Gargi Mishra

Romance Others

4.1  

Gargi Mishra

Romance Others

ଏପିକ କିସ😘

ଏପିକ କିସ😘

4 mins
220



ୟୁରୋପରେ ସାଧାରଣତଃ ବାଟ, ଘାଟ, ଟ୍ରାମ, ଟ୍ରେନ, ବେଞ୍ଚ, ପାର୍କ, ରାସ୍ତା କଡ଼ ତଥା ମଲ ଆଦିରେ ଲୋକଙ୍କୁ ଦୈନିକ କିସ କରିବାର ଦେଖାଯାଏ l ମୁଖ୍ୟତଃ ବିମାନ ବନ୍ଦରର ଡିପାରଚର ବା ପ୍ରସ୍ଥାନ ଦ୍ୱାର ଯେତିକି କିସ ଦେଖିଥିବ... ଆଉ କୌଣସି ପବ୍ଲିକ ଜାଗା ହୁଏତ ଦେଖି ନଥାଇ ପାରେ l ଅନାବିଳ ସ୍ନେହ କରୁଥିବା ବିଶେଷ ବ୍ୟକ୍ତିଙ୍କୁ ବିଦାୟଦେବା ମୁହୂର୍ତ୍ତ ମାନ ସାଧାରଣତଃ ଦୁର୍ବଳ l

କିଏ କାନ୍ଦି କାନ୍ଦି ମ୍ରିୟମାଣ ହୋଇ ପଡନ୍ତି ତ କିଏ ଭିତରେ ଭାଂଗିପଡି ଉପରେ ଉପରେ ସବୁ ଠିକ ଥିବାର ଛଳନାର ହସ ହସନ୍ତି ଆଉ କିଏ କିଏ ଠିକ ତା ଓଲଟା ଡ୍ରାମାକରିଥାନ୍ତି l ବିଦେଶୀ ପରମ୍ପରାରେ ଏସବୁ ଡ୍ରାମା ଟିକେ ଅଧିକ l

ସେଥିପାଇଁ ଏପିକ କିସ ପ୍ରତିଯୋଗିତା ଉପରେ କପଲଙ୍କ ଭିତରେ ଖୁବ ଚର୍ଚ୍ଚା ଚାଲିଥାଏ ବେଲଜୟମରେ l ସବୁଠାରୁ ଅଧିକ ସମୟ ଯେଉଁ କପଲ କିସ କରିପାରିବେ ସେମାନଙ୍କୁ ପ୍ୟାରିସରେ ତିନି ଦିନ ଦୁଇ ରାତି ପାଇଁ ଏକ ପଞ୍ଚ ତାରକା ହୋଟେଲରେ ରହିବା ଖାଇବା ସହ ପ୍ୟାରିସ ସହର ବୁଲିବା ମାଗଣା l ତା ସହ ଗିଫ୍ଟ l ବିବାହିତ ଅବିବାହିତ,କୋଡିଏ ରୁ ନେଇ ଶହେ କୋଡିଏ ( ବିଦେଶ ରେ ସେଞ୍ଚୁରୀ ମାରିବା ଲୋକଙ୍କ ସଂଖ୍ୟା କିଛି କମ ନୁହେଁ )ବର୍ଷ ପର୍ଯ୍ୟନ୍ତ ସମସ୍ତେ ଅଂଶଗ୍ରହଣ କରି ପାରିବେ l

ସବୁଠୁ ବଡ଼ ଆଶ୍ଚର୍ଯ୍ୟର ବିଷୟ ଏଠି ରେକର୍ଡ କରିଥିବା ଲୋକ ଅଠାବନ ଘଣ୍ଟା ପଈଁତିରିଶ ମିନିଟ ଅଠାବନ ସେକେଣ୍ଡ ଯାଏ କିସ କରିଥିଲେ l ମାନେ ଦୁଇ ଦିନ ଦୁଇ ରାତିର କମସେ କମ ଚାରି ଥର ଦାନ୍ତଘଷିବା ମିସ l ଟିକେଟ ଯେତିକି ଅଂଶଗ୍ରହଣ କରିବାକୁ ନୁହେଁ, ଦର୍ଶକ ମାନଙ୍କର ଆହୁରି ଅଧିକ l

ଯେତେହେଲେ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ଅପରିହାର୍ଯ୍ୟ l ରିଚା ଏମିତି କିଛି କଥା ହୋଇ ହୋଇ ଯାଉଥିଲେ ନିଜ ପଡୋଶୀ ରୁବାଙ୍କ ସହ l ଦୁହେଁ ଅଲଗା ଦେଶରୁ ଆସି ବେଲଜିୟମରେ ରହୁଥାନ୍ତି l ଉଭୟଙ୍କ ଧର୍ମ ଅଲଗା ହେଲେମଧ୍ୟ ବିଶ୍ୱାସ ତ ଏକ l ତା' ଛଡା ଉଭୟ ଉଭୟଙ୍କ ପ୍ରତି ଖୁବ ସମ୍ବେଦନଶୀଳ l

ଦୁହିଁଙ୍କର ପ୍ରଥମେ ଦେଖା ହୋଇଥିଲା ବାଲକୋନୀରୁ l ଘରେ ରିଚା ଏକୁଟିଆ ଥିବା ବେଳେ ଦିନେ ଓ଼ଭେନରେ କେକ୍ ବସେଇ ଭୁଲି ଯାଇଥିବାରୁ ଫାୟାର ଆଲାର୍ମ ବାଜି କମ୍ପେଇଲା l ନୂଆ ଜାଗା, ସ୍ୱାମୀ ଅଫିସରେ l କଣ କରିବେ ବୋଲି ରିଚା ଡରିଗଲେ l ଘର ଗୋଟାକ ଧୂଆଁ l

ପଡୋଶୀ ଘର ରୁବା ସେହି ସମୟରେ ବାଲକୋନୀକୁ ଆସି ରିଚାଙ୍କୁ ବ୍ୟସ୍ତ ନ ହୋଇ କିଛି ସମୟ ଓଭେନ ଡୋର ସହ ଝରକା କବାଟ ଖୋଲି ପବନ ଚଳାଚଳ କରିବାକୁ ଦେବାକୁ ପରାମର୍ଶ ଦେଲେ l ଧୂଆଁ ପତଳା ହେବା ସହିତ ଆପେ ଆପେ ଆଲାର୍ମ ବନ୍ଦ ହୋଇଗଲା l ସେବେଠାରୁ ଉଭୟ ପଡିଶା ଘରସାଙ୍ଗ l

ରୁବାଙ୍କ ସ୍ୱାମୀଙ୍କୁ ଦେଖିଲେ ରୁବାଙ୍କ ବୟସ ତାଙ୍କଠାରୁ ଖୁବକମ ପରି ଲାଗୁଥାଏ l ରିଚାଙ୍କୁ ଦେଖି ସେ କେବେବି ହସନ୍ତିନି l ରିଚାଙ୍କ ସ୍ୱାମୀ କିନ୍ତୁ ସ୍ତ୍ରୀଙ୍କ ଠାରୁ ତାଙ୍କ ପରୋପକାରୀ ବାନ୍ଧବୀଙ୍କ ବିଷୟରେ ଭଲ ଶୁଣି ତାଙ୍କୁ ଭେଟିଲେ ମାନବିକତାପୂର୍ଣ୍ଣ ହସଟିଏ ହସି ଦିଅନ୍ତି l

ପ୍ରତିଦିନ ପିଲାଙ୍କୁ ସ୍କୁଲରେ ଛାଡି ରିଚା ରୁବାଙ୍କ ସହିତ ପ୍ରାତଃଭ୍ରମଣରେ ବାହାରି ଯାଆନ୍ତି l ତାଙ୍କଠାରୁ ତାଙ୍କ ଦେଶ ବିଷୟରେ ଖୁବ ଜାଣିବାକୁ ପାଆନ୍ତି l ଅନ୍ତରଙ୍ଗ ବନ୍ଧୁ ହିସାବରେ ତାଙ୍କ ସ୍ୱାମୀ କାଫି ବଡ଼ ଲାଗନ୍ତି ବୋଲି ଦିନେ ପଚାରିବାରୁ ରୁବା କହିଲେ,

ସେ ତାଙ୍କ ସ୍ୱାମୀଙ୍କର ତୃତୀୟ ସ୍ତ୍ରୀ l ଘରେ ସାତଟି ଝିଅଙ୍କ ଭିତରେ ସେ ଥିଲେ ସବୁଠୁ ବଡ଼ l ତେଣୁ ତରତର ହୋଇ ତାଙ୍କୁ ପ୍ରଥମେ ବାହା କରିଦିଆ ଗଲା l ତାଙ୍କର ଜଣେ ପୁରୁଷ ବନ୍ଧୁ ଏବେବି ତାଙ୍କୁ ଝୁରନ୍ତି l ହେଲେ ତାଙ୍କ ଦେଶରେ ଭଲପାଇ ବାହାହେବା ଅପରାଧ l ସ୍ତ୍ରୀ ଲୋକଙ୍କ ଇଚ୍ଛା, ଅଧିକାର ଏସବୁକୁ ଆଜିଯାଏ ଅଗ୍ରାଧିକାର ଦିଆଯାଏ ନାହିଁ l

ପରଦା ଆଢୁଆଳେ କେତେଲୁହ ପି' ସ୍ତ୍ରୀ ଲୋକେ ବଞ୍ଚିଛନ୍ତି ସେ କଥା ଠିକ ବୁଝି ପାରୁଥିଲେ ରିଚା l ଭାବିଲେ ଆମ ଦେଶରେ ନାରୀ ମାନଙ୍କୁ କଣ କମ ଅବେହେଳିତ କରି ରଖାଯାଉଛି? ଗାଁ ଗହଳିରେ ପରଦା ପ୍ରଥା, ଶିକ୍ଷା ରୁ ବଞ୍ଚିତ କରିବା, ସ୍ତ୍ରୀ ସୁରକ୍ଷା ଉଲଂଘନ, ଘରୋଇ ହିଂସା ଏପରିକି ସମ୍ମାନ ରକ୍ଷା ହେତୁ ହତ୍ୟା ପରି ଖବର ଖବରକାଗଜର ପୃଷ୍ଠା ମଣ୍ଡନ କରିବାରେ ଲାଗିଛନ୍ତି l

ବେଲଜିଅମର "ଏପିକ କିସ" ପ୍ରତିଯୋଗିତା ବିଷୟରେ କହି ସେ ଏଥର ରୁବାଙ୍କ ଧ୍ୟାନ ଅନ୍ୟତ୍ର ନେବାକୁ ଚେଷ୍ଟାକଲେ l ସାର୍ଵଜନିକ ଭାବେ କିସ କରିବା ଭାରତ ବିଶେଷ କରି ଓଡିଶାପରି ଏକ ସଂସ୍କୃତିପ୍ରେମୀ ଆଉ ରୂଢିବାଦୀ ରାଜ୍ୟରେ ଖୁବକମ l ଉଭୟ ଦେଶରେ ସ୍ତ୍ରୀ ପୁରୁଷ ସମ୍ପର୍କକୁ ସର୍ବ ସାଧାରଣରେ ପ୍ରକାଶ କରିବାକୁ ଲୋକେ ଘୃଣାଚକ୍ଷୁରେ ଦେଖନ୍ତି l ପବ୍ଲିକରେ କିସ ତ ଛାଡ ହାତ ଧରା ଧରି ହୋଇ ଯିବାର ମଧ୍ୟ ଅନୁମତି ନଥାଏ l ରିଚା କହୁଥାନ୍ତି ତାଙ୍କ ସ୍ୱାମୀ ଶରଦ କୁଆଡେ ପବ୍ଲିକ କଣ, ପ୍ରାଇଭେଟରେ ବି କିସ କରିବାକୁ ଲାଜ କରନ୍ତି l

ବଢିଲା ଝିଅକୁ ସ୍କୁଲରୁ ଆଣି ଆସିବା ବେଳେ ବାଟ ଘାଟରେ ଏମିତି ସବୁ କିସିଙ୍ଗ ଆଦି ଦେଖିବାରୁ ରୋକିହେଉନି l ଖୁବ ଲାଜଲାଗେ ହେଲେ କଣ କରିବେ? ବେଲଜିଅମପରି ଜାଗାରେ ଏସବୁ ଖୁବ ସାଧାରଣ l ଏପରିକି ସ୍କୁଲ ପିଲାମାନେ ସିଗାରେଟ ଆଉ ଡ୍ରଗ୍ସ ବି ଖୋଲା ଖୋଲି ଭାବେ ବ୍ୟବହାର କରିବା ଦେଖାଯାଏ l ସ୍କୁଲରେ ଏସବୁ ପ୍ରତି ପ୍ରତିବନ୍ଧକ ଲଗା ଯିବାପାଇଁ ବାପ ମା' ମାନେ କେତେ ଅନୁରୋଧ କରି ଥକିଲେଣି l

ରୁବା ହସି କହୁଥାନ୍ତି,

- ୟୁରୋପୀୟ ବାପ ମା' ଙ୍କ ପାଈଁ ଏସବୁ ଚିନ୍ତାର ବିଷୟ l ଆମ ସଭ୍ୟତାରେ ଏତେ ସବୁ ନାହିଁ l

ରାତିରେ ରିଚା ଶୁଣିଲେ କାନ୍ଥ ସେପଟେ ଖୁବ ଜୋର ରେ ଧୁମ ଧାମ ହେବାର ଶବ୍ଦ l ରୁବାଙ୍କ ସ୍ୱାମୀ ଖୁବ ଜୋରରେ ଚିତ୍କାର କରି ତାଙ୍କ ଧର୍ମ ଗୁରୁଙ୍କ ନାଁ ନେଇ ଚିତ୍କାର କରି ରାଗୁଥାନ୍ତି l ମଝିରେ ମଝିରେ ରୁବାଙ୍କ ମୁଣ୍ଡକୁ ବାରମ୍ବାର କାନ୍ଥରେ ପିଟିବା ପରି ଶୁଭୁଥାଏ l

ବିଚାରୀ ରୁବାଙ୍କ ଆର୍ତ୍ତନାଦ ଶୁଣି ହେଉନଥାଏ l ଛାତି ଭିତରେ ଭୂମିକମ୍ପ ହେଲାପରି ମନେ ହେଉଥାଏ l ଏମିତି କଣ ଏକ ସ୍ତ୍ରୀ ଲୋକ କରିଥିବ ଯେ ତାକୁ ଏପରି ଅମାନୁଷିକ ଭାବେ ଜଣେ ପିଟୁଥିବ? ଝିଅ କାନ୍ଥରେ ଆଉଜି ପଢୁଥିଲା l ତାକୁ ଅନ୍ୟ ରୁମକୁ ଯିବାକୁ ନିର୍ଦେଶ ଦେଲେ ରିଚା l ଝିଅ କହୁଥାଏ କାଳେ ଏମିତି ଦ୍ଵିତୀୟ ଥର ସେ ଶୁଣିଲା l ରିଚା ଆଉ ଶରଦ ଉଭୟ ଉଭୟଙ୍କୁ ଚାହୁଁଥାନ୍ତି l ପ୍ରତି ପନ୍ଦର ମିନିଟ ଅଧ ଘଣ୍ଟାରେ ପୁଣି ସେ ଶବ୍ଦର ପୁନରାବୃତ୍ତି l ରିଚା ନିଜ ଶ୍ରଦ୍ଧାର ସାଙ୍ଗକୁ ଏପରି ପରିସ୍ଥିତିରେ ଦେଖି ପାରୁ ନଥାନ୍ତି l

ସ୍ୱାମୀ ବ୍ୟସ୍ତ ହୋଇ ବାହାରକୁ ବାହାରି ଚାଲିଗଲେ l ପିଲାମାନେ ଡରି ଯାଇଥାନ୍ତି l ପିଲାଙ୍କୁ ଜାବୁଡି ଟିଭି ସାଉଣ୍ଡ ଲାଉଡ଼ କରି ବସିଥାନ୍ତି ରିଚା l ରାତି ସାରା ଏମିତି ଶବ୍ଦ l ରୁବାଙ୍କ ସ୍ୱାମୀ ତାଙ୍କ ଈଶ୍ୱରଙ୍କ ନାଁ ନେଇ ଅନ୍ୟାୟ କରିବାକୁ ରିଚା ଶିଵଙ୍କ ନାଁ ନେଇ ନିଜ ବାନ୍ଧବୀର ସହାୟତା ପାଈଁ ଆକୁଳ ଅନ୍ତରେ ପ୍ରାର୍ଥନା କରୁଥାନ୍ତି l କିଛି ସମୟ ପରେ ସାଇରନ ଶବ୍ଦ ଶୁଣି ଝରକାରେ ଦେଖିଲେ,ପୋଲିସଗାଡି l ସବୁ ଶବ୍ଦ ରେ ପୁର୍ଣଛେଦ ପଡିଯାଇଥାଏ l ଓଃ.. କି ଶାନ୍ତି l ହଠାତ ବେଲ ଶୁଭିଲା l

ଛନକା ପଶିଲା... ଶରଦ!ଓଃହୋ , ଶରଦ ତୁମେ କୁଆଡେ ଯାଇଥିଲ?ଫୋନ ସ୍କ୍ରିନରେ ପୋଲିସ ନମ୍ବର ଦେଖାଇ ଶରଦ ଚୁପ ରହିବାକୁ କହିଲେ l

-ଯଦି ଜାଣେ ସେ ଲୋକ ଯେ ଆମେ କମ୍ପ୍ଲେନ ଦେଇଚୁ ?

ବ୍ୟସ୍ତ ହୁଅନି, ଅନୋନୀମସ କମ୍ପ୍ଲେନ ଦେଲେ କିଏ କମ୍ପ୍ଲେନ ଦେଇଛି ଫରକ ପଡ଼ିବନି l ବାକି ପୋଲିସ ସ୍ପଟରୁ ଏଭିଡେଂସ ଜମାକରିବ l

ଇନଭେସ୍ଟିଗେଶନରେ ସବୁ ଧରା ପଡିବ l ପାପ କେବେ ଲୁଚିଲାଣି? ତୁମେ ବ୍ୟସ୍ତ ହୁଅନି lବାଲକୋନୀରୁ ରିଚା ଦେଖୁଥାନ୍ତି ପୋଲିସ ରୁବାର ସ୍ୱାମୀଙ୍କୁ ଆରେଷ୍ଟ କରି ନେଉଥିବାର l ମୁଣ୍ଡ ଫାଟି ରକ୍ତ ଜୁଡୁସୁଡ଼ ହୋଇଥିବା ରୁବା କିଛି ସମୟ ପରେ ଚିଠିଟିଏ ରିଚାଙ୍କ ବାଲକୋନୀକୁ ଫିଙ୍ଗି ଦେଇଥାନ୍ତି l

ଲେଖିଥାନ୍ତି ଯେ...

କିସ -ଡେ ରେ ତାଙ୍କ ପୁରୁଣା ପୁରୁଷ ବନ୍ଧୁ ତାଙ୍କୁ ଦେଇଥିବା ଲଭ ମେସେଜସହ ଚୁମ୍ବନର ଏକ ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟୋକୁ ନେଇ ଏମିତି ଅଘଟଣ l ପୁରୁଣା କଥାକୁ ନେଇ ରୁବା ସ୍ୱାମୀଙ୍କର ଏମିତି ରାଗର ଶିକାର ହୋଇଛନ୍ତି l ଦିନେ ସ୍ନେହର ସେ ଚୁମ୍ବନ ଆଜି ଦଂଶନ ପାଲଟି ଯାଇଥାଏ l ପୁରୁଷ ଜାତିର ପ୍ରେମ, କ୍ରୋଧ, ଇର୍ଷା ତଥା ଦୁର୍ବଳତାର ମୂଲ୍ୟ ସ୍ତ୍ରୀ ଜାତି କେତେ ଭୋଗିବ? ସବୁବେଳେ ନିଜଇଚ୍ଛା l ଏସବୁର ଅନ୍ତ କେଉଁଠି?

ପୋଲିସ ଡାକି ତାଙ୍କ ସାହାଯ୍ୟ ଯିଏବି କରୁ, ତାଙ୍କୁ ଆନ୍ତରିକ ଧନ୍ୟବାଦ କରି ଈଶ୍ୱରଙ୍କୁ ପ୍ରାର୍ଥନା କରିଥାନ୍ତି ରୁବା l

ସାଙ୍ଗକୁ ସାହାଯ୍ୟ କରିଥିବାରୁ ଅନୁକମ୍ପାରେ ରିଚା ବୁଡି ଯାଇଥାନ୍ତି ସ୍ୱାମୀଙ୍କ ପ୍ରତି l ଡରି ଯାଇଥିବା ପିଲାମାନଙ୍କୁ ଧରି କିସକରି ବୋଧ କରିଦେଇଥାନ୍ତି ଶରଦ l ଭଲ ପାଇବାର ଏକ ଅଦୃଶ୍ୟଶକ୍ତି ଯାହାର ସକାରାତ୍ମକ ପ୍ରଭାବ ସମସ୍ତଙ୍କୁ ଅନୁଭୂତ ହେଉଥାଏ l


Rate this content
Log in

Similar oriya story from Romance