Lopamudra Parida

Drama Tragedy

4.6  

Lopamudra Parida

Drama Tragedy

ଗୋରୀ ଡାହାଣୀ ୨

ଗୋରୀ ଡାହାଣୀ ୨

4 mins
15



ସେ ମୋ ସାଙ୍ଗରେ ପଢୁଥିଲା, ଷଅଷ୍ଟ ଯାଏ ।ମୁଁ ତ ହେଲେ ଆଉ ଗୋଟା ଉପର ଶେଣୀ ଯାଏ ଗଲି କିସିମତକୁ।


ହଁ ଝୁଅ ଛୁଆଙ୍କୁ ବେଶୀ ପଢେଇଲେ ଅଡୁଆ ପା ।ବରଘର ଜୁଟେନା । ମୋର ବି ସେଇତିକି ରେ ଡୋରୀ ଆଉ ତା' ପାଁ ସାତ ବରଷରେ ପେଁ ପେଁପେଁ ପେଁ ପେଁ ପେଁ........।ଏଇ ଆମ ଯୋଗ, ଭାଗିଅ ।


ବାହାତୋଳା ମୋର ଆଗେ ସରିଥେଲା ପରେ ସିଏ ତାର ସେ କଳାମଚମଚ ଟୋକା ଟାକୁ ଗେରସ୍ତ କରି ତାରି ସାଙ୍ଗେରେ କାହିଁକି କେଜାଣି କୁଆଡେ ମୁହଁ ରେ କଳା ବୋଳି, ତା' ବା ଟାକୁ ଅପବାଦରେ ପକେଇ ଚାଲିଗଲା! ସିନ୍ଦୁର ସହିଲାନି ,ଫଟାକପାଳିର ଲେଉଟିଲା ମଞ୍ଜି ଟିଏ ରୋପି ।


ନ ହେଲେ ତାକୁ କଣ ଉଜଣା ପଡିଥେଲା କି ,ସମତେ ତ ଟାକିଥେଲେ ତା ଦୁରୁଗା ପରି ଛନଛନିଆ ଲୋଭିଆ ଛବିଟିକି ।ଗଲାଭରି ତା' ମନ ନେଇ ବୋଲି କହିଲେ , ଛି ନାଁ ପକେଇଟା .,କୁଳଟା........ନହେଲେ କହୁଥେଲେ ତା' ପାସଙ୍ଗେ କିଏ ପଡିବ କି ଭଲା ।ସୁନାଦେହୀ ଟି ।


ମୁଁ ଖବର ପାଉଥିଲି ତାର ବେଳେଅବେଳେ ମୋ ବା' ଘର ଗାଁ ରୁ କିଏ ଗଲେଅଇଲେ ।ମୋର ଯେ ମନ ତା ରୂପକୁ ଇର୍ଷେଇନି ତା ନୁହଁ, କିନ୍ତୁ ଆମେ ଭଲ ମିତଣୀ ଥିଲୁ ।ମା ଛେଉଣ୍ଡ ପିଲାଏ ସେମିତି ରେ ସ୍ନେହ କାଙ୍ଗାଳ ....ଗୋଟେଇ ପକେଇବାକୁ ହାଇଁ ପାଇଁ ମନ ତାଙ୍କ ସେନେହ ମୁଠାଏ କୁ .......ବେଳେ ବେଳେ ସେଇ ହାଁ ହାଁ ପଣ କାଳ ହୁଏ ।ମାଗଣା ଟାରେ ସମତେ ତାକୁ ଭାବନ୍ତି ଶସ୍ତା ।ଆମ ଅଗଣା ରେ ଖୁଡିପୁଅ ମୋର ତାକୁ ଲୋଭେଇଥେଲା, ଝାଙ୍କିହଉଥେଲା ,ମତେ ବା କେଇଥର ସାକୁଲେଇଛି ପଟେଇବାକୁ, ଏବେ ହାବୁଡେ ପଇଲାରୁ ଧିକ୍କାରୁଛି କହୁଛି,ମିଛ ମିଛ ସବୁ ଡାହା ମିଛ ।ପଚାରିଲେ ଛିନ୍ଚାଡୁଛି ହେଃ ଉଠ୍ ସିଆଡେ .............।

 ଏଡେ ......ଛାଃ ଟା ।


ଯିଏ ଯାହାକୁ ଭଲ ପାଏ ସିଏ କୋଉଠି ତାକୁ ଏମିତି ଅବସ୍ଥା ରେ ଦେଖିପାରେ, ନା ମୋଟୁରୁ ନୁହଁ ।ଏଇଟା ସ୍ବାର୍ଥ ଆଉ ଲୋଭ ଥିଲା ।ତା' କଥା ତ କାଇଁ ଥରେ ଭାବିଲାନି ଏ ଟୋକା ,ବୁଡିଗଲା ସିଏ ।


ରଜକୁ ଗାଁ କୁ ଯାଇଥାଇ, ବୋଉ କୁ ପଚାରିଲାରୁ ତା କଥା ସିଏ ଫଅଁ କିନା ହେଲା କହିଲା,ଜାଣି ସଜାଗ, ସାଧୁସାବଧାନ ସେ ଅଲକ୍ଷଣି ଟା ନାଁ ତୁଣ୍ଡେରେ ଆଉ ଦିନେ କାଳେ ଯିମିତି ନ ଧରୁ ।କାଳତୁଣ୍ଡି କଥା ଗୁଡା କହିବୁନୁ କି କାହାକୁ ଆଉ ଜେରା କରିବୁନି ।କହିଲା ସିନା ଲୁହ ବି ପୋଛିଲା ଆଉ ଦବିଲା ତଣ୍ଟି ତାର କହିଲା, ଅଭାଗୀ ଟା ଲୋ ।


ପଚାରିଆସୁଥିଲି ତା'ର ଦୋଷ କୋଉଠି ,ଖଞା ଘଳଖୁଡି ସେପଟୁ ଚିଡିକି କହିଲେ ତମେ ଅକାଳେ ସକାଳେ ଆଇଚ କଣ କିଛି ଭଲ କଥା ନାଇଁ, ସେ ଅମଙ୍ଗଳି, ପିଲାଘଇତାଖାଇ କି ଝୁରି ହଉଚ? ମଲା ମୋର ।

ଆପେ ତୁନେଇଗଲି ସିନା ,

 ମନଟା ବେଶୀ ଛଚପଟେଇଲା ।ବୋଲ ରେ ନଥେଲା ।ଗାଁ ରୁ ଶୁଣିଲି ସିଏ କାଳେ ତା ବା' କୁ ସେ ଭଙ୍ଗା ଟଲିରେ ପକେଇ ନିଜେ ଟାଣି ଟାଣି ଗାଁ ଯାକ ଗୁହାରି କରୁଥିଲା କିଏ ଟିକେ ପଥି କରିଦିଅ ବୋଲି ।ତାଟି କବାଟ କିଳିଦେଲେ ।ମାଟି ଅଣ୍ଡାଳି ହାମୁଡି ଅଧିଆ ପଡିଲା,ଏଠି ତ ସବୁ କାନରେ ପଥର ।ସୋର ଶବଦ ଥମନ୍ତେ ଖିଡିକି ରୁ ଉଣ୍ଡିବେ ।


ବାଟେ ବାଟେ ତାର ଚାଲିଗଲା ।ଆଉ କେହି କିଛି ଜାଣିନି ।


ମନ କାଉଳିଲା, ଗୋତ ଖାଇଲା, କା ତ ପାଇଲାନି .... ପୋଖରୀପାଣି ଯିବା ଆଳରେ ତା ' ଠା ଠି ପାଦ ଆପେ ପହଞ୍ଚିଲା ।


ହେ ଇଏ କଣ ଘର ! ଛେଃ .... ଭଙ୍ଗା ଦଦରା ଜୋଡା ଜୋଡି ଯୋଗାଡ ଟେ ଖାଲି ।ଗନ୍ଧ ରେ ନାକ ଭିତର ଫାଟି ଅଇ ଉଠେଇ ଆଉଚି ।ନାକରେ ନୁଗା ଗୁଞି ନଇଁ କି ଚାହିଁଲି .....ମନ ଓଜନ ଲାଗୁଥାଏ, ମୁଁ କୁଆଡେ ଆଇଚି, କାଇଁ କି କିଛି ଜାଣିନି।ତାକୁ ଭେଟିଲେ ସିଏ କେମିତି ହବ ,କି ମୁଁ କଣ କହିବି ସେକଥା ବି ବୁଦ୍ଧି ବାଟ ଦିଶିନି । ଗୋଟା ଲଥ୍ ପରି ଡେରା ବୁଜୁଳା ରେ ଜୋଡେ ଆଖି ଭଳିଆ କଣ ଦୁଶିଲା।ଉହୁଁକିକି ଦେଖେ ସେଇ ,ନିଥର, ଜଡ .....ହାତ ମାରିଆକୁ ଭୟ ଖାଇ ଗୋଡଉଥିଲା ପେଟ ବାମ୍ଫି ତଳୁ ।ବୋଉ ର ଟାଣ ଆକଟ ହେଜି ହେଇଯାଉଥିଲା ଆପେ ।ଇଏ କଣ ସିଏ ???? ଯାହାର ଚନ୍ଦ୍ରଉଦିଆ ମୁହଁ ଟି ଝଲସି ଦିଶୁଥିଲା ଦିନେ ।କୋରି ହେଇଗଲା ଅନ୍ତର ପତର ।ଧିରେଇକି ଡାକିଲି, ଉଁ କି ଚୁଁ .....କାଇଁ କଣ ହବ ।ଦେହଥରିଲା ।ହେ ବୋଉକିଲ ବଞ୍ଚିଛିଟି ।ମା ଲୋ ।ପୁଣି ଛେପ ଢୋକି ଡାକିଲି, ବେକ ଟେକି ଖାଲି ଚାହିଁ ପୁଣି ସ୍ଥିର ।


ଆଖି ବୁଲେଇଲି ଚାରିଆଡେ ।ସେ କନ୍ଦରା ରେ ମାଛି ଫଣ ଫଣ କି ମତେ ଘଉଡେଇବାକୁ ମାଡି ଆସୁଥିଲେ ।ତା 'ବା ନା ଫଟରେ ଥିଲା ନା ଖଟରେ, ଖୁଁ ଖାଁ .. କିଛି ବି ।


ପଚାରିଲି ତୋ ବା ' ???? ଆଙ୍ଗୁଳି ଦେଖେଇଲା ଗୋଟେ ଅପରଛନିଆ ନର୍ଦମା ଆଡକୁ ଯୋଉଠି ପନ୍ଝେ ଶାଗୁଣା ଭୋଜି କରୁଥିଲେ ।ଉଁ ହୁଁ ।


ତାକୁ ନିରିଖେଇ ଚାହିଁଲି ,ନିଜକୁ ଝୁଣି ପକେଇଛି, ଆମ୍ପୁଡି କାମୁଡି ବିଦାରି ପକେଇଛି ।ଦେହ ଯାକ ଗାର ,ମାଟିଆ ମିଶା ଶୁଖିଲା ନାଲିଆ ।ମୋ ଶାଲଟା ତାକୁ ଘୋଡେଇ ଧରି ନେଇଆସିଲି, ଏଯାଏ ସିଏ ମତେ ଥରେ ବି ଚାହୁଁ ନଥିଲା କି ପ୍ରତିବାଦ, ଅଭିମାନ,ଲୁହ,ଆକ୍ରମଣ, ଆକ୍ରୋଶ କିଛି ଦେଖଉନଥିଲା ।


ଇଆଡୁ ଇଆଡୁ ମୋ ଶାଶୁ ଘରେ ହାବୁଡିଲୁ ଦିହେଁ, ତାକୁ ଅଗଣାରେ ଲୁଚେଇ ଚଞ୍ଚଳ ଗଲି ,ବେଲାରେ ମୁଠେ ପଖାଳ ଆଉ କଣ ସାରୁ ଭଜାଦିଟା ଆଣିକି ତା ଆଗରେ ଥୋଇ ଖାଉଥା ମୁଁ ଆସେ କହିକି ଏଇ ଆଶା ରେ ଗଲି ଯେ କାଳେ ମୋର ଇହକାଳ ପର କାଳ ଦେବତା ମୋ ମିତା କୁ ସହାୟ ହେବେ, ବୁଝିବେ ଆଉ ସିଏ ବଞ୍ଚି ଯିବ ।ଏତେ ବାଟ କଥା ଗଲାନି, ବାରିଆଡୁ ହାଉଳା ଶବ୍ଦ ରେ ଦଉଡି ଯାଇ ଦେଖେ ଶାଶୁ ମୋର ଅଚେତ ହଉ ହଉ ରହିଲେ ।ତା ପରେ ଗୁମର ଫିଟନ୍ତେଣ ହୁକୁମ ହେଲା ଯେ ଏ ଘରେ ରହିବାର ଅଛି ତ ସେ ସତ୍ଯାନାଶୀ ର ପେର୍ପେରା ବେପାର ସବୁ ଦାଣ୍ଡ କୁ କାଢ ।ଆଉ ଚାରା କାଇଁ! ବାରି ଆଡକୁ ଯାଇ ଦେଖେ ସେ ନାହିଁ, ବେଲା କୁ ଛୁଇଁନି ବି ।ଆହା ନିରିମାଖୀ ।

ସବୁ ବେଳେ ବିପତ୍ତି ପାଇଁ ସଇତାନ ଯେ ଦାୟୀ ତାହା ନୁହେଁ ।


ମୁଁ ଭାବିଲି ସିଏ ବୋଧେ କୋଉ ନଈକି ଡେଇଁ ପଡିଥିବ, ମୋ ଦୋଷ ।ଭଲ କରୁ କରୁ ଭେଲ ହେଲା ।


ପରେ ଶୁଣିଲି ସେ କାଳେ ମରିନି, ନିଜକୁ ମାରିଦେଇଛି ।ପେଟର ଦାଉରେ । ଛାତି ତଳ ଗଭୀର ଘା 'ତ କୋଉ ବାଟେ ବି ଶୁଖିବନି ।ତା ବା'କୁ ସିନା ଓଳିଏ ଦିନେ ଶାଗୁଣା ଚିରିଲେ ହେଲେ ତାକୁ ଘେରିଗଲେ ।ଅମଢା ...... 


ଘୃଣା ପିଶାଚ ତାକୁ ଆହୁରି ଘୃଣ୍ଯ କରିଦେଲା ।


ସିଏ କାଳେ ଆଉ କଥା କହୁ ନ ଥିଲା କିନ୍ତୁ ...


ଗରଭ ଖସୁଥେଲା ପାଆଁଶ ଥର ।


ମୁଁ ଏବେ ବି ଭାବୁଥିଲି, ତାର ଦୋଷ କୋଉଠି ??



Rate this content
Log in

Similar oriya story from Drama