Narendra Prasad Behera

Abstract

2  

Narendra Prasad Behera

Abstract

ମହାଦେଵଙ୍କ ଶରୀର ତିନିଖଣ୍ଡ ହେଲା କ

ମହାଦେଵଙ୍କ ଶରୀର ତିନିଖଣ୍ଡ ହେଲା କ

1 min
263


ଆସ କିଛି ଜାଣିବା........୧୪୭


ମହାଦେଵଙ୍କ ଶରୀର ତିନି ଖଣ୍ଡ ହେଲା କିପରି ।


  ବାମନ ପୁରାଆଣରେ ଥିବା ବର୍ଣ୍ଣନା ଅନୁଯାୟୀ , ଶ୍ରୀଦାମା ନାମକ ଏକ ଅସୁର ଥିଲା । ସେ ପ୍ରବଳ ପରାକ୍ରମୀ ତଥା ବଳଶାଳୀ ଥିଲା । ଶ୍ରୀଦାମା ସମସ୍ତ ଦେବତାଙ୍କୁ ହରାଇବା ପରେ ଭଗବାନ ବିଷ୍ଣୁଙ୍କ ଉପରେ ଆକ୍ରମଣ କରିବାକୁ ବାହାରିଲା । ଶ୍ରୀଦାମାକୁ ହରାଇବା ଲାଗି ଭଗବାନ ବିଷ୍ଣୁ ଦେବ ଦେବ ମହାଦେବଙ୍କୁ ପ୍ରସନ୍ନ କରିବା ଲାଗି ତପସ୍ୟା କଲେ । ତପସ୍ୟାରେ ସନ୍ତୁଷ୍ଟ ହୋଇ ଭଗବାନ ଶିବ ପ୍ରକଟ ହେଲେ । ସେ ବିଷ୍ଣୁଙ୍କୁ ଏକ ଚକ୍ର ଦେଲେ । ଯାହାର ନାଁ ଥିଲା ସୁଦର୍ଶନ ଚକ୍ର । ମହାଦେବ କହିଲେ, ଏହି ଅସ୍ତ୍ର ଅମୋଘ । ଯାହା ଉପରେ ସୁଦର୍ଶନ ପ୍ରହାର କରିବ ସେ ନିମିଷକେ ଖଣ୍ଡ ଖଣ୍ଡ ହୋଇଯିବ । ଏହି ସମୟରେ ଭଗବାନ ବିଷ୍ଣୁ କହିଲେ, ମହାଦେବ ମୁଁ ଏହି ଅସ୍ତ୍ରକୁ ପରୀକ୍ଷା ମୂଳକ ଭାବେ ପ୍ରଥମେ ଆପଣଙ୍କ ଉପରେ ପ୍ରୟୋଗ କରିବାକୁ ଚାହୁଁଛି । ମହାଦେବ ରାଜି ହୋଇଗଲେ । ଭଗବାନ ବିଷ୍ଣୁ ସୁଦର୍ଶନର ପ୍ରହାର କରିବା ମାତ୍ରେ ମହାଦେଵଙ୍କ ଶରୀର ତିନି ଖଣ୍ଡ ହୋଇଗଲା । ବିଷ୍ଣୁ ନିଜ କୃତ୍ଯ ପାଇଁ ଲଜ୍ଜିତ ହେଲେ । ସେ ପୁଣି ଥରେ ମହାଦେଵଙ୍କ ଆରାଧନା କଲେ । ମହାଦେବ ପ୍ରକଟ ହୋଇ ବିଷ୍ଣୁଙ୍କୁ କହିଲେ, ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ସୁଦର୍ଶନ ଚକ୍ର ଦ୍ବାରା କେବଳ ମୋର ବିକାର ଖଣ୍ଡିତ ହୋଇଛି । ମୁଁ ଏବଂ ମୋର ସ୍ବଭାବ ଅଚ୍ଛେଦ୍ଯ ହୋଇଥିବାରୁ ତାହା ପୂର୍ବ ପରି ରହିଛି । ମୋ ଶରୀରର ଯେଉଁ ତିନି ଖଣ୍ଡ ହୋଇଛି ତାହା ହିରଣାକ୍ଷ,ସୁବର୍ଣ୍ଣାକ୍ଷ ଏବଂ ବିରୂପାକ୍ଷ ନାମରେ ପୂଜିତ ହେବ । ଏହାପରେ ଭଗବାନ ବିଷ୍ଣୁ ସୁଦର୍ଶନ ଚକ୍ର ଦ୍ବାରା ଅସୁର ଶ୍ରୀଦାମାକୁ ବଧ କଲେ ।।


Rate this content
Log in

Similar oriya story from Abstract