STORYMIRROR

Chinmayee Kanta

Fantasy Inspirational Children

3  

Chinmayee Kanta

Fantasy Inspirational Children

ବିଦ୍ୟାଳୟରେ ସେଇ ସମୟର କାହାଣୀ

ବିଦ୍ୟାଳୟରେ ସେଇ ସମୟର କାହାଣୀ

1 min
194

ବିଦ୍ୟାଳୟ ହେଉ କି ମହାବିଦ୍ୟାଳୟ, ଗାଁ ହେଉ କି ସହର ସବୁଠି ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ବହୁତ ଧୂମଧାମରେ ପାଳନ କରାଯାଏ l ବିଦ୍ୟାଳୟ ପଡିଆରେ ଧାଡି ଧାଡି ବାନ୍ଧି କୁନି କୁନି ପିଲାମାନେ ପେରେଟ୍ କରନ୍ତି l ତା ସହିତ ବଡ଼ ବଡ଼ ଝିଅ ପୁଅମାନେ ମଧ୍ୟ ପେରେଟ୍ କରନ୍ତି l ମୁଁ ବି କରିଛି l ସେଇ ସମୟର ଅନୁଭବ ସତରେ ନିଜକୁ ଏକ ଶକ୍ତ ସୁବଳ ଦେଶ ସେବା କରିବା ନାଗରିକ ପରି ମନେ ହୁଏ l

  ପରେଟ୍ କରୁକରୁ ମଝିରେ ସେଲୁଟ ମାରିବା ସହ ନିଜ ଛାତିକୁ ଫୁଲାଇ ଗର୍ବର ସହ ଆଗକୁ ଯିଏ ବଢିଛି ସିଏ ଜାଣିଛି ସେ ସମୟର ବିଶେଷ ଅନୁଭୂତି ତା ସହ ନିଜକୁ ଅନୁଭବ ହୋଇଯାଏ ଯେ ମୁଁ ଜଣେ ଦେଶର ସୁଯୋଗ୍ୟ ସନ୍ତାନ l

   ମଝି ମଝିରେ ଗ୍ରୁପକୁ, ଗ୍ରୁପର ଲିଡରକୁ, ପିଲାଙ୍କୁ ଅନେକ ଭଲ କାମ ପାଇଁ ପୁରସ୍କାର ଦିଆଯାଏ l ଯାହା ଦ୍ୱାରା ଆହୁରି ଭଲ କାମ କରିବାକୁ ଇଚ୍ଛା ହୁଏ l ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ବୀର ଯବାନଙ୍କ ଜିବନୀ ଅତି ସୁନ୍ଦର ଭାବରେ ଭାଷଣ ଦିଅନ୍ତି l ପ୍ରତ୍ୟେକ ପିଲାଙ୍କୁ ଏକ ବୀର,ସୈନିକ, ଦେଶର ଯୋଗ୍ୟ ପୁତ୍ର କିପରି ହୋଇପାରିବେ ତାହା ଅତି ସୁନ୍ଦର ଭାବରେ ସରଳ ଭାଷାରେ ବୁଝାଇ ଦିଅନ୍ତି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Fantasy