ ଯେଉଁଠି କେହିରୁହନ୍ତି ନାହିଁ କେବେ ଶତ୍ରୁ ପକ୍ଷର ବନ୍ଧୁକ ଆଗରେ , କେବେ ହିମାଳୟର ବରଫରେ ପୁଣି କେବେ ମରୁଭୂମିର ଉଚ୍ଚ ଉତ୍ତାପରେ।ପାକିସ୍ତାନର ସୀମାରେ ତ କେବେ ଚାଇନାର ଆସପାସରେ।ମାନସିକ ଆଉ ଶାରୀରିକ ଦୁହେଁରେ ଆମେ ଫିଟ।


କେତେ ଖୁସି ଲାଗେ ସେହି ଦିନ ଗୁଡିକ ଯେତେବେଳେ ଛୁଟି ଯିବାର ମାତ୍ର ଆଉ କେଇଟା ଦିନ ବାକିରହିଥାଏ।କେତେ ଆଶା, ଭରଷା ଆଉ ଇଚ୍ଛା ବସା ବାନ୍ଧେ ମନ ଭିତରେ।ପୁଣି ଥରେ ମା ହାତରନ୍ଧା ଖାଇ ଦିନ ତମାମ ଘର ଅଗଣାରେ ଶୋଇରହିବ ପାଇଁ।ଆରମ୍ଭ ହୁଏ ପନ୍ଦର ଦିନ ଛୁଟିର କାର୍ଯ୍ୟସୂଚୀ ତା ଭିତରେ ଥାଏ ମାମୁଁଘର, ମାଉସୀ ଘର,ପିଉସୀ ଘର,ଏମିତି ଅନେକ ଏ ସବୁ ଭିତରେ ଆମେ ଏତେ ବ୍ୟସ୍ତ ହୋଇଯାଉ ଯେ ଆମେ ନିଜକୁ ସମୟ ଦେଇ ପାରୁନା।କେବେ ମଉକା ବି ମିଳେନି।ଜୀବନ ଟା ଆମର ଏମିତି ବିତି ଯାଏ ଅନ୍ୟଙ୍କୁ ଭେଟି ଭେଟି କେବେ ସମୟ ମିଳେନି ନିଜକୁ ଭେଟିବାର।


ଆମେ ଏଠି କାମ କରି ଏତେ ଶୃଙ୍ଖଳିତ ଆଉ ସମାୟାନୁବର୍ତି ହୋଇ ଯାଉ ଯେ ଆମର ଆହୁରି ପରୀକ୍ଷା ନିଅ ଯାଏ senior ଙ୍କର ଆଦେଶ ଆମ ପାଇଁ final।ଭୁଲ ଠିକର ତର୍ଜମା କରିବା କିମ୍ବା ବିରୋଧ କରିବାର କ୍ଷମତା ଆମ ହାତରେ ନାହିଁ।କେବେ କୌଣସି ସ୍ଥାନକୁ କୌଣସି ଜିନିଷ କିଣିବାକୁ କରିବାକୁ ଗଲେ ଆମ ଶରୀର ଆଉ hair cutting କୁ ଦେଖି ଦୋକାନୀ ଜିନିଷର ମୂଲ୍ୟ ବଢ଼ାଇ ଦିଅନ୍ତି କାରଣ ସେମାନେ ଜାଣିଛନ୍ତି ଆମକୁ ମୁଲଚାଲ କରିବାର ଜଣା ନାହିଁ।ପ୍ରକୃତରେ ମୁଲଚାଲ କରିବା ଆମକୁ କେହି ଶିଖାଇ ନାହାଁନ୍ତି।କେବେଳ ଶିଖିଛୁ life କୁ adjust କରିବାର,ସବୁ ପରିସ୍ଥିତିକୁ adjust କରିବାର।


ଆଜି ଚାକିରୀର କିଛି ବର୍ଷ ବିତି ଗଲା ପରେ ସେହି ସାଙ୍ଗ ମାନେ ଯେଉଁମାନେ ଆମକୁ best friend ଭାବେ ଦେଖୁ ଥିଲେ।ଆଜି ସେମାନେ ଆମକୁ Defence Canteen ଭାବୁଛନ୍ତି।ଏବେ ସେମାନଙ୍କ ପାଇଁ ଆମ liquor cardର ଦାରୁ ହେଉଛି ଆମ ପରିଚୟ।ଆଜିର ଶସ୍ତା call ଆଉ data planରେ ବି ସେମାନେ ପୂର୍ବ ପରି call କରନ୍ତି ନାହିଁ।ଆଉ ଯଦି କେବେ call କରନ୍ତି କେବଳ canteen ସାମାନ ପାଇଁ କାହାକୁ wrist watch ଦରକାର ତ କାହାକୁ fair handsome ତ କାହାକୁ sports shoe ଦରକାର।ପୂର୍ବେ ପଚାରୁ ଥିଲେ କେବେ ଆସୁଛ ହୋଲିରେ ଆସୁଛ କି? ଯଦି ଆସୁଛ ମୋ ପାଇଁ ଗୋଟିଏ BP ନେଇ ଆସିବ ଶୁଣିଛି canteen liquorର ନିଶା ଅଲଗା ପ୍ରକରର।


କମ ବୟସରେ ସେନାରେ ଯଏନ କରିବା ପରେ ଆମେ ଭୁଲି ଯାଉ ସମସ୍ତ Social life।କାହାର ବାହାଘରରେ ଯାଇ ହୁଏନି ତ କାହାର ଜନ୍ମ ଦିନରେ।ଇଛା ତ ଆମର ବି ଅଛି।ହେଲେ ଆମେ ମଜବୁର personal lifeର ବାହାନାରେ social life କୁ ଭୁଲି ଯାଉ। ପ୍ରକୃତରେ ଆମ ପାଇଁ personal life ଆଉ social life meaning କିଛି ହି ନାହିଁ।


କୁହାଯାଏ ଛୁଟି ଆମର ଏକ rights ନୁହେଁ ଏହା ଆମ ପାଇଁ ଏକ priviledge।ଛୁଟି ମଞ୍ଜୁର ତ ଦୂର କଥା।ଦୁଇ ମାସ ପୂର୍ବରୁ ଆମର railway ticket confirm ହୁଏନି ଆଉ ଯଦି ଛୁଟି ମଞ୍ଜୁର ହୁଏ ତାହା ପୁଣି ଦୁଇ ତିନି ଦିନ ପୂର୍ବରୁ ପରେ ଆମ ମାନ ଙ୍କ ହାତରେ ଧରାଇ ଦିଆ ଯାଏ ଗୋଟିଏ free railway warrant ଯେଉଁଥିରେ କେବଳ From ଆଉ To ଲେଖା ଥାଏ।ସେଥିରେ ଲେଖା ଯାଏନି ସେହି routeରେ ଟ୍ରେନ ଅଛି କି ନାହିଁ ଆଉ ଯଦି ଅଛି ସମୟ ଅଛି କି ନାହିଁ।


ବାସ ଗୋଟିଏ ଦୀର୍ଘ ନିଶ୍ଵାସ ଛାଡି ସାଲୁଟ ମାରି Jai hind କହି ଟ୍ରେନରେ ଯାତ୍ରା କରୁ କେଉଁ ଏକ Bath room କୋଣରେ ବା ଅନ୍ୟ କେଉଁଠି ବି ...ନିଜ ଘର ,ଗାଁ କୁ ଫେରିଯିବା ପାଇଁ।



Rate this content
Log in