STORYMIRROR

Chinmayee Kanta

Drama Action Others

4  

Chinmayee Kanta

Drama Action Others

ରାଜା ରାଣୀ ଗଳ୍ପ 1

ରାଜା ରାଣୀ ଗଳ୍ପ 1

2 mins
367

ରାଜା ରାଣୀ ଗପ ଶୁଣୁଶୁଣୁ କେବେ କୁନି ପିଲା ଗୋପାଳ ବଡ଼ ହୋଇଗଲା ଜାଣି ପାରିଲାନି l ଗପରେ ରାଜା ରାଣୀଙ୍କ ଜୀବନରେ ଅନେକ ଝଡଝଞ୍ଜା ଆସିଲେ ବି କେମିତି ତାର ସାମ୍ନା କରି ନିଜ ସହିତ ନିଜ ପ୍ରଜାର ସୁରକ୍ଷା ସହ ଆନନ୍ଦ ପ୍ରଦାନ କରିବେ , ସେଇ ଚିନ୍ତାରେ ଦିନ କାଟନ୍ତି l କୁନି ଗୋପାଳ ସେଇ ଗପ ଶୁଣି ନିଜକୁ ରାଜା ମନେ କରିବାକୁ ଲାଗିଲା l ରାଜା ଘରେ ଜନ୍ମ ନ ନେଲା କଣ ହେଲା, ରାଜାଙ୍କ ଭାବ ବିଚାର ପରି ନିଜକୁ ତ କରିପାରିବ ବୋଲି ତାର ଇଚ୍ଛା l

  ଆଜି ଗୋପାଳକୁ କୋଡିଏ ବର୍ଷ ହୋଇଗଲାଣି l ନିଜକୁ ରାଜା ପରି ସାବ୍ୟସ୍ତ କରିବାକୁ ଦିନ ରାତି ଏକ କରିଦେଲା l ହେଲେ ଦୁଃଖର କଥା ଗୋପାଳ ଘରେ ଅତି ଗରିବ l ବୁଢା ବାପା ସହ ରୋଗୀଣା ମାଆ, ଅର୍ଥ ଅଭାବ ସହ ସାଂସାରିକ ଦୁଃଖକୁ ନିଜ କାନ୍ଧକୁ ନେବାକୁ ଆପଣେଇଛି ଗୋପାଳ l ତା ସହିତ ଯଦି ନିଜେ ଭଲ ପୃଷ୍ଟିକର ଖାଦ୍ୟ ନ ଖାଇବ ତେବେ ହୃଷ୍ଟାପୃଷ୍ଠ କିପରି ହେବ, ଯଦି ହୃଷ୍ଟପୃଷ୍ଟ ନ ହେଲେ ସଭିଙ୍କ ଅସୁବିଧା କିପରି ଦୂର କରିବ l ସ୍ବପ୍ନ ବଡ଼ ହେଲେ କଣ ହେବ ଯଦି ସାକାର କରି ପାରୁନଥିବ l ନିଜକୁ ନିଜେ ନିନ୍ଦୁଥାଏ l ଗରିବ ପାଇଁ ପାଠ ମଧ୍ୟ ପଢି ପାରିଲା ନାହିଁ l ଏଇ ଦଶ ପର୍ଯ୍ୟନ୍ତ ପାଠ ପଢି ଆଉ ଆଗକୁ ପଢି ପାରିଲା ନାହିଁ l ତା ସହିତ ଘର କାମ, ମାତାପିତାଙ୍କ ସେବା, ପୁଣି ପଡୋଶୀଙ୍କୁ ସାହାଯ୍ୟ l ଏସବୁ ହେବ କେମିତି? ଆଉ ସ୍ବପ୍ନ ପୁରା ନ ହେଉଥିଲା, ପରେ ସେ ନିଜ ପିତା ମାତାଙ୍କୁ ରାଗିବାକୁ ଲାଗିଲା l ଯଦି ଅର୍ଥର ଅଭାବ ଥିଲା ତେବେ, ଜନ୍ମ କରୁଥିଲ କଣ ପାଇଁ, ଆଉ ଯଦି ଜନ୍ମ ଦେଲ ଏପରି ରାଜାରାଣୀ କାହାଣୀ କହୁଥିଲ କଣ ପାଇଁ? ପ୍ରତିଦିନ ସେମିତି କଥା ଶୁଣି ଶୁଣି ନିଜକୁ ଆଉ ବାପା ମାଆ ସମ୍ଭାଳି ପାରୁନ ଥିଲେ l ବହୁତ ଦୁଃଖ ପ୍ରକାଶ କରୁଥିଲେ ହେଲେ କଣ ବି କରି ପାରିବେ l ଆଜି ସେଇ ଶକ୍ତି ନାହିଁ ଯେ ଧନ ଉପାର୍ଜନ କରିପାରିବେ କି ପୁଅ ପାଇଁ କିଛି କରି ପାରିବେ l ଯାହା ସମ୍ଭବ ହେଲା ସେଇଠୁ ପୁଅର ପାଠ ପଢା, ଘର ଖର୍ଚ ସହିତ, ତା ରୋଗୀଣା ମାଆଙ୍କ ଡ଼କ୍ଟର, ଔଷଧ ରେ ସରି ଯାଉଥିଲା ବୋଲି ବାପା ଭାବି ଭାବି ଲୁଚି ଲୁଚି କାନ୍ଦି ପକାନ୍ତି l କାନ୍ଦିବା, ନିଜକୁ କୋଷିବା ସହିତ ଆଉ କଣ ବା କରି ପାରିବେ l ପୁଅଙ୍କ ମୁହଁରୁ ଏପରି କଟୁ କଥା ଶୁଣି ଶୁଣି ନିଜକୁ ହାରି ଗଲେ l ତା ମାଆ ଆଉ ଔଷଧ ନ ଖାଇ, ଖାଦ୍ୟ ନ ଖାଇ ଅତ୍ୟନ୍ତ ରୋଗରେ ପଡି ମୃତ୍ୟୁ ବରଣ କଲେ l ମାଆଙ୍କ ମୃତ୍ୟୁ ପରେ ଗୋପାଳ ପୁରାପୁରି ଭାଙ୍ଗି ପଡିଲା l କାହିଁକିନା ଏବେ ବାପାଙ୍କ ବକର ବକର କେବଳ ଏକା ଶୁଣିବାକୁ ପଡିବ l ମାଆ ଥିଲା ସମୟରେ ମାଆ ଶୁଣୁ ଥିଲେ.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama