STORYMIRROR

Chinmayee Kanta

Action Inspirational Others

4  

Chinmayee Kanta

Action Inspirational Others

ସୁମିତ୍ରା ବୋଉ

ସୁମିତ୍ରା ବୋଉ

2 mins
303

ଶୋଇବା ଘରୁ ପୁଅ ବହୂର ଚିତ୍କାର ତ ସବୁବେଳେ ଶୁଣିବାକୁ ମିଲେ , ହେଲେ ଆଜି କେଜାଣେ କାହିଁକି ଜୋର୍ ରେ ଶୁଣାଯାଉଛି । କେତେବେଳେ ପୁଅର ଶବ୍ଦ ଅଧିକ ତ କେତେ ବେଳେ ବହୂ ର ପାଟି ଜୋର୍ ରେ ଶୁଣାଯାଉଛି । ମୁଁ ତ ବୁଢ଼ୀ ଲୋକଟା । କଣ ବା କରିବି । ଅନେକ ଥର ମଝିରେ ଯାଇ ପାଟି ତୁଣ୍ଡ କୁ ଅଟକାଇବାକୁ ଚେଷ୍ଟା କରିଛି ହେଲେ ମୁଁ ନିଜେ ଦୋଷୀ ସାବ୍ୟସ୍ତ ହେଉଛି । କେଜାଣେ କାହିଁକି , ପୁଅ ବାହା ହେବା ପରେ ମୁଁ ଆଜି ଖରାପ ହୋଇଗଲି । ମୋ କଥା ଖରାପ୍, ମୋ ଭାବନା ଖରାପ୍, ମୋ ନିଷ୍ପତ୍ତି ଖରାପ୍ ଆଜି ମୁଁ ସବୁଥିରେ ଖରାପ୍ ପାଲଟି ଯାଇଛି । କି ଭାଗ୍ୟ ମୋର ; ପୁଅର ବିବାହ ପୁର୍ବରୁ ତା ବାପା ସବୁ ଦିନ ପାଇଁ ଚାଲିଗଲେ ବୋଲି ପୁଅ କୁ ଦେଖି ଭୂଲି ପାରିଲି ହେଲେ ଆଜି ପୁଅ ବି ମତେ ଚିହ୍ନି ପାରୁନାହିଁ । ମୋ ଘର ଦୁଃଖ କାହାକୁ ବି କହିବି? 

ଏମିତି ଭାବିଭାବି , ଭାବନା ରାଇଜରେ ହଜି ଯାଇଥିଲି । 

   ମାଆ ମାଆ କହି ମୋ କାନ୍ଧ କୁ ଟିକିଏ ହଲାଇ ଦେଲା ବେଳକୁ ମୁଁ ଭାବନା ରାଇଜୁ ଫେରି ଆସିଲି ମୋ ବାସ୍ତବ ରୂପକୁ ହେଲେ ପୁଅ କୁ ଦେଖି ଭୟରେ କମ୍ପିଗଲି । ଆଖି ନାଲି, ଝାଳ ରେ ଭିଜି ଜାଇଛି ଶରୀର ଆଉ ରାଗ ଥମ ଥମ ମୁହଁ ରେ ଠିଆ ହୋଇଛି ମୋ ଆଗରେ । ମୁଁ ପଚାରିଲି ଅତି ସରଳ ଭାବରେ କଣ ହେଲା ବୋଲି ! କିଛି କହିବା ପୁର୍ବରୁ ହଠାତ୍ କହିଲା ୫୦୦୦୦(ପଚାଶ ହଜାର) ଟଙ୍କା ଦିଅ । ମୋ ଦରକାର ଅଛି । ଯଦି ଦେଇ ନ ପାରୁଛ ହେଲେ ଏ ଘରୁ ଚାଲି ଯାଅ। ଉତ୍ତରରେ କଣ ଥିବ ମୋର । କେବଳ ମୋ ଆଖିରୁ ଝରିପଡୁଥିବା ଅଶ୍ରୁ ହିଁ ଉତ୍ତର ଦେଉଥିଲା । ପ୍ରଥମ ଥର ପାଇଁ ନିଜ ଜନ୍ମ କଲା ପୁଅପ୍ରତି ଘୃଣା ଭାବ ଆସିବା ପୁର୍ବରୁ ନିଜ ଗର୍ଭକୁ ଧିକ୍କାର ଅନୁଭବ କଲା । କୋଉଠୁ ଆଣିବ ଏତେ ଟଙ୍କା? କାହାକୁ କି ମୁହଁରେ ଧାର ମାଗିବ? କଣ କହିଲେ ତୁମ ମାଆ? ଟଙ୍କା ଦେଲେ ନା ନାଇଁ? ମୁଁ ଜାଣିଥିଲି ତୁମ ମାଆ କୌଣସି କାମ ର ନୁହନ୍ତି : ଏପରି ଘର ଭିତରୁ ବୋହୂର ଚିତ୍କାର ଶୁଣିବାକୁ ପାଇଲି । ଗୋଡ଼ ତଳୁ ମାଟି ଖସିଗଲା, ଦୁନିଆଁ ଅନ୍ଧାର ଦିଶିଲା । କି ଭାଗ୍ୟ ମୋର , ଅଜଣା ଘରୁ, ଅଜଣା ଝିଅ ଟିକୁ ଝିଅ ଭାବି ଘରକୁ ବହୂ କରି ଆଣିବାର ମାତ୍ର ଗୋଟିଏ ବର୍ଷ ହୋଇଛି , ହେଲେ ଗୋଟିଏ ବର୍ଷରେ ମୋ ବହୂ ଜାଣି ଗଲାଣି ମୁଁ କୋଉ କାମର ଅଟେ ଆଉ କୋଉ କାମର ନୁହଁ । ଗର୍ଭରେ ଦଶ ମାସ, ଜନ୍ମ ପରେ ପ୍ରତି ଛୋଟ ବଡ଼ ଆଶା ପୁରାଣ କରି ଆଜି ୨୫ ବର୍ଷରେ ବିବାହ କରି ସରିବା ପାରେ ମୋ ପୁଅ ମୋ ବହୂ ଠାରୁ ଶିଖି ପାଉଛି ଯେ ମୁଁ କିଛି କାମର ନୁହଁ ବୋଲି ଭାବି ସୁମିତ୍ରା ବୋଉ ଅତି ଭାଙ୍ଗି ପଡିଛନ୍ତି । ଭାଗବଣ୍ଟା କଲା ପରି ଗୋଟିଏ ପରେ ଗୋଟିଏ ଦୁଃଖ ଯେ ଆସି ଠିଆ ହୋଇଛି ତାହା ଯଦି ଆଗରୁ ଜଣା ଥାଆନ୍ତା , ବଞ୍ଚିବା ଆଶା ଠାରୁ ମୃତ୍ୟୁ କୁ କେଇ ଦିନଠୁ ଆପଣେଇ ସାରି ଥାଆନ୍ତି । ଏପରି ଅନେକ ଦୁଃଖ ଯନ୍ତ୍ରଣାର କାହାଣୀକୁ ଭାବି ଭାବି କାନ୍ଦୁ ଥାଆନ୍ତି ସୁମିତ୍ରା ବୋଉ । ହେଲେ ସତରେ ତାଙ୍କ କଥାକୁ ଭଗବାନ ଏତେ ଶୀଘ୍ର ଶୁଣିଗଲେ ଯେ ସକାଳ ପାହୁଣୁ ଆଉ ସୁମିତ୍ରା ବୋଉ ଦୁନିଆରେ ନାହାନ୍ତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action