Kshyama sagar Prusty

Romance Tragedy

3.1  

Kshyama sagar Prusty

Romance Tragedy

ଏ କାହାଣୀ ଅତୀତର( ଶେଷ ଭାଗ )

ଏ କାହାଣୀ ଅତୀତର( ଶେଷ ଭାଗ )

6 mins
201



ଦୁଇଟି ସରଳ ହୃଦୟର l ଦୁଇ ଦରଦୀ ବନ୍ଧୁଙ୍କର l

କିଛି ମାନ ଅଭିମାନର l ଜଣେ ଲେଖିକା ଜଣେ ଲେଖକଙ୍କର l

ଲେଖାଶ୍ରୀ, ଲେଖକ ମୋହନଙ୍କର l

କିଛି ପ୍ରେମ ବିରହର l ଏ କାହାଣୀ ଅତୀତର l ଦୀର୍ଘ ସାତ ବର୍ଷର l

ପୂର୍ବାଭାଷ-କଣ ଲେଖାଶ୍ରୀଙ୍କ ମନର ଭାବନା ସବୁକୁ ବୁଝିଲେ ଲେଖକ ମୋହନ ? କଣ ଲେଖାଶ୍ରୀ, ଲେଖକ ମୋହନ ଏକାଠି ହେଲେ ପୁଣି ଥରେ ?

ଜୀବନ ଦୋଛକିରେ ଲେଖାଶ୍ରୀ ଓ ଲେଖକ ମୋହନ l ଜଣେ ତାର ଦରଦୀ ବନ୍ଧୁଠୁ ବହୁ ଦୂରେ l ଆଉ ଜଣେ ପ୍ରେମ ବିରହରେ ଝୁରି ମରେ l କବିତାର କଲମରେ ଲୁହକୁ କାଳୀ କରି ସାରେ l କେବେ ଦୁହିଁଙ୍କର ମିଳନ ହେବ l ଅପେକ୍ଷାର ଅନ୍ତ ଘଟିବ l କେବେ ସେ ଦିନ ଆସିବ ?

ଦିନକର ଘଟଣା ଲେଖକ ମୋହନ ନିରୋଳାରେ ବସିଭାବୁଥିଲା କିଛି ଏମିତି ଲେଖିବ ଯାହାକୁ ପଢି ଲେଖାଶ୍ରୀ ନିଶ୍ଚୟଂ ଫେରିଆସିବ ତାର ଘରେ l ଦରଦୀ ବନ୍ଧୁଟେ ସାଜି ତା ଜୀବନରେ l ଲେଖି ପୋଷ୍ଟ କରୁଥିଲା ବହୁଭାଷୀ ସାହିତ୍ୟ ମହାମଞ୍ଚରେ l ହଠାତ ତା ନଜର ପଡିଲା ଏକ କବିତା ଉପରେ ଶବ୍ଦ ସବୁ ଚିହ୍ନା ଚିହ୍ନା ଲାଗୁଥିଲା l ଲେଖକ ମୋହନ କବିତାଟିକୁ ପଢିବାକୁ ଆରମ୍ଭକଲା l ପ୍ରତିଟି ଶବ୍ଦରେ ଲେଖାଶ୍ରୀର ପ୍ରତିଛବି ଦିଶୁଥିଲା l ସେଥିରେ ଲେଖା ଥିଲା..

                  " ସାଥି "

ସାଥି ରାଗ ଅଭିମାନେ ଚାଲି ଆସିଲି ସିନା ତମଠୁ ମୁଁ ବହୁଦୂରେ

ତମ ବିନା ସାଥି କିଛି ଭଲ ଲାଗୁନି ଏହିଠାରେ..

ମୋ ଦିନ ବିତେ ତମ ଭାବନାରେ ସାଥି ରାତି କଟେ ଅନିଦ୍ରାରେ

ନା ମନ ଲାଗୁଛି କବିତା ଲେଖାରେ ସାଥି ତୁମ ଲେଖାକୁ ମୁଁ ଝୁରେ..

ଚାଲି ଆସ ଲେଖକ ମୋହନ ଦରଦୀ ବନ୍ଧୁଟେ ସାଜି ପୁଣିଥରେ

ମୋ ଜୀବନ ସାଥୀଟେ ହୋଇ ଏଇ ମୋ ଜୀବନରେ..l

ଲେଖକ ମୋହନ ନିଜ ନାଁ ପଢି କବିତାରେ ଆଶ୍ଚର୍ଯ୍ୟ..!! ହୋଇଗଲା l ଏ କବିତା ତ ମୋ ପାଇଁ ଲେଖା ଅଛି କଣ ଏ କବିତା ଲେଖାଶ୍ରୀର ? ଶେଷରେ ନାଁ ଓ ଠିକଣା ଖୋଜିଲା ଲେଖାଶ୍ରୀ ନାଁ ପଢି ବହୁତ ଖୁସିହେଲା l ତାର କବିତା ପୋଷ୍ଟ ସବୁକୁ ପଢିବାକୁ ଆରମ୍ଭ କଲା l ପ୍ରତିଟି କବିତାରେ ତା ଶହ ବିତିଥିବା କିଛି ନା କିଛି ସ୍ମୃତି ଲେଖାଥିଲା l ମନେ ମନେ ସ୍ଥିର କଲା ହଁ ମୁଁ ନିଶ୍ଚୟଂ ଫେରିଯିବି ହେଲେ ସେଥିରେ ତା ଠିକଣା ନଥିଲା କେମିତି ଯିବି କୋଉଠିକି ଯିବି ପୁଣି ମନରେ ଦୁଃଖର କଳା ବାଦଲ ଘୋଟିଗଲା l ଦୀର୍ଘ ସାତବର୍ଷପରେ ସେ ତା ଦରଦୀ ବନ୍ଧୁ, ତା ଜୀବନ ସାଥିକୁ ଫେରି ପାଇଥିଲା ହେଲେ ତା ଠିକଣା କେମିତି ସେ ନ ଦେଲା ? ହୃଦୟରୁ କୋହ ସବୁ ଆଖିର ଲୁହ ହୋଇ ବହି ଆସିଲା ଲେଖକ ମୋହନର l କଣ ବା ସେ ଆଉ କରିବ ? ଶେଷରେ ଲେଖକ ମୋହନ ସେହି କବିତାର ଟିପ୍ପଣୀ ସମୂହ, ବାକ୍ସରେ ଲେଖିଦେଲା " ସାଥି " କବିତା ଟି ପଢି ଖୁସିଲାଗିଲା ବିଗତ ଦିନର ସ୍ମୃତି ସବୁ ମନେପଡ଼ିଗଲା ସାଥି ଠିକଣା ଦିଅ ନହେଲେ ସାଥି ଫେରି ଆସ ମୋର ସ୍ମୃତିର ଗୃହ ?

ଏପଟେ ଲେଖାଶ୍ରୀ ବହୁଦିନ ପରେ ଲେଖକ ମୋହନର ସ୍ମୃତିରେ ତାର କିଛି ଲିଖିତ କବିତା ପୋଷ୍ଟ କରୁଥିଲା ବହୁଭାଷୀ ସାହିତ୍ୟ ମହା ମଞ୍ଚରେ l ହଠାତ ତା ନଜର ପଡିଲା ସୂଚନା ବାକ୍ସ ଉପରେ ତାପାଇଁ କିଛି ସୂଚନା ଆସିଥିଲା l ସେ ସୂଚନା ବାକ୍ସ ଖୋଲି ଦେଖିଲା ବେଳକୁ ତାର କବିତାର ଟିପ୍ପଣୀ ସମୂହ ବାକ୍ସରେ ଲେଖକ ମୋହନ ନାମରେ କିଛି ସୂଚନା ଥିଲା l ତାର ନାଁ ପଢି ସେ ଆଶ୍ଚର୍ଯ୍ୟ..!! ହୋଇଗଲା l କଣ ଏ ତା ଦରଦୀବନ୍ଧୁ ଲେଖକ ମୋହନର କିଛି ସୂଚନା ଆସିଛି ତାପାଇଁ..? ତାର ବିଶ୍ୱାସ ହେଉନଥିଲା ତା ଆଖି ଉପରେ l ସେଥିରେ ଲେଖାଥିଲା " ସାଥି " କବିତାଟି ପଢି ଖୁସୀଲାଗିଲା ବିଗତ ଦିନର ସ୍ମୃତି ସବୁ ମନେପଡ଼ିଗଲା ସାଥି ଠିକଣା ଦିଅ ନହେଲେ ସାଥି ଫେରିଆସ ମୋର ସ୍ମୃତିର ଗୃହ l ଲେଖକ ମୋହନର ସୂଚନା ପଢି ସେ ତାର ସବୁ କବିତା ପୋଷ୍ଟ କୁ ଦେଖୁଥିଲା l ହଠାତ ତା ନଜର ପଡିଲା ଗୋଟେ କବିତାର ଶୀର୍ଷକ ଉପରେ ସେଥିରେ ଲେଖାଥିଲା..

" ତୋ ପ୍ରେରଣାରେ " ଲେଖାଶ୍ରୀ କବିତାଟିକୁ ପଢିବାକୁ ଆରମ୍ଭ କଲା..

" ତୋ ପ୍ରେରଣାରେ "

କିଛି ଲେଖୁ ଲେଖୁ,

ମନ କଥା ଲେଖିଦେଲି ହୃଦୟ ଡାଏରୀରେ

ମୁଁ ଲେଖକଟିଏ ହେଲି ତୋ ପ୍ରେରଣାରେ..

କିଛି ଗାଉ ଗାଉ ହୃଦୟ ଗୀତ ମୋ ଗାଈଶୁଣେଇଲି

ମୁଁ ଗୀତିକାର ଟିଏ ହେଲି ତୋ ପ୍ରେରଣାରେ..

କିଛି ଆଙ୍କୁ ଆଙ୍କୁ ଚିତ୍ରଟିଏ ଆଙ୍କିଦେଲି

ମୁଁ ଚିତ୍ରକରଟିଏ ହେଲି ତୋ ପ୍ରେରଣାରେ..

କିଛି ଗଢୁ ଗଢୁ ତୋ ପ୍ରତିମୂର୍ତ୍ତି ଗଢ଼ିଦେଲି ମାଟିରେ

ମୁଁ ଶିଳ୍ପୀଟିଏ ହେଲି ତୋ ପ୍ରେରଣାରେ..

କବିତାଟିକୁ ପଢିଲା ବେଳେ ଲେଖାଶ୍ରୀର ସବୁ ସ୍ମୃତି ମନେ ପଡିଗଲା ଯାହା ଲେଖକ ମୋହନ ଶହ ବିଗତ ଦିନରେ ବିତିଥିଲା l ଦୀର୍ଘ ସାତବର୍ଷର ପ୍ରତିଟି ମୁହୂର୍ତ୍ତର ପ୍ରତିଛବି ସବୁ ଦିଶୁଥିଲା l ଲେଖାଶ୍ରୀ ମନେ ମନେ ସ୍ଥିରକାଲା ସାଥି ଠିକଣା ମୋର କଣ କରିବ କୁହ ତୁମ ଆଖିରୁ ଝରିଲାଣି ଅନେକ ଲୁହ ଆଉ କିଛି ସମୟ ଅପେକ୍ଷାରେ ରୁହ ମୁଁ ନିଶ୍ଚୟ ଫେରିଯିବି ତମ ସ୍ମୃତିର ଗୃହ.. ଲେଖି ପୋଷ୍ଟ କରିଦେଲା ଲେଖକ ମୋହନର ଟିପ୍ପଣୀ ସମୂହ ବାକ୍ସରେ l ପୁଣି ଅନ୍ୟ କବିତା ସବୁ ପଢିବାକୁ ଆରମ୍ଭ କଲା ପ୍ରତି କବିତାରେ କିଛିନା କିଛି ସ୍ମୃତି ଦେଖି ଭରିଗଲା ତାର ଆଖିରେ ଆଖିଏ ଲୁହ l ମନେ ମନେ କହୁଥାଏ ଏ ଅପେକ୍ଷାର ଅନ୍ତ କେବେ ଘଟିବ କୁହ l ନିଜ ମନକୁ ଶାନ୍ତନା ଦେଲା ଲିଖିତ କବିତାକୁ ପୋଷ୍ଟ କଲା l ଏମିତି କିଛି ସମୟ ବିତିଗଲା ଶେଷରେ ଲେଖାଶ୍ରୀ ନିଷ୍ପତି ନେଲା ସେ ଫେରିଯିବ ତାର ଦରଦୀ ବନ୍ଧୁ,ତାର ଜୀବନ ସାଥି ଲେଖକ ମୋହନଙ୍କ ସ୍ମୃତିର ଗୃହ.. I

ଦୀର୍ଘ ଦଶବର୍ଷ ପରେ ଲେଖାଶ୍ରୀ ଫେରିଆସୁଛି ତାର ଦରଦୀ ବନ୍ଧୁ ତାର ହୃଦୟର ସାଥି ତା ଜୀବନ ସାଥି ଲେଖକ ମୋହନର ସ୍ମୃତିର ଗୃହ l ମନେ ମନେ ଭାବୁଛି ସେ କେମିତି ଥିବ କଣ କରୁଥିବ ଦୀର୍ଘ ଦଶବର୍ଷ ପରେ ହଠାତ ଦେଖା ହେଇ ଲେଖାଶ୍ରୀ,ଲେଖକ ମୋହନ କୁ ଆଶ୍ଚର୍ଯ୍ୟ..!! କରିଦେବ l ମନର ଅକୁହା କଥା ସବୁ ତା ଆଗେ କହିବ ଏମିତି ଅନେକ ଆଶା ତା ମନରେ ସୁମାରୀ ଶେଷରେ ପହଞ୍ଚି ଗଲା ଲେଖକ ମୋହନର ସ୍ମୃତିର ଗୃହରେ l କବାଟ ଖୋଲି ଦେଖେ ତ ତାର ନଜର ପଡିଲା ଗୃହର ଗୋଟେ କାନ୍ଥରେ ? କାନ୍ଥ ସାରା କବିତା ଲେଖାରେ ପରିପୂର୍ଣ୍ଣ l ପ୍ରତିଟି ଲେଖାରେ ଲେଖକ ମୋହନ ଶହ ସାତବର୍ଷରେ ବିତିଥିବା ମୁହୂର୍ତ ସବୁର ପ୍ରତିଛବି ଅଙ୍କାହୋଇଛି l ତାର ଆଖିକୁ ବିଶ୍ୱାସ ହେଉ ନଥାଏ l ପ୍ରତିଟି ମୁହୂର୍ତ୍ତର ପ୍ରତି ଛବି ସବୁକୁ ଦେଖୁଥାଏ କବିତା ଗୁଡିକୁ ପଢୁଥାଏ l କବିତା ସବୁକୁ ପଢୁ ପଢୁ ହଠାତ ତା ନଜର ପଡିଲା ଟେବୁଲର ଗୋଟେ ପ୍ରତିମୂର୍ତ୍ତି ଉପରେ ସେ ମୂର୍ତ୍ତିଟି ଅବିକଳ ତା ପରି ଦିଶୁଥିଲା l ସେଥିରେ କିଛି ଲେଖା ଥିଲା..

       " ତମେ ଚାଲିଗଲା ପରେ "

ଗଳ୍ପ ମୁଁ ଲେଖୁଛି, କବିତା ଲେଖୁଛି ତମରି ନାଁରେ

ଲେଖକ ସାଜିଛି, ଲେଖାଶ୍ରୀ ତମ ପ୍ରେରଣାରେ 

ତମରି ସ୍ମୃତିରେ ସାଥି, ତମେ ଚାଲିଗଲା ପରେ..

ଏବେ ଗୀତଟେ ଲେଖିଛି ତମରି ସ୍ମୃତିରେ

ଅନ୍ତରା ଅଛି,ମୁଖୁଡ଼ା ଅଛି ତମରି ନାଁରେ 

ଶୁଣିବାକୁ ଚାହେଁ ସାଥି, ତମରି କଣ୍ଠସ୍ଵରେ..(୨ଥର )


ଶିଳ୍ପୀ ମୁଁ ସାଜିଛି,ମୂର୍ତ୍ତିଟେ ଗଢ଼ିଛି ମାଟିରେ

ପ୍ରତିମୂର୍ତ୍ତିଟେ ଅଛି, ତମ ପ୍ରତିଛବି ଦିଶୁଛି ସେଥିରେ

ତମରି ସ୍ମୃତିରେ ସାଥି ତମେ ଚାଲିଗଲା ପରେ.. (୨ଥର )


ମୋ ହୃଦୟ ଅଛି,ଏଇ ଛାତିରେ

ସ୍ପନ୍ଦନ ନେଇଯାଇଛ ତମରି ସାଥିରେ

ଶରୀର ଅଛି ଆତ୍ମା ନାହିଁ ସେଥିରେ..(୨ଥର )


ଫଟୋ ମୋ ଅଛି, ସ୍ମୃତିର ଗୃହ କାନ୍ଥରେ

ଦୀପଟେ ଅଛି, ସଳିତା ଅଛି ସେଥିରେ

ଦୀପଟେ ଜାଳିବ ମୋରି ପାଖରେ

ଶେଷଇଚ୍ଛା ମୋ ପୂର୍ଣ୍ଣ କରିବ ସାଥିରେ

ମୋରି ସ୍ମୃତିରେ ସାଥି, ମୁଁ ଚାଲିଗଲା ପରେ..(୨ଥର )

ଗଳ୍ପ ମୁଁ ଲେଖୁଛି, କବିତା ଲେଖୁଛି ତମରି ନାଁରେ

ଲେଖକ ସାଜିଛି, ଲେଖାଶ୍ରୀ ତମ ପ୍ରେରଣାରେ

ତମରି ସ୍ମୃତିରେ ସାଥି, ତମେ ଚାଲିଗଲାପରେ..

ତମରି ସ୍ମୃତିରେ ସାଥି, ତମେ ଚାଲିଗଲାପରେ..I

ଲେଖାଟିକୁ ପଢୁ ପଢୁ ତାର ନଜର ପଢିଲା ଅନ୍ୟ ଏକ କାନ୍ଥରେ ଲେଖକ ମୋହନର ଫଟୋଟିଏ ଟଙ୍ଗାହୋଇଛି ଫୁଲମାଳ ଟିଏ ପଡିଛି ଦେଖି ତାର ଆଖିରେ ଅନ୍ଧକାର ଛାଇ ଗଲା ତାର ଆଖିକୁ ବିଶ୍ୱାସ ହେଉନଥିଲା ସେ ବଡପାଟି କରି ଡାକିଲା ମୋହନ ତମେ କୋଉଠି ଦେଖ ମୁଁ ଫେରି ଆସିଛି ତମ ଦରଦୀ ବନ୍ଧୁ,ତମ ଜୀବନ ସାଥି , ତମ ପ୍ରିୟ ଲେଖିକା ଲେଖାଶ୍ରୀ.. ମଜାକ କରନି ମୋ ଶହ ମୁଁ ଆସିଥିଲି ତମକୁ ହଠାତ ଦେଖା ହେଇ ଆଶ୍ଚର୍ଯ୍ୟ..!! କରିଦେବି ହେଲେ ତମେ ତ ମତେ ଆଶ୍ଚର୍ଯ୍ୟ..!! କରିଦେଲ ଆଉ ଲୁଚନୀ ଇଏ କଣ ତମ ଫଟୋରେ ଏ ଫୁଲମାଳ କାନ୍ଥ ସାରା କବିତା ତମ ମୋ ଚିତ୍ର ଏ ସବୁ କଣ ମୋହନ, ଲେଖକ ମୋହନ.. ପୁଣି ବଡ ପାଟିକରି ଡାକିଲା ଲେଖାଶ୍ରୀ ହେଲେ କେହି ଶୁଣିଲେନି l ଗୃହର ବାହାରୁ ଗାଁର ଜଣେ ଲୋକ ପାଟି ଶୁଣି ଆସି ଗୃହ ଭିତରେ ଦେଖିଲେ ତ ଜଣେ ଯୁବତୀ ଗୃହରେ ଛିଡ଼ାହୋଇଛନ୍ତି ପଚାରିଲେ କିଏ ତମେ କାହାକୁ ଖୋଜୁଛ ଏଠି କେହି ନାହାନ୍ତି l ମାନେ..? ମୁଁ ଲେଖାଶ୍ରୀ ପଚାରିଲେ ମୋହନ କୁଆଡେ ଗଲେ ? ଗାଁ ଲୋକ ଜଣକ କହିଲେ ମୋହନଙ୍କ ତ ମୁତ୍ୟୁ ହୋଇଯାଇଛି ଦେଖୁନ ତାଙ୍କ ଫଟୋ ସେଇଠି ଟଙ୍ଗା ହୋଇଛି l କେମିତି ହେଲା ମୃତ୍ୟୁ ଲେଖାଶ୍ରୀ ପଚାରିଲେ l ସେ କହିଲେ ତାଙ୍କ ଦରଦୀ ବନ୍ଧୁଙ୍କ ବିରହରେ ଝୁରି ଝୁରି ଦୁଇବର୍ଷ ହେଲାଣି ହୃଦ୍ଘାତରେ ତାଙ୍କ ମୃତ୍ୟୁ ହେଈଛି l ଦେଖୁନ ଏ ଘର ସାରା କେତେ ଚିତ୍ର କେତେ କବିତା ଲେଖା ହୋଇଛି ତାଙ୍କ ନାଁରେ l ଲେଖାଶ୍ରୀର ଏବେ ବି ବିଶ୍ୱାସ ହେଉନି ତାଙ୍କ କଥା ଉପରେ ନିଜ ଆଖିଉପରେ l ବାରମ୍ବାର ଦେଖୁଥାନ୍ତି ମୋହନଙ୍କ ଫଟୋ କୁ ଆଖିରେ ଆଖିଏ ଲୁହ ଛାତିରେ ଛାତିଏ କୋହ ଫଟୋ କୁ ଆଣି ନିଜ ଛାତିରେ ଲଗେଇ କହୁଥାନ୍ତି ମୋହନ ତମେ ମତେ ଏକା କରି କେମିତି ଚାଲିଗଲ ଏତେ ଭଲ ପାଉଥିଲ ଏ ଦରଦୀ ବନ୍ଧୁକୁ ଝୁରି ଝୁରି ଶେଷରେ ମତେ ଏକା କରି ଚାଲିଗଲ ଆରପାରିକୁ ତମ ବିନା ଏକା ଏକା ମୁଁ କେମିତି ବଞ୍ଚିବି ମୋହନ..? ଫଟୋଟିକୁ ରଖି ମୋହନଙ୍କ ଶେଷ ଇଚ୍ଛା ପୂର୍ଣ୍ଣପାଇଁ ଦୀପଟିଏ ଜାଳୀ ଫଟୋ ତଳେ ଲେଖିଦେଲେ ...

 

   ସାଥି ଏକା ମୁଁ ବଞ୍ଚିବି କେମିତି ଏଇ ଦୁନିଆରେ

   ତମରି ସ୍ମୃତିରେ ମୋହନ ତମେ ଚାଲିଗଲା ପରେ..

   ତମକୁ ଝୁରି ଆସିଥିଲି ସାଥି ତମ ସ୍ମୃତିର ଗୃହରେ

   ତମେ ଚାଲିଗଲ ସାଥି କେଉଁ ଅଜଣା ରାଇଜରେ..

   ମୁଁ ଆସୁଛି ଲେଖକ ମୋହନ ତମରି ସାଥିରେ

   ଫଟୋଟେ ହୋଇ ରହିବି ତମ ସ୍ମୃତିର ଗୃହରେ..

   ଆମେ ଚାଲିଗଲା ପରେ ଆମରି ସ୍ମୃତିରେ

   ଦୀପଟେ ଜାଳିବ କେହି ଆମ ସ୍ମୃତିର ଗୃହରେ..I

       

   

      ପୁଣି ଦେଖା ହେବ ଆର ଜନମରେ....

ଶେଷରେ ସେଇ ସ୍ମୃତିର ଗୃହରେ ଲେଖଶ୍ରୀ ନିଜର ଶେଷ ନିଃଶ୍ୱାସ ତ୍ୟାଗକଲେ ସେହିଠାରେ l

        

  



Rate this content
Log in

Similar oriya story from Romance