ଗୋମାତା ପ୍ରେମ ଜାଗୁ ସଭିଙ୍କ ହୃଦୟରେ
ଗୋମାତା ପ୍ରେମ ଜାଗୁ ସଭିଙ୍କ ହୃଦୟରେ
ସନ୍ଧ୍ୟାର ଆଗମନ ରେ ସହରରରେ ତ ଅନେକ ଚାକଚକ୍ୟ.ଆଲୋକମାଳାର ବର୍ଣ୍ଣାଳି ଭିତରେ ରଙ୍ଗବେରଙ୍ଗର ପୋଷାକ ପିନ୍ଧା ମଣିଷ ଭିଡ଼ ସାଙ୍ଗକୁ ସବୁ ପଣ୍ୟ ,ପାନୀୟ ତଥା ପୂଣ୍ୟ ପାଇଁ ମନ୍ଦିର ,ରାସ୍ତା ଘାଟ ଲୋକାରଣ୍ୟ ଅବଶ୍ୟମ୍ଭାବୀ ,ହେଲେ ରାସ୍ତା ପାର ବେଳେ ,ବିପରୀତ ଦିଗରୁ ଆଲୋକ ଆଖିରେ ପଡିଲେ ବାଇକ ଚଲେଇବା କଷ୍ଟ ସାଧ୍ୟ ତେଣୁ ସନ୍ଧ୍ୟା ଆଗମନ ପୁର୍ବରୁ ଘରେ ପହଂଚିଯିବାକୁ ବ୍ୟଗ୍ରତା ଭିତରେ ଗାଡ଼ିରୁ ପମ୍ପ ଦେବାକୁ ଓଲ୍ହେଇଲା ବେଳକୁ ଦୃଷ୍ଟି ଗୋଚର ହେଲା ଗାଇ ବା ବାଛୁରୀ ଟିଏ ସଦ୍ୟ ଦୁର୍ଘଟଣାର ଶୀକାର ହୋଇ ପଡିଛି ରାସ୍ତାରେ ,ବୋଧହୁଏ କୌଣସି ଗାଡି ବାଡେଇଦେଇ ବିଚରାକୁ ଚାଲି ଯାଇଛି .ଯନ୍ତ୍ରଣା ଓ କାତରତା ପୂର୍ଣ୍ଣ ଆଖିରେ ବିଚରା କଷ୍ଟରେ ଚାଁହୁଛି ଏଣେ ତେଣେ .
ମନ ଦୁଃଖ ରେ ପଚାରିଲି ଗାଡ଼ିରେ ପମ୍ପ ଭରୁଥିବା ଲୋକ ଟିକୁ ,ଭାଇ ଗାଈଟା ଏଇ ପାଖ ବସ୍ତିର କାହାର ହେଇଥିବ ,କାହା ହାତରେ ଖବର ଦେଲେ ହୁଅନ୍ତାନି ,ତ ଲୋକଟି ବେପରୁଆ ଭାବେ କହିଲା ,ଗାଈ ହେଇଥିଲେ ତ ମନକୁ ସନ୍ଧ୍ୟା ଆଗମନ ପୁର୍ବରୁ ମାଲିକ ଆସି ନେବ ,ହେଲେ ଷଣ୍ଢ ହୋଇଥିଲେ ,କିଏ ପଚାରେ ସତକଥା ମଣିଷ ମାନଙ୍କ ଘରେ ସିନା ପୁଅ ହେଲେ ଖୁସି ,କିନ୍ତୁ ଗାଈ ଜାତିର ସେହି ଗାଈ ହେଲେ ମାଲିକର ଖୁସି .ଆଉ ଅଣ୍ଡିରା ହେଲେ ବଳଦ ହେଲେ କେମିତି କେମିତି ,ବିକିବା ପାଇଁ ରଖିବ ମାଲିକ ସେଯାଏଁ ,ତା ପରେ ପୌରୁଷ ହରାଇ ବଳଦ ଜୀବନ କାଟିବ ଜୀବନ ତମାମ ,ହେଲେ ଷଣ୍ଢ ହେଲେ ଛାଡିଦିଆଯିବ ,ବାଟରେ ଘାଟରେ ବଜାରରେ ବୁଲି ରହିବା ପାଇଁ ,ଆଉ ତା ପୁରୁଷପଣିଆରୁ ଲୋକେ ମଜ୍ଜା ନେବା ପାଇଁ ,ଆହା ଏ ଗାଈ ପରି ପଶୁ ଜାତି କାହିଁ ସୃଷ୍ଟି କଲ ପ୍ରଭୁ .ଯିଏ ଗାଈ ହୋଇ ରହିଲା ମାଲିକ ପାଖେ ,ତା ପାଇଁ ବି ଗୁହାଳ ନାହିଁ ,ଖାଦ୍ୟ ନାହିଁ ,ତା ମାତୃତ୍ୱ ଅଧିକାରରୁ ବି ବଂଚିତ ସିଏ ,ଛୋଟ ବାଛୁରୀ ବି କେତେ ନିର୍ଯ୍ୟାତିତ ଏ ଦୁନିଆଁଦାରିରେ .
ରାସ୍ତା ରେ ପଡ଼ିଥିବା ଗାଈଟି ବିକଳରେ ଉଠିବାକୁ ଚେଷ୍ଟା କରି ପାରୁନଥାଏ ,କେତେ ଜଣ ଲୋକ ଦଉଡି ଆସି ତାକୁ ଉଠେଇବାକୁ ଚେଷ୍ଟା କରୁକରୁ ଆମ ବାଇକ ଆଗେଇ ଗଲା ,ଆମ ଘରକୁ ଯିବା ଯାଏଁ ,ବାଟ ସାରା ଫେରନ୍ତି ଗୋଠ ବାହୁଡା଼ ଦୃଶ୍ୟ ରେ କିଏ ଚମତ୍କୃତ ହୋଇ କବିତା ଲେଖିବାକୁ ଉପାଦେୟ ସବୁ ପାଇଯାଉଥିଲା ସିନା ,ମୋ ହୃଦୟ କାହିଁ ଛଟପଟ ହେଉଥିଲା ,ସବା ପଛରେ ଯାଉଥିବା ଗାଈଆଳ କୁ ମୁଁ ଚିହ୍ନେ ,ବେଳେ ବେଳେ ଡାକି ତା ଭୋକିଲା ପେଟ କୁ କିଛି ଶୁଖିଲା ରୁଟି ଦେଇ ମୁଁ ପାପ କରେ କି ପୂଣ୍ୟ କରେ କେଜାଣି ,ଗାଈ ଗୁଡିକୁ ଅନ୍ତତଃ ଦୁର୍ଘଟଣାଗ୍ରସ୍ତ ହେବାକୁ ନଦେଇ ସେ ନିଶ୍ଚୟ ବହୁ ପୂଣ୍ୟ କରେ .ସତରେ ଗାଈମାନଙ୍କ ସହ ତାର ପ୍ରକୃତ ପ୍ରେମ ,ତେଣୁ ଗାଈ ପଛେ ପଛେ ଆସୁଥିବା ଷଣ୍ଢକୁ ସେ ପାହାରେ କଷି ଦେଉଥିଲା ,ତ ତା ପାଖଦେଇ ଗାଡ଼ିରେ ଗଲା ବେଳେ ମାରନି ମାରନି ଗୋପାଳ କହି ଆଗକୁ ବଢିବା ଭିତରେ ,ସନ୍ଧ୍ୟା ଆସିଯାଇଥିଲା ,ଘରେ ପହଂଚି ତରତର ରେ ସନ୍ଧ୍ୟାବତୀ ଭିତରେ ଅସ୍ପଷ୍ଟ ଛାଇଟା ଗାଈ ବା ବଳଦ ବା ଷଣ୍ଢ ପରି ପ୍ରତୀୟମାନ ହେଲାବେଳେ ସ୍ୱାମୀ ଡାକ ଛାଡୁଥିଲେ ,ଗୋପାଳ ପାଇଁ କିଛି ଅଛିକି ଖାଦ୍ୟ ,ସେ ଦାଣ୍ଡଦୁଆରେ ଡାକୁଛି ,ହଁ ହଁ ଯାଉଛି ଯାଉଛି କହି ରୁଟି କଦଳୀ ଧରି ଦୌଡୁଥିଲି ତଳକୁ ,ଶୀଘ୍ର ରୁଟି ନେଇ ଗାଈଆଳ ଗୋପାଳ ଦୌଡୁଥିଲା ଗାଈଙ୍କ ପଛରେ ।