STORYMIRROR

Chinmayee Kanta

Children Stories Drama Action

3  

Chinmayee Kanta

Children Stories Drama Action

ସେଦିନ

ସେଦିନ

2 mins
206

ଘଣ୍ଟ ସଂଖ ହୁଳହୁଳିରେ ଗର୍ଜୁଥାଏ ଗାଁ ସାରା । ମସ୍ତକରେ ସଭିଙ୍କ ଚନ୍ଦନ । ସୁନ୍ଦର ସଫା ଜାମା ପିନ୍ଧି ଗାଁର ସମସ୍ତ ଆବାଳବୃଦ୍ଧବନିତା ଗାଁ ରେ ସଜା ହୋଇଥିବା ମାଆ ଦେବୀଙ୍କ ପୂଜା ପାଖକୁ ଧାଉଥାନ୍ତି । ମାଆ ସରସ୍ଵତୀ ଙ୍କ ପୂଜା । ସମସ୍ତଙ୍କ ଇଚ୍ଛା ଥାଏ ଜାଇକି ଦର୍ଶନ ଟିଏ କରି ଆସେ ହେଲେ ମୁଁ ଖାଲି ଘର ଅଗଣାରେ ବସି ଭାବୁଥାଏ ମୋ ସେହି ସ୍କୁଲ ସମୟର କଥା । 


   ଏଇ ମୋର ସରିଛି କଲେଜ ପାଠ ପଢା । ତା ପୁର୍ବରୁ ଦୀର୍ଘ ପନ୍ଦର ବର୍ଷ ଅନେକ ସାଙ୍ଗ ସାଥିଙ୍କ ସହ ଆନନ୍ଦରେ ପାଲୁଥିଲୁ ଏହି ସରସ୍ଵତୀ ପୂଜା । ସତରେ ଅତୀତ କେତେ ସୁନ୍ଦର । ସଭିଙ୍କ ମୁହଁ ରେ ହସ , ସାଙ୍ଗ ସାଥିଙ୍କ ସହିତ ଜାମାର ଆଦଳବଦଳ । ନିଜେ ନିଜକୁ ସଜେଇ ହୋଇ ହାତ ଧରାଧୁରି ହୋଇ ପାଦକୁ ପାଦ ମିଶେଇ ଅତି ସ୍ଵାଧୀନ ଭାବରେ ସ୍କୁଲ ର ପୂଜା ସ୍ଥାନକୁ ଯିବାର ଏକ ଚିତ୍ର ଭାରି ଆନନ୍ଦ ଦାୟକ । ରାତ୍ରିରେ ବାର୍ଷିକ ମହୋତ୍ସବ । କେତେ ନାଚ ଗୀତ । ଆହାଃ କି ସ୍ମୃତି ! ଭାବିଲା ବେଳକୁ ଓଠ ରୁ ଆପେ ଆପେ ହସ ଫୁଟି ଉଠୁଛି । ହେଲେ ଆଜି ସାଙ୍ଗ ଗୋଟିଏ ବି ନାହିଁ, କାହା ସହିତ ଯିବି ପୁଜା ପାଖକୁ । ଭାରି ଲାଜ ମାଡ଼ୁଛି । କେତେ ଲୋକ । ଏକା ଚାଲିବାକୁ କେବେ ସିଖିନି କି କିଏ ଶିଖାଇ ମଧ୍ୟ ନାହାନ୍ତି । ଏବେବି ଯଦି ଲାଜ ମାଡ଼ି ଏକା ଚାଲିଯିବି ଅନେକ କଥା ଶୁଣିବାକୁ ପଡ଼ିବ । ଏହା ମୋର ଭୁଲ୍ ନୁହଁ କି ପରିବାରର ଭୁଲ୍ ନୁହଁ । ସବୁ ସେଇ ଅତୀତ ସମାଜର । ଯେଉଁ ସମାଜ ଆଜି ଝିଅ ମାନଙ୍କୁ ଏତେ ଭୟଭୀତ ପରିବେଶରେ ଗଢ଼ିବାକୁ ବାଧ୍ୟ କରୁଛି । ଅନେକ ଦୁର୍ଘଟଣା ର ଆଜି ସ୍ବୀକାର ଅନେକ ଝିଅ (ନାରୀ) । କେମିତି ବି ନ ଡରିବେ ପାରିବାର ।


    ଝିଅ ଟିଏ ବାହାରକୁ ବାହାରିଲେ ସାଙ୍ଗରେ ଭାଇ , ବାପା, ମାଆ, ପଡୋଶୀ ଯିଏ ବି ସାଙ୍ଗରେ ଯାଉଛି ହେଲେ ଆଜି ପୁଅ ଟିଏ ଚାଲିବା ଶିଖିବାକ୍ଷଣି ପୁଅ ଟିଏ ବୋଲି ଏକୁଟିଆ ଛାଡି ଦେଉଛନ୍ତି ଯୁଆଡେବି । କାହିଁକିନା ତାଙ୍କର କିଛି ହେବନି ସେ ପିଲା ଟିଏ । ଯେଉଁ ଦିନ ପୁଅ ସାଥିରେ ଭାଇ, ବାପା, ମା କିମ୍ଵା ଯିଏ ବି ସାଙ୍ଗରେ ଯିବେ ସେହିଦିନ ଠାରୁ ଅନେକ ଘଟଣା, ଦୁର୍ଘଟଣା ପ୍ରୟ ଲୁପ୍ତ ହୋଇଯିବ.......


    ଏପରି ଅନେକ କଥା ମନ ଭାବୁଥାଏ । କେତେବେଳେ ସନ୍ଧ୍ୟା ହୋଇଗଲା ଜଣା ଗଲାଣି । ନା ଫେରି ଆସିଲା ସେହି ସମୟ ,ନା ଫେରି ଆସିଲେ ସେହି ସାଙ୍ଗସାଥୀ ,ନା ଫେରି ଆସିଲା ସେହି ଖୁସି ତଥାପି ସେଇ ସ୍ମୃତି ଆଜି ମୁହଁରେ ଟିକିଏ ହସ ନିଶ୍ଚୟ ଦେଉଛି।



Rate this content
Log in