Parameswar Ojha

Abstract Romance Tragedy

4  

Parameswar Ojha

Abstract Romance Tragedy

ଏମିତି କରିବାର ନଥିଲା

ଏମିତି କରିବାର ନଥିଲା

10 mins
223


ପାପା ଆସ ଖାଇବା...


କୁନାଲ୍ ର ହାତକୁ ଧରି ଟାଣୁଥିଲା ଝିଅ । 

 " ପ୍ରଜ୍ଞା ଏ ପ୍ରଜ୍ଞା ଏ ଛୁଆଟାକୁ ନେ " । କୁନାଲ ବିରକ୍ତି ହୋଇ ସ୍ତ୍ରୀ ଉଦ୍ଦେଶ୍ୟରେ କହିଲେ । 


ହଁ ହଁ ଯାଉଛି ..., ଅନ୍ୟ ଘରୁ ଉତ୍ତର ଆସିଲା । 

ପ୍ରଜ୍ଞା ସେପଟ ଘରୁ ଆସି ମାମାଲି କୁ ଟାଣି ନେଉ ନେଉ କହିଲେ , ଆଛା ତମର ଏକା ପାପା ନାଁ ଆଉ କାହାର ସଂସାର ରେ ଏମିତି ପାପା ଅଛନ୍ତି ? ଖାଇଲେ ପାପା , ଶୋଇଲେ ପାପା ଚାଲିଲେ ପାପା ଖାଲି ପାପା ପାପା ପାପା । ତମ ପାପା କୁ ତ କିଛି ସମୟ ଶାନ୍ତି ରେ ବସିବାକୁ ଦିଅ । 


" ପାପା ତମେ ନ ଖାଇଲ ନାହିଁ ହେଲେ ସାଙ୍ଗ ହୋଇ ଶୋଇବା ହେଲା ? ମୁଁ ଆସିବା ଯାଏ ଅପେକ୍ଷା କରିଥିବ ଶୋଇ ପଡିବନି " 


ଏତକ କଥା ମାମାଲି ପାଟିରୁ ନ ଶରୁଣୁ କୁନାଲ୍ ତାକୁ କୋଳକୁ ଭିଡ଼ି ନେଇ ତା ଗାଲରେ ଦୁଇ ଚାରିଟା ସ୍ନେହ ର ଚୁମ୍ବନ ଦେଇ ସାରନ୍ତାଣି । " ମୋ ଧନ ମୋ ଗେହ୍ଲୀ ମୋ ସୁନା ମାମା ପରି କିଏ ହେବ ? ..." କହି ସାରନ୍ତାଣି । 

କିନ୍ତୁ ଆଜି ସେମିତି କିଛି ବି ଘଟିଲାନି କାରଣ କୁନାଲ୍ ର ମନ ଆଜି ଭଲ ନାହିଁ । 


 ସ୍ବାତୀ ର ଫୋନ୍ କଲ୍ ସକାଳେ ଆସିଥିଲା । ସେ ତାର ଶେଷ ନିଷ୍ପତ୍ତି ଶୁଣେଇ ସାରିଥିଲା । " ଶୁଣ ଯଦି ଏଇ ମାସ ଭିତରେ ମୋତେ ବାହା ନହେବ , ତେବେ ମୁଁ ଆତ୍ମହତ୍ୟା କରିବି " 


ଏକଥା ଭାବିଲା ବେଳକୁ କୁନାଲ୍ ର ମୁଣ୍ଡ ଭିତରଟା କଣ ଗୋଟେ ହୋଇ ଯାଉଛି । ଯଦି ସେମିତି ହୁଏ ଭବିଷ୍ୟତ ଟା କେତେ ଯେ ଭୟଙ୍କର ହେବ ସେ କଥା କଳ୍ପନା କରିବାକୁ ମଧ୍ୟ ଭୟ କରୁଛି କୁନାଲ । 

ସେ ବିବାହିତ ଗୋଟେ ଝିଅ ଏହା ସତ୍ତ୍ବେ ବି ସେ କାହିଁକି ଭୁଲ୍ ରାସ୍ତା ରେ ପାଦ ଦେଲା ? ଜାଣି ଜାଣି କାହିଁକି ନିଜ ଗୋଡ଼ରେ କୁରାଢ଼ୀ ମାରିଲା ? ଏସବୁ ପ୍ରଶ୍ନର ଉତ୍ତର ସେ ପାଉନି । 


_-_-_୦-_-_୦-_-_-_-୦_-_-_-୦_-_-_-_୦-_-_-_-୦__-_


ସେଦିନ ସାଙ୍ଗ ବାହାଘର କୁ ଯାଇଥିଲା କୁନାଲ୍ । ସାଙ୍ଗ ନୁହେଁ ତ ବଡ଼ ଭାଇ ପରି ଦାୟିତ୍ବ ଯେମିତି ତାର । ଖାସ୍ କରି ଡାଇନିଂ ହଲ୍ ର ସଂପୂର୍ଣ୍ଣ ଦାୟିତ୍ଵ ତାର । ଲୋକମାନେ କେମିତି ଭଲରେ ଖାଇବେ ଭଲରେ ବସିବେ କିଏ ଆସିଲେ କିଏ ବାକି ରହିଲେ , ଆଉ କାହାକୁ କ'ଣ ଲାଗିବ । ପତ୍ର ଉଠିଲା କି ନାହିଁ ... । ଏସବୁ ଭିତରୁ ନିଜକୁ ଟିକେ ମୁକୁଳେଇ ଆଣିଲା ଲୋକମାନେ ଟିକେ ଫାଙ୍କା ହେବାପରେ । ବିଶ୍ରାମ ନେବା ପାଇଁ ଶରୀର କୁ ଚେୟାର ଉପରେ ଲୋଟେଇ ଦେଲା କିଛି ସମୟ । ତାପରେ କିଛି ସମୟ ପରେ ଟିକେ ଆଖି ଖୋଲିଛି ତ ଦେଖିଲା ଝିଅଟିଏ ତା ଆଡକୁ ଆସୁଛି । ସଂପୂର୍ଣ୍ଣ ସୁନ୍ଦରୀ ତ କହି ହେବନି କିନ୍ତୁ ବାରିବା ପରି କୈାଣସି ଖୁଣ ନଥିଲା ଝିଅ ପାଖରେ । ମୋଟ ଉପରେ ଉତ୍ତମ ସ୍ୱାସ୍ଥ୍ୟ ସୁନ୍ଦର ଗଢ଼ଣ ଆଖିରେ ଆତ୍ମୀୟତାର ଚାହାଣୀ ଆଉ ଓଠରେ ମନକୁ ପାଇଲା ପରି ହସ ଏମିତି ଝିଅ ଟିଏ ଥିଲା ସେ । ଝିଅଟି ପାଖକୁ ଆସିଲା ଅଳ୍ପ ହସି ଛୋଟ କାଗଜ ଟିଏ କୁନାଲ୍ ହାତରେ ଗୁଞ୍ଜି ଦେଇ ଚାଲିଗଲା । ଓଃ ସେ କି ହସ !

ଆଖି ସ୍ଥିର ହୋଇଗଲା କୁନାଲର । କିଛି ସମୟ ପାଇଁ ଆଖି ପଲକ ପକେଇବା ଓ ପାଟି କଥା କହିବା ଭୁଲିଗଲେ ବୋଧ ହୁଏ ସେ ହସ ର ଯାଦୁ ରେ । ଝିଅଟି ଯିବା ପୂର୍ବରୁ କେବଳ ଏତିକି କହିକି ଗଲା । ନିଶ୍ଚୟ ଉତ୍ତର ଦେବ ଅପେକ୍ଷା ରେ ରହିଲି , କୁନାଲ୍ କାଗଜ  ଖୋଲି ପଢ଼ିଲା । ସେଥିରେ ଲେଖାଥିଲା ଝିଅର ନାଁ ଗାଁ ଠିକଣା ତା ତଳକୁ " ତମେ ଯିଏ ବି ହୁଅ ମୁଁ ତୁମକୁ ଭଲପାଏ । ତମେ ମୋ ଭଲପାଇବା କୁ ସ୍ବୀକୃତି ଦେବ ବୋଲି ମୋର ଭରଷା । ଅପେକ୍ଷା ରେ ରହିଲି ଫୋନ୍ କରିବ ନିଶ୍ଚୟ । 

ଚିଠି ଟି ପଢି ସାରିଲା ପରେ କୁନାଲ୍ ର ମନ ପ୍ରେମ ରାଇଜରେ ଘୁରି ବୁଲିଲା । ଏମିତି ଏକ ଅପ୍ରତ୍ୟାଶିତ ଘଟଣା ପରେ ସେ ଭୁଲି ଗଲା ନିଜର ଦାୟିତ୍ଵ ଆଉ କର୍ତ୍ତବ୍ୟ ଅତିଥି ମାନଙ୍କୁ ଡାଇନିଂ ହଲ୍ କୁ ନୁହେଁ ବରଂ ସେ ଝିଅକୁ କେମିତି ନିଜ ହୃଦୟ କୁ ନିମନ୍ତ୍ରଣ କରିବ ସେଇ ଚିନ୍ତା ରେ ରହିଲା କୁନାଲ୍ । ଖୁସି ରେ ବିଭୋର ହୋଇ ଯାଇଥିଲା ଭାବିକି । କଣ କରିବି ? କୋଉଠୁ ଆରମ୍ଭ କରିବି ? ..


ଯଦି କୁନାଲ୍ ସେ ଝିଅ କୁ ସବୁ ସତ କଥା କହିଦିଏ ତାହେଲେ ନିଶ୍ଚିତ ସେ ଝିଅ କୁନାଲ୍ ଠାରୁ ଦୁରେଇ ଯିବ । ତେଣୁ ସେ ଭଳି ହେଉ ବୋଲି କୁନାଲ୍ କେବେବି ଚାହିଁଲାନି । କୁନାଲ ମନକୁ ଏମିତି ନିର୍ଲଜ୍ଜ କଥା ବି ଆସିଲା " ଭଗବାନ ଯବ୍ ଦେତେହେ ଛପର୍ ଫାଡ୍ କେ ଦେତେହେ " ତାହେଲେ ସେ କାହିଁକି ଭଗବାନ ଙ୍କ ଦାନ କୁ ଅସ୍ବୀକାର କରିବ ? ତେଣୁ ମନେ ମନେ ନିଜକୁ ପ୍ରଶ୍ନ କରୁଥିଲା ଏବଂ ନିଜେ ତାର ଉତ୍ତର ବି ଦେଉଥିଲା ନିଜକୁ ଅତି ଚାଲାକ୍ ମଣିଷ ଟିଏ ଭାବି । 

 


ଏ ଘଟଣା ର ଦୁଇ ଦିନ ପରେ ଗୋଟିଏ ଅଳସ ଅପରାହ୍ନ ରେ କୁନାଲ୍ ଫୋନ୍ କଲା ସେ ଝିଅ ପାଖକୁ । ଲଗାତାର ୭ ଟା କଲ୍ କେବଳ ରିଂ ହୋଇ କଟିଲା । ୮ ଟା ବେଳକୁ ଉତ୍ତର ଆସିଲା ସେପାଖରୁ - " ମୁଁ ଜାଣିଥିଲି ତୁମେ ନିଶ୍ଚୟ ଫୋନ୍ କରିବ "


 -" ମୁଁ କିଏ କହୁଛି କହିଲ ? 


-" ତୁମେ ? ତୁମେ ମୋ ମନର ମଣିଷ । କଣ ଦୁଇ ଦିନ କାଳ ଭାବୁଥିଲ ? ମୋ ଚିଠି ର କେମିତି ଉତ୍ତର ଦେବ ?


-" ତୁମେ କେମିତି ଜାଣିଲ ମୁଁ ସେଇ ବୋଲି ? " 


-" କାହିଁକି ନା । ତୁମ ନମ୍ବର ମୋ ପାଖରେ ଅଛି । ଦିଲୁ ଭାଇ ବାହାଘର ଦିନ ତାଙ୍କ ମୋବାଇଲ୍ ରୁ ଲୁଚେଇ ଆଣିଥିଲି । 


କୁନାଲ୍ ଆଶ୍ଚର୍ଯ୍ୟ ହୋଇ ପଚାରିଲା -" ଯଦି ମୁଁ ବୋଲି ତମେ ନିଶ୍ଚିତ ତେବେ ୮ ଥର ରେ କଣ ପାଇଁ ରିସିଭ୍ କଲ ? " 


 -" କହୁଛି , କହୁଛି । ପ୍ରଥମେ ମୋତେ କହିଲ ୮ ଟି ଇଂଲିଶ ଲେଟର୍ ରେ ଗୋଟିଏ ସୁନ୍ଦର ବାକ୍ୟ । ସ୍ବାତୀ ଚାପା ହସ ହସି ବହୁତ ଖୁସି ର ସହିତ ପଚାରିଲା । କୁନାଲ୍ ଭାବିଲା ଭଲସେ ଭାବିଲା ଆଉ ଶେଷରେ କହିଲା , ନାଁ ଭାବିକି କହିବି । 


-" ଆରେ ଏତେ ଭାବୁଛ କଣ ଯେ ମୁଁ କହୁଛି ଶୁଣ । ଆଇ ଲଭ୍ ୟୁ 

ସବୁଠୁ ଭଲ ସୁନ୍ଦର ଆଉ ସମସ୍ତ ଙ୍କ ର ପ୍ରିୟ ବାକ୍ୟ , ନୁହେଁ ? 


ହଠାତ୍ ସ୍ବାତୀ ର ଏଭଳି ପ୍ରଶ୍ନରେ କୁନାଲ ପାଟିରୁ ବାହାରି ପଡ଼ିଲା ଅପ୍ରସ୍ତୁତ ଉତ୍ତର - " ହଁ ... ନା... ହଁ .. ଯେ...। " 


-" ହଁ ନା କ'ଣ କହୁଛ ସେଇ ବାକ୍ୟ ମୁଁ ତୁମ ପାଟିରୁ ଶୁଣିବାକୁ ଚାହେଁ । କୁହ କହିବ ନା ନାହିଁ ? ଯଦି ନ କହିବ ଆଉ କେବେ ବି ତୁମକୁ ଡିଷ୍ଟର୍ବ କରିବିନି ଆଉ ଯଦି କହିବ..... । 


-" ହଁ ଯଦି କୁହେ? "


-" ଆଗ କୁହ ତ ତାପରେ ଯାଇ .... । "


-" ନାଇଁ ମୁଁ କହିବିନି "


-" ତାମାନେ ମୁଁ ତୁମର ପସନ୍ଦ ନୁହେଁ ? 


କିଛି ସମୟ ନୀରବ କୁନାଲ ଠାରୁ କିଛି ପ୍ରତ୍ୟୁତ୍ତର ନପାଇ ପୁଣି କହିଲା - " ଠିକ୍ ଅଛି ମୁଁ ଭାବିନେବି ମଣିଷ ଯାହା ଆଶାକରେ ତାହା ପାଏନି । "


କୁନାଲ ଏଥର ଘାବରେଇ ଗଲା । ଏତେ ଶିଘ୍ର ସ୍ବାତୀ ପରି ଝିଅ ଟିଏ ତା ପାଖରୁ ଦୁରେଇ ଯାଉ ସେ ଚାହୁଁନଥିଲା । ଆଉ କିଛି ଅନ୍ୟୁପାୟ ନପାଇ ସେ କହିଲା -" ସ୍ବାତୀ ... ଆଇ ଲଭ୍ ୟୁ "

କିନ୍ତୁ ପରେ ମୋତେ ଭୁଲ୍ ବୁଝିବନି । 


ଆଇ ଲଭ୍ ୟୁ ପରେ ସ୍ବାତୀ ର ଆଉ କିଛି ଶୁଣିବାକୁ ଇଛା ଥିଲା ନା ଥିଲା ଆଗ୍ରହ , ସେ ଖୁସି ରେ ଝୁମିଗଲା ଚୁମା ପରେ ଚୁମା ଦେଇ ଚାଲିଲା ମୋବାଇଲ୍ କୁ । ତା ଜୀବନର ସବୁଠାରୁ ବଡ଼ ଆନନ୍ଦ ମୁହୂର୍ତ୍ତ ଆଜି । ଆଜି ତାକୁ କେବଳ କୁନାଲ ନୁହେଁ ପୃଥିବୀର ସବୁ ଠାରୁ ମୂଲ୍ୟବାନ ଜିନିଷ ମିଳି ଯାଇଛି ଯେମିତି । ସେ ଈଶ୍ୱର ଙ୍କୁ ଅଶେଷ ଧନ୍ୟବାଦ ଦେଲା ତାର ପ୍ରେମ ସାକାର ହୋଇଥିବା ରୁ । 


ଏଥର ସବୁଦିନ ଗପ ଚାଲିଲା । ପାଞ୍ଚ ମିନିଟ୍ ଦଶ ମିନିଟ ପନ୍ଦର କୋଡ଼ିଏ ଅଧଘଣ୍ଟା ତାପରେ ଘଣ୍ଟା ଘଣ୍ଟା .. । ଧିରେ ଧିରେ ଦୁହେଁ ପରସ୍ପର କୁ ବହୁଥର ସାକ୍ଷାତ ବି କଲେ ଏକାନ୍ତରେ । ଫିଲ୍ମୀ ପାର୍କ  ସମୟ ବ୍ୟବଧାନରେ ଗଲେ । ନିକଟରୁ ଆହୁରି ନିକଟତର ହେଲେ । ଦିନେ ସ୍ବାତୀ ଘର ଲୋକେ କୋଣାର୍କ ବୁଲି ବାହାରିଲେ ସ୍ବାତୀ କୁ ବି ଡାକିଲେ । ଏହି ସୁଯୋଗ ରେ ସେ କୁନାଲ କୁ ଘରକୁ ଡାକିବ ବୋଲି ତାର ଜରୁରୀ କ୍ଲାସ ର ବାହାନା କରି ମନା କରିଦେଲା ଘର ଲୋକଙ୍କ ସାଙ୍ଗ ରେ ଯିବାକୁ ।  


ସେଦିନ ଅପରାହ୍ନ ଚାରିଟା ବେଳେ କଲିଂ ବେଲ୍ ଶବ୍ଦ ଶୁଣି ସ୍ବାତୀ କବାଟ ଖୋଲିଲା । କୁନାଲ କୁ ସହାସ୍ୟ ବଦନରେ ଭିତରକୁ ପାଛୋଟି ନେଲା ସ୍ବାତୀ । ଆଗରୁ ସେ କୁନାଲ ପସନ୍ଦ ର ଖାଇବା ପ୍ରସ୍ତୁତ କରି ସାରିଥିଲା । କିନ୍ତୁ ଏତେ ଜଳଦି ଖାଇବା ପରସିବାକୁ ଚାହୁଁ ନ ଥିଲା । ତା ପୂର୍ବରୁ ଥଣ୍ଡା ପାନୀୟ କାଚ ଗ୍ଲାସ୍ ରେ ଭର୍ତି କରି କୁନାଲ ହାତକୁ ବଢ଼େଇ ଦେଲା । 


-" ଆଛା ତମ ଘରକୁ ଆସିଛି ବୋଲି ଅତିଥି ଚର୍ଚା ?" 


ସ୍ଵାତୀ ହସିକି ଉତ୍ତର ଦେଲା -" ତମେ ଯାହା ଭାବିପାର "

 କୁନାଲ ପାନୀୟ ପିଇ ସାରି କହିଲା , ମୁଁ ଟିକେ ରେଷ୍ଟ୍ ଚାହେଁ ମୋତେ ଭାରି ଟାୟାର୍ଡ ଲାଗୁଛି ।


 ସ୍ବାତୀ ବିଛଣା ସଜେଇ ଦେଲା । କୁନାଲ ର ମଥାରେ ହାତ ରଖି କହିଲା , " କଣ ମୁଣ୍ଡ ବିନ୍ଧୁଛି କି ?" 


କୁନାଲ କହିଲା -" ନାଇଁ ଓଠ ବିନ୍ଧୁଛି "


-" ତମେ ନାଁ ଭାରି ଦୁଷ୍ଟ ସତରେ " 


-" ହଁ ମୁଁ ତ ନିହାତି ଦୁଷ୍ଟ । ତମେ ମୋ ଓଠ ବିନ୍ଧା କମେଇବ ନା ନାହିଁ କହିଲ ? " 


-" କୁନାଲ ତମେ କଣ ଏମିତି କହୁଛ ମୁଁ କିଛି ବୁଝି ପାରୁନି " 


-" ସତରେ ତମେ ବୁଝି ପାରୁନ ? 

ସ୍ବାତୀ ର ଆଉ ଟିକେ ପାଖକୁ ମୁହଁ ଆଣି କହିଲା , ସତରେ ? 


ସ୍ବାତୀ ଟିକେ ସଂକୁଚିତ ହୋଇଗଲା । କୁନାଲ ସ୍ବାତୀ କୁ ଛାତି ପାଖକୁ ଭିଡ଼ି ଆଣି ତା ଓଠରେ ଓଠ ମିଶେଇ ଚୁଚୁମିବାକୁ ଲାଗିଲା । 

ସ୍ବାତୀ ଠିକ୍ ଟିକିଏ ପୂର୍ବରୁ କହିବାକୁ ଚାହୁଁଥିଲା , କୁନାଲ ପ୍ଲିଜ୍ କଣ୍ଟ୍ରୋଲ... କଣ୍ଟ୍ରୋଲ ଇୟୋର ସେଲ୍ଫ୍ .... , କିନ୍ତୁ ସେ ସୁଯୋଗ କୁନାଲ ଦେଇନଥିଲା ତାକୁ । 


ସ୍ବାତୀ ବି ଏଥର ଆଉ କିଛି ପ୍ରତିବାଦ କରି ନଥିଲା । ସେ ଏଥିରେ 

ତାର ସମ୍ମତି ପ୍ରକାଶ କରିଥିଲା । ନିଜକୁ ସମ୍ପୂର୍ଣ ସମର୍ପଣ କରି ଦେଇଥିଲା ତାର ପ୍ରେମିକ ମନର ମଣିଷ କୁନାଲ ପାଖରେ । କୁନାଲ ଯେତେବେଳେ ସ୍ବାତୀ ଭିତରେ ହଜି ଯିବାକୁ ଚାହିଁଲା । ସ୍ବାତୀ ପ୍ରଶ୍ନ କରିଥିଲା " କୁନାଲ୍ ତମେ ମୋତେ ଠକି ଦେବନି ତ ?" 


କୁନାଲ ହଠାତ୍ ଚମକି ପଡ଼ିଲା । ଟିକିଏ ଲାଳସା ପାଇଁ କଣ ସେ କରିବାକୁ ଯାଉଛି ? ଏଇଟା କ'ଣ ଠିକ୍ ? 

ଝିଅ ମାନେ ତ ନିଜ ଆଡକୁ ଆକର୍ଷିତ କରିବେ । ସେଇ ଆକର୍ଷଣ ର ମୋହରେ ପୁଅଟିଏ ଆକର୍ଷିତ ହୋଇ ଆସି ଝିଅର ସ୍ବୀକୃତି ରେ ଅନେକ ଠିକ୍ କରୁ କରୁ ଯେତେବେଳେ ଭୁଲ୍ ଟାଏ କରିବସେ । ଠିକ୍ ସେତେବେଳେ ହିଁ ଝିଅଟି ତା ସିନ୍ଥିର ସିନ୍ଦୂର ପାଇଁ ଦାବି କରେ । ପୁଅଟି ହାତରୁ କେବଳ ଟୋପାଏ ସିନ୍ଦୂର ପାଇଗଲେ ଝିଅଟି ଭାବେ ତା ପ୍ରେମ ସାର୍ଥକ ହୋଇଗଲା । କିନ୍ତୁ ଏହା କେବେ ପ୍ରେମ ହୋଇ ପାରେନା ଭଲପାଇବା ହୋଇ ପାରେନା । ଶରୀର ର ମୋହରେ ପଡ଼ି ଭବିଷ୍ୟତ ପାଇଁ ନିଆଯାଉଥିବା ଇଏ ଗୋଟେ ବିରାଟ ଅସଜଡା ନିଷ୍ପତ୍ତି । 


କୁନାଲ ନିଜକୁ ନିୟନ୍ତ୍ରଣ କଲା । ଆଉ କିଛି ଉତ୍ତର ଦେଇ ନଥିଲା ସ୍ଵାତୀ କୁ । ସ୍ବାତୀ କିନ୍ତୁ ଜାଣି ପାରିଲାନି କୁନାଲ ହଠାତ୍ ଏମିତି ଝଡ଼ ବେଗରେ ଚାଲି ଯିବାର ରହସ୍ୟ । 


କୁନାଲ ସିଧା ଚାଲି ଆସିଲା ମନର ଭାବନା କୁ ବାସ୍ତବତାର ରୂପ ଦେବା ପାଇଁ । ବହୁତ ଭାବିବା ପରେ ସେଦିନ ରାତିରେ ଫୋନ୍ କଲା ସ୍ବାତୀ ପାଖକୁ । " ସ୍ବାତୀ ବହୁଦିନ ତୁମ ପାଖରେ ଲୁଚେଇ ରଖିଥିବା ସତ କଥା ଆଜି ମୁଁ ତୁମକୁ କହି ଦେଉଛି । କୁନାଲ କିଛି ସମୟ ଚୁପ୍ ରହିଲା ତାପରେ ସାହସ ସଞ୍ଚୟ କରି କହିଲା -" ସ୍ବାତୀ .... ମୁଁ ବିବାହିତ ଘରେ ମୋ ସ୍ତ୍ରୀ ତା ସହ ଗୋଟେ ଝିଅର ବାପା ମୁଁ । ତେଣୁ ମୁଁ ଚାହୁଁଛି ଆମ ସଂପର୍କ ଆଉ ଆଗକୁ ବଢେଇବା ଠିକ୍ ନୁହେଁ । ଏହା ଉଭୟଙ୍କ ପାଇଁ ଭଲ "


ସ୍ଵାତୀ ଠାରୁ କିଛି ଉତ୍ତର ନପାଇ କେବଳ ନାକ ସୁଁ ସୁଁ ଶବ୍ଦ ଶୁଣି ପାରି କୁନାଲ୍ ଜାଣି ପାରିଲା ସ୍ବାତୀ କାନ୍ଦୁଛି । ଫୋନ୍ କଟିଗଲା ତାପରେ ।


 କୁନାଲ ମନେ ମନେ ଖୁବ୍ ଅନୁତପ୍ତ ହେଲା । ବହୁତ 

 ଆଗରୁ ସ୍ବାତୀ କୁ ଏକଥା ତାର କହିବାର ଥିଲା ବା ପ୍ରଥମରୁ କୈାଣସି ସଂପର୍କ ଆରମ୍ଭ କରିବାର ହିଁ ନଥିଲା । 


କିଛି ସମୟ ପରେ ସ୍ବାତୀ ର କଲ୍ ଆସିଲା । ସେପଟରୁ ସ୍ବାତୀ ର ଉଦାସ ଅଥଚ ଗମ୍ଭୀର ସ୍ୱର -" ତୁମେ ବିବାହିତ ସେଥିରେ ମୋର କିଛି ଯାଏ ଆସେ ନାହିଁ । କିନ୍ତୁ ମୁଁ ତୁମକୁ ଭଲପାଏ ତୁମ ବିନା ବଞ୍ଚି ପାରିବିନି । ତୁମେ ଯଦି ମୋ ପ୍ରେମକୁ ସ୍ବୀକୃତି ନ ଦେବ ତାହେଲେ ସତ କହୁଛି ମୁଁ ତୁମର ହେବିନି ତ ଆଉ କାହାର ବି ହେବିନି । ସ୍ଵାତୀ ଆଉ କ'ଣ କହିଥାନ୍ତା କିନ୍ତୁ କୁନାଲ ବିରକ୍ତି ରେ ଫୋନ୍ କାଟିଦେଲା । ତାପରେ ସ୍ବାତୀ ବାରମ୍ବାର ଫୋନ୍ କଲା କିନ୍ତୁ କୁନାଲ ରିସିଭ୍ କଲାନି । ସାଇଲେଣ୍ଟ କରି ରଖିଦେଲା ସକାଳୁ ଉଠି ପ୍ରଥମେ ମୋବାଇଲ ସ୍କ୍ରିନ ଦେଖି ଚମକି ପଡ଼ିଲା କୁନାଲ । ସ୍ବାତୀ ର ଅଶିଟା ମିସଡ୍ କଲ୍ ଆଉ ଗୋଟେ ମେସେଜ । 


କୁନାଲ ପାଇଁ ସ୍ବାତୀ ର ମେସେଜ ଥିଲା । " ଆଜି ସକାଳ ୧୦ ଟା ଶୁଦ୍ଧା ଯଦି ତୁମେ ମୋତେ ଆସି ଦେଖା ନ କର ତାହେଲେ ମୁଁ ମୋ ହାତ କାଟିଦେବି । ତୁମେ ଯଦି ମୋତେ ଭଲ ପାଉଥିବ ତାହେଲେ ନିଶ୍ଚୟ ଆସିବ । କୁନାଲ ମନକୁ ମନ ବୁଝେଇଲା ଝିଅ ମାନଙ୍କ ର ଇଏ ଗୋଟେ ଫାର୍ସ । ସାଧା ନୁହେଁ ପୁରା ଫିଲ୍ମୀ ଷ୍ଟାଇଲ , " ଯଦି ନ ଆସିବ ମୁଁ ହାତ କାଟି ଦେବି ,. କାଟି ଦେଉନୁ କା'ର କଣ ଯାଉଛି ? ତୁ ଭାବୁଛୁ ଏମିତି ଡରେଇଲେ ମୁଁ ତୋତେ ସ୍ବୀକାର କରିବି ? ନୋ ... ନେଭର୍ ।"


କୁନାଲ ସ୍ବାତୀ ଚିନ୍ତା ଛାଡି ନିଜର ଦୈନିକ କାମରେ ମନ ଦେଲା ସବୁଦିନ ପରି ପ୍ରଜ୍ଞା ସେଇ ପୁରୁଣା ବାକ୍ୟ ସ୍ବାମୀ ଙ୍କ ପ୍ରତି ପ୍ରୟୋଗ କଲେ -" ନଅଟା ବାଜିଲାଣି ପରା ଖାଇବନି କି ଆଜି ? "


କୁନାଲ କିନ୍ତୁ ଚମକି ପଡ଼ିଲା । ନଅଟା ? " ସ୍ଵାତୀ କହିଥିଲା ଦଶଟାରେ ତାକୁ ଦେଖା ନକଲେ ତେବେ ସେ ତାର ହାତ କାଟିଦେବ । କୁନାଲ୍ ର ବୁଝି ସାରିଥିବା ମନଟା ପୁଣି ବିଚଳିତ ହୋଇଗଲା । ସତରେ ଯଦି ସ୍ବାତୀ ର କିଛି ହୋଇଯାଏ । ମୁଁ କଣ ଶାନ୍ତି ରେ ନିଃଶ୍ବାସ ମାରି ପାରିବି ? କେବେ ନୁହେଁ " 


ଖାଇବା ପଛ କରି ବାଇକ୍ ଧରି ବାହାରି ପଡ଼ିଲା ସ୍ବାତୀ ଘରକୁ । କିନ୍ତୁ ସେଠି ପହଞ୍ଚିବା ଟିକେ ଡେରି ହୋଇଗଲା କୁନାଲ ର , କାରଣ ସ୍ବାତୀ ଦେଇଥିବା ଧମକ ସତରେ ପରିଣତ କରି ସାରିଥିଲା । ଆଉ କିଛି ଭାବିବାକୁ ସମୟ ନଥିଲା ବାଇକ୍ ପଛରେ ବସେଇ ମେଡିକାଲ ନେଇଗଲା ସ୍ବାତୀ କୁ । ବାଟ ସାରା ଖାଲି ସ୍ବାତୀ ର ପ୍ରଶ୍ନ ପରେ ପ୍ରଶ୍ନ " ସତ କୁହ ତୁମେ ମୋତେ ଭଲ ପାଅନା ? ଯଦି ନାଁ ତାହେଲେ ତୁମେ ମୋତେ କଣ ପାଇଁ ମେଡିକାଲ ଆଣିଲ ? ମୋ ରକ୍ତ ଜୁଡୁବୁଡୁ ହାତ ଦେଖି କଣ ପାଇଁ ଏତେ ବ୍ୟସ୍ତ ବିବ୍ରତ ହୋଇଗଲ ? କଣ ପାଇଁ ? 


କୁନାଲ କେବଳ ଏତିକି ଉତ୍ତର ଦେଇଥିଲା । " ପ୍ଲିଜ୍ ତୁମେ ପାଟି କରନି ଦୟାକରି ପାଟି ବନ୍ଦ କର । ତୁମକୁ ମୋ ରାଣ । " 


ଫେଭିକୁଇକ୍ ମରାହେଲା ପରି ସ୍ବାତୀ ର ପାଟି ବନ୍ଦ ହୋଇଗଲା ମେଡିକାଲ ରୁ ଚିକିତ୍ସା ସାରି ଆସିବା ପର୍ଯ୍ୟନ୍ତ ।


 ପରେ କୁନାଲ ସ୍ବାତୀ କୁ ଘରେ ନେଇ ଛାଡିଲା , କି ସଂଯୋଗ ! ସେଦିନ ବି ଘରେ ସେ ଏକା ଥିଲା । କିଛି ସମୟ ପରେ ଆସିବାକୁ ଉଦ୍ୟତ ହେଉଛି ତ, ପଛରୁ ହାତ ଟାଣି ଧରିଲା ସ୍ଵାତୀ । " ସତ କୁହ ତୁମେ ମୋତେ ଭଲ ପାଅନାଁ ? ସତରେ ଭଲ ପାଅନା ?" 

ଏମିତି ଅଝଟ ପିଲା ପରି ଅଳି କରି ବସିଲା ସ୍ଵାତୀ । " ତୁମେ ମୋତେ ସତରେ ଭଲ ପାଅ କି ନାଁ ? "


ସ୍ଵାତୀ ଏମିତି ପ୍ରଶ୍ନ କରୁଥିଲା ଯେମିତି କୁନାଲ ର ଗୋଟିଏ ହଁ ରେ ତାକୁ  ସବୁ ସୁଖ ସବୁ ଶାନ୍ତି ମିଳିଯିବ ଚିର ଦିନ ପାଇଁ । ସତ ଚେଷ୍ଟା ପରେ କୁନାଲ ନା କହି ପାରିଲାନି ତା ପାଟିରୁ ହଁ ତ ବାହାରିଗଲା କିନ୍ତୁ ତା ପୂର୍ବରୁ ସେ ସ୍ବାତୀ କୁ ତା ଛାତିରେ ଭିଡି ଧରି ସାରିଥିଲା । ସ୍ଵାତୀ ଖାଲି କାନ୍ଦି କାନ୍ଦି କହିଲା, " ତୁମେ ଯା‌ହା କହିବ ମୁଁ ସବୁ ମାନିବି କିନ୍ତୁ ତା ପ୍ରତି ବଦଳେ ମୋର ତୁମେ ଦରକାର ନହେଲେ ତୁମ ବିନା ମୁଁ ବଞ୍ଚି ପାରିବିନି ସତ କହୁଛି । ମୋର କେବଳ ତୁମେ ହିଁ ଦରକାର ।


ସ୍ଵାତୀ ର ଏମିତି ସମର୍ପଣ ଭାବରେ ପ୍ରେମ ବନ୍ଧନ ରେ କୁନାଲ ଏମିତି ବାନ୍ଧି ହୋଇଗଲା ଯେ ସେଥିରୁ ମୁକୁଳିବାକୁ ଚାହିଁଲେ ବି ମୁକୁଳି ପାରିଲାନି କାରଣ ସେ ବନ୍ଧନ ବହୁତ ଶକ୍ତ ଥିଲା । ‌ ସେଇ ବନ୍ଧନ ର ଦାୟରେ ସ୍ବାତୀ ଯେ କୁନାଲ ପାଖରେ ନିଜକୁ କେତେଥର ସମର୍ପି ଦେଇ ସାରିଛି ତାର ହିସାବ ନାହିଁ । ହେଲେ ଏ ସମ୍ପର୍କ କୁ ସ୍ବାତୀ ଉଭୟଙ୍କ ଭିତରେ ଏମିତି ରଖିବାକୁ ଚାହିଁଲାନି । ଦୁନିଆଁ ଠାରୁ ଲୁଚି ଏମିତି ସଂପର୍କ ସ୍ବାତୀ କୁ ଠିକ୍ ଲାଗିଲାନି । ଦୁନିଆଁ ଆଗରେ ଗୋଟିଏ ସମ୍ମାନ ର ଜୀଵନ ବଞ୍ଚିବାକୁ ତା ସହିତ ନିଜକୁ ସମାଜ ଆଖିରେ ଆହୁରି ସୁଦୃଢ଼ କରିବାକୁ ମନସ୍ଥ କରି ଶେଷରେ ବାଧ୍ୟ କଲା କୁନାଲ କୁ ବିବାହ କରିବା ପାଇଁ । 


 କୁନାଲ କୁ ସ୍ଵାତୀ ତାର ଶେଷ ଚରମ ବାଣି ଶୁଣେଇ ଦେଲା " ଯଦି ଏଇ ମାସ ଭିତରେ ମୋ ମଥାରେ ସିନ୍ଦୂର ନଦିଅ ତେବେ ମୁଁ ସୁଇସାଇଡ କରିବି "


ଏବେ କ'ଣ କରିବ କୁନାଲ ଯଦି ସ୍ବାତୀ କୁ ନିଜର ନକରେ ତେବେ ସେ ନିଶ୍ଚୟ ସତରେ ପରିଣତ କରିଦେବ ଯାହା ସେ କହୁଛି । 

 ଆଉ ଯଦି ସ୍ବାତୀ ମଥାରେ ସିନ୍ଦୂର ଦେଇ ତାକୁ ସ୍ତ୍ରୀ ର ସ୍ବୀକୃତି ଦେଇ ଦିଏ ତେବେ ପ୍ରଜ୍ଞା ଘରେ ମହାଭାରତ ନୁହେଁ ମହାପ୍ରଳୟ କରି ଦେବ ।  


କୁନାଲ କ'ଣ କରିବ କ'ଣ ନ କରିବ କିଛି ଠିକ୍ ସେ ଭାବି ପାରୁନଥିଲା । ଖଟ ବାଡ଼ରେ ମୁଣ୍ଡ କୁ ଢାଏ କିନା ପିଟି ଦେଲା ।

କିନ୍ତୁ ଖଟ ବାଡ ପାଖରେ କୁନାଲ ପାଇଁ କିଛି ବି ଉତ୍ତର ନଥିଲା ।


_



Rate this content
Log in

Similar oriya story from Abstract