Kshyama sagar Prusty

Children Stories Inspirational

3  

Kshyama sagar Prusty

Children Stories Inspirational

ଗରିବର ଦୁଃଖ

ଗରିବର ଦୁଃଖ

2 mins
247



ଏ କାହାଣୀ ଗୋଟିଏ ସରଳ ନିରୀହ ନିଷ୍ପାପ ଶିଶୁର l

ବିଦ୍ୟାଶ୍ରୀ ନାମ ତାହାର l ଗୋଟିଏ ଗରିବ ଦୁଃଖୀ ପରିବାରର l


ଦୁଃଖ ବୁଝିବ କିଏ ବିଦ୍ୟାଶ୍ରୀର..?


ବିଦ୍ୟାଧରପୁର ବିଦ୍ୟାଳୟରେ କାମକରୁଥିବା ମାଳି ଚକ୍ରଧର ଓ ତାର ସ୍ତ୍ରୀ ସ୍ୱରୂପା ଗରିବ ପରିବାରର l ଦୁହେଁ ମାଳି କାମ କରି ବିଦ୍ୟାଳୟର ମଧ୍ୟାନ ଭୋଜନ ଖାଇ ବିଦ୍ୟାଳୟ ପାଖରେ ଥିବା ସେଇ ଝାଟିମାଟି ଚାଳଘରେ ରୁହନ୍ତି l ଓଳିଏ ଖାଇଲେ ଓଳିଏ ଓପାସ ରୁହନ୍ତି l ତଥାପି ମନରେ ତାଙ୍କ ଦୁଃଖ ନାହିଁ ଟିକେ l ତାଙ୍କ ସଂସାର ଚାଲେ ସୁଖେ ଦୁଖେ l ବିଦ୍ୟାଳୟର ଫୁଲ ଗଛ ସବୁର ଯତ୍ନ ନିଅନ୍ତି ଦୁହେଁ ମିଶି l ଏମିତି କଟୁଥିଲା ଦିନ ତାଙ୍କର l କିଛି ବର୍ଷ ବିତିଗଲା ପରେ କଢିଟିଏ ଫୁଲ ହୋଇ ଫୁଟିଲା ଚକ୍ରଧର ବଗିଚାରେ, ସ୍ୱରୂପା କୋଳରେ l ବିଦ୍ୟାଳୟ ପାଖେ ଜନ୍ମ ହୋଇଥିବାରୁ ଝିଅଟିର ନାମ ରଖିଲେ ବିଦ୍ୟାଶ୍ରୀ l ସରଳ ନିରୀହ କୋମଳ ଫୁଲଟିଏ ବିଦ୍ୟାଶ୍ରୀ l କଢିରୁ ଫୁଲଟିଏ ହୋଇ ଫୁଟି ବାସ ମହକିଲା l

ଚକ୍ରଧର, ସ୍ୱରୂପା ଜୀବନରେ ଖୁସୀ ଭରିଗଲା l ଏମିତି ଦିନ ମାସ ବର୍ଷ ବିତିଗଲା l ବିଦ୍ୟାଶ୍ରୀର ବୟସ ବଢ଼ିବାରେ ଲାଗିଲା l କେଜାଣି କାହାର ନଜର ଲାଗିଲା ତିନି ବର୍ଷ ବୟସରେ ତାର ମାଆ ରୋଗରେ ଆରପାରିକୁ ଚାଲିଗଲା l ଦୁଃଖର କଳା ବାଦଲ ଘୋଟିଗଲା l ବାପାଙ୍କ ସହ ନିତି ବିଦ୍ୟାଳୟ ଯାଏ ଫୁଲ ଗଛରେ ପାଣିଦିଏ l ଗଛ ସବୁର ଯତ୍ନ ନିଏ l ବିଦ୍ୟାଳୟ ଗେଟ ପାଖରେ ବସେ l ବିଦ୍ୟାଳୟ ଛୁଟି ହେଲେ ବାପାଙ୍କ ସହ ଘରକୁ ଆସେ l ଏମିତିରେ ଆଉ ଦୁଇବର୍ଷ ବିତିଗଲା ପୁଣିଥରେ ବିଦ୍ୟାଶ୍ରୀ ଜୀବନରେ ଅନ୍ଧକାର ମାଡି ଆସିଲା ପାଞ୍ଚ ବର୍ଷ ବୟସରେ ତାର ବାପା ସ୍ୱରୂପାକୁ ଝୁରି ଝୁରି ଆରପାରିକୁ ଚାଲି ଗଲା l ବିଦ୍ୟାଶ୍ରୀ  ସବୁଦିନ ପାଇଁ ଅନାଥ ହୋଇଗଲା l ଦୁଃଖର ପାହାଡ ଖସିପଡ଼ିଲା ବିଦ୍ୟାଶ୍ରୀ ଉପରେ l ଫୁଲଟିଏ ଫୁଟି ମଉଳିବାକୁ ଲାଗିଲା l ବାପା ମାଆଙ୍କ ବିୟୋଗ ଦୁଃଖରେ ତାର ଦିନ କଟିଲା l ସବୁଦିନ ପରି ସେ ଏବେ ଏକା ଫୁଲ ଗଛରେ ପାଣି ଦେଇ ଗଛମାନଙ୍କ ଯତ୍ନ ନେଇ ବିଦ୍ୟାଳୟର ଗେଟ ପାଖରେ ବସେ l କେତେ ପିଲା ମାନେ ବିଦ୍ୟାଳୟକୁ ସବୁଦିନ ଆସନ୍ତି ନୁଆ ନୂଆ ବସ୍ତ୍ର ନାଇ ନୂଆ ବ୍ୟାଗ ହାତରେ ନେଇ l ସେ ଦେଖେ ତାର ବି ଇଛା ହୁଏ ସେବି ଦିନେ ଏମିତି ବିଦ୍ୟାଳୟ ଆସିବ ପାଠ ପଢିବ l ନୂଆ ନୂଆ ବସ୍ତ୍ର ପିନ୍ଧିବ ନୁଆ ବ୍ୟାଗ କାନ୍ଧରେ ପକେଇ ବିଦ୍ୟାଳୟ ଆସିବ l ଭଲ ପାଠ ପଢିବ ଭଲ ମଣିଷ ହେବ l ଗାଁର ନାଆଁ ରଖିବ l ହେଲେ ତାର ଦୁଃଖ ବୁଝିବ କିଏ l ଆଜି ସେ ଅନାଥ ବାପା, ମାଆ ଛେଉଣ୍ଡ ଫୁଲ କଢିଟିଏ l ତାର ଅସୁମାରୀ ସ୍ୱପ୍ନ ସାକାର କରିବ କିଏ l ଗରିବ ପରିବାରେ ଜନ୍ମ ଗରିବର ଦୁଃଖ ବୁଝିବ କିଏ..???


ଏ କାହାଣୀ ଲେଖିବାର ଅଭିପ୍ରାୟ ବିଦ୍ୟାଶ୍ରୀ ପରି ଏ ସମାଜରେ ଅନେକ ଫୁଲ କଢି ଅଛନ୍ତି ତାଙ୍କର ବି ଅସୁମାରୀ ସ୍ୱପ୍ନ ଅଛି ହେଲେ ଗରିବ ପରିବାରେ ଜନ୍ମ ପାଇଁ ତାଙ୍କ ଅସୁମାରୀ ସ୍ୱପ୍ନ ସବୁ ଅଧୁରା ଯାଉଛି ରହି l ଆସ ଆମେ ଏକାଠି ହେବା ଶପଥ ନେବା ସେମାନଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼େଇ ତାଙ୍କ ସ୍ୱପ୍ନ ସବୁକୁ ସାକାର କରିବା l ବିଦ୍ୟାଶ୍ରୀ ପରି ସବୁ ଅନାଥ ସରଳ ନିରୀହ ନିଷ୍ପାପ ଶିଶୁଙ୍କ ଉଜ୍ଜଳ ଭବିଷ୍ୟତ ଗଢିବା l



Rate this content
Log in