Sunanda Mohanty

Abstract Inspirational Thriller

3  

Sunanda Mohanty

Abstract Inspirational Thriller

ଗୁରୁମା

ଗୁରୁମା

2 mins
146


ଲାଗେ ଯେମିତି ସେ ମୋର କୋଉ ଜନ୍ମର ଭଉଣୀ ପରି ସମ୍ପର୍କୀୟ ଜଣେ କେହି .ତେଣୁ ତାଙ୍କ ପାଇଁ ଗୁରୁ ଦାୟିତ୍ବ ବହନ କରୁଥିବା ତେର ତାରିଖର ମୋହ କାଟି ବିଞ୍ଛଣାରେ ପଡିରହିବି କଣ ,ଚାଲିଲି ଦେବରାଜ କଲ୍ୟାଣୀ ମଣ୍ଡପ ,ସାହିତ୍ୟ ଆସରକୁ .ପୂର୍ବ ଦିନ ଓଡିଶାସ୍ୱର ସମ୍ପାଦକ ,ଭୁବନେଶ୍ୱର ଠାରେ ତାଙ୍କ ସ୍ଵନକ୍ଷେତ୍ରକୁ ଜୟଦେବ ଭବନ କୁ ଡାକି ଥିଲେ ବି ଯାଇ ପାରିନଥିଲି ,ଆଜି ତେର ତାରିଖ ,ଚନ୍ଦନ ପୁରରେ ହେବାକୁ ଥିବା ,କବିତା ଆସରକୁ ମଧ୍ୟ ଯାଇହେଲାନି କାରଣ ,ଯାହାର ବହି ଉନ୍ମୋଚନ ପାଇଁ ଆଜିର ତାରିଖଟିକୁ ସେ ନିଜ ଇଛାରେ ଚୟନ କରିଛନ୍ତି ,ତାହା ଏଡ଼ାଇଦେଇ ହେବନି .

ସଭା ସ୍ଥଳରେ ମୋର ନଜର କିନ୍ତୁ ସେହି ଦୁଇଟି ,ଫୁଲଦାନୀ ଉପରେ ,ମନା କରିପାରିଲିନି ସିନା ,ହେଲେ କାଳେ ଭାଙ୍ଗିଯିବାର ଆଶଙ୍କାରେ ମୁଁ ଭାଙ୍ଗି ପଡୁଥିଲି ବରାବର ବାରମ୍ଵାର ,କେବେ ଅତିଥି ମାନେ ଯିବା ଆସିବା କରିବା ଭିତରେ ଟେବୁଲ ଚହଲି ଯାଉଥିଲା ତ ରକ୍ତ ପାଣି ଫାଟି ଯାଉଥିଲା .ଧସାଧସି ହୋଇ ନୂଆ ବହି ଧରି ଉନ୍ମୋଚନ ପାଇଁ ସମସ୍ତେ ପ୍ରତିଯୋଗୀତା ପରୀକ୍ଷାରେ ବସିବା ଭଳି ଷ୍ଟେଜ ଉପରକୁ ଆସୁଥିଲେ ତ ମୋର ନଜର ପାହଁରୀ ଆସୁଥିଲା ,ଟଳମଳ ଫୁଲଦାନୀ ଉପରେ .ଏମିତିକି ଆଗ୍ରହ ନଥିଲା ,କବିତା ବୋଲିବାରେ ,ସ୍ୱତନ୍ତ୍ର ଆସନ ଅଳଙ୍କୃତ କରିବାରେ କି ଫଟୋ ଭିଡ଼ିଓ କରିବାରେ ,ଧ୍ୟାନ ସେଇ ଫୁଲଦାନୀ ଉପରେ .

ସେ ଦୁଇଟି ଯେ ଅକ୍ଷତ ଥିଲେ ,ତା ନୁହଁ ,ଗୋଟିଏ ପିଲାଦିନେ ଝିଅ ହାତରୁ ପଡି କ୍ଷତାକ୍ତ ହୋଇଥିଲେ ବି ତାର ଉପଚାର ଏମିତି ଭାବେ ହୋଇଛି ,ମୋଟେ ଜଣା ପଡିବ ନାହିଁ କିଛି କିନ୍ତୁ ଆଜି ତା ପାଳି କି ଅନ୍ୟଟି ପାଳି କି ଦୁଇଟି ଯାକର ପାଳି ,ଭାବିପାରୁନଥିଲି ଆଗକୁ .ବଜାରରେ ବହୁ ସୁନ୍ଦର ଫୁଲଦାନୀ ମିଳୁଛି .ସରସ ସୌନ୍ଦର୍ଯ୍ୟରେ ,ବହୁ ଆଗରେ ଥିବା ସେସବୁ ଫୁଲଦାନୀର କିନ୍ତୁ ସ୍ମୃତି ଆସିବ କୁଆଡୁ ,ସଯତ୍ନ ରେ ବୋଉ ଏହାକୁ କିଣି ,ଯେବେ କାଚ ପ୍ୟାକେଟ ରେ ଦେଇଥିଲା ,କି ଖୁସି ମୁଁ ,ବେଳେ ବେଳେ ଭାବେ ଝିଅକୁ ଦେଲେ ମାଆର ସ୍ମୃତି ସାଇତି ରଖିବ ଯେ ବୋହୁ କୁହେ କାଚ ଆଲମିରା ଥାକରେ ,ରଖିବ ,ତଥାପି କାହାକୁ ଦେବି ର ନିର୍ଣ୍ଣୟ ନେଇପାରିନଥିବା ବେଳେ ,ଗୁରୁମାଙ୍କୁ ମନା କରିପାରିଲିନି ଯିଏ ,ଲାଗନ୍ତି ଯେମିତି ଅତି ଆପଣାର କେହି .ସବୁ କାର୍ଯ୍ୟକ୍ରମ ସରିଗଲା ପରେ ,ପୂର୍ଵାଵତ ଅକ୍ଷତ ଅବସ୍ଥାରେ ଗୁରୁମା ଯେବେ ଫୁଲଦାନୀ ଦୁଇଟି ଦେଇଗଲେ ଘରେ ତ ,ସାଙ୍ଗରେ ଉପହାର ସ୍ୱରୂପ ନେଇଯାଆନ୍ତୁ ସେ ଦୁଇଟି କାମରେ ଲାଗୁଥାଉ ଆପଣଙ୍କର ସବୁବର୍ଷ ଏହି ,ମାର୍ଚ୍ଚ ତେର ତାରିଖ ଦିନ ,ବିବାହ ବାର୍ଷିକୀ କେକ କଟା ବେଳେ ,ତ ଖୁବ ଖୁସି ହୋଇ ଗ୍ରହଣ କରିଥିଲେ ଗୁରୁମା ସେ ଦୁଇ ପୁରୁଣା ସ୍ମୃତିର ସନ୍ତକ ଦୁଇଟିକୁ .ମତେ ଲାଗୁଥିଲା ନୂଆ ସ୍ମୃତିର କାହାଣୀ ଭିତରେ ଫୁଲଦାନୀ ଦୁଇଟି ନୂତନ ଜୀବନ୍ୟାସ ଦେଇ , ଗୁରୁମା ସତେ ଯେମିତି ବହୁତ ଖୁସି ହୋଇଗଲା ପରି ଲାଗୁଥିଲେ ।



Rate this content
Log in

Similar oriya story from Abstract