STORYMIRROR

Sunanda Mohanty

Abstract Classics Thriller

4  

Sunanda Mohanty

Abstract Classics Thriller

ଗଛ ରକ୍ଷା କବଚ

ଗଛ ରକ୍ଷା କବଚ

3 mins
220

ନୂଆ ହୋଇ ଶାଶୁଘରେ ପାଦ ଦେଲା ପରେ କଟକଣା ବିହୀନ ପରିବାରରେ ମିତୁ ଖୁବ ଖୁସି ଓ ଆନନ୍ଦ ପାଇ ବଞ୍ଚିବାକୁ ଲାଗିଥିଲେ. ଯାହା ଯେତେବେଳେ ଦରକାର ଶଶୁର ଯୋଗାଇ ଦିଅନ୍ତି. ଯାହା ଖାଇବାକୁ ମନ କଲେ ଶାଶୁ କହନ୍ତି ଯାହା ତୋ ଇଛା ଖା କିଛି ସଂକୋଚ କରିବାର ନାହିଁ. ମିତୁ ଖାଏ ଅଣ୍ଡା ରୋଲ କେବେ ତ କେବେ ଦୋସା ମଗେଇ ପୁଣି ମାଛ ଭଜା ପାଖାଳ, ଯାହା ତାର ଅତି ପ୍ରିୟ ଖାଦ୍ୟ. ଏମିତି ଶାଶୁ ଶଶୁର ପାଇ ନିଜକୁ ଖୁବ ଭାଗ୍ୟବାନ ମନେ କରୁଥିବା ମିତୁକୁ ଶାଶୁ,ଦିନେ ତାଙ୍କ ରୁମକୁ ଡକେଇ ପଠେଇଲେ.

   ପ୍ରଥମ ଥର ଟିକେ ଡରି ଡରି ମିତୁ ପାଦ ବଢ଼େଇଲା ଶାଶୁଙ୍କ ରୁମକୁ. ଭିତରକୁ ଆସେ, କହିଥିଲେ ଶାଶୁ. ମୋ ପାଖରେ ବସ କହି ଶାଶୁ ଆରମ୍ଭ କରିଥିଲେ, ଛାତ ଉପରକୁ ଗଲୁଣି? ହଁ ମାଆ ଅନେକ ଥର ଗଲିଣି. କଣ ଦେଖିଛୁ ସେଠି? ଡରି ଡରି ମିତୁ କହିଲା ଆକାଶ, ବଉଦ,ନାନା ଜାତି ପକ୍ଷୀ. ଆଉ କିଛି?? ହଁ ମାଆ ଢେର ସାରା ନଡ଼ିଆ ଗଛ. ଖାଲି ନଡ଼ିଆ ଗଛ!ଟିକେ ହଡବଡେଇ ମିତୁ କହିଲା ହଁ ହଁ ମାଆ ବିରାଟ ବରଗଛଟିଏ ଦେଖୁଛି, କିନ୍ତୁ ମାଆ ଆଜିକାଲି ଯେଉଁ ବାତ୍ୟା, ମହାବାତ୍ୟା ସବୁ ଆସୁଛି ବରଗଛ ଡ଼ାଳ ଯଦି ଭାଙ୍ଗେ ନିଶ୍ଚୟ ଆମ ଘର ଛାତ ଭାଙ୍ଗିଯିବ. ଗଛଟା କାଟି ଦେଲେ ହୁଅନ୍ତା ନାହିଁ ମାଆ?? ଚୁପ ଚୁପ, ସେ ଗଛରେ ଠାକୁର ଅଛନ୍ତି. ତାଙ୍କରି ଦୟାରୁ ଆଜି ମୋ ସଂସାର ଏଇଠି ପହଞ୍ଚିଛି. ପିଲାଦୁହିଁଙ୍କ ପାଠ ପଢା ଠାରୁ ଆରମ୍ଭ କରି, ଚାକିରୀ ବାହାଘର ସବୁ ସୁରୁଖୁରୁରେ ହେଇଛି. ଖାଲି ସେତିକି ନୁହେଁ ବିପଦ ଆପଦ, ରାସ୍ତା ଘାଟରୁ ରକ୍ଷା , ମହାମାରୀ, ବାତ୍ୟା, ସୁନାମୀ ଭୂମିକମ୍ପରେ ମଧ୍ୟ ଗଛର ଦିଅଁ ସାହାୟତା ପ୍ରଦାୟନ କରିଛନ୍ତି. କେତେ କେତେ ବାତ୍ୟା ଆସିଛି ଯାଇଛି ହେଲେ ଏ ଘର ଓ ପରିବାରର ଟିକେ ବି କ୍ଷତି ହୋଇନି. ସେଇଥିପାଇଁ ମୁଁ ସକାଳେ ସଞ୍ଜରେ ବରଗଛଙ୍କୁ ପୂଜା କରେ. ତୁଳସୀ ମୂଳେ ଜଳଦାନ କଲା ବେଳେ ମଧ୍ୟ ସେହି ବରଗଛଙ୍କୁ ଜଳ ଅର୍ପଣ କରେ. ସେସବୁ ଦାଇତ୍ୱ ଆଜିଠୁ ତୋର. ଆପଣ କୁଆଡେ ଯିବେ କି ମାଆ?? ନା ମୁଁ ଏ ଘର ଛାଡ଼ି ସେ ବରଗଛକୁ ଛାଡ଼ି କୁଆଡେ ଯାଏନା ହେଲେ ଏଣିକି ସେହି ଗଛ ଦିଅଁଙ୍କୁ ତୁ ହିଁ ପୂଜା କରିବୁ. ମୁଁ ଯେମିତି କରେ. ମିତୁ ପଚାରିଲା କିଛି କହିବାକୁ ଡାକିଥିଲେ ପରା ମାଆ. ହସିଲେ ଶାଶୁ କହିଲେ କହିସାରିଲିଣି. ଏଥର ଯାଆ. ମିତୁ ମନେ ମନେ ଭାବୁଥିଲା ଏଡ଼େ ସହଜ କଥାଟେ କହିବାରେ ଏତେ ଗୌରଚନ୍ଦ୍ରିକା କଣ ପାଇଁ!

   କାଳକ୍ରମେ ମିତୁ ବୁଝିଯାଇଥିଲା ସେଦିନର ସେହି ବରଗଛ ଦିଅଁଙ୍କୁ ପୂଜା କରିବାର ମହତ୍ତ୍ୱ ଓ ଗୁରୁତ୍ୱ. ସତରେ ସଂସାର ରାସ୍ତାରେ କଣ୍ଟା ଟିଏ ବି କେବେ ଫୁଟିବା ଦୂରେ ଥାଉ ଆଞ୍ଚୁଡ଼ି ବି ହେଇଯାଇନି କେବେ ପାଦରେ. ଆଜି ଶାଶୁ ମାଆ ନାହାଁନ୍ତି ସତ ହେଲେ ତାଙ୍କ ଅନୁଭୂତିର ସତ୍ୟାସତ୍ୟ ଅନୁଭବ କରିଛନ୍ତି ମିତୁ. ଜୀବନ ସଂଗୀତ ରୂପେ ବରଗଛ ପୂଜା ଓ ବରଗଛ ଭିତରେ ଠାକୁର ଠାକୁରାଣୀଙ୍କ ଅସ୍ତିତ୍ୱ ତାଙ୍କୁ ସମସ୍ତ ଆଶୁ ବିପଦରୁ ରକ୍ଷା କରିବା ସହ ପାଖେ ପାଖେ ଠିଆ ହୋଇଛନ୍ତି. ପୁଅ ସାଇରାମ ଆଜି ଡାକ୍ତର ଝିଅ ସାଇପ୍ରଜ୍ଞା ଆଜି ତହସିଲଦାର ଭାବେ ସେଇ ସହରରେ ଅବସ୍ଥିତ.ଗାଡି ଲାଗିଲାଣି ଦୁଆରେ ସ୍ୱାମୀ ଡାକ ଛାଡିଛନ୍ତି ଶୀଘ୍ର ଆସ, ଡେରି ହେଲାଣି, ତେଣେ ସମସ୍ତେ ଆମକୁ ଅପେକ୍ଷା କରିଥିବେ. ସାଇରାମ ଓ ସାଇପ୍ରଜ୍ଞା ବାହାରି ଆସୁ ଆସୁ କହୁଥିଲେ ମାଆ ବରଗଛ ପୂଜା ସାରି ଆସୁଛି. ଚାଉଁ କରି ଚମକି ପଡିଲେ ସ୍ୱାମୀ ଅଜୟ.ତାଙ୍କ ମାଆ ମଧ୍ୟ କୁଆଡେ ଯିବା ପୂର୍ବରୁ ବରଗଛ ଠାକୁରଙ୍କୁ ନିଶ୍ଚୟ ପୂଜା କରୁଥିଲେ. ମାଆଙ୍କ ଉଦେଶ୍ୟରେ ହାତ ଯୋଡି ଅଜୟ ଷ୍ଟିରିଙ୍ଗ ଉପରେ ହାତ ରଖି ସ୍ମୃତି ସବୁକୁ ସତ ପରି ଅନୁଭବ କରୁଥିଲେ. କୁଆଡେ ଗାଡି ନେବା ଆଗରୁ ପିତା ମାତା ଓ ଦାଣ୍ଡଦୁଆର ବରଗଛଙ୍କୁ ପ୍ରଣାମ କରିବା ଅଭ୍ୟାସ ସହ ମିତୁଙ୍କ ଗଛ ପୂଜା ତାଙ୍କ ସଂସାର କବଚ କହିଲେ ଅତ୍ୟୁକ୍ତି ହେବନାହିଁ କି କରିହେବନି ଅସ୍ବୀକାର.କାରଣ ଗଛ ପୂଜା ଏହି ପରିବାରର ପ୍ରତ୍ୟେକ ସଦସ୍ୟଙ୍କର ଜୀବନ ସଂଗୀତ.

   



Rate this content
Log in

Similar oriya story from Abstract