STORYMIRROR

Dr Jharana Satapathy

Classics

2  

Dr Jharana Satapathy

Classics

ଗୁଣ୍ଡୁଚି ଏବଂ ଶୁଭମର ଵନ୍ଧୁତା

ଗୁଣ୍ଡୁଚି ଏବଂ ଶୁଭମର ଵନ୍ଧୁତା

4 mins
462

ମଣିଷର ପଶୁପକ୍ଷୀଙ୍କ ପ୍ରତି ପ୍ରେମ ଜାଗ୍ରତ ହେବା ସ୍ବାଭାବିକ କଥା। ଭଲପାଇବା ମଣିଷର ସଦଗୁଣ ଭିତରୁ ଗୋଟିଏ। ନିରିହ ପଶୁପକ୍ଷୀଙ୍କୁ ଦେଖିବା କ୍ଷଣି ଭଲ ଭଲପାଇବା ଆପେ ଆପେ ଚାଲିଆସେ।। ସବୁ ପଶୁପକ୍ଷୀ ସାଧାରଣତଃ ହିଂସ୍ରୃକ ନୁହନ୍ତି। ଅଜସ୍ର ଭଲପାଇବା ଦେଇଦେଲେ ସେମାନେ ଆଉ ପାଖ ତଡ ଛାଡନ୍ତିନି। ମଣିଷ ହେଉ କିମ୍ବା ପଶୁପକ୍ଷୀ ସମସ୍ତଙ୍କ ହୃଦୟରେ ସାକ୍ଷାତ ଭଗବାନ ବିରାଜମାନ କରିଥାନ୍ତି। ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଶୁଭମ୍ କ୍ଷେତ୍ରରେ। ଅଶେଷ ଭଲପାଇବା ଅଜାଡି ଦେଇଛି ଏକ ସାମାନ୍ୟ ଗୁଣ୍ଡୁଚି ପ୍ରତି।


ଘର ପଛପଟେ ଥିବା ନଡିଆ ଗଛରେ ପ୍ରତ୍ୟେକ ଦିନ ଚାରି ପାଞ୍ଚଟି ଗୁଣ୍ଡୁଚି ଲାଞଟିକୁ ଉଠାଇଚ ଚୁଂ ଚୁଂ ଶବ୍ଦ କରି ଗଛ ଉପରକୁ ତଳକୁ ହୁଅନ୍ତି। ଶୁଭମ୍ ସବୁବେଳେ ଗୁଣ୍ଡୁଚି ମାନଙ୍କ ଗତିବିଧି ଲକ୍ଷ୍ୟ କରୁଥାଏ ନିଜ ପଢା ସମୟରେ। ଖୋଲା ଝରକା ଦେଇ ତାର ଗତିବିଧି ଉପରେ ନଜର ରଖୁଥାଏ ସବୁଦିନ। 

 

ସେଦିନ ଏକ ଗୁଣ୍ଡୁଚି କାହଁକି କେଜାଣି ବ୍ୟତିବେସ୍ତ ହେଉଥିଲା ନିଜେ । ବାହ୍ୟଶତ୍ରୁର ଆକ୍ରମଣରେ ନଚେତ୍ ସୁରକ୍ଷା ଦୃଷ୍ଟିରୁ କିମ୍ବା ପ୍ରସବ ବେଦନା ସହ୍ୟ ନକରି ପାରି ପସି ଆସିଥିଲା ଘର ଭିତରକୁ କେତେବେଳେ । ସବୁବେଳେ ଗଛ କୋରଡ ଭିତରେ ରହିଥାଏ ସାଥୀମାନଙ୍କ ସହ।


ଶୁଭମ ପଢୁଥିବା ଟେବୁଲ ଡ୍ରର ଫାଙ୍କା ଭିତରି ପଶି ଛୁଆଟିକୁ ଜନ୍ମ ଦେଇଥିଲା ଗୁଣ୍ଡୁଚିଟି। ଟେବୁଲ ଡ୍ରଟି ଜାମ ହୋଇଥିବା ଲାଗି ଖୋଲି ହେଉନଥାଏ। ସୁରକ୍ଷା ଦୃଷ୍ଟିରୁ ସେ ସେଠି ଛୁଆ ଜନ୍ମକରି ତାକୁ ସେହି ସ୍ଥାନରେ ରଖି ଯିବା ଆସିବା କରେ। ସେ ସ୍ଥାନକୁ ସେ ସୁରକ୍ଷିତ ଭାବେ। ମାର ବାତ୍ସଲ୍ୟ ମମତା ଆଗରେ ସତରେ ସବୁକିଛି ତୁଛ । ସିଏ ପରା ନିଜେ ମମତାମୟୀ ଆଉ କରୁଣା ମୟୀ। ଛୁଆ ପ୍ରତି ମାଆର ମମତା ଆପେ ଆପେ ଚାଲି ଆସେ । ତାର ବାତ୍ସଲ୍ୟ, ମମତା ତ୍ୟାଗ,ତପସ୍ୟା,ଅବଦାନ ଏବଂ ବଳିଦାନର କୌଣସି ତୁଳନା ନାହିଁ।

 

ଆଜି ହଠାତ୍ ଶୁଭମର ନଜର ପଡିଗଲା ସେ ଗୁଣ୍ଡୁଚିଟି ଉପରେ । ସେ ଦେଖିଲା ମା ଗୁଣ୍ଡୁଚି ପାଖରେ ଛୁଆ ଗୁଣ୍ଡୁଚିଟି ଟିକେ ପାଖକୁ ଆସୁଛି ଚୁଂ ଚୁଂ କରି ଭୟରେ ଡ୍ର ଭିତରେ ଲୁଚିଯାଉଛି। ପୁଣି କେତେବେଳେ ବାହାରି ସୋଫା ଉପରେ ଡିଆଁ ମାରୁଛି ନାଚି କୁଦି ଖେଳି କିଛି ଶବ୍ଦ ଶୁଣିଲା କ୍ଷଣି ତା ମା ପାଖକୁ ଦୌଡି ଚାଲିଯାଉଛି।


ମାଆ ପାଖରେ ତା କୁନି ଗୁଣ୍ଡୁଚିଟି ଭାରି ସୁନ୍ଦର ଲାଗୁଥାଏ। ସବୁପ୍ରକାର ବିପତ୍ତି ଆପତ୍ତିରୁ ନିଜ ମାଆ ହିଁ ଛୁଆକୁ ରକ୍ଷା କରେ। କୁନି ଗୁଣ୍ଡୁଚିଟି ପାଖକୁ ଯାଇଥିଲା ଶୁଭମ୍ ତାକୁ ଟିକେ ଗେଲ କରିବାକୁ କିନ୍ତୁ ସେ ଡରିଯାଇ ମା ପାଖରେ ଲାଗିକରି ଚିଂ ଚିଂ ହୋଇ ଡ୍ର ଭିତରେ ପଶିଗଲା।ମାଆ ଗୁଣ୍ଡୁଚିଟି ଲାଞ୍ଜ ଉଠାଇ ଚିଂ ଚିଂ କରି ଡୋଳାକୁ ବୁଲାଇ ବୁଲାଇ ଦେଖୁଥାଏ କାଳେ 

ଶୁଭମ ତା ଛୁଆକୁ ଆଘାତ ଦେବନି ତ? କାହିଁକି ତା ପାଖକୁ ଆସିଛି। 


ଛୁଆଟିକୁ ଛୁଇଁଲା କ୍ଷଣି ସେ ଚୁ ଚୁ କରୁଥାଏ। କାଳେ ତା ଛୁଆଟି ତାଠୁ ଦୂରେଇ ଯିବନି ତ? ଛୁଆ ଗୁଣ୍ଡୁଚିଟି ଦେଖିବାକୁ ଖୁବ୍ ଡଉଲ ଡାଉଲ ।ଶୁଭମକୁ ଭାରି ଭଲ ଲାଗୁଥିଲା କୁନି ଗୁଣ୍ଡୁଚିଟିକୁ। କିନ୍ତୁ ସେ ଶୁଭମ ଠାରୁ ଅଧିକ ଜାଣିଥିଲା ତା ମାଆକୁ। ସିଏ ପରା ତାର ମାଆ। ମାଆର ସ୍ଥାନ କେହି ନେଇ ପାରେ ନାହିଁ। 


ଶୁଭମ୍ ପ୍ରତ୍ୟେକ ଦିନ ସ୍କୁଲ ଯିବା ପୂର୍ବରୁ ସ୍କୁଲରୁ ଫେରିବା ପରେ ଗୁଣ୍ଡୁଚିମାନଙ୍କୁ ନିରେଖି ଥାଏ। ଘରେ ଶୁଭମର ମାମା ଯାହା ରୋଷେଇ କରନ୍ତି ଶୁଭମ୍ ସେଥିରୁ କିଛି ଆଣି ଏକ ପାତ୍ରରେ ରଖି ଥୋଇଦିଏ ସୋଫାତଳେ।ମା ଗୁଣ୍ଡୁଚି ଏବଂ ଛୁଆ ଗୁଣ୍ଡୁଚି ଟିକେ ଖାଇ ଦେଇ ପୁଣି ଲୁଚିଯାଆନ୍ତି ମା ଗୁଣ୍ଡୁଚିଟି ପ୍ରତ୍ୟେକ ଦିନ ଝରକା ବାଟଦେଇ ଯିବା ଆସିବା କରେ। ତା ଛୁଆଟିକୁ ଦେଖିଦିଏପୁଣି ଚାଲିଯାଏ।


ଏମିତି କିଛିଦିନ ପରେ ମା ଗୁଣ୍ଡୁଚିଟି ତା ଛୁଆଟିକୁ ଛାଡି କୁଆଡେ ଚାଲିଗଲା ଆଉ ପାଖ ତଡ ମାଡିଲା ନାହିଁ। ଭାବିଲା ସେ ସ୍ଥାନଟି ହିଁ ତା ପାଇଁ ସୁରକ୍ଷିତ। ବିଚାରା ଛୁଆଟି ଖେଳକୁଦ ସବୁ ଭୁଲିଗଲା।ଏକୁଟିଆ ଏମିତି ପଡିରହିଲା।ଚୁଂ ଚୁଂ ଶବ୍ଦ କରିଲାନାହିଁ ମନ ଦୁଃଖରେ ଡ୍ର ଭିତରେ ଲୁଚିରହିଲା। ବାହାରକୁ ଟିକେ ଆସି ତା ମାକୁ ସବୁଯାଗାରେ ଖୋଜି ପୁଣି ଡ୍ର ଭିତରେ ପଶି ଯାଉଥାଏ। ବିଚାରା ଛୁଆ ଗୁଣ୍ଡୁଚିଟି ପଡିରହିଲା ନିଃସହାୟ ଅବସ୍ଥାରେ । ଶୁଭମ୍ ତା ପାଖକୁ ଯାଇ କହେ ଉଠ୍ ତୋର କ’ଣ ହୋଇଛି ଧନ । ଧନରେ, ତୁ କ’ଣ ମୋ କଥା ଶୁଣିବୁନି, ମୋ ସହ ଖେଳିବୁନି? ଥରେ ମୋତେ ଦେଖ୍ , କିନ୍ତୁ ସେତିକି ବେଳକୁ ଛୁଆ ଗୁଣ୍ଡୁଚିର ଶରୀର ନିସ୍ତେଜ ଦେଖାଯାଉଥିଲା। 


ଶୁଭମର ତା ପ୍ରତି ଆହୁରି ଦୟା ଭାବ ଏବଂ ଭଲପାଇବା ଆପେ ଆପେ ଚାଲିଆସିଲା ।ତା ବାବା ଯାହା ଚକଲେଟ୍,ବିସ୍କୁଟ ତା ପାଇଁ ଆଣନ୍ତି ଶୁଭମ୍ ସେଥିରୁ କିଛି ସୋଫା ତଳେ ପକେଇଦିଏ। ପିଲା ଗୁଣ୍ଡୁଚିଟି ଆସ୍ତେ ଆସ୍ତେ ବାହାରକୁ ବାହାରି ଚିଂ ଚିଂ ଶବ୍ଦ କରି ଡିଆଁ ମାରି ଆଗକୁ ପଛକୁ ଦେଖି ଟିକେ ଖାଇନିଏ ପୁଣି ଲୁଚିଯାଏ। ଶୁଭମର ଭଉଣୀ ସୁଇଟି ତାକୁ ଅଣ୍ଡା ଆମଲେଟ୍ ଖାଇବା ବେଳେ ସୋଫାତଳେ କିଛି ପକାଇଦିଏ। ସେ ଗୁଣ୍ଡୁଚିଟି ତତ୍କ୍ଷଣାତ୍ ତାର ଦୁଇ ହାତରେ ଧରି ପାଟିରେ ପୁରାଈଦିଏ। କୁନି କୁନି ଦୁଇ ହାତରେ ଧରି ଖାଇନିଏ।


ଆସ୍ତେ ଆସ୍ତେ ଗୁଣ୍ଡୁଚିଟି ଟିକେ ବଡ ହେଲା ଭାରି ଦୁଷ୍ଟ ହେଲା । ଏ ରୁମରୁ ସେ ରୁମ୍ ଏ ଖଟରୁ ସେ ଖଟକୁ ଡିଆଁ ମାରିଲା। ସମସ୍ତେ ଶୋଇଲାବେଳେ ଆସି ଖଟ ଉପରେ ଚଢି ଗୋଡ ପାଖରେ ଦୁଇ ରାଉଣ୍ଡ ଘେରା ମାରି ଏଣେ ତେଣେ ଡିଆଁ ମାରେ। ଠିକ୍ ଯେପରି ନିଜେ ଜଣେ ଘରର ସଦସ୍ୟ ଭଳି। ତାର ଆଚରଣ ସମସ୍ତଙ୍କୁ ବିବ୍ରତ କରାଇଦେଉଥିଲା। ଖାଇବା ଟେବୁଲ ଉପରକୁ ମଧ୍ୟ ବେଳେ ବେଳେ ଚଢିଆସେ।


ଶୁଭମର ମାମା ସବୁବେଳେ ଶୁଭମକୁ ନାଲି ଆଖିଦେଖାଇ କହନ୍ତି ତା ପାଇଁ ସବୁବେଳେ ତୋ ପାଠପଢାରେ ବ୍ୟାଘାତ ହେଉଛି। ସବୁବେଳେ ତୋର ଧ୍ୟାନ ପାଠପଢା ଅପେକ୍ଷା ତା ପ୍ରତି ଯାଉଛି।ତା ସ୍ଥାନ ଘରେ ରହିବା ନୁହଁ ସିଏ ଯେଉଁଠି ରହିବା କଥା ସେଠି ରହିଲେ ଭଲ।ତା ସାଙ୍ଗ ସାଥିତାକୁ ମିଳିଯିବେ।ତୁ କେମିତି ତୋ ସାଙ୍ଗ ସାଥୀ ସହ ଖେଳକୁଦ କରୁଛୁ। ତାକୁ ବାହାରକୁ ଛାଡିଦେଲେ ତା ପରି ସାଥୀ ତାକୁ ମିଳିଯିବ ଆଉ ତାକୁ ଏକୁଟିଆ ଲାଗିବନି। ତାକୁତ ଏମିତି ଧରିପାରିବାନି। ଏକ ମୂଷା ଜନ୍ତା ପକାଇ ତାକୁ ଧରିନେବା ସେ ଗଛ ପାଖରେ ନେଇ ଛାଡିଦେବା।ତା ମାମାର କଥାରେ ଶୁଭମ୍ ସମତି ପ୍ରକାଶ କଲା। ଦୁହେଁ ମିଶି ମୂଷା ଯନ୍ତାରେ କିଛି ଖାଦ୍ୟ ଲଗାଇ ସୋଫା ପାଖରେ ତାକୁ ରଖିଦେଲେ। ସକାଳୁ ସକାଳୁ ଗୁଣ୍ଡୁଚିଟି ଯନ୍ତାରେ ପଡିଯାଇଥିଲା। ଶୁଭମ ଯନ୍ତାଟିକୁ ଧରି ଗଛ ମୂଳକୁ ନେଇ ସେଠି ଛାଡି ଆସିଥିଲା। ସେଠି ଦେଖେ ଗୁଣ୍ଡୁଚିଟି ଚୁ ଚୁ ହୋଇ ଅତି ଆନନ୍ଦର ସହିତ ଗଛ ଉପରେ ଚଢିଗଲା। ଅନ୍ୟ ସାଥୀ ମାନଙ୍କୁ ଦେଖି ଅତି ଆନନ୍ଦରେ ଏ ଗଛକୁ ସେ ଗଛକୁ ଡିଆଁ ମାରିଲା। ଶୁଭମ୍ ଭାବିଲା ଯାହା ସ୍ଥାନ ଯେଉଁଠି ରହିବା କଥା ସେଇଠି ହିଁ ଭଲ। ମୁକ୍ତ ଖୋଲାପରିବେଶ ତାକୁ ବହୁତ ଆନନ୍ଦିତ ଦେଇଥିଲା ଆବଦ୍ଧ କଠୋରି ଅପେକ୍ଷା।


ଶୁଭମର ମାମା ଲକ୍ଷ୍ୟ କରି ପାରୁଥିଲେ ଶୁଭମର ହୃଦୟରେ ଲାଗିଥିବା କ୍ଷତ ଓ ଆଖିରେ ଜକେଇ ଆସୁଥିବା ଲୁହର ପ୍ରାବଲ୍ୟତାକୁ। କୋହଭରା କଣ୍ଠରେ କହିଲେ—“ ସତରେ ତା ପ୍ରତି ଭଲପାଇବାଟା ଦିନ କେତେଟା ଭିତରେ ସମଗ୍ର ପରିବାରକୁ ବାନ୍ଧିଦେଲା ।



Rate this content
Log in

Similar oriya story from Classics