Narendra Prasad Behera

Abstract

4.0  

Narendra Prasad Behera

Abstract

ପିଲାଙ୍କ କଳିରୁ କଳି ଲାଗୁଥିବା ଦୁଇ

ପିଲାଙ୍କ କଳିରୁ କଳି ଲାଗୁଥିବା ଦୁଇ

1 min
26


ପିଲାଙ୍କ କଳିରୁ କଳି ଲାଗୁଥିବା ଦୁଇଜଣଙ୍କୁ ସାଧୁ କ'ଣ କହିଲେ ।


   ଦୁଇଜଣ ଛୋଟ ପିଲା ଖେଳୁଥିଲେ । ଖେଳୁ ଖେଳୁ ସେମାନଙ୍କ ଭିତରେ କଳି ଲାଗିଲା । ଜଣେ ଅନ୍ଯ ଜଣକ ଉପରେ ଧୂଳି ଛାଟିଦେଲା । ଅନ୍ୟ ଜଣକ ତା ଗାଲରେ ମାରିଲା ଚଟକଣାଟିଏ । ମାଡ ଖାଇଥିବା ପିଲା କାନ୍ଦି କାନ୍ଦି ଯାଇ ତାର ବାପାକୁ କହିଲା । ବାପା ଥିଲା ଗାଁର ଜଣେ ତାଗଡା ବ୍ଯକ୍ତିତ୍ବ । ସେ ସାଙ୍ଗେ ସାଙ୍ଗେ ଦାଣ୍ଡକୁ ବାହାରି ଆସି ମାଡ ମାରିଥିବା ପିଲା ଘରକୁ ଗଲା ଏବଂ ଦୁଆର ମୁହଁରେ ଏଣୁତେଣୁ ବକିଲା । 

  ଚାପୁଡା ମାରିଥିବା ପିଲାର ବାପା ବି କମ୍ ପ୍ରତିପତ୍ତିଶାଳୀ ନ ଥିଲା । ସେ ଥିଲା ଗାଁର ନେତା । ସେ କି ଆଉ ସମ୍ଭଳା ପଡେ ? ସେ ବି ଦାଣ୍ଡକୁ ବାହାରି ଆସିଲା । ଉଭୟେ ମୁହାଁମୁହିଁ ହୋଇଗଲେ । ଗାଁ ସାରା କଥାଟା ନିମିଷକ ଭିତରେ ରାଷ୍ଟ୍ର ହୋଇଗଲା । ଉଭୟ ପକ୍ଷର ଲୋକେ ସେଠାରେ ଜୁଟିଗଲେ ଏବଂ ଏକ ବିରାଟ ଗୋଷ୍ଠୀ କନ୍ଦଳ ହେଵାର ଵାଟ ପରିଷ୍କାର ହୋଇଗଲା ।

  ଠେଙ୍ଗାଵାଡି ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ମାରଣାସ୍ତ୍ର ଧରି ଯେତିକି ବେଳେ ଉଭୟ ପକ୍ଷର ଲୋକେ ସାମନାସାମନି ହେଲେ ସେତିକିବେଳେ ସେଇ ଵାଟ ଦେଇ ଯାଉଥିବା ଜଣେ ସାଧୁ ହାବୁଡି ଗଲେ । ସେ ହାଁ ହାଁ କରି ଉଭୟ ପକ୍ଷଙ୍କ ମଝିରେ ଛିଡା ହୋଇଗଲେ । ସାଧୁ କଳିର କାରଣ କ'ଣ ବୋଲି ଜାଣିବାକୁ ଚାହିଁବାରୁ ଉଭୟ ପକ୍ଷ ନିଜ ନିଜର ଦଲିଲି ଦେଲେ । ସାଧୁ କହିଲେ--ପ୍ରଥମେ ପିଲା ଦୁହିଁଙ୍କୁ ଏଠାକୁ ଡାକ । ଏ କଥା ପରେ ପିଲା ଦୁହିଁଙ୍କୁ ଖୋଜାଗଲା । ଦେଖାଗଲା ଯେ ସେ ଦୁଇ ଜଣ ପୁଣି ଖେଳରେ ମାତିଛନ୍ତି ।

  ସାଧୁ କହିଲେ--ଦେଖିଲ ତ ! ତୁମେମାନେ ସମସ୍ତେ ଗୁରୁଜନ । ତୁମେମାନେ ବଡ଼ ହୋଇଗଲ ବୋଲି ପିଲା ମାନଙ୍କୁ ଛାଡିଦେଲ । ଏବେ ଦେଖ ତାର ପରିଣତି । 



Rate this content
Log in

Similar oriya story from Abstract