Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Narendra Prasad Behera

Classics


2  

Narendra Prasad Behera

Classics


ଗଙ୍ଗାନଦୀ

ଗଙ୍ଗାନଦୀ

3 mins 565 3 mins 565

ରାମାୟଣରୁ କିଛି.......୪୬


ଗଙ୍ଗାନଦୀ ଉତ୍ପତ୍ତି ବିଷୟରେ ମହର୍ଷି ବିଶ୍ବାମିତ୍ର ରାମଚନ୍ଦ୍ରଙ୍କୁ କ'ଣ କହିଲେ,ସରସ୍ବତୀ ଲକ୍ଷ୍ମୀ ଓ ଗଙ୍ଗାଙ୍କୁ କାହିଁକି କି ଅଭିଶାପ ଦେଲେ ।


   ମହର୍ଷି ବିଶ୍ବାମିତ୍ର, ଶ୍ରୀରାମ, ଲକ୍ଷ୍ମଣ ଓ ସାଙ୍ଗରେ ଥିବା ଅନ୍ଯ ଋଷିମାନେ ଶୋଣନଦୀ ପାର ହୋଇ ମିଥିଳା ଅଭିମୁଖେ ଯାଉ ଯାଉ ବାଟରେ ଗଙ୍ଗାନଦୀ ପଡିଲା । ଗଙ୍ଗାନଦୀ ତୀରର ପ୍ରାକୃତିକ ପରିବେଶରେ ମୋହିତ ହୋଇ ସମସ୍ତେ ସେଠାରେ ମନମୋଦରେ ବସିଲେ । ଏହି ସମୟରେ ରାମଚନ୍ଦ୍ର ଗଙ୍ଗାନଦୀର ଉତ୍ପତ୍ତି ବିଷୟରେ ଜାଣିବାକୁ ଇଛା କରିବାରୁ ମହର୍ଷି ବିଶ୍ଵାମିତ୍ର କହିଲେ--ହିମାଳୟ ପର୍ଵତର ଦୁଇ ଦାସୀ ହେଉଛନ୍ତି ପୂର୍ବ ସାଗର ଓ ପଶ୍ଚିମ ସାଗର । ସୁମେରୁ ପର୍ବତର ଝିଅ ମେନକା ହେଉଛି ହିମାଳୟର ପତ୍ନୀ । ମେନକା ଗର୍ଭରୁ ହିମାଳୟର ଦୁଇଟି ଝିଅ ଜାତ ହୋଇଥିଲେ । ସେମାନେ ହେଲେ ବଡ଼ ଝିଅ ଗଙ୍ଗା ଓ ସାନଝିଅ ପାର୍ବତୀ । ଗଙ୍ଗାକୁ ତ୍ରିଭୁବନର ଉପକାରରେ ଲଗେଇବା ପାଇଁ ଦେବତାମାନେ ହିମାଳୟଙ୍କ ପାଖକୁ ଆସି ଗଙ୍ଗାଙ୍କୁ ସେମାନଙ୍କୁ ଦେବାପାଇଁ ଅନୁରୋଧ କଲେ । ହିମାଳୟ ଦେବତାମାନଙ୍କ ଉପରେ ପ୍ରସନ୍ନ ହୋଇ ଗଙ୍ଗାଙ୍କୁ ସେମାନଙ୍କୁ ଦେଲେ । ଦେବତାମାନେ ଗଙ୍ଗାଙ୍କୁ ନେଇ ବୈକୁଣ୍ଠ ପୁରରେ ଵିଷ୍ଣୁଙ୍କୁ ସମର୍ପଣ କଲେ । ବିଷ୍ଣୁ ପରମ ଆନନ୍ଦରେ ଗଙ୍ଗାଙ୍କୁ ନିଜର ପତ୍ନୀରୂପେ ଗ୍ରହଣ କଲେ । ମହାଲକ୍ଷ୍ମୀ, ସରସ୍ବତୀ ଓ ଗଙ୍ଗା ବିଷ୍ଣୁଙ୍କର ଏହି ତିନି ପତ୍ନୀ ସଦାସର୍ବଦା ବିଷ୍ଣୁଙ୍କ ସେବାର ଲାଗିରହିଥାନ୍ତି ।


   ଦିନେ ଗଙ୍ଗା ଖୁବ୍ ନିରୋଳାରେ ବିଷ୍ଣୁଙ୍କ ପାଖରେ ବସି ହାସପରିହାସ କରୁଥାନ୍ତି । ଲକ୍ଷ୍ମୀ ଓ ସରସ୍ବତୀ ଏହା ଦେଖି ସଉତୁଣୀବାଦ ଜନିତ ହିଂସାରେ ହିଂସ୍ର ହୋଇଉଠିଲେ । ତେଵେ କ୍ଷମତାଶାଳୀ ଲକ୍ଷ୍ମୀ ଧୈର୍ଯ୍ଯଧରି ନିରବ ରହିଲେ । କିନ୍ତୁ ମୁଖରା ସରସ୍ବତୀ ରାଗିଉଠି ବିଷ୍ଣୁଙ୍କ ପ୍ରତି ନିଷ୍ଠୁର ଭାଷା ପ୍ରୟୋଗ କଲେ । ସରସ୍ବତୀଙ୍କର ବାକ୍ଯବାଣ ସହିନପାରି ବିଷ୍ଣୁ ସଙ୍ଗେ ସଙ୍ଗେ ଅନ୍ତର୍ଦ୍ଧାନ ହୋଇଗଲେ । ଏହି ଅବସରରେ ଗଙ୍ଗା ଓ ସରସ୍ବତୀଙ୍କ ମଧ୍ୟରେ କଳି ଲାଗିଗଲା । ସରସ୍ବତୀଙ୍କୁ ଗଙ୍ଗା ମାରିବାକୁ ଧାଇଁଲେ । ମହାଲକ୍ଷ୍ମୀ ମଝିରେ ରହି ସେ ଦୁହିଁଙ୍କୁ କଳିରୁ ନିବୃତ କଲେ । ତହୁଁ ଗଙ୍ଗା ଓ ଲକ୍ଷ୍ମୀଙ୍କ ଉପରେ ରାଗି ସରସ୍ବତୀ ସେ ଦୁହିଁଙ୍କୁ ଅଭିଶାପ ଦେଲେ--ଲକ୍ଷ୍ମୀ “ବୃକ୍ଷ” ହେଉ,ଗଙ୍ଗା “ନଦୀ” ହେଉ । ଏହି ସମୟରେ ବିଷ୍ଣୁ ସେଠାରେ ପହଞ୍ଚି ପତ୍ନୀମାନେ ପରସ୍ପରକୁ ଅଭିଶାପ ଦେବା କଥା ଶୁଣିଲେ । ବିଷ୍ଣୁ ସରସ୍ବତୀଙ୍କୁ ଆଲିଙ୍ଗନ କରିବାରୁ ସରସ୍ବତୀ ଶାନ୍ତ ହେଲେ । ତତ୍ପରେ ବିଷ୍ଣୁ ଲକ୍ଷ୍ମୀଙ୍କୁ କହିଲେ--ତୁମ୍ଭେ ଧର୍ମଧ୍ବଜ ଘରେ ଅଯୋନିକା ହୋଇ କୁମାରୀ ରୂପରେ ରହିବ । କିଛିଦିନ ପରେ ଅଭିଶାପ ହେତୁ ତୁମେ ବୃକ୍ଷ ହେବ । ସେହି ବୃକ୍ଷର ନାମ ହେବ “ତୁଳସୀ” ଓ ସେହି ଭାବରେ ତୁମ୍ଭେ ପୂଜା ପାଇବ ଏବଂ ତୁଳସୀ ଜଳରେ ମୁଁ ପୂଜା ପାଇବି । କିଛିଦିନ ପରେ ମର୍ତ୍ତ୍ଯରେ ତୁଳସୀ ରୂପରେ ତୁମ୍ଭର କିଛି ଅଂଶ ରଖି ବୈକୁଣ୍ଠପୁରକୁ ଫେରି ଆସିବ । 


  ଏହାପରେ ବିଷ୍ଣୁ ଗଙ୍ଗାଙ୍କୁ କହିଲେ--ତୁମ୍ଭେ ନଦୀ ହେବ । ତୁମ୍ଭ ଜଳରେ ସ୍ନାନ କରି ପାପୀମାନେ ପାପମୁକ୍ତ ହେଵେ । ସୂର୍ଯ୍ୟ ବଂଶରେ ଭଗୀରଥ ଜନ୍ମଲାଭ କରି ତୁମ୍ଭଙ୍କୁ ପୃଥିବୀକୁ ନେବେ । ତୁମ୍ଭେ ନଦୀରୂପେ ବହିଯାଇ ସମୁଦ୍ରରେ ପଡିବ । କିଛିକାଳ ପରେ ମର୍ତ୍ତ୍ଯରେ ମୋ ଅଂଶରେ ରାଜା ଶାନ୍ତୁନୁ ଜନ୍ମଲାଭ କରିବେ । ସେତେବେଳେ ତୁମ୍ଭେ ନାରୀ ରୂପ ପାଇ ଶାନ୍ତୁନୁଙ୍କର ପତ୍ନୀ ହେଵ । ତତ୍ପରେ ବିଷ୍ଣୁ ସରସ୍ବତୀଙ୍କୁ ଵ୍ରହ୍ମାଙ୍କ ପାଖକୁ ଯିବା ପାଇଁ ,ଗଙ୍ଗାଙ୍କୁ ଶିବଙ୍କ ମସ୍ତକରେ ରହିବା ପାଇଁ ଓ ମହାଲକ୍ଷ୍ମୀଙ୍କୁ ବର୍ତ୍ତମାନ ପାଇଁ ବୈକୁଣ୍ଠରେ ରହିବାକୁ ନିର୍ଦ୍ଦେଶ ଦେଲେ । ତିନି ପତ୍ନୀଯାକ ବିକଳ ହୋଇ ରୋଦନ କରିବାରୁ ବିଷ୍ଣୁ ସଦୟ ହୋଇ କହିଲେ--ସରସ୍ବତୀଙ୍କର କିଛି ଅଂଶ ମର୍ତ୍ତ୍ଯରେ ନଦୀ ରୂପରେ ରହିବ । ଅର୍ଦ୍ଧେକ ଅଂଶ ବ୍ରହ୍ମାଙ୍କ ପାଖରେ ରହିବ । ଆଉ ନିଜେ ସରସ୍ବତୀ ମୋ ପାଖରେ ରହିବେ । ଗଙ୍ଗାଙ୍କର କିଛି ଅଂଶ ମର୍ତ୍ତ୍ଯରେ ନଦୀ ରୂପରେ ରହିଵ । କିନ୍ତୁ ନିଜେ ଗଙ୍ଗା ମୋ ପାଖରେ ରହିବ । ସମୟକ୍ରମେ ସେ ଶିବଙ୍କ ମସ୍ତକରେ ରହିବେ । କଳି ଯୁଗରେ ମୁଁ ଯେତେବେଳେ ବୌଦ୍ଧାବତାର ହେଵି ସେତେବେଳେ ଲକ୍ଷ୍ମୀଙ୍କର ଅଂଶମାତ୍ର “ତୁଳସୀବୃକ୍ଷ” ହେବ ଓ ତୁଳସୀବୃକ୍ଷର ପତ୍ର ମୋର କଣ୍ଠହାର ହେଵ । କିନ୍ତୁ ନିଜେ ଲକ୍ଷ୍ମୀ ମୋ ପାଖରେ ରହିବେ । 


   ତେଣୁ ସରସ୍ବତୀଙ୍କ ଅଂଶ ସରସ୍ବତୀ ନଦୀରୂପେ ମର୍ତ୍ତ୍ଯରେ ପ୍ରବାହିତ ହେଲା । ଗଙ୍ଗା ସ୍ବଗଙ୍ଗା ନାମରେ ସ୍ବର୍ଗରେ ରହିଲେ । ବଳି ଦୈତ୍ଯର ଦର୍ପଗଞ୍ଜନ ପାଇଁ ବାମନରୂପୀ ବିଷ୍ଣୁ ତ୍ରିବିକ୍ରମ ରୂପ ଧାରଣ କରିବାରୁ ତାଙ୍କର ଗୋଟିଏ ପାଦ ସତ୍ଯଲୋକ ପର୍ଯ୍ୟନ୍ତ ବ୍ଯାପିଗଲା । ବ୍ରହ୍ମା ଗଙ୍ଗାଜଳରେ ତ୍ରିବିକ୍ରମଙ୍କ ପାଦ ଧୌତକଲାବେଳେ ଗଙ୍ଗାଙ୍କର ଜଳ ନିଅଣ୍ଟ ପଡିବାରୁ ଗଙ୍ଗା ଲଜ୍ଜାବୋଧ କରି ବିଷ୍ଣୁଙ୍କର ଗୋଟିଏ ନଖକୋଣ ଭିତରେ ଲୁଚିଗଲେ । ଲକ୍ଷ୍ମୀଙ୍କର ଅଂଶ ପୃଥିବୀରେ ତୁଳସୀବୃକ୍ଷ ହୋଇ ରହିଲା । ତ୍ରିବିକ୍ରମଙ୍କର ଗୋଟିଏ ନଖକୋଣରେ ଗଙ୍ଗା ଲୁଚି ରହିଥିଲେ । ଏହି ସମୟରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଗୋଲକବୈକୁଣ୍ଠ ପୁରରେ ବିଷ୍ଣୁ ରାସ ଆରମ୍ଭ କଲେ । ହର ଓ ଵ୍ରହ୍ମା ଆଦି ଦେଵତାମାନେ ବିଷ୍ଣୁଙ୍କର ରାସକ୍ରୀଡା ଦେଖିବା ପାଇଁ ସେଠାକୁ ଆସିଲେ । ସେଠାରେ ସରସ୍ବତୀ ବୀଣା ବଜାଇ ମଧୁର କଣ୍ଠରେ ଗୀତ ଗାନ କଲେ । ସରସ୍ବତୀଙ୍କ ସଙ୍ଗୀତ ଶୁଣି ସମସ୍ତେ ଆନନ୍ଦିତ ହେଲେ । ସରସ୍ବତୀଙ୍କୁ ଲକ୍ଷ୍ମୀ ମକରକୁଣ୍ଡଳ ଉପହାର ଦେଲେ । ବ୍ରହ୍ମା ମଣିହାର ଦେଲେ । ବିଷ୍ଣୁ ବନମାଳ ଦେଲେ । ଇନ୍ଦ୍ର ପ୍ରଭୃତି ଦେଵତାମାନେ ମଧ୍ଯ ସରସ୍ବତୀଙ୍କୁ ଉପହାରମାନ ଦେଲେ । 


   ଏହାପରେ ହର ଗୀତ ବୋଲିବା ଆରମ୍ଭ କରିଦେଲେ । ହରଙ୍କ ସଙ୍ଗୀତର ମାଧୁରୀ ସମସ୍ତଙ୍କୁ ମୁଗ୍ଧ କରିଦେଲା । ହରଙ୍କ ସଙ୍ଗୀତର ମାଧୁରୀରେ ପ୍ରଭାବିତ ହୋଇ ବିଷ୍ଣୁ ସେଇଠି ତରଳିଯାଇ ଜଳ ହୋଇଗଲେ । ବିଷ୍ଣୁ ଯେ ତରଳିଗଲେଣି ସଙ୍ଗୀତ ଭୋଳରେ ହଠାତ୍ ଏକଥା କେହି ଜାଣିପାରିଲେ ନାହିଁ । କିଛି ସମୟ ପରେ ପ୍ରକୃତିସ୍ଥ ହୋଇ ସମସ୍ତେ ଦେଖିଲେ ବିଷ୍ଣୁଙ୍କର ସେହି ନିତ୍ଯ ରାସସ୍ଥଳୀ ଜଳମୟ ହୋଇଅଛି । ଆଉ ବିଷ୍ଣୁ ସେଠାରେ ନାହାନ୍ତି । ସେହି ଜଳରୁ ଗଙ୍ଗାଦେବୀ ନିଜ ରୂପ ଫେରିପାଇଲେ । ବିଷ୍ଣୁ ମଧ୍ଯ ନିଜ ରୂପରେ ଆର୍ବିଭୂତ ହେଲେ ।


Rate this content
Log in

More oriya story from Narendra Prasad Behera

Similar oriya story from Classics