ଏ କାହାଣୀ ଅତୀତର ( ଦ୍ୱିତୀୟ ଭାଗ )
ଏ କାହାଣୀ ଅତୀତର ( ଦ୍ୱିତୀୟ ଭାଗ )


ଦୁଇଟି ସରଳ ହୃଦୟର l ଦୁଇ ଦରଦୀ ବନ୍ଧୁଙ୍କର l
କିଛି ମାନ ଅଭିମାନର l ଜଣେ ଲେଖିକା ଜଣେ ଲେଖକଙ୍କର l
ଲେଖାଶ୍ରୀ, ଲେଖକ ମୋହନଙ୍କର l
କିଛି ପ୍ରେମ ବିରହର l ଏ କାହାଣୀ ଅତୀତର l ଦୀର୍ଘ ସାତ ବର୍ଷର l
ପୂର୍ବାଭାଷ-କଣ ଲେଖାଶ୍ରୀ ଫେରି ଆସିଲେ ଲେଖକ ମୋହନଙ୍କ ଜୀବନରେ l କଣ ତାଙ୍କ ଭଲପାଇବାକୁ ସ୍ୱୀକୃତି ଦେଲେ..?
ଏପଟେ ଲେଖାଶ୍ରୀ ସିନା ଚାଲି ଆସିଲେ କେଉଁ ଅଜଣା ରାଇଜରେ l ଲେଖକ ମୋହନଙ୍କଠୁଁ ବହୁଦୂରେ l ନିଜ କର୍ମ ମୟ ଜୀବନ ଜଂଜାଳରେ ବ୍ୟସ୍ତ ରହିଲେ l ହେଲେ ପ୍ରତିଟି ଦିନ କଟେ ଲେଖକ ମୋହନଙ୍କ ଭାବନାରେ l ମନ ଲାଗେନି କୌଣସି କାମରେ l ବିତି ଯାଇଥିବା ମୁହର୍ତ୍ତ ସବୁ ମନେ ପଡେ l ନିଦ ହୁଏନି ରାତିରେ l ଲେଖକ ମୋହନଙ୍କ କଥା ଭାବି ଭାବି ତକିଆ ଭିଜେ ଆଖି ଲୁହରେ l ସବୁ ଦିନ ସବୁ ରାତିରେ l ଲେଖାଶ୍ରୀ ଲେଖକ ମୋହନଙ୍କୁ ଝୁରେ l ମନ ଲାଗେନି କବିତା ଲେଖାରେ l ଲେଖକ ମୋହନଙ୍କ କବିତା ସବୁକୁ ଝୁରେ l ଏମିତି ଦିନ ରାତି ବିତିଯାଏ ଭାବନାରେ l ଜାଣି ବି ପାରେନି କେତେବେଳେ ଦିନ ହୁଏ l କେତେବେଳେ ରାତି ହୁଏ l ବୋଧ ହୁଏ ସେ ବି ପଡି ଯାଇଛି ବୋଧେ ଲେଖକ ମୋହନଙ୍କ ପ୍ରେମରେ l ଦୃର୍ବଳତା ଆସି ଯାଇଛି ବୋଧେ ଲେଖକ ମୋହନଙ୍କ ଉପରେ l କଣ ଏହା ପ୍ରେମ ? ନାଁ ଦରଦୀ ବନ୍ଧୁ ପ୍ରତି ଥିବା ଦରଦ? ନିଜେ ବି ବୁଝିପାରେନା l ଯାହାବି ହେଉ ଲେଖକ ମୋହନଙ୍କ ବିନା ଲେଖାଶ୍ରୀ କୁ କିଛି ଭଲ ଲାଗେନା l ବିରହର ବେଦନା ସେ ଆଉ ସହିପାରେନା l ହୃଦୟର କୋହ ସବୁକୁ ହୃଦୟରେ ଆଉ ଚାପି ରଖିପାରେନା l କଣ ବା କରିବ ସେ ତ ନିଜେ ନିଜ ଗୋଡ଼ରେ କୁରାଢ଼ୀ ମାରିଛି l ଲେଖକ ମୋହନଙ୍କ ସହ ଝଗଡା କରି ମାନ ଅଭିମାନରେ ଏ ଅଜଣା ରାଇଜକୁ ଚାଲି ଆସିଛି l କରିବ ଆଉ କଣ ?
ଉପାୟଟେ ମନରେ ଭାବିଲା l ନିଜ ମନର ଅକୁହା କଥା ସବୁକୁ ନିଜ କବିତାର ରୂପ ଦେଲା l ସେ ବିତିଯାଇଥିବା ଅଭୁଲା ସ୍ମୃତି ସବୁକୁ କବିତାରେ ଲେଖି ଚାଲିଲା ଲେଖାଶ୍ରୀ l ସେ ସବୁକୁ ପୋଷ୍ଟ କଲା ବହୁଭାଷି ସାହିତ୍ୟ ମହା ମଞ୍ଚରେ l ସୋସିଆଲ ମିଡିଆରେ l ଲେଖକ ମୋହନ ତ ନିଶ୍ଚୟ ଲେଖାଲେଖି କରୁଥିବ l ଆଉ ପୋଷ୍ଟ ବି କରୁଥିବ ସୋସିଆଲ ମିଡିଆରେ ସାହିତ୍ୟ ମହା ମଞ୍ଚରେ l ସେ ଦିନେନା ଦିନେ ନିଶ୍ଚୟ ମୋ କବିତା ସବୁକୁ ପଢିବ l ମୋ ମନର ଭାବନା ସବୁକୁ ବୁଝିବ l ଫେରି ଆସିବ ପୁଣି ଥରେ ଦରଦୀ ବନ୍ଧୁଟେ ସାଜି ମୋ ଜୀବନରେ l ସବୁଦିନ ପାଇଁ ଘର କରି ରହିଯିବ ଲେଖାଶ୍ରୀ ର ହୃଦୟରେ l ଦୀର୍ଘ ସାତବର୍ଷ ବିତିଥିବା ପରେବି ଲେଖାଶ୍ରୀ ଆଜିବି ଲେଖକ ମୋହନଙ୍କୁ ଝୁରେ l
ସାଥି ତୁମରି ଭାବନାରେ l
ସାଥି ତୁମକୁ ମୁଁ ଝୁରେ l
ତୁମରି ଅପେକ୍ଷାରେ l
କଣ ଲେଖକ ମୋହନ ଲେଖାଶ୍ରୀଙ୍କ କବିତା ସବୁକୁ ପଢିଲେ l କଣ ଲେଖାଶ୍ରୀଙ୍କ ମନର ଭାବନା ସବୁକୁ ବୁଝିଲେ ଲେଖକ ମୋହନ ? କଣ ଲେଖାଶ୍ରୀ, ଲେଖକ ମୋହନ ଏକାଠି ହେଲେ ପୁଣି ଥରେ ? ଜାଣିବା ଏ କାହାଣୀର ତୃତୀୟ ତଥା ଶେଷ ଭାଗରେ l
କ୍ରମଶଃ...