Chinmayee Kanta

Children Stories Tragedy Inspirational

3.6  

Chinmayee Kanta

Children Stories Tragedy Inspirational

ସେଦିନ

ସେଦିନ

2 mins
369



ଦେହ ଥର ଥର ହୋଇ ଥରୁଥାଏ । ଜୋରରେ ତାତୁଥାଏ । ଠିଆ ହେବାକୁ ଯେତେ ଚେଷ୍ଟା କଲେ ମଧ୍ୟ ଠିଆ ହେଇ ପାରୁନଥାନ୍ତି ବାପା । ଖାଇବାକୁ ବି ଇଚ୍ଛା ନାହିଁ, ପେଟ ପଡିଗଲାଣି ଚାଖଣ୍ଡେ । ଗଣି ହୋଇ ଯାଉଛି ଦେହର ହାଡ଼ ସବୁ । ଡାକ୍ତର ବାବୁ ପାଖକୁ ଗଲେ ଡାକ୍ତର କହୁଛନ୍ତି କିଛି ହୋଇ ନାହିଁ । କେବଳ ଦୁର୍ବଳ , ଖାନା ପିନା କଲେ ଭଲ ଭାବରେ ଭଲ ହୋଇଯିବେ । କେବେ ଖାଇବାକୁ ଇଚ୍ଛା ହେଲେ ତ; କଣ ବା କରିବ, ମୁହଁରେ କିଛି ଖାଦ୍ୟ ରଖୁଣୁ ସାଙ୍ଗେ ସାଙ୍ଗେ ବାନ୍ତି ହୋଇ ଯାଉଛି । ବାପାଙ୍କର ଏପରି ଅବସ୍ଥାରେ ଭାଙ୍ଗି ପଡୁଛୁଁ ଆମେ ମାନେ । ମାଆଙ୍କ ଅବସ୍ଥା ବି ଖରାପ । କିପରି ଭଲ ହେବେ ବାପା ସଭିଙ୍କ ଚିନ୍ତା । ପଡୋଶୀ ଲୋକଙ୍କ ଆଖିରେ ମଧ୍ୟରେ ବି ଆଉ ଆଶା ନ ଥାଏ ବେଶି ଦିନ ବଞ୍ଚିବେ ବୋଲି । ସେଇ ଚିନ୍ତାରେ ଆଉ କାହାକୁ ଭୋକ ନହିଁ କି କାହା ମନ ଖୁସି ନହିଁ । 

 କିଛି ଦିନ ଗଲା । ଗୋଟେ ପରେ ଗୋଟେ ଡକ୍ଟର ପାଖରେ ପରୀକ୍ଷା କରାଗଲା । ପରେ ଜଣା ପଡିଲା ଯେ କୁଆଡେ ଡାଇବେଟିସ, ସୁଗର, ବାତ ରୋଗ ଅନେକ ପରିମାଣ ରେ ବଢ଼ି ଯାଇଛି । ଯେତେବେଳେ ପ୍ରକୃତ କାରଣ ଜଣାପଡ଼ିଲା ସେତେବେଳେ ପାଖ ଅଞ୍ଚଳରେ ଥିବା କୌଣସି ହସ୍ପିଟାଲ ଆଡମିଟ କରିବା ପୂର୍ବରୁ ଭଲ ହୋଇଯିବେ ଆଶା ଦେଉନଥିଲେ । ଅନେକ ଡକ୍ଟର କେବଳ ଚେଷ୍ଟା କରିବୁ କହୁଥିଲେ କିନ୍ତୁ ଭଲ ହୋଇଯିବେ ବୋଲି କାହା ମୁହଁରୁ ପଦିଏ ଶବ୍ଦ ବାହାରିଲା ନାହିଁ । ଗୋଟିଏ ଦ୍ୱାରରୁ ଆଉ ଗୋଟିଏ ଦ୍ଵାର ଦୌଡୁ ବୁଲୁଥାନ୍ତି ପୁଅ ମାନେ । କେଉଁଠି ଠିକ୍ ହେବେ ବାପା । କିଏ ସେଇ ଆଶା ଦେଇ ବାପାଙ୍କୁ ଆରୋଗ୍ୟ କରିବ? ଏହି ଭାବନା ନେଇ ଚିନ୍ତିତ । ଠିକ୍ ଏପରି ଏକ ସମୟରେ'' ନିସ୍ପୁରିକୁ ଦଇବ ସାହା'' ଭଳିଆ ଭଗବାନ୍ ପରି ଏକ ବ୍ୟକ୍ତି ଆସି ଏକ ଭଲ ହସ୍ପିଟାଲ ର ନାମ କହି ଚାଲିଗଲା । ଆଉ ସମୟ ନ ନେଇ ଦୌଡିଗଲେ ସେହି ହସ୍ପିଟାଲ କୁ । ଡକ୍ଟର ବାବୁ ବି ସଭଙ୍କୁ ଚକିତ କରିଦେଲେ ଏହା କହି ଯେ, ଏଠି ଭଲ ହୋଇଯିବେ । ଏହା ଶୁଣି ସଭିଙ୍କ ଜିବନରେ ଜୀବନ ଆସିଲା । ହେଲେ ଟଙ୍କା ଦରକାର । ଔଷଧ , ଇଞ୍ଜେକସନ ପାଇଁ ବିପୁଳ ଖର୍ଚ୍ଚ ଦରକାର । ମାଆଙ୍କ ଭିନ୍ନ ବୁଦ୍ଧି । ଲୋକଙ୍କୁ ଗୁହାରି କରି କରି କାକୁଟିମିନତି ହୋଇ ପରିଜନ, ବନ୍ଧୁବାନ୍ଧବ ଠାରୁ ଟଙ୍କା ଯୋଗାଡ କରି ବାପାଙ୍କୁ ଧୀରେ ଧୀରେ ଭଲ କରି ଆସିଲେ । 

  ବିରକ୍ତିକର ପରିବେଶ ମଧ୍ୟ ଉପୁଜେ ଯଦି କିଏ ସାହା ଭରଷା ନ ଥାଆନ୍ତି କିନ୍ତୁ ଆଜି ଭଗବାନଙ୍କ କୃପାରୁ ସବୁ ଠିକ୍ ହୋଇଗଲା । ବାପା ବି ଭଲ ହୋଇଗଲେ , ସଭିଙ୍କ ଚିନ୍ତା ମଧ୍ୟ ଗଲା ଓ ଘରେ ଆନନ୍ଦର ଲହରୀ ପୁଣି ଥରେ ଫୁଟି ଉଠିଲା ।



Rate this content
Log in