STORYMIRROR

Sunanda Mohanty

Abstract Inspirational Thriller

3  

Sunanda Mohanty

Abstract Inspirational Thriller

ଗାନ୍ଧୀଙ୍କ ଦର୍ଶନ

ଗାନ୍ଧୀଙ୍କ ଦର୍ଶନ

3 mins
193


     ଟୁନା ଓ ମୁନା ଦୁହିଁଙ୍କ ଜେଜେମା ଖୁବ ନିକଟବର୍ତ୍ତୀ। ଦୁହେଁ ପଡ଼ୋଶୀ। ଶିକ୍ଷୟତ୍ରୀ ଜୀବନରୁ ଅବସର ପରେ ଦୁହେଁ ମନ୍ଦିର ଦର୍ଶନ, ସାହିତ୍ୟ ସଭାରେ ଉପସ୍ଥାନ, ପ୍ରତି ଗୁରୁବାର ଦିନ ସାଇ ଭଜନ କୀର୍ତ୍ତନରେ ଯୋଗ ଦିଅନ୍ତି। ଦୁହିଁଙ୍କ ନାତି ଯେମିତି ସାଙ୍ଗ ଜେଜେମା ଦୁହେଁ ମଧ୍ଯ ପରସ୍ପର ମଧ୍ୟରେ ଖୁବ ଆନ୍ତରିକତା ସହୃଦୟତା ମନୋଭାବ ପୋଷଣ କରିଥାନ୍ତି।

   ସେଦିନ ଥାଏ ଗୁରୁବାର। ଦୁହିଁଙ୍କର ମନ୍ଦିର ଯିବା ରାସ୍ତାରେ ଭେଟ ହୁଏ। କାର୍ତ୍ତିକ ମାସ ସରିଗଲାଣି, ଏବେ ମଗୁଶିର ମାସର ଲକ୍ଷ୍ମୀ ପୂଜା ଚାଲିଛି ତ ଦୁହେଁ ଦର୍ଶନ ସାରି ସାହିତ୍ୟ ଆସରରେ ଯୋଗ ଦେବା ପାଇଁ ଚାଲିଲେ। ସେଠାରେ ବହୁ ସାହିତ୍ୟିକ ଓ ସାହିତ୍ୟିକା ଭାଇ ଭଉଣୀଙ୍କ ସହ ସାକ୍ଷାତ ଓ କ୍ଷୁଦ୍ର କବିତା ପାଠ ଭିତରେ, ସୁବକ୍ତା ମାନଙ୍କର ମର୍ମସ୍ପର୍ଶୀ ଭାଷଣ ଭିତରେ ବୁଡି ଯାଇଥାନ୍ତି ଦୁହେଁ। ନଭେମ୍ବର ତେଇଶି ତାରିଖରେ ଆସୁଥିବା ସତ୍ୟସାଇବାବାଙ୍କ ଜୟନ୍ତୀ, ତା ପରେ ପରେ ଅକ୍ଟୋବର ଦୁଇରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଆସୁଥିବାରୁ ସୁସାହିତ୍ୟିକ ମାନେ ସେମାନଙ୍କ ଭାଷଣରେ ଆଜିକାର ଗୋପବନ୍ଧୁ ସାହିତ୍ୟ ଆସର ଭିତରେ, ଗୋପବନ୍ଧୁଙ୍କ ତ୍ୟାଗ କର୍ମ ବଖାଣିବା ସହ ସତ୍ୟସାଇ ବାବା, ଗାନ୍ଧିଜୀ ଓ ଶାସ୍ତ୍ରୀଜୀ ସମସ୍ତେ କିପରି ସେବା, ମାନବତା, ବିଶ୍ଵ ଜନ ପ୍ରୀତିରେ ବିଶ୍ୱାସ କରୁଥିଲେ ସେହିସବୁ କଥା କହିଲା ବେଳେ ତନ୍ମୟ ହୋଇ ଶୁଣୁଥିଲେ ସମସ୍ତେ। ସେ ଭିତରେ ଗୋପବନ୍ଧୁ ଓ ଗାନ୍ଧୀ ନୀତି ଭିତରେ ସାମ୍ୟ ସଂହତି, ଆଦର୍ଶ ଭିତରେ ଜଣେ କହିଥିଲେ ଗାନ୍ଧୀଙ୍କ ଉପରେ ପ୍ରଶ୍ନବାଚୀ ଲାଗିଥିଲେ ବି ଏଯାଏଁ ଗୋପବନ୍ଧୁଙ୍କ ଉପରେ ପ୍ରଶ୍ନବାଚୀ ଲାଗୁନାହିଁ କି ଲାଗିପାରିବ ନାହିଁ। ଟୁନା ଜେଜେମାଙ୍କ ଛାତି ଧଦପଡ ହେଲା। ଦୁଇଦିନ ହେଲାଣି ଟୁନା ପ୍ରଶ୍ନରେ ସେ ବିଚଳିତ। ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଇଁ ଟୁନା ମୁନା ତର୍କ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ବେଳେ ଟୁନା ମନରେ ପ୍ରଶ୍ନ, ଗାନ୍ଧିଜୀଙ୍କ ପ୍ରଥମ ମାଙ୍କଡ ଆଖି ବୁଜି କୋଉ ଖରାପ କଥା ନଦେଖିବାକୁ କହିଛନ୍ତିର ପ୍ରଶ୍ନ, ଗାନ୍ଧିବାଦୀ ଜେଜେମାଙ୍କୁ ହଲଚଲ କରିଦେଇଛି।

   ଟୁନା ଖରାପ କଥାର ସଂଜ୍ଞା ଖୋଜୁଥିଲା ବେଳେ ଜେଜେମାଙ୍କୁ, ଖରାପ କଥା ନଦେଖି କିପରି ପ୍ରସ୍ଥାନ କରିବାର ଚିନ୍ତା ଘାରିଛି। ଚୋରୀ, ହତ୍ୟା, ଲୁଣ୍ଠନ, ମିଛ, ଦୁଷ୍କର୍ମ, ଦୁର୍ଘଟଣା, କାହାର କ୍ଷତାକ୍ତ ଶରୀର ଇତ୍ୟାଦି ଦୃଶ୍ୟ ଜନିତ ଘଟଣା କଥା ନଦେଖି ପଳାୟନପନ୍ଥି ହେବା ଉଚିତ ନୁହେଁ ବୋଲି ଟୁନା ଜେଜେମା ,କଥାଟାର ସରଳ ସମୀକରଣ କରି ନପାରି ହରଡଘଣାରେ ପଡିଛନ୍ତି। ତ ସୁଯୋଗ ଦେଖି ମୁନା ଜେଜେମାଙ୍କ ଆଗରେ ପ୍ରକାଶ କଲେ ଟୁନା ଜେଜେମା। ସେ ହସିଦେଲେ। ଆଉ ଆସର ସରିବା ପରେ ସନ୍ଧ୍ୟାରେ ସତ୍ୟସାଇବାବାଙ୍କ ଭଜନ ସମାରୋହକୁ ଯିବେ ନା ନାହିଁ ପଚାରିଲେ ତ ଟୁନା ଜେଜେମା ଯିବାର ପ୍ରତିଶ୍ରୁତି ଦେଲେ।

   ସନ୍ଧ୍ୟାରେ ଦୁହେଁ ଗୋଟିଏ ରିକ୍ସାରେ ଯାଉଥିଲେ। ରିକ୍ସାଟି ବହୁ ପୁରୁଣା ଓ ରିକ୍ସାବାଲା ପିନ୍ଧିଥିଲା ଚିରା ଫଟା ମଇଳା ପୋଷାକ। ଯୋଉଠି ସାଇବାବାଙ୍କ ଭଜନ ସମାହାର ହୁଏ, ଘରଟି ଅତ୍ୟନ୍ତ ଛୋଟ ଓ ନୁଆଁଣିଆ କିନ୍ତୁ ସାଇ ଭଜନ ପାଇଁ ସମାଦୃତ। କୁନା ଜେଜେମା ବୁଝେଇ ଦେଲେ ଆଜି ରିକ୍ସାବାଲାର ପୋଷାକ ଓ ରିକ୍ସାର ଅବସ୍ଥା ଦେଖିଥିଲେ ଆମେ ଠିକ ସମୟରେ ଠିକ ସ୍ଥାନରେ, ଚାଲି ଚାଲି ଆସି ପହଞ୍ଚି ପାରିନଥାନ୍ତେ। ତେଣୁ ସେସବୁ କଥା ନଦେଖି ଆମ ପକ୍ଷରେ ଯେତିକି ସମ୍ଭବ ଆମେ ତାକୁ, ଭଲପାଇ, ସେବା ସାହାଯ୍ୟ ମନୋବୃତ୍ତି ରଖି କୋଡ଼ିଏ ଟଙ୍କା ଜାଗାରେ ଶହେ ଟଙ୍କା ଦେଇ ଆସିଲେ ନା! ଏଠି ଏହି ଟୁଙ୍ଗି ଘର ନଦେଖି, ଏହି ଘରେ ଚାଲିଥିବା ଭଜନର ମାହାତ୍ମ୍ୟରେ, ସବୁ ଗୁରୁବାର ସତ୍ୟସାଇବାବାଙ୍କ ପୂଜା କରିବା ସହ ତାଙ୍କ ଆଦର୍ଶ, ଗୁଣ,କର୍ମ ଶିକ୍ଷା ପାଇଁ ଆସୁଛେ ନା। କଥା ଛଡେଇ ଟୁନା ଜେଜେମା କହୁଥିଲେ, ସକାଳ ପ୍ରଶ୍ନର ଉତ୍ତର ମୁଁ ପାଇଗଲିଣି ଭଉଣୀ। ଟୁନା କୁ ମୁଁ ଠିକ୍ ବୁଝେଇ ପାରିବି, ହୀନମନ୍ୟତା, ଅସହାୟତା, ଘୃଣା, ରାଗ, ଅହଙ୍କାର, ବିଦ୍ୱେଷ, ସ୍ୱାର୍ଥପରତା ଦୃଶ୍ୟ ନଦେଖି, ସେସବୁରୁ ଦୁରେଇ ରହି, ଅନ୍ୟକୁ ସେଥିରୁ ନିବୃତ୍ତ କରିବା, ଆବଶ୍ୟକ ଅନୁଯାୟୀ, ପାରୁପର୍ଯ୍ୟନ୍ତ ସହାୟତା ଓ ସାହାଯ୍ୟ କରିବାକୁ ଭଲପାଇ ,ସେବା ଦୟା ଧର୍ମ କରିବା ଉଚିତ।

  ସାଇ ଭଜନରୁ ଫେରି ରିକ୍ସା ନପାଇ ଦୁଇ ଜେଜେମା କଷ୍ଟ ପାଉଥିଲା ବେଳେ ଦୁଇ ସହୃଦୟ ବ୍ୟକ୍ତି ତାଙ୍କୁ ଗାଡ଼ିରେ ଆଣି ଛାଡି ଦେବା ବେଳେ ଟୁନା ଜେଜେମା ହସି ହସି ଗାଡି ପୁରୁଣା କି ନୂଆ ନଦେଖି ସେ ଦୁହିଁଙ୍କ ବଦାନ୍ୟତା ଦେଖିବା ଉଚିତ ନା ଭଉଣୀ। କୁନା ଜେଜେମା ହସି ହସି, ଘରକୁ ଯାଉ ଯାଉ କହୁଥିଲେ, ଦେଖିବା, ଶୁଣିବା ଉପରେ କର୍ତ୍ତାର କର୍ତ୍ତୁତ୍ତ୍ଵ ନଥାଏ ତ ତେଣୁ ଗାନ୍ଧୀ ନୀତି ଅନୁସରଣ କରିବାକୁ ସତ୍ୟସାଇ ବାବାଙ୍କ ଭଜନ ସନ୍ଧ୍ୟା, ଆମକୁ ଉଚିତ୍ ମାର୍ଗ ପ୍ରଦାନ କରିଛି। ଆଉ ଗୋଟେ କଥା ଯୋଉମାନେ ପ୍ରଶ୍ନବାଚୀ କଥା ଉଠାଉଛନ୍ତି ସେମାନେ ଗାନ୍ଧୀଙ୍କ ନୀତି ଓ ଆଦର୍ଶର ସରଳ ସମୀକରଣ ପାଇନାହାନ୍ତି ଏଯାଏଁ। ତାଛଡା ଗାନ୍ଧୀ ଓ ଶାସ୍ତ୍ରୀଙ୍କ ସମୟ ଏତେ ଜଟିଳ ନଥିଲା। ଦୁଇ ଜେଜେମା ଶାନ୍ତିରେ ଘରେ ପଶୁ ପଶୁ କୁନା ମୁନା ଦଉଡ଼ି ଆସି କୁଆଡ଼େ ଯାଇଥିଲ ପଚାରୁଥିଲେ।



Rate this content
Log in

Similar oriya story from Abstract