STORYMIRROR

Chinmayee Kanta

Action Inspirational Others

3  

Chinmayee Kanta

Action Inspirational Others

ଏ ଦେଶର ପୁଅ

ଏ ଦେଶର ପୁଅ

2 mins
153

ସଞ୍ଜ ନଇ ନଇ ଆସୁଥାଏ l ମନରେ ଘରକୁ ଯିବାର ଆଶା ଆହୁରି ଦୃଢ଼ ହେଉଥାଏ l କେମିତିବି ନ ହେବ? ଗୋଟେ ବୋଲି ଅଳି ଅଳି ଭଉଣୀ ର ବାହା ଘର ପରା! ତା ସହିତ ବିଚାରୀ ବିଧବା ମାଆ ମୋର, ଏକା ଭଉଣୀର ବିବାହକୁ ସମ୍ଭାଳୁଛି l ଗାଁ ଦାଣ୍ଡରେ ପ୍ରତିଦିନ ଅନାଇ ବସିଛି କେବେ ଆସିବ ତା ପୁଅ ବିନୟ?

  ମୁଁ ବିନୟ l ପିଲାଦିନରୁ ବାପା ଚାଲିଗଲେ l କୁନି କୁନି ଦୁଇ ପୁଅଝିଅ କୁ ମାଆ ଏକା ବଡ଼ କରି ପାଠ ପଢାଇ ମଣିଷ କଲା l ମୁଁ ଆଜି ଜଣେ ସୈନିକ l ମୋ ସାନ ଭଉଣୀ ଜଣେ ଶିକ୍ଷୟିତ୍ରୀ l ମଣିଷ ଗଢ଼ିଦେଲେ ସିନା ହେଲେ ଆଜି କିଏ ବି କାହା ଆବଶ୍ୟକ ସମୟରେ ସାଙ୍ଗରେ ନାହୁଁ l ମଣିଷ, ମଣିଷ ହୋଇଯାଏ ସିନା ହେଲେ, ତେବେ ହୋଇପାରେ ଯେବେ ପରିବାର ରୁ ଦୂରେ ରୁହେ l

  ଆଗକୁ ଆସୁଥାଏ ସ୍ୱାଧୀନତା ଦିବସ l ସୈନିକ ମାନଙ୍କ ପାଇଁ ଏପରି ଦିନ କେତେ ଗୁରୁତ୍ୱପୂର୍ଣ୍ଣ ତାହା ପ୍ରତ୍ୟେକ ଦେଶବାସୀଙ୍କୁ ଜଣା l ଅନେକ ଦିନରୁ ମୁଁ ଛୁଟି ମାଗି ସାରିଛି ହେଲେ, କେଜାଣେ ବଡ଼ ବାବୁ ଦିନ ପଛକୁ କରୁଛନ୍ତି l ଦେଶ ସେବା ପାଇଁ ମୁଁ ଏ ଚାକିରୀ କୁ ପ୍ରଧନ୍ୟ ଦେଲି, ହେଲେ କଣ କରିବି ଆଜି ସ୍ୱାର୍ଥପର ପାଲଟି ଯାଉଛି l ଅପେକ୍ଷା ରେ ଅଛି କେତେ ବେଳେ ଛୁଟି ମିଳିଯିବ ଆଉ ମୁଁ ଅତି ଶୀଘ୍ର ଘରମୁହାଁ ହେବି l ଏମିତି ଅନେକ ଭାବନା ଭିତରେ ନିଜକୁ ହଜାଇ ଦେଇଥିଲା ବିନୟ l

   ଭଉଣୀ ବିବାହ ଆଉ ମାତ୍ର ଦୁଇଦିନ ରହିଲା l ସ୍ୱାଧୀନତା ଦିବସ ରହିଲା ପାଞ୍ଚ ଦିନ l କୁଆଡୁ ସଂକେତ ଆସିଲାକି, ଏଥର ସ୍ୱାଧୀନତା ଦିବସରେ ହେବ ବୋମା ବିସ୍ପୋରଣ, ସେଥିପାଇଁ ପ୍ରତ୍ୟେକ ସୈନିକ ସଜାଗ ରହିବାକୁ ବାଧ୍ୟ କରାଗଲା l ଆଉ ଛୁଟି ମିଳିଲାନି l ଏଥର ଅନ୍ୟ ଦିନ ଅପେକ୍ଷା ବହୁତ କଷ୍ଟ ହେଲା ବିନୟକୁ l ଅନେକ ଥର ମାଆଙ୍କ ଦେହ ଖରାପ ହେବାରୁ ଛୁଟି ମାଗିଛି, ଭଉଣୀର ଜନମ ଦିନ ସମୟେ ଛୁଟି ମାଗିଛି l ହେଲେ, ପୁଅ ଜନ୍ମ ନେବା କି ଲାଭ ବୋଲି ନିଜକୁ ନିଜେ କୋସୁଛି ସେ l ଠିକ ଏ ସମୟେ ମାଆ ର ଫୋନ ଆସି ଯାଇଛି, ବିନୟ ଫୋନ ଉଠାଇ କିଛି କହିବା ପୂର୍ବରୁ ବହୁତ ଜୋର ରେ କାନ୍ଦିବାକୁ ଲାଗିଲା l ମାଆ ଙ୍କ ଚିନ୍ତା ବଢିଲା, ପୁଅର କଣ ହୋଇଛି ବୋଲି ମାଆ ତାଙ୍କ ଝିଅ ବିନିତା କୁ ଡାକିଲେ l ବିନିତା ଆସି ଭାଇ ସହିତ କଥା ହେଲା l ଭାଇ ପ୍ରଥମେ କ୍ଷମା ମାଗିଲା, ସେ ତା ଭଉଣୀ ବାହାରେ ଯାଇ ପାରିବନି ବୋଲି, ପରେ ମାଆ ଙ୍କ ନିଜ ଚାକିରୀ ଛାଡ଼ିଦେବି ବୋଲି କହିଲା ବେଳକୁ ମାଆ ସାନ୍ତ୍ୱନା ଦେଇ କହିଲେ, ଜନ୍ମ କଲା ମାଆ ଖାଲି ତୋ ଭଉଣୀ ନୁହଁ କି, ତୋ ଭଉଣୀ ଖାଲି ତୋ ଭଉଣୀ ଅଟେ l ତୁ ଯୋଉ ସ୍ଥାନରେ ଅଛୁ, ସେଇଠୁ ସାରା ବିଶ୍ୱ, ସାରା ଦେଶ, ସାରା ରାଜ୍ୟ ଆଉ ତୋ ଅଞ୍ଚଳକୁ ଦେଖ ଥରେ l କୋଟି କୋଟି ମାଆ, କୋଟି କୋଟି ଭଉଣୀ ତୋ ପାଇଁ ନିଜକୁ ସୁରକ୍ଷା ମନେ କରୁଛନ୍ତି l ତୁ ଚିନ୍ତା କର ନା, ସବୁ ଯୋଗାଡ଼ ହୋଇ ସାରିଛି କାହି ଫୋନ ରଖି ଦେଲେ l ଅନେକ ଦୁଃଖ, ଅନେକ ବିଡମ୍ବନା ରେ ସେଇ ପରିବାର ରହେ ଯେଉଁ ପରିବାରରେ ସୈନିକ ପୁଅ ଥାନ୍ତି, ତଥାପି ସେ କେବେ ନିଜକୁ ଦୁଃଖି ଭାବନ୍ତି ନି......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action