STORYMIRROR

Chinmayee Kanta

Action Classics Fantasy

3  

Chinmayee Kanta

Action Classics Fantasy

ରାଜା ରାଣୀ ଗଳ୍ପ -2

ରାଜା ରାଣୀ ଗଳ୍ପ -2

2 mins
152


  କିନ୍ତୁ, ହଠାତ କେଜାଣେ କେମିତି ତା ବାପା ବି ନିରବ ପାଲଟି ଗଲେ । ବାପାଙ୍କ ନୀରବତା ଗୋପାଳକୁ ଭିତରୁ ଭିତରୁ ଖାଇ ଯାଉଥାଏ । ଅନେକ କଥା କୁହେ, ଗାଳି ଦିଏ, ରାଗ ଦେଖାଏ ହେଲେ ବାପା ପୁରା ନିରବ । ସକାଳେ ଉଠିବା ଠୁ ଆରମ୍ଭ କରି ରାତି ଶୋଇବା ପର୍ଯ୍ୟନ୍ତ ଯେଉଁ ବାପାଙ୍କ ମୁହଁ ଶୁଖୁନ ଥାଏ ଆଜି ସେଇ ବାପା ନିରବ । କାହାକୁ କଣ କହିବ ବୁଝିପାରିଲାନି.. କେମିତି ବି ବୁଝିବ! ହେଲେ ଆଜି ତା ବାପା ପତ୍ନୀହରା, ଅର୍ଥର ଅଭାବ, ପୁଅକୁ ମଣିଷ କରିପାରିଲେନି ବୋଲି ବଡ଼ ଚିନ୍ତା । କାହାକୁ ବି କହିବେ ସେ ପତ୍ନୀ ଥିଲେ ବୋଲି ନିଜ ଦୁଃଖ କୋହ ଚିନ୍ତାକୁ ତା ଆଗରେ ଢାଳି ଦେଉଥିଲେ ହେଲେ ଆଜି କାହାକୁ କଣ କହିବ । ଯଦି କାହାରି ଆଗରେ ନିଜ ଦୁଃଖକୁ ପ୍ରକାଶ କରିବ, ସେ ବ୍ୟକ୍ତି କଣ ସବୁ ଠିକ କରିଦେବ । ଏମିତି ଭାବନାରେ ତା ବାପା ଧୀରେ ଧୀରେ ନିଜ ଶରୀରକୁ କାଠ କରି ଦେଉଥାନ୍ତି ।

ଗୋପାଳ ବି ବହୁତ ରାଗୁଥାଏ କାହିଁକିନା ତାର କୌଣସି କଥାର କିଛି ଉତ୍ତର ନାହିଁ । କେତେ ଦିନ ବି ରାଗିବ ଧୀରେ ଧୀରେ କଥା ହେବା ବନ୍ଦ କରିଦେଲା ।

   ଏହି ସମୟେ ତାର ଏକ ବନ୍ଧୁ ତା ଘରକୁ ଆସିଲା । ଜାଣିଛି ଯେ ତା ବନ୍ଧୁ ଆଜି ଅତି ଦୁଃଖଦ ପରିସ୍ଥିତିରେ ଦିନ କାଟୁଛି ବୋଲି ତା ଘରେ କରିଥିବା ଚାଷ କାମରେ ଲିପ୍ତ କରିବାକୁ, କହିବାକୁ ଆସିଥିଲା । ଦୁଇ ବନ୍ଧୁ ବହୁତ ସମୟ ହସ, ଥଟ୍ଟା କରି ଅନେକ ସମୟ କାଟିଲେ । ପରେ ତା ସାଙ୍ଗ ହରି କଣ ପାଇଁ ଗୋପାଳ ପାଖକୁ ଆସିଛି ତାହା କହିଲା ଓ ଜୀବନରେ ବଞ୍ଚିବାକୁ ହେଲେ ଅଧିକ ପାଠର ନୁହଁ ଟଙ୍କାର ଆବଶ୍ୟକତା ରହିଛି ବୋଲି ପ୍ରମାଣ ସହ କହିଲା । ଏବେ ଗୋପାଳ ବୃତ୍ତି ଆଡକୁ ମୁହାଁଇଲା । ନିଜର ଟଙ୍କା ବୋଲି ନିଜ ପାଖରେ ରଖିଲା । ହେଲେ ଏତେ ମାତ୍ରାରେ ଟଙ୍କା ପାଇଁ ପାଗଳ ହୋଇ ଯାଇଥିଲା ଯେ ତା ବାପାଙ୍କୁ ବି ଭୁଲି ଯାଇଥିଲା...।


Rate this content
Log in

Similar oriya story from Action