ପାରିଜାତ
ପାରିଜାତ


ଜଣେ ଥିଲା ଆୟୁଷ ଜଣେ ଥିଲା ଖୁସୀ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଆନ୍ତି.. ସବୁଦିନ ପରସ୍ପର ସହ ଫୋନରେ କଥା ହୁଅନ୍ତି ଓ
ନିଜ ନିଜର ଭଲପାଇବା ବାଣ୍ଟନ୍ତି !ଏମିତି କିଛି ଦିନ ବିତିଗଲା ପରେ ପଡିଲା ସେହି ଦିନ ଯୋଉଦିନ ଖୁସୀ ପାଇଁ ଏକ ଆନନ୍ଦର ଦିନ
ତାର ଜନ୍ମଦିନ ଆୟୁଷ ଫୋନକରି ଜଣେଇଲା ଜନ୍ମଦିନରଶୁଭେଚ୍ଛା ଖୁସୀ କୁ ! ଆଉ ଖୁସୀ କହିଲା ସବୁବର୍ଷ ପରି ଏ ବର୍ଷ ଜନ୍ମଦିନରେ ମତେ କଣ ଉପହାର ଦେବ ? ଆୟୁଷ କହିଲା କଣ ଦରକାର କହୁନ
ତମ ସାଥିରେ ତ ମୁଁ ଅଛି ଆଉ କଣ ଦରକାର କହୁନ
ନିଂଚୟ ଆଣିଦେଵି ଥରେ ତ କହିଦିଅ କଣ ଦରକାର ?
ଖୁସୀ କହିଲା ମୋର ଗୋଟେ ପାରିଜାତ ଫୁଲ ଦରକାର ଆଣିଦେବତ ମତେ ? ଆୟୁଷ କହିଲା ଏଇ ଗୋଟେ କଥା ନିଂଚୟ ଆଣିଦେଵି ଅପେକ୍ଷା କର! ତା ପରଦିନ ସକାଳୁ ଖୋଜିବୁଲିଲା ପାରିଜାତ ଫୁଲ କେଉଁଠି ମିଳିବ ଗାଁ ସାରା ବୁଲିଆସିଲା ସବୁ ବାରି ବଗିଚା ଖୋଜିଆସିଲା ହେଲେ କୋଉଠି ପାଇଲା ନାହିଁ ପାରିଜାତ ଫୁଲ ! ବୁଲି ବୁଲି ଫେରି ଆସିଲା ଘରକୁ ଗୋଟେ ଉପାୟ ଆସିଲା ତା ମନକୁ ସେ ଭାବିଲା ମାଳି ତ ଜାଣିଥିବ ଏ ପାରିଜାତ ଫୁଲ କୋଉଠି ମିଳିବ ! ସେ ଚାଲିଗଲା ମାଳି ପାଖକୁ ମାଳି କହିଲା ପାଗଳ କି ତୁ ପାରିଜାତ ଫୁଲ କଣ ଏଠି ମିଳେ ସେ ଫୁଲ ତ କେବଳ ସ୍ୱର୍ଗରେ ମିଳେ ! ଆୟୁଷ ଫେରିଆସିଲା ଘରକୁ ମନେ ମନେ ଭାବିଲା କଣ ମୁଁ ଆଣି ପାରିବି ପାରିଜାତ ଫୁଲ ସ୍ୱର୍ଗରୁ ???
କେମିତି ଆଣିବି କଥା ତ ଦେଇଛି ଆଣିକି ଦେବିବୋଲି !
ତାପରେ ସେ ଫୋନ କରି କହିଲା ଖୁସୀ କୁ ଯାଉଛି ସାଥି ତୁମ ପସନ୍ଦ ର "ପାରିଜାତ" ଆଣିବାକୁ ମୁଁ ଫେରିବା ଯାଏ ଅପେକ୍ଷା କରିଥିବ ମୋ ପାଇଁ....ସେ କି ଜାଣିଛି ସ୍ୱର୍ଗରୁ କିଏ କଣ କେବେ ଫେରିଛି......
ଏ ଗଳ୍ପ ଲେଖିବାର ଅଭିପ୍ରାୟ ଏମିତି କିଛି ଉପହାର ନିଜର ପ୍ରିୟଜନ ଙ୍କୁ ମାଗନ୍ତୁ ନାହିଁ କି ଯାହା ପାଇଁ ନିଜ ପ୍ରିୟଜନଙ୍କୁ ସବୁଦିନ ପାଇଁ ହରେଇବାକୁ ପଡିବ...
ମୋ ଗଳ୍ପଟି ଆପଣ ମାନଙ୍କୁ କେମିତି ଲାଗିଲା ମତାମତ ଦେବେ ! ଇତି ଆପଣଙ୍କର.... ।