STORYMIRROR

Sunanda Mohanty

Abstract Action Others

3  

Sunanda Mohanty

Abstract Action Others

ଏଲିଅନ

ଏଲିଅନ

3 mins
187

ସ୍ୱଳ୍ପ ସମୟ ସାରଣୀ ଭିତରେ ମଣିଷ ର ଶାରୀରିକ ଅଭିବୃଦ୍ଧି ଘଟିବା ସହ ଜିଜ୍ଞାସା ବା ଜାଣିବାର ଇଚ୍ଛା ରୁ ଅନ୍ୱେଷଣ, ଉଦ୍ଭାବନ ଓ ଆବିଷ୍କାର ର ବିସ୍ଲେଷଣ ସବୁ ମିଳୁ ଥିଲା ବେଳେ ବିଶ୍ୱାସ ଓ ଅବିଶ୍ୱାସ ଭିତରୁ "ବିଶ୍ୱାସ ମୂଳେ ଏ ଜଗତ "ଆଉ ଅବିଶ୍ୱାସ ବି ଉଚିତ, ନହେଲେ ଠକି ଯାଇ ପୁଣି ଶିଖେ, ଠିକି ଲେ ଶିଖେ ଅଛି କଥାରେ, ଅନୁଭୂତି ରୁ ତ ଜ୍ଞାନ, ଆଉ ଅବିଶ୍ୱାସ ଶବ୍ଦ ର ସଂଜ୍ଞା ରୁ "ବହକାଲିଆ ", ଶବ୍ଦ ଟି ପ୍ରୟୋଗ କରୁଥିବା ମୋର ସହକର୍ମୀ ସେଦିନ ସ୍ୱର୍ଗକୁ ରାସ୍ତା ଲେଖା ଥିବା ବାଟରେ ଚାଲିଲେ ଏକୁଟିଆ ନୁଁହ ସସ୍ତ୍ରୀକ, ଆଉ ଗ୍ରହଣ କଲେ ଓଁ ଶାନ୍ତି ଦୀକ୍ଷା, ଛାଡିଲେ ଆମିଷ l

  ଆମେ ସମେସ୍ତେ ଆମିଷ ଭକ୍ଷଣ ର ମଜ୍ଜା ନେଲାବେଳେ ସେହି ସହକର୍ମୀ ସାର ବଡ଼ ଆମାୟିକ ଭାବେ ପାଖରେ ବସି ନିରାମିଷ ଭକ୍ଷଣ କରନ୍ତି, ଆମିଷ ପତ୍ର ସବୁ ଫୋପାଡ଼ି ଦେଲାବେଳେ, ବୁଲାକୁକୁର ବେଢ଼ି ଯାଆନ୍ତି ଊଛୀସ୍ଟ ଥାଉ ନଥାଉ, କାମୁଡ଼ା କାମୁଡି ରେ, ବଳ କଷା କଷି କରୁ କରୁ ଧୂଳିସାତ ହେଉଥିବା ପତ୍ର ର ଖାଦ୍ୟ ନଷ୍ଟ ହେଉଥିବା ଦେଖି ମୁଁ ଭିତରେ ବ୍ୟସ୍ତ ହେଲାବେଳେ ସାର କୁହନ୍ତି ଏମାନେ ଅଭିଶପ୍ତ, କୁସ୍ଚିତ, ନୀଚ୍ଚ ଜାତି ବୋଲି ଆମ ଓଁ ଶାନ୍ତି ଧର୍ମ କୁହେ, ମୋ ମନ ମୁଣ୍ଡ କଣ ହେଇଯାଉଥିଲା ବେଳେ ସାର ପୁଣି କହି ଚାଲି ଥାନ୍ତି, ଠିକ ପାଞ୍ଚ ହଜାର ବର୍ଷ ପରେ ଆମେ ଏମିତି ଏଇଠି ଏକାଠି ଫିସ୍ଟ କରୁଥିବା ଆଉ ସେମାନେ ବି ଏତାଦୃଶ ବ୍ୟବହାର ଦେଖାଉଥିବେ, ତାଙ୍କର ଏହି ଉକ୍ତି କୁ କିନ୍ତୁ ବହକାଳିଆ ନଭାବି ମୁଁ ଅନ୍ତଦୃଷ୍ଟି ଢାଳି ଚାହେଁ ଘଡ଼ିଏ, ଭାବେ ପାଂଚ ହଜାର ବର୍ଷ ର ସୃଷ୍ଟି ଚକ୍ର ବା ବୃତ୍ତ ଟିଏ ଘୁରୁଛି ନିଶ୍ଚୟ, ତା ଭିତରେ କେତେ ଯେ ବଳୟ ଥିବ, ଅନ୍ତତଃ ଶହେ ଲେଖାଏଁ ବ୍ୟାସାର୍ଧ ହେଲେ ପଚାସଶହ ବୃତ୍ତ ନିଶ୍ଚୟ ଘୁରୁଥିବ ଗୋଟିଏ କେନ୍ଦ୍ର ବିନ୍ଦୁରେ l

  ଭୂତ ପ୍ରେତ ର ଅସ୍ତିତ୍ବ ରେ ବିସ୍ଵାଶ ରଖୁନଥିବା ସାର ଙ୍କୁ ପଚାରିଲେ ସେ ଆସ୍ତି ସୂଚକ ସମର୍ଥନ ଦିଅନ୍ତି, ଆଉ ଆଗକୁ ବେଢ଼େନି ମୁଁ କାରଣ ବହକାଲିଆ ଶବ୍ଦ ଟି ବି ବାଟ ଖୋଜୁଥାଏ କେବେ କେବେ ବୁମେରା ହେବାକୁ ତ ଆଲୋ ସଖି ଆପଣା ମହତ ଆପେ ରଖି ନ୍ୟାୟ ରେ ଚାଲୁଥାଏ ବାଟ ଗଣି ଗଣି l

ପୃଥିବୀ ଅଧିବାସୀ ଙ୍କୁ ମଣିଷ କହୁଥିବା ବେଳେ ମଙ୍ଗଳ ଗ୍ରହର ଅଧିବାସି ଙ୍କୁ ଏଲିଅନ କୁହାଯିବା ବିଶ୍ୱାସ କୁ କେବେ କେବେ ଉପସ୍ଥାପନ କରି ସାର ଙ୍କ ଓଁ ଶାନ୍ତି ଦୀକ୍ଷା ଧାରୀ ଙ୍କ ସୂତ୍ର ବା ସଂଜ୍ଞା ନିରୂପଣ କ'ଣ ମତାମତ ଦେବେ ବୁଝିବାକୁ ଚାହିଁ ବି ବୁଝିପାରିନି, କାଳେ ବହକାଲିଆ କଥା ବୋଲି କହିଦେବେ ସାର l

 ସେଦିନ ମିଟିଙ୍ଗ କୁ ସାର ଙ୍କର ମୋର ଗଲୁ ତ ବାଟରେ ସାତଶଂଖ ର ନାରାୟଣୀ ହୋଟେଲରେ ସାରଙ୍କ ନିରାମିଷ ଭୋଜନ ସହ ମୋର ଆମିଷ ଭୋଜନ ର ପତ୍ର କୁ ଏକାଠି ସାର ଫିଙ୍ଗି ଦେବାକୁ ଗଲାବେଳେ ବାରଣ କରୁଥିଲି କାହିଁ ଆମିଷ ପତ୍ର ଉଠେଇବେ, ତ ସାର କାହିଁ ସେ ବହକାଲିଆ କଥା ଭାବୁଛନ୍ତି କହିଲା ବେଳେ ମୁଁ ସେ ଶବ୍ଦ ଟିର ପ୍ରକୃତ ସଂଜ୍ଞା ଖୋଜିବାକୁ ଯାଇ ଟେବୁଲ ଉପରେ ପଡ଼ିଥିବା ଇଂରାଜୀ ପତ୍ରିକା ଦି ଟାଇମସ, ଟି ପଢ଼େତ, ଏଲିଅନ ବିଷୟରେ କିଛି ରୋଚକ ତଥ୍ୟ, ମଙ୍ଗଳ ଗ୍ରହ ରେ ବାସକରନ୍ତି, ପୃଥିବୀ କୁ ବୁଲି ଆସନ୍ତି, ଆମେରିକା ସହ ସମ୍ପର୍କ ସ୍ଥାପନ କରିଛନ୍ତି, ସେମାନଙ୍କ ବିଷୟରେ କାହାରିକୁ ଜଣେଇବାକୁ ନିଷେଧ କରିଛନ୍ତି, ଏସବୁ ପଢ଼ୁଥିବା ଭିତରେ ସାର କାଉଣ୍ଟର ରେ ପଇସା ଦେଇ ଆସି ସାରିଥିଲେ, ବାଇକ ଗଡୁଥିଲା ଆଗକୁ, ସାର ବହୁତ ପ୍ରଶଂସା କରୁଥାନ୍ତି ହୋଟେଲ ର ସ୍ଥିତି, ଅବସ୍ଥିତି, ପରିସ୍ଥିତି ସହ ଖାଦ୍ୟ ପଦାର୍ଥ ର ସ୍ୱୀକୃତି ବଢିଆ ଖାନା, ମୁଁ କିନ୍ତୁ ଭାବୁଥାଏ ସେହି ଏଲିଅନ ମାନଙ୍କର କଥା, ତାଙ୍କ ଶାରୀରିକ, ମାନସିକ ସନ୍ତୁଳନ କଥା l

   ଶାରୀରିକ ସେମାନେ ଏମିତି କାହିଁକି, ଅଭିବୃଦ୍ଧି ଓ ଶାରୀରିକ ବିକାଶ ର ପ୍ରତିବନ୍ଧକ ର କାରଣ କଣ?, ପ୍ରଥିଵୀ କୁ ଆସନ୍ତି କେମିତି, କେତେବେଳେ, କାହାକୁ ଦୃଶ୍ୟମାନ ନହେଉଥିବା ବେଳେ ଆମେରିକା ସହ ସମ୍ପର୍କ ସ୍ଥାପନ ର ମାଧ୍ୟମ କଣ, ତାଙ୍କୁ ଦେଖି ଭୂତ ଭାବନ୍ତିକି ଆମ ସାଧାରଣ ଜନତା, ଆଲୋକ ସେମାନେ ସହ୍ୟ କରିପାରନ୍ତି ନା ନାହିଁ, ସେମାନଙ୍କ ଅବସ୍ଥିତି ବିଷୟରେ ଅଗରୁ କହିବାକୁ ଯାଇ କୋଉ ଭୟରେ କହିପାରିନଥିଲେ ବୈଜ୍ଞାନିକ??? 

   ସାର ଯେବେ ପଚାରୁଥିଲେ ଠିକ ସେ ବସିଛନ୍ତି ଟି ଗୁରୁମା ପ୍ରକ୍ରୁସ୍ଥିତ ହେଲି, ହଁ ହଁ କହୁ କହୁ ସବୁ କହି ପକେଇଲି ଯାହା ଏଲିଅନ ଙ୍କ ବିଷୟରେ ସବୁ ଭାବୁଥିଲି, ତ ସାର ଆଜି ପ୍ରଥମ ଥର ବହକାଲିଆ ଶବ୍ଦ ଟି ପ୍ରୟୋଗ କରି କଥା ଟିକୁ ହାଲକା ଭାବେ ଗ୍ରହଣ କରି ବା କଥାଟିକୁ ଉଡେଇ ନଦେଇ ଗମ୍ଭୀର ଭାବେ କହୁଥିଲେ ହଁ ପରା ଗୁରୁମା, ସେମାନଙ୍କ ପ୍ରସଙ୍ଗ ରେ ଆଲୋଚନା କରିବା ମନା, ହେଲେ କାହିଁକି??, ମୋ ଉତ୍ତର ମୁଁ ନିଜେ ଖୋଜୁଥିଲି l


Rate this content
Log in

Similar oriya story from Abstract