STORYMIRROR

Sunanda Mohanty

Abstract Drama Others

3  

Sunanda Mohanty

Abstract Drama Others

ଗଭୀର

ଗଭୀର

2 mins
233


ସମୁଦ୍ରକୂଳେ ବସି ସବୁଦିନ ସମୁଦ୍ରର ଗଭୀରତା କୁ ମାପୁ ମାପୁ ତା ଅଗଭୀର, ଅଥଳ, ଆକୁଳ, ଅଚଳ ରୂପର ମହନୀୟତା ରେ ବିଭୋର ହେଉ ହେଉ, ନୀଳାଦ୍ରିବାବୁଙ୍କ ପିଠି ରେ ଯିଏ ହାତ ରଖି ଉଠାଉଥିଲେ ସେ ଆଉ କେହି ନୁହେଁ, ତାଙ୍କ ଗାଁର ମଦନ, ତାକୁ ଥରେ ଚାହିଁଦେଇ ତା ଅନ୍ତରତଳେ କେତେ ଯେ ଆନ୍ତରିକତା ଆଉ ତାର ଗଭୀରତା ତ ଏଇ ସମୁଦ୍ର ଭଳି ନହେଲେ ଜନ୍ମ କଲା ପିଲାମାନେ ବଦଳିଗଲେ ବି ମଦନା କାହିଁକି ପଡିରହିଛି ତାଙ୍କ ପାଖେ l

   ସେଦିନ ସ୍ତ୍ରୀ ଙ୍କ ମୃତ୍ୟୁ ହୋଇଗଲା ଆଉ ପୁଅ ଝିଅ କେହିବି ପହଂଚିପାରିନଥିଲେ କାରଣ ଦୁହେଁ ଉଚ୍ଚଶିକ୍ଷା ପାଇ ବିଦେଶରେ ପ୍ରତିଷ୍ଠିତ ହୋଇ ଆସ୍ତେ ଆସ୍ତେ ଭୁଲିଯାଇଥିଲେ ବାପା ମାଆ ଙ୍କ ପ୍ରତି କିଛି ଦାୟିତ୍ୱ ଓ କର୍ତ୍ତବ୍ୟ କରିବାକୁ ଅଛି, ଝିଅ ସଫା ସଫା କହିଥିଲା ତା ଡେଲିଭେରି ବେଳେ, ନାତି କୁ ଦେଖିବାକୁ ତ କେହି ଆସିଲନି, ଏଵେ ମୁଁ ଭିସା ପାଇ ପହଁଚିଲା ବେଳକୁ ବୋଉ ହୁଏତ ଥିବ କି ନଥିବ, ଦାଉଁ କରି ଛାତିଟା ଥରିଯାଇଥିଲା ନୀଳାଦ୍ରି ଙ୍କର ସେଦିନ ରୋଗୀଣା ସ୍ତ୍ରୀ କହୁଥିଲେ ଓଡ଼ିଶାରେ କଣ ପାଠ ର ଅଭାବ ଥିଲା ଯେ ପୁଅ ଝିଅ ଙ୍କୁ ବିଦେଶରେ ରଖାଇ, ସର୍ବଶ୍ବାନ୍ତ ହୋଇ ପାଠ ପଢେଇଲ, ଏଵେ ସେମାନେ ସେଠାରେ ଚାକିରୀ କରି ନାଗରିକତ୍ବ ଗ୍ରହଣ କରି ବିବାହ କରି ସାରିବା ପରେ,କେମିତି ଆସିପାରିବେ ଆମେ ଖୋଜିଲା ବେଳେ, ମନ କଥା ମନରେ ରଖି ପୁଅକୁ ଆସିବାକୁ କହି ମଧ୍ୟ ସେହି ପ୍ରକାର ଉତ୍ତର ଦେଲା ପୁଅ ଯେ ଏଵେ ସେ ଯାଇପାରିବ ନାହିଁ, ଗଲାବର୍ଷ ଆସି ତ ଦେଖିଯାଇଛି ବୋଉକୁ, ଆଉ ଏଵେ କେମିତି ଯାଇପାରିବ, ହେଲେ ସ୍ତ୍ରୀଙ୍କର ମାନଅଭିମାନ କିଛି ନାହିଁ, ଚାଲିଗଲେ ଏକୁଟିଆ କରି ଆଉ ଏହି ମଦନା ହିଁ ସବୁ ଶୁଦ୍ଧି କ୍ରିୟା କରିଗଲା ହସି ହସି l

   ଏମିତିକି ବର୍ଷିକିଆ ଶ୍ରାଦ୍ଧ କୁ ମଧ୍ୟ ପୁଅ ଝିଅ ଆସିଲେନି ବିଭିନ୍ନ ଆଳ ଦେଖାଇ, ଛାତିକୁ ପଥର କରି ନୀଳାଦ୍ରି ଗାଁର ଜମିବାଡ଼ି ବିକ୍ରି କରାଇ ପୁରୀରେ ଜାଗା କିଣି ଘରଟିଏ କରି ରହିଛନ୍ତି କେବଳ ଏହି ମଦନର ସମୁଦ୍ର ପରି ଗଭୀର ଆନ୍ତରିକ ଭରା ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ଯୋଗୁଁ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract