ମାନସୀ
ମାନସୀ
ସେଦିନ ଭୋର ସକାଳୁ ଉଠି ମାନସୀ ଘର କାମ ସାରି, ଗାଧୋଇପାଧୋଇ ସଜବାଜ ହୋଇ ବାହାରି ପଡିଲା ଗାଁ ମୁଣ୍ଡିରେ ଥିବା ମନ୍ଦିରକୁ | ଅତି ଶାନ୍ତ ମନ ଝିଅଟିଏ | ମୁହଁରେ ହସ ଥିଲେ ମଧ୍ୟ ହସଟିରେ ତାହା ଝଲସୁନଥିଲା ଯାହା ଜଣେ ହୃଦୟରୁ ହସିଲେ ଝଲସେ | ମୁଖରେ ସେଇ ଚମକ ମଧ୍ୟ ନଥିଲା | କେମିତିବା ଥିବ, କେତେ କିଛି ଘଟି ଯାଇଛି ତା ଜୀବନରେ!
ଛୋଟ ସମୟରୁ ପିତା ହରା ଶିଶୁ ଆଜି ବଢ଼ିବାରେ ଲାଗିଛି | ସମୟ ଗଡୁଛି ତା ସହିତ ମାନସୀର ଦୁଃଖ ଓ ଜଞ୍ଜାଳ ବଢିଚାଲିଛି | ପ୍ରତ୍ୟେକ ଅସୁବିଧା ସମୟରେ ଯଦି କିଏ ସାହା ଭରସା ସେ ହେଉଛନ୍ତି ବାପା କିନ୍ତୁ ବାପା ଙ୍କୁ ଛୋଟ ସମୟରୁ ହରାଇ ନିଜକୁ ବଳବାନ, ବୁଦ୍ଧିମାନ ଗଢିବାକୁ ଲାଗିଛି! ହେଲେ ତାହା ହୋଇ ପାରୁନାହିଁ | ଗୋଟେ ପରେ ଗୋଟେ ଅସୁବିଧା ଆସିବାରେ ଲାଗିଛି |
ସ୍କୁଲ ଯିବା ସମୟରୁ ଅତି ଶାନ୍ତ ମନୋଭାବ, ଦେଖିବାକୁ ଅତି ସୁନ୍ଦର, ଟିକିଏ କଥାରେ ଅଜସ୍ର ମିଠା, ଶାନ୍ତ ପ୍ରବୃତିର ଝିଅଟି | ଯିଏ ବି ଦେଖେ ମନ ଲେଖିଯାଏ | ଅନେକ ବନ୍ଧୁ ଓ ବାନ୍ଧବୀ | ସମସ୍ତଙ୍କ ସହ ହସ ଖେଳରେ କିଛି ସମୟ ନିଜ ଦୁଃଖକୁ ଭୁଲିଯାଏ | ମା କୁ କଣ ବି କହିବ, ତାର ଅଶ୍ରୁ ପ୍ରତି ହୁମୂର୍ତ୍ତରେ ଝରିପଡୁଛି | କୁନି ଝିଅ କୁ ଏକା ମାଆ କିପରି ବା ଗଢ଼ିତୋଳିବ? ପୁଣି ଝିଅ ଯୌବନ ଅବସ୍ଥା ରେ କେମିତି ନର ହିଂସ୍ର ରାକ୍ଷସ ଠାରୁ ଦୂରରେ ରଖିବ? କେମିତି ସୁରକ୍ଷା ଦେବ? ଏମିତି ଅନେକ ପ୍ରଶ୍ନ ମନରେ ଉଙ୍କିମାରେ | କଣ ବା କରିବ... ଯାହା ଜୀବନରେ ଲେଖା ଅଛି କିଏ କି ବଦଳାଇ ପାରିବ........
ଦୀର୍ଘ ଦିନରୁ ଭଲ ପାଉଥିବା ସମୀର ଆଜି ତା ସହିତ ଛଳନା କରି ଚାଲିଯାଇଛି | କେତେ ଆଶା, କେତେ ଜେ ଭରସା ଦେଇଥିଲା ସେ ମାନସୀ କୁ! ହେଲେ ଆଜି ଜୀବନ ଜଞ୍ଜାଳ ମଧ୍ୟରେ ସ୍ମୃତି ଭରା ଜୀବନ ସହ କଷ୍ଟରେ ପରିପୂର୍ଣ ଜୀବନ କାଟୁଛି | କାହାକୁ ବା କହିବ କିଏ ଅଛି ତାର.... ଯାହା ପାଖରେ ବି ନିଜ ଦୁଃଖର ଗୁହାରି କରିବ ସେ ମାନସୀ ର ଫାଇଦା ଉଠାଇବାରେ ପଛକୁ ଫେରିବନି ବୋଲି କାହାକୁ ନିଜ ଦୁଃଖ କୁ କହେ ନାହିଁ | ହେଲେ ଘରେ ଥିବା ଏକ ସୁନ୍ଦର ବିରାଡ଼ି କୁ ନିଜ ବନ୍ଧୁ ଭାବି ପ୍ରତ୍ୟେକ କଥା, ପ୍ରତ୍ୟେକ ଦୁଃଖ କୁ କହି ମନକୁ ହାଲକା କରେ | ମାଆ କୁ ବି ନିଜ ପ୍ରେମ କଥା କେମିତି ବା କହିବ? ପ୍ରତି ଦିନ ମାନସୀ ବିରାଡ଼ି ପାଖରେ ନିଜ ପ୍ରେମ କଥା କହି କାନ୍ଦିବା ସହିତ ନିଜ ପ୍ରେମିକ ଭାବି ଲାଡ ଗେଲ ମଧ୍ୟ ହୁଏ | ବିରାଡ଼ି, ମାନସୀ ର ଭଲ ପାଇବା, ତା ଦୁଃଖ ଦେଖି ସେ ଆଉ ନିଜକୁ ସମ୍ଭାଳି ପରେ ନାହିଁ | କଣ ବା କରିବ? ମଣିଷ ପରି ହାତ ନାହିଁ ଜେ ଆଖିର ଲୁହକୁ ପୋଛିଦେବ, କି ସେମିତି ହୃଦୟ ବି ନାହିଁ ଜେ ତାକୁ ଆପଣେଇ ଦୁନିଆଁ ଦେଖାଇବ | ନିଜେ ବି କାନ୍ଦି ବସେ | କେମିତି ଆଉସେଇଦେଇ ଶାନ୍ତନା ଦେବ | ନିଜକୁ ସମ୍ଭାଳି ପାରିଲାନି |
ଗୋଟିଏ ଦିନ ସେ ସଭିଙ୍କ ଠାରୁ ଦୁରକୁ ଚାଲିଗଲା | କିଛି ଭଗବାନଙ୍କ ଠାରେ ଗୁହାରି କରିବାକୁ, କେମିତି ସେ ମଣିଷ ହୋଇପାରିବ ଆଉ ମାନସୀ କୁ ସାହାଯ୍ୟ କରିବ । ସେଠୁ ସେ ଚାଲିଗଲା । ପୁଣି ଥରେ ମାନସୀ ତା ବନ୍ଧୁ କୁ ହରାଇ ଆହୁରି ଭାଙ୍ଗିପଡିଲା। କରିବ ବି କଣ?
କିଛି ବର୍ଷ ପରେ ମାନସୀ ଘରକୁ ଏକ ଯୁବକ ଆସିଲା । ମାନସୀ ତାକୁ ନଜାଣି ଥିବାରୁ ତୁମେ କିଏ,କି କାମ ପାଇଁ ଆସିଛ ବୋଲି ପ୍ରଶ୍ନ କଲା ! ଯୁବକଟିର ଶୋଷରେ ଗଲା ଶୁଖି ଯାଇଥିଲା। ପିଇବା କୁ ପାଣି ଟିକିଏ ମାଗିଲା । ମାନସୀ ପାଣି ଗ୍ଲାସ୍ କୁ ଆଗକୁ ବଢାଇ ଦେଇ କେମିତି ସେଠାରୁ ଦିଦାୟ ଦେବ ସେପରି ବ୍ୟବହାର କଲା । ଯୁବକଟି ଜାଣିପାରି ଅତି ଶୀଘ୍ର ସେଠାରୁ ପଳାୟନ କଲା। ପୁଣି ବାରମ୍ବାର ସେ ଯୁବକଟି ମାନସୀ ର ନିକଟତର ହେବାକୁ ଚେଷ୍ଟା କରୁଥାଏ । ହେଲେ ମାନସୀ ଥରେ ଗୋଟିଏ ପିଲାଠୁ ଧୋକା ଖାଇ ପୁଣିଥରେ ସେ ପରିସ୍ଥିତି କୁ ଯିବା ପାଇଁ ଦୂରରୁ ପ୍ରଣାମ କଲା । ଯେତେ ଯୁବକଟି ମାନସୀ ର ଆପଣା ହେବାକୁ ଚେଷ୍ଟା କରିଛି ସେତେ ମାନସୀ ତା ଠାରୁ ଦୂର ହେବାକୁ ଚେଷ୍ଟା କରୁଥାଏ । କିଏ ବା ମାନସୀ କୁ ଭଲ ନ ପାଇବ । ତା ଚାଲିଚଳନି, ଅନ୍ୟ ପ୍ରତି ବ୍ୟବହାର, ଦେଖିବାକୁ ସୁନ୍ଦର , ସବୁଥିରେ ସେ ଅଗ୍ରଣୀ । ଅନେକ ପିଲା ଆସିଛନ୍ତି ତାକୁ ଆପଣେଇ ବାକୁ , ହେଲେ ଏବେ ଆସିଥିବା ଯୁବକର ଆପଣେଇବା କିଛି ଅଲଗା । କେଜାଣି କେମିତି ଯେତେ ଯେତେ ବେଳେ ମାନସୀ କିଛି ଅସୁବିଧା ରେ ପଡ଼ିଛି କେଉପଟୁ ଉଲ୍କାପିଣ୍ଡ ପରି ଧାଇ ଆସି ତା ଅନିଚ୍ଛା ସତ୍ତ୍ୱେ ବାଧ୍ୟ ହୋଇ ସାହାଯ୍ୟ କରିବସେ । ଏମିତି ଦିନ ଗଡ଼ିଚଳିଲା ହେଲେ ମାନସୀ ହୃଦୟ ରେ କିଛି ପରିବର୍ତ୍ତନ ଆସିଲା ନାହିଁ ।
ଆସିଲା ଏକ ଦୁର୍ଦ୍ଦିନ ସମୟ । ମାନସୀର ମାଆ ହଠାତ୍ ମୃତ୍ୟୁ ବରଣ କଲେ । ମାନସୀ ଅବାକ୍ ହୋଇ ଠିଆ ହୋଇଥାଏ, କରିବ ବି କଣ, କାହାକୁ ଡାକ ଦେବ? ଠିକ୍ ପହଞ୍ଚି ଆସିଲା ସେ ଯୁବକଟି । ପ୍ରତି ମୁହୂର୍ତ୍ତର ଦୁଃଖ କୁ ଆପଣେଇ ନେଇ ସବୁ କାର୍ଯ୍ୟକ୍ରମ ନିଜେ କରିବାକୁ ଅନୁମତି ମାଗିଲା ମାନସୀ କୁ । ମାନସୀ ର ବୁଦ୍ଧି ସବୁ ମାଆକୁ ହରାଇ ଚାଲି ଯାଉଛି। ସେ କିଛି କହି ପାରିଲା ନାହିଁ । ପରେ ପ୍ରତ୍ୟେକ କାର୍ଯ୍ୟ ଅତି ସୁରୁଖୁରରେ ଚଳାଇ ନେଲା , କେମିତି ବା ନ କରିବ ଇୟେ ପରା ସେଇ ବିରାଡ଼ି ଯାହା ଆଗରେ ସେ ନିଜ ସବୁ ଗୁହାରି କରୁଥିଲା । ସେଥିପାଇଁ ତ ସବୁ ଘରର ଦୁଃଖ ସୁଖ ଜାଣୁଛି । ମାନସୀ ର ଏତେ ନିକଟତର ହୋଇଥିଲା ଯେ ଧିରେ ଧୀରେ ପ୍ରେମ କରି ବସିଲା ଆଉ ଯାଇ ଜୋରଦାର ତପସ୍ୟା କରି ଶେଷରେ ତା ତପସ୍ୟା ରେ ସଫଲ ହେଲା ଆଉ ମଣିଷ ଜୀବନ ପାଇଲା କେବଳ ମାନସୀ ପାଇଁ । ହେଲେ ଆଜି ମାନସୀ ମଣିଷ ଠାରୁ ପଶୁ ପକ୍ଷୀ ପର୍ଯ୍ୟନ୍ତ ସଭିଙ୍କୁ ନିଜର କରିବାକୁ ଡରିଲା । ପରେ ସେ ଯୁବକଟି ଫେରିଯାଇ ତା ପରି ଏକ ବିରାଡ଼ି ଘରେ ରଖି ଅତି ଜତନରେ ବଢ଼ାଇଲା । କିଛି ସମୟ ମାନସୀ ର ଦୁଃଖ ସମୟରେ କିପରି ସାହାଯ୍ୟ କରିବ ତାର ଶିକ୍ଷା ଦେଲା ଆଉ ନେଇ ମାନସୀ ଘରେ ଛାଡ଼ିଦେଲା । ମାନସୀ ପୁଣି ଧିରେ ଧିରେ ସେହି ନୂତନ ବିରାଡ଼ି କୁ ପାଇ କିଛି ଦୁଃଖ ଭୁଲି ଖୁସି ଖୋଜିଲା । ପରେ ଜୀବନରେ ପରିବର୍ତ୍ତନ ଆଣି ସେ ଯୁବକବୁ ନିଜର ଜୀବନ ସାଥି ରୂପେ ବାଛି ନେଲା।
