Narendra Prasad Behera

Children Stories Comedy

2  

Narendra Prasad Behera

Children Stories Comedy

ଆସନ୍ତୁ ଜାଣିବା "ସାତ" ର ମହତ୍ତ୍ବ

ଆସନ୍ତୁ ଜାଣିବା "ସାତ" ର ମହତ୍ତ୍ବ

1 min
21



  ଜଣେ ବ୍ଯକ୍ତିଙ୍କ ' ସାତ ' ଅଙ୍କକୁ ନେଇ ଗଭୀର ବିଶ୍ୱାସ ଥିଲା । ସେ ଜୁଲାଇ ମାସ ଅର୍ଥାତ୍ ବର୍ଷର ସପ୍ତମ ମାସରେ ଜନ୍ମ ହୋଇଥିଲେ, ପୁଣି ସାତ ତାରିଖରେ । ତାଙ୍କୁ ସାତ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ନାମରେ ସାତ ଲକ୍ଷ ଟଙ୍କାର ଲଟେରି ଉଠିଲା । ସେ ସଵୁ ପରୀକ୍ଷାରେ ସପ୍ତମ ସ୍ଥାନରେ ରହି ଉତ୍ତୀର୍ଣ୍ଣ ହେଉଥିଲେ । ଯୁବକ ହେବା ପରେ ବିବାହ ଲାଗି ସପ୍ତମ କନ୍ଯାଟିକୁ ପସନ୍ଦ କରି ଜୀବନ ସାଥୀ ରୂପେ ଗ୍ରହଣ କଲେ ଏବଂ ସାତଟି ସନ୍ତାନର ଜନକ ମଧ୍ୟ ହେଲେ । ସୁତରାଂ ତାଙ୍କ ଜୀବନ ' ସାତ ' ମୟ ହୋଇ ଉଠିଲା । 

  

ଦିନ ଗଡିଗଡି ଚାଲିଲା । କିନ୍ତୁ ଏଣେ ସାତ ଜଣିଆ ସନ୍ତାନଙ୍କ ପରିବାରକୁ ଚଳେଇ ଚଳେଇ ସେ ପ୍ରାୟ ଭାଙ୍ଗି ପଡିଲେ । ତେଣୁ ସେ ଜଣେ ଜ୍ଯୋତିଷଙ୍କ ପରାମର୍ଶ ନେଲେ । ଜ୍ଯୋତିଷ ମହାଶୟ ସବୁ ଶୁଣିବା ପରେ କହିଲେ ଏବେ ତୁମକୁ ସତସ୍ତରି ବର୍ଷ ବୟସ । ସାତ ବର୍ଷ ବୟସ ବେଳେ ତୁମ ଭାଗ୍ଯରେ ଯେମିତି ଲଟେରି ଲାଗିଥିଲା, ଏବେ ସେମିତି ଲାଗିଲେ ଯାଇ ହେବ । 

  ସୁତରାଂ, ସେ ଏବେ ଶେଷ ଆଶା ରଖି ଲଟେରି ଖୋଜିବାକୁ ଲାଗିଲେ । ଶେଷରେ ବି ସୁଯୋଗ ଜୁଟିଲା । ଜୁଲାଇ ମାସ ସାତ ତାରିଖରେ ଗୋଟିଏ ଘୋଡ଼ା ରେସ୍ ହେଉଥିବା ଜାଣି ସେ ନିଶ୍ଚିତ ଜିଣିବେ ବୋଲି ମନେକରି ନିଜର ସବୁ କିଛି ବିକାବିକି କରି ସମସ୍ତ ଅର୍ଥକୁ ବାଜିରେ ଲଗାଇ ଦେଲେ । ଏଥର ବି ସାତ ନମ୍ବର ତାର ମହତ୍ତ୍ଵ ଦେଖାଇଲା । କିନ୍ତୁ ତାଙ୍କ ବିଚାର ଓ ଈଶ୍ବରଙ୍କ ବିଚାର ଭିତରେ ଟିକିଏ ପ୍ରଭେଦ ରହିଗଲା ବୋଧହୁଏ; କାରଣ ତାଙ୍କ ଘୋଡାଟି ଦୌଡରେ ସପ୍ତମ ସ୍ଥାନରେ ଆସିଲା ।


Rate this content
Log in