ଏ କାହାଣୀ ଅତୀତର
ଏ କାହାଣୀ ଅତୀତର


ଦୁଇଟି ସରଳ ହୃଦୟର l ଦୁଇ ଦରଦୀ ବନ୍ଧୁଙ୍କର l
କିଛି ମାନ ଅଭିମାନର l ଜଣେ ଲେଖିକା ଜଣେ ଲେଖକଙ୍କର l ଲେଖାଶ୍ରୀ ଓ ଲେଖକ ମୋହନଙ୍କର l କିଛି ପ୍ରେମ ବିରହର l ଏ କାହାଣୀ ଅତୀତର l ଦୀର୍ଘ ସାତ ବର୍ଷର l
ପୂର୍ବେ ଗୋଟେ ଗାଁରେ ଜଣେ ଲେଖିକା ରହୁଥିଲେ l ଲେଖାଶ୍ରୀ ଲେଖିକାମାନଙ୍କ ଶ୍ରୀ ନାଁ ବି ଯେମିତି ଲେଖାବି ସେମିତି l ତାଙ୍କର ଜଣେ ବନ୍ଧୁ ଥିଲେ ଲେଖକ ମୋହନ ଲେଖା ସବୁ ମୋହୀନିଏ ପାଠକଙ୍କ ମନ l ଲେଖାଶ୍ରୀର ପ୍ରେରଣା ପରିଚୟରେ ପରିଚିତ ହେଲେ ଲେଖକ ମୋହନ ଏ ସାହିତ୍ୟ ସମାଜରେ l ଜଣେ ଲେଖକ ରୂପରେ l ନୀତି କିଛି ନାଁ କିଛି ଲେଖି ଚାଲିଲେ ଲେଖକ ମୋହନ l ସବୁ ଲେଖାକୁ ପ୍ରଥମେ ବନ୍ଧୁ ଲେଖାଶ୍ରୀକୁ ପଢିବାକୁ କୁହନ୍ତି ପଢିକି ମତାମତ ଦେଲେ ପୋଷ୍ଟ କରନ୍ତି ବିଭିନ୍ନ ସାପ୍ତାହିକ ସାହିତ୍ୟ ପତ୍ରିକାରେ ସୋସିଆଲ ମିଡ଼ିଆରେ l ଏମିତି ଦୁହିଁଙ୍କର ବନ୍ଧୁତ୍ୱ ଘନିଷ୍ଠ ହେବାରେ ଲାଗିଲା ପରସ୍ପର କଥା କଥାକେ ମାନ ଅଭିମାନ କରନ୍ତି ଦୁହେଁ ଦୁଇଙ୍କ ଉପରେ l ଏମିତି ଦିନ,ମାସ, ବର୍ଷ ବିତିଗଲା ଲେଖାରେ ଲେଖାରେ l କେତେବେଳେ ବେଳେ ଯେ ନିଜ ମନର ଅକୁହା କଥା ସବୁକୁ ଲେଖିଦେଲେ ଲେଖକ ମୋହନ ନିଜ କବିତାରେ ନିଜେ ବି ଜାଣି ପାରିଲେନି l ବନ୍ଧୁ ଲେଖାଶ୍ରୀ କୁ ଜଣେଇବେ କି ନାହିଁ ଭାବୁଥିଲେ l ସେ ମନେ ମନେ ତାଙ୍କୁ ଭଲ ପାଇ ବସିଥିଲେ l ଦିନ ରାତି ବସି ତାଙ୍କ ଭାବନାରେ ହଜିଗଲେ କେତେ ଯେ ସ୍ବପ୍ନ ଦେଖୁଥିଲେ l ତାଙ୍କ ନାଁରେ କେତେ ଯେ କବିତା ଲେଖି ଚାଲିଲେ l
ଦିନକର ଘଟଣା ଲେଖାଶ୍ରୀ ପଚାରିଲେ କଣ ବନ୍ଧୁ ଆଉ କବିତା ଲେଖୁନ କି..? ଆଉ କଣ ମତେ ପଢିବାକୁ କହୁନ କି ପୋଷ୍ଟ ବି କରୁନ ସୋସିଆଲ ମିଡ଼ିଆରେ l କଣ ହୋଇଛି କି ତମର ବନ୍ଧୁ..? କାହା ଭାବନାରେ ହଜିଛକି..? କାହା କଥା ଭାବୁଛ କି.?
ଲେଖକ ମୋହନ - ତମ କଥା..
ଲେଖାଶ୍ରୀ - ମାନେ..!!???
କଣ କହିବାକୁ ଚାହୁଁଛ ତମେ..!!
ଲେଖକ ମୋହନ - ଯାହା ସତ ସେଇ କଥା କହୁଛି l ଏଇ ନିଅ ପଢ କବିତା ସବୁ l ଯାହା ଲେଖିଥିଲେ ଲେଖାଶ୍ରୀଙ୍କ ନାଁରେ l କବିତାସବୁକୁ ପଢି ଲେଖାଶ୍ରୀ ରାଗିଯାଇ ମୁଁ ତମକୁ ଜଣେ ଭଲବନ୍ଧୁ ଭାବିଥିଲି l ତମେ ଏ ସବୁ ମୋ ବିଷୟରେ ଭାବୁଛ ଜାଣି ନଥିଲି କହି ଚାଲିଗଲେ ଲେଖାଶ୍ରୀ l ଲେଖକ ମୋହନଙ୍କ ଜୀବନରୁ ବହୁ ଦୂରକୁ l କୋଉ ଅଜଣା ରାଇଜକୁ l ଆଉ ଫେରିଲେନି l
ଲେଖକ ମୋହନ- ଲେଖାଶ୍ରୀଙ୍କ ବିରହ ବେଦନାରେ ନିଜର କଲମକୁ ପାସୋରି ଦେଇଥିଲେ ଲେଖା ଲେଖି ବନ୍ଦ କରିଦେଲେ l ଏମିତି ବିତିଗଲା ଦୀର୍ଘ ସାତବର୍ଷ l ଦରଦୀ ବନ୍ଧୁ ଲେଖାଶ୍ରୀଙ୍କ ସ୍ମୃତିରେ ବଞ୍ଚିଥିଲେ ଲେଖକ ମୋହନ ଲେଖିଥିବା କବିତା ସବୁକୁ ପଢି ନିଜ ମନକୁ ସାନ୍ତନା ଦେଉଥିଲେ l ପୁଣି ମନେ ମନେ ବିଚାରିଲେ ନାଁ ମୁଁ ଏ ଲେଖା ଲେଖିକୁ ଛାଡି ପାରିବିନି l ଯିଏ ମତେ ପରିଚୟ ଦେଇଚି ଯାହା ପରିଚୟରେ ପରିଚିତ ଏ ସାହିତ୍ୟ ସମାଜରେ l ଯାହା ପାଇଁ ମୁଁ ଆଜି ଲେଖକ ସାଜିଛି l ମୁଁ ପୁଣି ଲେଖିବି ତାରି ସ୍ମୃତିରେ ତା ପାଇଁ l ସେ ଯୋଉଠି ବି ଥାଉ ନାଁ କାହିଁ ଦିନେ ନା ଦିନେ ସେ ମୋ ଲେଖା ପଢିବ ନିଶ୍ଚୟ ଫେରି ଆସିବ ପୁଣିଥରେ ଦରଦୀ ବନ୍ଧୁଟେ ସାଜି ମୋ ଜୀବନରେ l
ତୁମରି ଅପେକ୍ଷାରେ..
କଣ ଲେଖାଶ୍ରୀ ଫେରିଆସିଲେ ଲେଖକ ମୋହନଙ୍କ ଜୀବନରେ..??? କଣ ତାଙ୍କ ଭଲପାଇବାକୁ ସ୍ୱୀକୃତି ଦେଲେ ଜାଣିବା ଏ କାହାଣୀର ଦ୍ୱିତୀୟ ଭାଗରେ..
କ୍ରମଶଃ..