Priyaranjan Biswal

Abstract Children Stories Children

3  

Priyaranjan Biswal

Abstract Children Stories Children

ଏଠି ସମସ୍ତେ ସମାନ କିନ୍ତୁ...

ଏଠି ସମସ୍ତେ ସମାନ କିନ୍ତୁ...

3 mins
260



     ମୁକ୍ତି ବାବୁ ବିଦ୍ଯାଳୟରେ ସପ୍ତମ ଶ୍ରେଣୀ ପିଲାଙ୍କୁ ରାଜନୀତି ବିଜ୍ଞାନ ବହିର " ସ୍ୱାଧୀନତା ସଂଗ୍ରାମ ଓ ଭାରତ ସମ୍ବିଧାନର ଗଠନ ପ୍ରକ୍ରିୟା" ବିଷୟଟି ପଢାଉ ଥିଲେ। ଏହି କ୍ରମରେ ମୁକ୍ତି ବାବୁ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ଭାରତ ସମ୍ବିଧାନର ଗଠନ ପ୍ରକ୍ରିୟା ବିଷୟରେ ବୁଝାଇବାକୁ ଯାଇ କହିଲେ-


ମୁକ୍ତି ସାର- ବୁଝିଲ ପିଲେମାନେ ଆମ ଦେଶ ଭାରତ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ ଇଂରେଜ ଶାସନ କବଳର ସ୍ୱାଧିନତା ପାଇଥିଲା। ତେଣୁ ପ୍ରତିବର୍ଷ ଅଗଷ୍ଟ ୧୫ ତାରିଖକୁ ଆମେ ସ୍ୱଧୀନତା ଦିବସ ରୂପେ ପାଳନ କରି ଆସୁଛନ୍ତି। ତେବେ ତୁମେ ଜାଣିଥିବ ସ୍ୱାଧୀନତା ପୂର୍ବରୁ ପାକିସ୍ତାନ ଆମ ଦେଶର ଏକ ଅବିଛେଦ୍ଯ ଅଙ୍ଗ ଥିଲା। ତେବେ ପାକିସ୍ତାନ ନିଜର ସ୍ୱାଧିନତା ଦିବସ ପ୍ରତିବର୍ଷ ଅଗଷ୍ଟ ମାସ ୧୪ ତାରିଖରେ ପାଳନ କରି ଆସୁଛି। କାରଣ ଇଂରେଜମାନେ ୧୯୪୭ ମସିହା ଅଗଷ୍ଟ ମାସ ୧୪ ତାରିଖ ରାତିରେ ଭାରତ ଛାଡି ନିଜ ଦେଶକୁ ପ୍ରତ୍ଯାବର୍ତ୍ତନ କରିଥିଲେ। ତେଣୁ ଆମେ ପରଦିନ ସୂର୍ଯ୍ଯ ଉଦୟରୁ ଭାରତ ପ୍ରକୃତରେ ସ୍ୱାଧୀନ ହେଲା ବୋଲି ସ୍ୱୀକାର କଲେ, ମାତ୍ର ପାକିସ୍ତାନ ଅଗଷ୍ଟ ୧୪ ତାରିଖକୁ ହିଁ ନିଜର ସ୍ୱାଧୀନତା ଦିବସ ବୋଲି ଧରିନେଲା। 


      ତେବେ ଭାରତ ସ୍ୱାଧିନତା ପାଇବା ପରେ ଦେଶକୁ ସଠିକ୍ ଢଙ୍ଗରେ ଚଲାଇବା ପାଇଁ କେତେକ ନିତି ନିୟମର ଆବଶ୍ଯକତା ପଡିଲା। ତେଣୁ କ୍ଯାବିନେଟ୍ ମିଶନର ସୁପାରିଶ୍ କ୍ରମେ ଏକ ସମ୍ବିଧାନ ପ୍ରଣୟନ ସଭା ଗଠନ କରାଗଲା। ସମ୍ବିଧାନ ହେଉଛି ଗୋଟିଏ ଦେଶର ମୌଳିକ ଆଇନ୍। ଏହି ସମ୍ବିଧାନ ପ୍ରଣୟନ ସଭାର ସମସ୍ତ ସଦସ୍ଯ ପରୋକ୍ଷ ଭାବରେ ନିର୍ବାଚିତ ହୋଇଥିଲେ। ମୁସଲିମ୍ ଲିଗ୍ ଏହି ସଭାରୁ ଅଲଗା ହୋଇଯାଇଥିଲା। ଏହି ସଭାର ମୋଟ ସଦସ୍ଯା ସଂଖ୍ଯା ୩୮୯ ଥିଲା।


      ସମ୍ବିଧାନ ପ୍ରଣୟନ ସଭା ପ୍ରଥମେ ୧୯୪୬ ମସିହା ଡିସେମ୍ବର ୯ ତାରିଖରେ ବସିଥିଲା। ଡକ୍ଟର ରାଜେନ୍ଦ୍ର ପ୍ରସାଦ ଏହି ସମ୍ବିଧାନ ପ୍ରଣୟନ ସଭାର ସଭାପତି ଥିଲେ ଓ ଡକ୍ଟର ଭୀମରାଓ ଆମ୍ବେଦକର ଚିଠା ପ୍ରସ୍ତୁତ କମିଟିର ଅଧ୍ଯକ୍ଷ ଥିଲେ। ନୂତନ ସମ୍ବିଧାନ ୧୯୫୦ ମସିହା ନଭେମ୍ବର ୨୬ ତାରିଖ ଦିନ ଗ୍ରହଣ କରାଯାଇ ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଦିନ ଠାରୁ କାର୍ଯ୍ଯକାରୀ ହୋଇ ଆସୁଛି। ତେବେ ସେହି ଦିନ ଠାରୁ ପ୍ରତିବର୍ଷ ଜାନୁଆରୀ ୨୬ ତାରିଖକୁ ଗଣତନ୍ତ୍ର ଦିବସ ରୂପେ ପାଳନ କରି ଆସୁଛନ୍ତି। ତେବେ ଆମ ସମ୍ବିଧାନ ଅନୁସାରେ ଜାତି, ଧର୍ମ, ବର୍ଣ୍ଣ , ଧନୀ, ଦରିଦ୍ର ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ ନାଗରିକ ସମାନ୍। 


ପ୍ରକାଶ- ସାର ଯଦି ଆମେ ସମସ୍ତେ ସମାନ ତେବେ ଜାତି ନାମ ରେ ଲିଙ୍ଗ ନାମରେ କିଛି ଲୋକଙ୍କୁ କୋଟା ଦେଇ ବିଶେଷ ସୁବିଧା ସୁଯୋଗ କାହିଁକି ପ୍ରଦାନ କରାଯାଉଛି?


ମୁକ୍ତି ସାର୍- ହଁ, ତୁ ଠିକ୍ କହିଛୁ, ଏମିତି ବ୍ଯବସ୍ଥା ଲୋକଙ୍କ ହିତ ଉଦ୍ଦେଶ୍ଯରେ କରାଯାଇଛି। କାରଣ ସ୍ୱାଧିନତା ପୂର୍ବରୁ ଆମ ଦେଶରେ ଜାତି ପ୍ରଥା ଏକ ଉତ୍କଟ ବ୍ଯାଧିରେ ପରିଣତ ହୋଇଥିଲା। ତେଣୁ ଦଳିତ ଓ ଆଦିବାସି ଲୋକମାନେ ମୁଖ୍ଯ ସ୍ରୋତରୁ ଅନେକ ଦୂରରେ ଥିଲେ। ସେହିପରି ସମାଜରେ ନାରୀ ମାନଙ୍କୁ ବିଶେଷ ସୁଯୋଗ ମିଳୁନଥିଲା, ତେଣୁ ସ୍ୱାଧିନତା ପରେ ଏହି ସମସ୍ତଙ୍କୁ ଦେଶର ମୁଖ୍ଯ ସ୍ରୋତରେ ସାମିଲ୍ କରିବା ପାଇଁ ୧୦ ବର୍ଷ ପାଇଁ ଏହି କୋଟାର ବ୍ଯବସ୍ଥା କରାଯାଇଥିଲା। ମାତ୍ର ବିଭିନ୍ନ ପ୍ରକାର କାରଣରୁ ତାହା ଆଜି ପର୍ଯ୍ଯନ୍ତ କାର୍ଯ୍ଯକାରୀ ହୋଇ ଆସୁଛି।


ପ୍ରକାଶ- ସାର୍ ଯଦି ସମସ୍ତେ ସମାନ ତେବେ ସମସ୍ତ ସରକାରୀ ଚାକିରିଆ ପେନସନରୁ ବଞ୍ଚିତ ଥିବା ବେଳେ ବିଧାୟକ ଓ ସାଂସଦ ମାନେ କିପରି ଥରେ ନିର୍ବାଚିତ ହେଲେ ଜୀବନ ଥିବା ଯାଏଁ ପେନସନ ପାଉଛନ୍ତି? ଗୋଟିଏ ସାଧାରଣ ଲୋକ ୫୫୫/- ଟଙ୍କାରେ ତିନିମାସ ଅସୀମିତ କଲ୍, ଡାଟା ଓ ଦିନକୁ ୧୦୦ ମେସେଜ୍ର ସୁବିଧା ପାଉଥିବା ବେଳେ ବିଧାୟକ ଓ ସାଂସଦମାନଙ୍କୁ ନିଜର ଫୋନ୍ ବିଲ୍ ପାଇଁ ମାସିକ ୭୦୦୦/- ରୁ ୧୫୦୦୦/ ପର୍ଯ୍ଯନ୍ତ ଟଙ୍କା କାହିଁକି ମିଳୁଛି? ଏମିତି ସୁବିଧା ତ ଅନ୍ଯ କୌଣସି ସରକାରୀ ଚାକିରିଆ ପାଇଁ ଉପଲବ୍ଧ ନାହିଁ। ଏମିତି ଆହୁରି କେତେ କଣ। ତେବେ ଯଦି ସମ୍ବିଧାନ ଅନୁସାରେ ସମସ୍ତ ଭାରତୀୟ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଧନୀ, ଦରିଦ୍ର ସମସ୍ତେ ସମାନ। ତେବେ ଏଭଳି ପାତର ଅନ୍ତର କାହିଁକି? 


ମୁକ୍ତି ସାର୍- (ଟିକିଏ ନୀରବ ରହିବା ପରେ, ଦୀର୍ଘ ନିଶ୍ୱାସ ଛାଡି) ତୁ ଠିକ୍ କହିଛୁ ପ୍ରକାଶ, ତୋର ଏସବୁ ପ୍ରଶ୍ନର ମୋ ପାଖରେ କୌଣସି ସନ୍ତୋଷ ଜନକ ଉତ୍ତର ନାହିଁ। ଯଦି ତୋତେ କେବେ ତୋର ଏସବୁ ପ୍ରଶ୍ନର ସନ୍ତୋଷ ଜନକ ଉତ୍ତର ମିଳେ, ତେବେ ମତେ ତୁ ନିଶ୍ଚିତ ଜଣେଇବୁ। ତେବେ ଏବେ ମୁଁ କେବଳ ଏତିକି କହିପାରିବି ଏଠି ଆମେ ସମସ୍ତେ ସମାନ କିନ୍ତୁ କିଛି ଅଧିକା ସମାନ।


       ଏହି ସମୟରେ ପରିୟଡ୍ ଶେଷର ଘଣ୍ଟି ବାଜିଗଲା। ମୁକ୍ତି ସାର - ପିଲାମାନେ ଆଜି ତ ସମୟ ହୋଇଗଲାଣି, ପୁଣି ଆସନ୍ତା ଶ୍ରେଣୀରେ ଦେଖାହେବ। ସମସ୍ତେ ଆଜି ଯାହା ପଢିଲ, ଘରେ ଭଲଭାବେ ପଢି ଆସିବ, ଆମେ ଆଗାମୀ ଶ୍ରେଣୀରେ ପୁଣି ବିସ୍ତୃତ ରୂପେ ଆଲୋଚନା କରିବା କହି ଶ୍ରେଣୀରୁ ବିଦାୟ ନେଲେ।


       ତେବେ ପ୍ରକାଶର ପ୍ରଶ୍ନ ଗୁଡିକର ଅାପଣଙ୍କ ପାଖରେ କିଛି ସନ୍ତୋଷ ଜନକ ଉତ୍ତର ଅଛିକି? ଯଦି ହଁ, ତେବେ ଆପଣ ମାନଙ୍କ ମତାମତ ଓ ଉତ୍ତର ଅପେକ୍ଷାରେ....   ରହୁଛୁ ନମସ୍କାର।





Rate this content
Log in

Similar oriya story from Abstract