Priyaranjan Biswal

Abstract Romance Fantasy

3  

Priyaranjan Biswal

Abstract Romance Fantasy

ଏଇତ ଜୀବନ- ପ୍ରଥମ ଅଂଶ

ଏଇତ ଜୀବନ- ପ୍ରଥମ ଅଂଶ

4 mins
164



   ରତନପୁର ବୋଲି ଏକ ଛୋଟିଆ ଗାଁ। ସେଇ ଗାଁରେ ମାନସ ଦାସ ନିଜ ସ୍ତ୍ରୀ ସୁରେଖାଙ୍କ ସହ ରହୁଥିଲେ। ମାନସଙ୍କ ବୃତ୍ତି ଥିଲା କୃଷି। ହେଲେ ମଧ୍ଯ ନିଜ ଗାଁ ଆଉ ନିକଟ ଅଞ୍ଚଳରେ ତାଙ୍କର ଅନେକ ସମ୍ମାନ ଥିଲା। ମାନସଙ୍କର ଆହୁରି ତିନିଜଣ ବଡଭାଇ ଥିଲେ। ମାତ୍ର ସେମାନେ ସବୁ ଅଲଗା ଅଲଗା ରହୁଥିଲେ। ମାନସ ଯେହେତୁ କୃଷକ ଥିଲେ ତେଣୁ ତାଙ୍କ ନିକଟରେ ସର୍ବଦା ଅର୍ଥର ଅଭାବ ଲାଗି ରହୁଥିଲା। ହେଲେ ଏଥିପାଇଁ ସେ କେବେ ମନ ଦୁଃଖ କରନ୍ତିନି। ଯେତେବେଳେ ଯେତିକି ମିଳେ ସେତିକିରେ ଆନନ୍ଦର ସହ ଚଳି ଯାଆନ୍ତି। ସ୍ୱାମୀ ସ୍ତ୍ରୀ ଦୁହେଁ ଭାରି ନିରୀହ ଓ ସ୍ନେହି। ହେଲେ ତାଙ୍କର ଗୋଟିଏ ଦୁଃଖ ବାହାଘରକୁ ଆଠ ବର୍ଷ ହୋଇ ଗଲାଣି ହେଲେ ସନ୍ତାନ ସନ୍ତତି କେହି ନାହାଁନ୍ତି। ସୁରେଖା ଦେବୀ ଯେତେଥର ଗର୍ଭବତୀ ହେଉଛନ୍ତି ସବୁଥର ମଲାଛୁଆ ହିଁ ଜନ୍ମ ହେଉଛନ୍ତି। ସନ୍ତାନଟିଏ ପାଇଁ କେତେ ଓଷା ବ୍ରତ, ଯଜ୍ଞ, ଅନୁଷ୍ଠାନ କରି ମଧ୍ଯ କିଛି ଲାଭ ମିଳୁନି। କେତେ ଜ୍ଯୋତିଷ, ବ୍ରାହ୍ମଣଙ୍କୁ ଜାତକ ଦେଖେଇଲେ ବି କିଛି ସୁଫଳ ମିଳୁ ନଥାଏ। ମାନସଙ୍କ ସଳା ଜଣେ ଶିକ୍ଷକ। ତାଙ୍କର ଅନେକ ସାଙ୍ଗ ଡାକ୍ତର, ତେଣୁ ସେ ସେମାନଙ୍କ‌ ସହ ନିଜ ଭଉଣୀର ଗର୍ଭବତୀ ଜନିତ ସମସ୍ଯା ସମ୍ପର୍କରେ ଆଲୋଚନା କରି ସବୁ ରିପୋର୍ଟ ଦେଖାଇ ଜାଣିବାକୁ ପାଇଲେ ତାଙ୍କ ଭଉଣୀଙ୍କ ଗର୍ଭାଶୟ ଅନ୍ଯମାନଙ୍କ ତୁଳନାରେ ବହୁତ ଛୋଟ ଥିଲା, ତେଣୁ ତାଙ୍କର ପ୍ରତ୍ଯେକ ସନ୍ତାନ ମୃତ ଜନ୍ମ ହେଉଛନ୍ତି। ତେଣୁ ଏପରି ଜଟିଳ ସମସ୍ଯାର ତୁରନ୍ତ ଚିକିତ୍ସା ଆରମ୍ଭ କରିଦେଲେ ଡାକ୍ତର। 


       କିଛିଦିନ ପରେ ସୁରେଖା ଦେବୀ ପୁଣିଥରେ ଗର୍ଭବତୀ ହେଲେ। ତେଣୁ ଏଥର ସନ୍ତାନ ସୁଖ ପାଇବାପାଇଁ ଅଧିକ ଭକ୍ତିର ସହ ପୂଜାର୍ଚ୍ଚନା ସହ ନିଜ ଭାଗ୍ଯ ବିଚାର କରିବାକୁ ଜଣେ ବଡ‌ ଜ୍ଯୋତିଷଙ୍କ ପାଖକୁ ସେମାନଙ୍କର ଜାତକ ନେଇ ଗଲେ। ଜ୍ଯୋତିଷ ଗଣନା କରି କହିଲେ, ତୁମେ ଜଦି ସନ୍ତାନ ସୁଖ ପାଇବାକୁ ଇଛା କରୁଛ ତେବେ ନିଜ ସନ୍ତାନକୁ ଦୁଇ ମାସ ହେବା କ୍ଷଣି ନିଜଠୁ ଦୂରରେ ରଖି ବଢାଇବାକୁ ହେବ। ସନ୍ତାନର ଯେତେବେଳେ ତେର ବର୍ଷ ପୁରଣ ହେବ ତାପରେ ସିଏ ତୁମ ସହ ରହି ପାରିବ।


    ‌ ‌ସମୟ ବିତିବାକୁ ଲାଗିଲା ଦଶମାସ ପରେ ସୁରେଖା ଦେବୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲେ। ବଡ ସମାରୋହ କରି ପୁଅର ନାମକରଣ ମଧ୍ଯ କଲେ। ପୁଅର ନାମ ରଖିଲେ ମନୋଜ। ତାପରେ ଆନନ୍ଦରେ ଦିନ ସବୁ ବିତିବାକୁ ଲାଗିଲା। ଚାହୁଁଚାହୁଁ ଦୁଇମାସ ହୋଇଗଲା। ଛାତିରେ ପଥର ଲଦି ମାନସ ଓ ସୁରେଖା ଦେବୀ ପୁଅକୁ ତା ମାମୁଁ ମାଇଁ ହାତକୁ ଟେକିଦେଲେ। ମନୋଜ ତା ମାମୁଁ ମାଇଁଙ୍କ ପାଖରେ ରହି ବଢିବାକୁ ଲାଗିଲା। ହେଲେ ମନୋଜର ମାଇଁ ମନୋଜକୁ ହୃଦୟରୁ କେବେ ଭଲପାଉନଥିଲେ। କେବଳ ଭଲପାଇବାର ଅଭିନୟ କରୁଥିଲେ। ସମୟତ‌ କାହାକୁ ଅପେକ୍ଷା କରେନି, ତେଣୁ ସମୟ ସ୍ରୋତରେ ମନୋଜ ଏବେ ଦୁଇବର୍ଷର ହୋଇଗଲାଣି। ଶଶିକଳା ଭଳି ବଢିଚାଲିଥାଏ ମନୋଜ। ସତେ ଯେମିତି ବିଧାତା ତାକୁ ଶିଘ୍ର ବଡ କରି ନିଜ ବାପା ମାଆଙ୍କ ଦୁଃଖ ଦୂର କରିବାକୁ ଚାହୁଁଥିଲେ।


ରତନପୁରରୁ କୋଡିଏ କିଲୋମିଟର ଦୂରରେ ଉଦଳା ନାମକ ଗୋଟିଏ ଗାଁରେ କରୁଣା ପଟ୍ଟନାୟକ, ତାଙ୍କ ଭାଇ ମହିମା ପଟ୍ଟନାୟକ ନିଜ ପରିବାର ସହ ରହୁଥିଲେ। କରୁଣା ପଟ୍ଟନାୟକ ଜଣେ ଭଲ ବ୍ଯବସାୟୀ ଥିଲେ। ଧନ ସମ୍ପତିରେ ତାଙ୍କର କୌଣସି ଅଭାବ ନଥିଲା। କରୁଣା ବାବୁଙ୍କ ସେ ଅଞ୍ଚଳରେ ବେସ୍ ଖାତିର୍ ଥିଲା। ଆଖପାଖ ଅଞ୍ଚଳର କୌଣସି ସମସ୍ଯା କରୁଣା ବାବୁଙ୍କ ବିନା ସମାଧାନ କରିବା ଥିଲା ଅସମ୍ଭବ। କରୁଣା ବାବୁଙ୍କୁ ଲୋକମାନେ ବହୁତ୍ ମାନୁଥିଲେ ଓ ତାଙ୍କର ସମ୍ମାନ କରୁଥିଲେ। ନିଜର ବଂଶ, ପରମ୍ପରା, ଆଭିଜାତ୍ଯକୁ ନେଇ କରୁଣା ବାବୁଙ୍କର ଥିଲା ଅନେକ ଗର୍ବ ଓ ସ୍ୱାଭିମାନ। କରୁଣା ବାବୁଙ୍କ ସ୍ତ୍ରୀ ସୁଲୋଚନା ଦେବୀ ଗର୍ଭବତୀ ଥିଲେ ଓ ସେ ଏକ କନ୍ଯା ସନ୍ତାନ ଜନ୍ମ ଦେଲେ। ଫଳରେ ପରିବାର ଲୋକଙ୍କର ଖୁସିର ସୀମା ରହିଲା ନାହିଁ। 


    ବହୁତ ଆଡମ୍ବରରେ ଝିଅର ନାମ କରଣ ଉତ୍ସବ କଲେ କରୁଣା ବାବୁ। ଝିଅର ନାମ ରଖିଲେ ସୁକନ୍ଯା। ଝିଅର ଜନ୍ମ ପରେ କରୁଣା ବାବୁଙ୍କର ବ୍ଯବସାୟ ବହୁଗୁଣରେ ବୃଦ୍ଧି ପାଇବାରେ ଲାଗିଲା। ସତେ ଯେମିତି ତାଙ୍କ ଘରକୁ ସୁକନ୍ଯା ରୂପରେ ସ୍ୱୟଂ ମା ଲକ୍ଷ୍ମୀ ଆଗମନ କରିଛନ୍ତି। କରୁଣା ବାବୁଙ୍କ ବ୍ଯବସାୟ ଦିନରେ ଦୁଇଗୁଣା ଓ ରାତିରେ ଚାରିଗୁଣା ବୃଦ୍ଧି ପାଇବାକୁ ଲାଗିଲା। କରୁଣା ବାବୁ ଦିନେ ଖୁସିରେ ସୁଲୋଚନା ଦେବୀଙ୍କୁ କହିଲେ ବୁଝିଲ ଆମ ଝିଅ ଆମ ଭାଗ୍ଯ ବଦଳେଇବାକୁ ଆମ କୋଳରେ ଜନ୍ମ ନେଇଛି। ସେ ଜନ୍ମ ନେବା ପରେ ସବୁ ବ୍ଯବସାୟ ବହୁତ ଭଲ ଚାଲିଛି। ଏମିତିକି ଯେଉଁ ସବୁ ବ୍ଯବସାୟରେ କ୍ଷତି ହେଉଥିଲା ସେଥିରେ ଏବେ ଦଶଗୁଣା ଲାଭ ହେବାକୁ ଆରମ୍ଭ ହେବାକୁ ଆରମ୍ଭ କଲାଣି। ଯେତେ ଯାହା ହେଲେ ବି ମୋ ରାଜକୁମାରୀର ମୁଁ କୌଣସି ଅଭାବ ରଖିବି ନାହିଁ। ଦୁନିଆର ସବୁ ସୁଖ ଏହାର ପାଦ ତଳେ ଓଜାଡି ଦେବୀ। ସେ କହିବା ପୂର୍ବରୁ ତାର ସବୁ ଇଚ୍ଛାକୁ ମୁଁ ପୂରଣ କରିଦେବି। ସୁଲୋଚନା ଦେବୀ କହିଲେ ଆରେ ଏଇତ ଜୀବନ। କେତେବେଳେ କାହା ଭାଗ୍ଯରେ କଣ ଅଛି କିଏ କହିବ? ହଁ ମୁଁ ଦେଖୁଛି ତୁମେ ତୁମ ଝିଅକୁ ପାଇ ମତେ ପୁରା ଭୁଲିଗଲଣି। କରୁଣା ବାବୁ କହିଲେ ନା ନା ସେଇଟା କଣ ସମ୍ଭବ? ତୁମେ ତ ମତେ ମୋ ଲକ୍ଷ୍ମୀକୁ ଆଣି ଦେଇଛ। ତୁମକୁ ଭୁଲିବି କେମିତି। ସୁଲୋଚନା ଦେବୀ କହିଲେ ହଉ ହେଲା, ସମୟ କହିବ ଆଗକୁ କଣ ହେବ? ରାତି ଅନେକ ହେଲାଣି ଚାଲ ଶୋଇବା। ଝିଅ ଉଠିଲେ ମତେ ପୁଣି ଅନିଦ୍ରା ରହିବାକୁ ପଡିବ। କରୁଣା ବାବୁ କହିଲେ ନା ନା ତୁମେ ଶୁଅ ମୁଁ ଅଛି ଝିଅ ଉଠିଲେ ମୁଁ ତା କଥା ବୁଝିଦେବି। ସୁଲୋଚନା ଦେବୀ କହିଲେ କି ହେ ତୁମ ମୁଣ୍ଡ ଆଉ କାମ କରୁନିକି? କରୁଣା ବାବୁ କହିଲେ କାଇଁ କଣ ହେଲାକି? ସୁଲୋଚନା ଦେବୀ କହିଲେ ତୁମେ ଯଦି ଅନିଦ୍ରା ରହି ଝିଅ କଥା ବୁଝିବ କାଲି ବ୍ଯବସାୟ କଥା କିଏ ବୁଝିବ? କରୁଣା ବାବୁ କହିଲେ କେହି ନବୁଝିଲେ କାଲି ବନ୍ଦ ରହିବ। ସୁଲୋଚନା ଦେବୀ କହିଲେ ଆଉ ଝିଅକୁ ଭୋକ ହେଲେ ତୁମେ କଣ ଖାଇବାକୁ ଦେବ? ଚୁପଚାପ୍ ଶୁଅ ବୁଝିଲ। ହେ ପ୍ରଭୁ ମୋ ପରିବାର ସବୁବେଳେ ଏମିତି ଖୁସିରେ ଥାଉ। କ୍ରମଶଃ...



Rate this content
Log in

Similar oriya story from Abstract