Narendra Prasad Behera

Abstract

2  

Narendra Prasad Behera

Abstract

ଆସନ୍ତୁ ସମାନତାର ବିଚାର ବିଷୟରେ ଜା

ଆସନ୍ତୁ ସମାନତାର ବିଚାର ବିଷୟରେ ଜା

1 min
23


 


  ଗୁରୁ ତାଙ୍କର ଶିଷ୍ୟମାନଙ୍କୁ ଏଇ କଥା କହୁଥିଲେ । 

ଦୁଇ ଜଣ ସାଙ୍ଗ ଥିଲେ । ଜଣେ ବହୁତ ଡେଙ୍ଗା ତ ଆଉ ଜଣେ ବାମନ, ଡେଙ୍ଗା ଯୁବକର ଆଣ୍ଠୁ ପର୍ଯ୍ୟନ୍ତ ଉଚ୍ଚା । ସେ ଦୁହିଁଙ୍କର ଭାଗ୍ୟ ଭଲ ନ ଥିବାରୁ ସେମାନେ ଭାରି ମନ ଦୁଃଖରେ ଚଳୁଥିଲେ । ଦିନେ ସେମାନେ ଭଗବାନଙ୍କ ଦର୍ଶନ ପାଇଲେ । ଭଗବାନଙ୍କୁ ଭାଗ୍ୟ ମାଗିବାରୁ ଭଗବାନ କହିଲେ ଠିକ୍ ଅଛି ତୁମକୁ ଭାଗ୍ୟ ଦେବି । ମୋ ପାଖରେ ଦୁଇଟି ବାକ୍ସ ଅଛି, ଯେଉଁଥିରେ ଭାଗ୍ୟ ଭରି ହୋଇ ରହିଛି । ଏହା ଶୁଣି ଡେଙ୍ଗା ଯୁବକ କହିଲା--ପ୍ରଭୁ , ମୋ ସାଙ୍ଗ ଉଚ୍ଚତାରେ ଛୋଟ ବୋଲି ପାତରଅନ୍ତର ନ କରି ଦୁହିଁଙ୍କୁ ଏକା ସାଇଜର ବାକ୍ସ ଦେବେ । ସମସ୍ତଙ୍କ ଲାଗି ସମାନ ବିଚାର କରିବେ । ଭଗବାନ କହିଲେ--ମୁଁ ପରା ଭଗବାନ । ସମାନ ବିଚାର ନିଶ୍ଚିତ କରାଯିବ । 

  ଏହା କହି ଭଗବାନ ଉଭେଇ ଗଲେ ଏବଂ ଦୁଇଟି ବିଶାଳ ବାକ୍ସ ପହଞ୍ଚିଗଲା । ଦୁଇଟି ଯାକ ବାକ୍ସର ଆକାର ସମାନ ଥିଲା, କିନ୍ତୁ ସେ ଦୁଇଟି ବେଶ୍ ଉଚ୍ଚା ହୋଇଥିବାରୁ ଡେଙ୍ଗା ଯୁବକଟି କୌଣସିମତେ ତାହା ଖୋଲିପାରିଲା, କିନ୍ତୁ ତା ସାଙ୍ଗ ସେ ଉଚ୍ଚତାକୁ ପହଞ୍ଚି ପାରିଲା ନାହିଁ । 

  ଏଥର ଡେଙ୍ଗା ଯୁବକ ଭଗବାନଙ୍କୁ ପ୍ରାର୍ଥନା କଲା । ଭଗବାନ ଆସିଲେ । ଭଗବାନ କହିଲେ--ସମାନ ବିଚାର ତ କଲି, ସମାନ ଆକାରର ବାକ୍ସ ତ ଦେଲି । ପୁଣି କ'ଣ ହେଲା ? ଡେଙ୍ଗା ଯୁବକ କହିଲା--ପ୍ରଭୁ ମୁଁ ନିର୍ବୋଧ । ଭୁଲ କଥାଟି କହିଦେଲି । ଆପଣ ସମାନ ବିଚାର ନୁହେଁ, ସମାନତାର ବିଚାର କରନ୍ତୁ । ଭଗବାନ ଏହା ଶୁଣି କହିଲେ--ତାହା କହୁନୁ କାହିଁକି ? ଏହା କହି ଭଗବାନ ଉଭେଇ ଗଲେ । ସାଙ୍ଗେ ସାଙ୍ଗେ ଗୋଟିଏ ଷ୍ଟୁଲ ପହଞ୍ଚି ଗଲା । ଏବେ ବାଙ୍ଗରା ଯୁବକ ଷ୍ଟୁଲ ଉପରେ ଚଢି ଭାଗ୍ୟର ବାକ୍ସକୁ ଖୋଲି ପାରିଲା ।



Rate this content
Log in

Similar oriya story from Abstract