STORYMIRROR

Sunanda Mohanty

Abstract Inspirational Children

3  

Sunanda Mohanty

Abstract Inspirational Children

ଏକତାର ବଳ

ଏକତାର ବଳ

2 mins
110

ସେଦିନ କ୍ଲାସରେ ବିଜ୍ଞାନ ଶିକ୍ଷୟତ୍ରୀ ସବୁଠୁ ଭଲ ପଢୁଥିବା ଛାତ୍ର କୁ ଡାକି ଏବର୍ଷର ବିଜ୍ଞାନ ଭିତ୍ତିକ କର୍ମଶାଳା ରେ କୌଣସି ଏକ ପ୍ରୋଜେକ୍ଟ , ଯେଉଁଟା କି ସବୁଠୁ ଅନୁନ୍ନତ ଗ୍ରାମରେ କରି ଲୋକମାନଙ୍କ ଆତ୍ମବଳ ବଢ଼ାଇବା ସଙ୍ଗେ ସଙ୍ଗେ ସେମାନଙ୍କ ଜୀବନ ଶୈଳୀ ମଧ୍ୟ ବଦଳି ଯିବ , ଏହିଭଳି ଏକ ପ୍ରଜେକ୍ଟ କରିବାକୁ ଛାତ୍ରଟିକୁ ପରାମର୍ଶ ଦେଇ , ତାକୁ ପ୍ରଶିକ୍ଷଣ ଦେବାକୁ ଚାହିଁଲେ। ଶିକ୍ଷୟିତ୍ରୀ ଜଣଙ୍କ ଯେତିକି ବୁଦ୍ଧିମତୀ ଓ କୌଶଳି ତଥା ଜ୍ଞାନୀ ଗୁଣୀ ଥିଲେ , ଛାତ୍ର ଟି ଥିଲା ତାର ଓଲଟା। ଆଉ ତାର ଏକମାତ୍ର କାରଣ ଥିଲା ତାର ପରିବେଶ, ସେ ବଣ୍ଡା ଜାତିର କୋରାପୁଟିଆ ପିଲା। ତାର ସଂସ୍କୃତି, ଚାଲିଚଳନ ତାକୁ ସବୁ ଅତ୍ୟାଧଧୂନିକ ଜ୍ଞାନ ବୁଝିବାରେ ପ୍ରତିବନ୍ଧକ ସାଜୁଥିଲା, ତଥାପି କ୍ଲାସରେ ଫାଷ୍ଟ ହେଉଥିବାରୁ ଗୁରମା ଆପ୍ରାଣ ଉଦ୍ୟମ କରି ତାକୁ ବିଷୟଟି ବୁଝେଇ ବିଜ୍ଞାନ ମେଳାରେ ପ୍ରାଞ୍ଜଳ ଭାବରେ କହିବାକୁ ପ୍ରସ୍ତୁତ କରି ନେଇଥିଲେ ମଧ୍ୟ ପିଲାଟି, ବ୍ଲକ ସ୍ତରୀୟ ବିଜ୍ଞାନ ମେଳାରେ ଭଲ ପଦର୍ଶନ କରିପାରିଲା ନାହିଁ।

   ସେଠାରୁ ମନଦୁଃଖର ଫେରିବା ପରେ ଗାଁରେ ସବୁ ସ୍ୱାକ୍ଷର ଓ ନିରକ୍ଷର ସାଙ୍ଗମାନଙ୍କୁ ଏକଜୁଟ କରି ନିଜମନ ଦୁଃଖ କଥା ଜଣାଇଲା ଯେ ଗୁରୁମା କରିଥିବା ପ୍ରୋଜେକ୍ଟଟି ସେ ଠିକ ବୁଝିପାରିଥିଲେ ମଧ୍ୟ ଠିକ ଠାକ୍ କହି ନପାରିବାରୁ କେମିତି ସବୁ ପରିଶ୍ରମ ଫସର ଫାଟଗଲା। ତ ସବୁ ସାଙ୍ଗ ବୁଝିବାକୁ ଚାହିଁଲେ, ପିଲାଟି ସବୁ ଫଟୋ ଚିତ୍ର ଆଣି ସବୁକଥା ପ୍ରାଞ୍ଜଳ ଭାବରେ ବୁଝେଇ କହିଲା ସାଙ୍ଗ ମାନଙ୍କୁ।

   ପ୍ରୋଜେକ୍ଟଟିର ନାମ ଥିଲା ହାଇଡ୍ରୋଫନିକ ଚାଷ। ଅର୍ଥାତ୍ ମାଛ ଚାଷ କରିବା ସହ ତାଙ୍କ ମଳ ରୁ ଆମୋନିଆ ସଂଗ୍ରହ କରି, ଏକରେ ଜଳକୁ ବିଶୋଧିତ କରାଯାଇପାରିବ। ଦ୍ଵିତୀୟରେ ସଂଗୃହିତ ଆମୋନିଆକୁ ବୀଜାଣୁ ଦ୍ଵାରା ନାଇଟ୍ରେନରେ ପରିଣତ କରି ସେହି ପାଣିରେ ଉଦ୍ଭିଦ ଅର୍ଥାତ ଖାଦ୍ୟ ଜାତୀୟ, ଶାଗ, ପନିପରିବା, ଫଳ, ଷ୍ଟ୍ରବେରି ଇତ୍ୟାଦି ଉତ୍ପନ୍ନ ମଧ୍ୟ ହୋଇପାରିବ। ସବୁକଥା ବୁଝିଗଲେ ପିଲାମାନେ l

   ଆରମ୍ଭ ହେଲା ଗ୍ରାମରେ ବିଜ୍ଞାନ ଭିତ୍ତିକ ଅଭିଯାନ। ଦୁଇଟି ପୋଖରୀ ଖୋଳି ଲାଗିପଡିଲେ ପିଲାଏ। ଦିନ କେଇଟାରେ ମାଛ ଚାଷ ସହିତ ପାଣିରେ ଗଛ ଲଗାଇ ପାଇଲେ ସଦ୍ୟ ଫଳ ଓ ପନିପରିବା, ପୁଣି ତା ସହିତ ପାନୀୟ ଜଳ। ସେଦିନ ଛାତ୍ରଟି ଗୁରୁମାଙ୍କୁ ଡାକି ଦେଖାଇଲା ସବୁ। ଚମାତ୍କୃତ ହେଲେ ଗୁତୁମା। ଦୁଇଟି ଜଳାଶୟ ମଧ୍ୟରେ ଜ୍ଞାନ ବୁଦ୍ଧି ପ୍ରୟୋଗ କରି ସବୁ ପିଲାମାନେ ଏକାଠି ହୋଇ ପ୍ରୋଜେକ୍ଟର ବିଷୟବସ୍ତୁ କୁ ବାସ୍ତବ ରୂପରେଖ ଦେବା କେବଳ ବୁଦ୍ଧିମତ୍ତା ନୁହେଁ, ଏକତା ଦ୍ଵାରା ହିଁ ସମ୍ଭବ ହୋଇଛି ବୋଲି ଜଣାପଡି ଗ୍ରାମବାସୀ ମାନଙ୍କ ଦ୍ଵାରା ତଥା ସ୍ଥାନୀୟ ନେତା ମନ୍ତ୍ରୀଙ୍କ ଦ୍ଵାରା ସ୍କୁଲ ଓ ଗୁରୁମା ତଥା ପିଲାମାନେ ଢେର୍ ସୁନାମ ପାଇଥିଲେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract